< ଗୀତସଂହିତା 116 >
1 ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋʼ ରବ ଓ ବିନତି ଶୁଣିଅଛନ୍ତି।
Nampenda Yahwe kwa kuwa anasikia sauti yangu na kuomba kwangu kwa ajili ya huruma.
2 ସେ ମୋʼ ପ୍ରତି କର୍ଣ୍ଣପାତ କରିଅଛନ୍ତି, ଏଥିପାଇଁ ମୁଁ ବଞ୍ଚିଥିବା ଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି।
Kwa sababu alinisikiliza, nitamuita yeye ningali ninaishi.
3 ମୃତ୍ୟୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି। (Sheol )
Kamba za mauti zilinizunguka, na mitego ya kuzimu ilinikabili; niliona dhiki na huzuni. (Sheol )
4 ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି; “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋʼ ପ୍ରାଣକୁ ଉଦ୍ଧାର କର।”
Kisha niliita kwa jina la Yahwe: “Tafadhali Yahwe, uiokoe nafsi yangu.”
5 ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।
Yahwe ni mwenye neema na haki; Mungu wetu ni mwenye huruma.
6 ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ।
Yahwe huwalinda wasio na hila; nilishushwa chini akaniokoa.
7 ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ; କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି।
Nafsi yangu inaweza kurudi mahali pake pa kupumzika, kwa kuwa Yahwe amekuwa mwema kwangu.
8 ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ।
Kwa maana uliokoa uhai wangu dhidi ya kifo, mcho yangu dhidi ya machozi, na miguu yangu dhidi ya kujikwaa.
9 ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।
Nitamtumikia Yahwe katika nchi ya walio hai.
10 ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି; “ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,”
Nilimwamini yeye, hata niliposema, “nimeteswa sana.”
11 ମୁଁ ଚଞ୍ଚଳ ଭାବରେ କହିଲି, “ମନୁଷ୍ୟ ମାତ୍ରେ ହିଁ ମିଥ୍ୟା।”
Kwa haraka nilisema, “Watu wote ni waongo.”
12 ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି?
Nimlipeje Yahwe kwa wema wake wote kwangu?
13 ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।
Nitakiinua kikombe cha wokovu, na kuliitia jina la Yahwe.
14 ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି।
Nitatimiza viapo vyangu kwa Yahwe katika uwepo wa watu wake wote.
15 ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।
Mauti ya wacha Mungu ina thamani machoni pa Mungu.
16 ହେ ସଦାପ୍ରଭୋ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ।
Ee Yahwe, hakika, mimi ni mtumishi wako; mimi ni mtumishi wako, mwana wa mjakazi wako; umefungua vifungo vyangu.
17 ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।
Nitakutolea dhabihu ya shukrani na nitaliitia jina la Yahwe.
18 ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,
Nitatimiza viapo vyangu kwa Yahwe katika uwepo wa watu wake wote,
19 ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
katika nyua za nyumba ya Yahwe, katikati yako, Yerusalemu. Msifuni Yahwe.