< ଗୀତସଂହିତା 11 >
1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ; ତୁମ୍ଭେମାନେ କିପରି ମୋʼ ପ୍ରାଣକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”
Fún adarí orin. Ti Dafidi. Ìgbẹ́kẹ̀lé mi wà nínú Olúwa. Báwo ní ẹ̀yin ó ṣe sọ fún ọkàn mi pé, “Fò gẹ́gẹ́ bi ẹyẹ lọ si orí òkè rẹ.
2 କାରଣ ଦେଖ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି, ସେମାନେ ଗୁଣରେ ତୀରଯୁକ୍ତ କରନ୍ତି।
Wò ó nítorí náà, ènìyàn búburú fa ọfà rẹ̀; wọn ti fi ọfà wọn sí ojú okùn láti tafà níbi òjìji sí àyà ẹni ìdúró ṣinṣin.
3 ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ କʼଣ କରି ପାରିବ?
Nígbà tí ìpìlẹ̀ bá bàjẹ́ kí ni olódodo yóò ṣe?”
4 ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ ସନ୍ତାନମାନଙ୍କୁ ପରୀକ୍ଷା କରେ।
Olúwa ń bẹ nínú tẹmpili mímọ́ rẹ̀; Olúwa ń bẹ lórí ìtẹ́ rẹ̀ ní ọ̀run. Ó ń wo àwọn ọmọ ènìyàn; ojú rẹ̀ ń yẹ̀ wọ́n wò.
5 ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି।
Olúwa ń yẹ olódodo wò, ṣùgbọ́n ènìyàn búburú àti àwọn tí o fẹ́ ìwà ipá ni ọkàn rẹ̀ kórìíra.
6 ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ; ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ।
Sí orí àwọn ènìyàn búburú ni yóò rọ̀jò ẹ̀yín iná àti imí-ọjọ́ tí ń jó; àti ìjì gbígbóná ní yóò jẹ ìpín wọn.
7 କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି; ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ।
Nítorí, olódodo ní Olúwa, o fẹ́ràn òdodo; ẹni ìdúró ṣinṣin yóò sì rí i.