< ଗୀତସଂହିତା 118 >
1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ; ହଁ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
Ẹ fi ọpẹ́ fún Olúwa, nítorí tí ó dára; àánú rẹ̀ dúró láéláé.
2 ଇସ୍ରାଏଲ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
Jẹ́ kí Israẹli wí pé: “Àánú rẹ̀ dúró láéláé”.
3 ହାରୋଣ-ବଂଶ ଏବେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
Jẹ́ kí ilé Aaroni wí pé: “Àánú rẹ̀ dúró láéláé”.
4 ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ, ତାହାଙ୍କ କରୁଣା ଅନନ୍ତକାଳସ୍ଥାୟୀ।
Jẹ́ kí àwọn tí ó bẹ̀rù Olúwa wí pé: “Àánú rẹ̀ dúró láéláé.”
5 ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି; ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ।
Nínú ìrora mi, mo sọkún sí Olúwa, ó sì dá mi lóhùn nípa pé ó tú mi sílẹ̀.
6 ସଦାପ୍ରଭୁ ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ; ମନୁଷ୍ୟ ମୋହର କଅଣ କରିପାରେ?
Olúwa ń bẹ fún èmi; èmi kì yóò bẹ̀rù. Kí ni ènìyàn lè ṣe sí mi?
7 ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ; ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଦ୍ଧି ଦେଖିବି।
Olúwa ń bẹ fún mi; òun ni olùrànlọ́wọ́ mi. Nítorí náà ni èmi ó ṣe rí ìṣẹ́gun mi lórí àwọn tí ó kórìíra mi.
8 ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।
Ó dára láti máa gbẹ́kẹ̀lé Olúwa ju àti gbẹ́kẹ̀lé ènìyàn lọ.
9 ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ।
Ó dára láti máa gbẹ́kẹ̀lé Olúwa ju à ti gbẹ́kẹ̀lé àwọn ọmọ-aládé lọ.
10 ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
Gbogbo àwọn orílẹ̀-èdè yí mi káàkiri, ṣùgbọ́n ní orúkọ Olúwa èmi gé wọn kúrò.
11 ସେମାନେ ମୋତେ ଚାରିଆଡ଼େ ଘେରିଲେ; ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
Wọ́n yí mi káàkiri ní gbogbo ẹ̀gbẹ́, ṣùgbọ́n ní orúkọ Olúwa èmi gé wọn dànù.
12 ସେମାନେ ମହୁମାଛି ପରି ମୋତେ ଚାରିଆଡ଼େ ଘେରିଲେ; ସେମାନେ କଣ୍ଟା ନିଆଁ ପରି ଲିଭି ଯାଇଅଛନ୍ତି; ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି।
Wọ́n gbá yìn ìn yí mi ká bí oyin, ṣùgbọ́n wọ́n kú kíákíá bí iná ẹ̀gún; ní orúkọ Olúwa èmi ké wọn dànù.
13 ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରୀ ଧକ୍କା ଦେଲ; ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ।
Ìwọ tì mí gidigidi kí n lè ṣubú, ṣùgbọ́n Olúwa ràn mí lọ́wọ́.
14 ସଦାପ୍ରଭୁ ମୋହର ବଳ ଓ ଗାନ; ପୁଣି, ସେ ମୋହର ପରିତ୍ରାଣ ହୋଇଅଛନ୍ତି।
Olúwa ni agbára àti orin mi; ó sì di ìgbàlà mi.
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।
Ohùn ayọ̀ àti ìgbàlà ń bẹ nínú àgọ́ àwọn olódodo: “Ọwọ́ ọ̀tún Olúwa ń ṣe ohun agbára!
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ; ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ।
Ọwọ́ ọ̀tún Olúwa ní a gbéga; ọwọ́ ọ̀tún Olúwa ń ṣe ohun agbára!”
17 ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି ଓ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
Èmi kì yóò kú, ṣùgbọ́n èmi yóò yè, èmi yóò pòkìkí ohun tí Olúwa ṣe.
18 ସଦାପ୍ରଭୁ ମୋତେ ଭାରୀ ଶାସ୍ତି ଦେଇଅଛନ୍ତି; ମାତ୍ର ସେ ମୃତ୍ୟୁୁ ହସ୍ତରେ ମୋତେ ସମର୍ପି ଦେଇ ନାହାନ୍ତି।
Olúwa bá mi wí gidigidi, ṣùgbọ́n òun kò fi mí lé ikú lọ́wọ́.
19 ମୋʼ ପାଇଁ ଦ୍ୱାରସବୁ ଫିଟାଅ ଯଦ୍ଦ୍ୱାରା ଧାର୍ମିକମାନେ ପ୍ରବେଶ କରନ୍ତି; ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
Ṣí ìlẹ̀kùn ẹnu-ọ̀nà òdodo fún mi: èmi yóò bá ibẹ̀ wọlé, èmi yóò sì fi ọpẹ́ fún Olúwa.
20 ଏହି ସଦାପ୍ରଭୁଙ୍କ ଦ୍ୱାର; ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ।
Èyí ni ìlẹ̀kùn Olúwa ibẹ̀ ni àwọn olódodo yóò bá wọlé.
21 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ ଓ ମୋହର ପରିତ୍ରାଣ ହୋଇଅଛି।
Èmi yóò fi ọpẹ́ fún ọ, nítorí ó dá mi lóhùn; ìwọ sì di ìgbàlà mi.
22 ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି।
Òkúta tí àwọn ọ̀mọ̀lé kọ̀sílẹ̀, ni ó di pàtàkì igun ilé;
23 ଏହା ସଦାପ୍ରଭୁଙ୍କ କର୍ମ; ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ।
Olúwa ti ṣe èyí, ó ṣe ìyanu ní ojú wa.
24 ଏହା ସଦାପ୍ରଭୁଙ୍କ କୃତ ଦିନ; ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା।
Èyí ni ọjọ́ tí Olúwa dá: ẹ jẹ́ kí ayọ̀ kí inú wa sì máa dùn nínú rẹ̀.
25 ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର; ହେ ସଦାପ୍ରଭୋ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସଫଳତା ଆଜ୍ଞା କର।
Olúwa, gbà wá; Olúwa, fún wa ní àlàáfíà.
26 ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ; ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ।
Ìbùkún ni ẹni tí ń bọ̀ wá ní orúkọ Olúwa. Àwa ti fi ìbùkún fún ọ láti ilé Olúwa wá.
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି; ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ।
Olúwa ni Ọlọ́run, ó ti mú ìmọ́lẹ̀ rẹ̀ tàn sí wa lára pẹ̀lú ẹ̀ka igi ní ọwọ́, ó dára pọ̀ mọ́ ọ̀pọ̀ ènìyàn tí ń wọ́ nínú ayọ̀ ẹ fi okùn di ẹbọ náà mọ́ ìwo pẹpẹ.
28 ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି।
Ìwọ ni Ọlọ́run mi, èmi yóò máa fi ọpẹ́ fún ọ; ìwọ ni Ọlọ́run mi, èmi yóò gbé ọ ga.
29 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ହଁ, ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।
Ẹ fi ọpẹ́ fún Olúwa, nítorí tí ó ṣeun; nítorí tí àánú rẹ̀ dúró láéláé.