< ଗୀତସଂହିତା 107 >
1 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ।
Ẹ fi ọpẹ́ fún Olúwa, nítorí tí ó ṣeun; nítorí ìfẹ́ rẹ̀ dúró láéláé.
2 ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ,
Jẹ́ kí àwọn ẹni ìràpadà Olúwa kí ó wí báyìí, àwọn ẹni tí ó rà padà kúrò lọ́wọ́ ọ̀tá,
3 ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି, ସଦାପ୍ରଭୁଙ୍କ ସେହି ମୁକ୍ତ ଲୋକମାନେ ତାହା କହନ୍ତୁ।
àwọn tí ó kójọ láti ilẹ̀ wọ̀n-ọn-nì, láti ìlà-oòrùn àti ìwọ̀-oòrùn, láti àríwá àti Òkun wá.
4 ସେମାନେ ପ୍ରାନ୍ତରରେ ନିର୍ଜନ ପଥରେ ଭ୍ରମଣ କଲେ; ସେମାନେ କୌଣସି ବସତି-ନଗର ପାଇଲେ ନାହିଁ।
Wọ́n ń rìn káàkiri ní aginjù ní ibi tí ọ̀nà kò sí, wọn kò rí ọ̀nà lọ sí ìlú níbi tí wọn ó máa gbé.
5 କ୍ଷୁଧିତ ଓ ତୃଷିତ ହୋଇ ସେମାନଙ୍କର ପ୍ରାଣ ସେମାନଙ୍କ ଅନ୍ତରରେ ମୂର୍ଚ୍ଛିତ ହେଲା।
Ebi ń pa wọn, òǹgbẹ gbẹ wọ́n, ó sì rẹ ọkàn wọn nínú wọn.
6 ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କଲେ।
Ní ìgbà náà, wọ́n kígbe sókè sí Olúwa nínú ìdààmú wọn, ó sì yọ wọ́n kúrò nínú ìrora wọn
7 ଆହୁରି, ସେମାନେ ଯେପରି ବସତି-ନଗରକୁ ଯାଇ ପାରିବେ, ଏଥିପାଇଁ ସେ ସେମାନଙ୍କୁ ସଳଖ ପଥରେ ଘେନିଗଲେ।
Ó fi ọ̀nà títọ́ hàn wọ́n sí ìlú tí wọn lè máa gbé.
8 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ।
Ẹ jẹ́ kí wọn máa yin Olúwa nítorí ìṣeun ìfẹ́ rẹ̀ àti nítorí iṣẹ́ ìyanu rẹ̀ sí àwọn ọmọ ènìyàn,
9 ଯେହେତୁ ସେ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି ଓ କ୍ଷୁଧିତ ପ୍ରାଣକୁ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ କରନ୍ତି।
nítorí tí ó tẹ́ ìfẹ́ ọkàn lọ́run ó sì fi ìre fún ọkàn tí ebi ń pa.
10 କେହି କେହି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ ଓ ସର୍ବୋପରିସ୍ଥଙ୍କ ମନ୍ତ୍ରଣା ତୁଚ୍ଛ କରିବା ସକାଶୁ,
Ọ̀pọ̀ jókòó nínú òkùnkùn àti òjìji ikú, a dè wọ́n ní ìrora àti ní irin,
11 ସେମାନେ ଦୁଃଖ ଓ ଲୌହ ଶୃଙ୍ଖଳରେ ବଦ୍ଧ ହୋଇ ଅନ୍ଧକାରରେ ଓ ମୃତ୍ୟୁୁଚ୍ଛାୟାରେ ବସିଲେ;
nítorí tí wọ́n ṣe àìgbọ́ràn sí ọ̀rọ̀ Ọlọ́run, wọ́n kẹ́gàn ìbáwí Ọ̀gá-ògo,
12 ସେ ସେମାନଙ୍କ ହୃଦୟକୁ କ୍ଳେଶରେ ଅବନତ କଲେ; ସେମାନେ ପତିତ ହେଲେ ଓ ସାହାଯ୍ୟ କରିବାକୁ କେହି ନ ଥିଲା।
Ó sì fi ìkorò rẹ àyà wọn sílẹ̀; wọn ṣubú, kò sì ṣí ẹni tí yóò ràn wọ́n lọ́wọ́.
13 ତେବେ ସେମାନେ ଆପଣାମାନଙ୍କ ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କଲେ, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କଲେ।
Ní ìgbà náà wọ́n ké pe Olúwa nínú ìdààmú wọn, ó sì gbà wọ́n nínú ìṣòro wọn
14 ସେ ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ।
Ó mú wọn jáde kúrò nínú òkùnkùn àti òjìji ikú, ó sì fa irin tí wọ́n fi dè wọ́n já.
15 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ!
Ẹ jẹ́ kí wọn fi ọpẹ́ fún Olúwa! Nítorí ìṣeun ìfẹ́ rẹ̀ àti nítorí iṣẹ́ ìyanu rẹ̀ sí ọmọ ènìyàn.
16 ଯେହେତୁ ସେ ପିତ୍ତଳ-ଦ୍ୱାର ଭାଙ୍ଗିଅଛନ୍ତି ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି।
Nítorí tí ó já ìlẹ̀kùn idẹ wọ̀n-ọn-nì ó sì ké irin wọn ní agbede-méjì.
17 ମୂର୍ଖମାନେ ଆପଣା ଆପଣା ଅପରାଧ ଓ ଅଧର୍ମାଚରଣ ସକାଶୁ କ୍ଳେଶ ପାଆନ୍ତି।
Ọ̀pọ̀ di aṣiwèrè nítorí ìrékọjá wọn wọ́n sì pọ́n wọn lójú nítorí ẹ̀ṣẹ̀ wọn.
18 ସେମାନଙ୍କ ପ୍ରାଣ ସର୍ବପ୍ରକାର ଖାଦ୍ୟଦ୍ରବ୍ୟ ଘୃଣା କରଇ ଓ ସେମାନେ ମୃତ୍ୟୁୁଦ୍ୱାରର ନିକଟବର୍ତ୍ତୀ ହୁଅନ୍ତି।
Wọ́n kọ gbogbo oúnjẹ wọ́n sì súnmọ́ ẹnu-ọ̀nà ikú.
19 ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ତ୍ରାଣ କରନ୍ତି।
Nígbà náà wọ́n kígbe sí Olúwa nínú ìṣòro wọn, ó sì yọ wọ́n nínú ìdààmú wọn.
20 ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି।
Ó rán ọ̀rọ̀ rẹ̀, ara wọn sì dá ó sì yọ wọ́n nínú isà òkú.
21 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ।
Ẹ jẹ́ kí wọ́n fi ọpẹ́ fún Olúwa nítorí ìṣeun ìfẹ́ rẹ̀ àti iṣẹ́ ìyanu rẹ̀ fún ọmọ ènìyàn.
22 ସେମାନେ ଧନ୍ୟବାଦରୂପ ବଳି ଉତ୍ସର୍ଗ କରନ୍ତୁ ଓ ଗାନ କରି ତାହାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
Jẹ́ kí wọn rú ẹbọ ọpẹ́ kí wọn kí ó fi ayọ̀ sọ̀rọ̀ iṣẹ́ rẹ̀.
23 ଯେଉଁମାନେ ଜାହାଜ ଚଢ଼ି ସମୁଦ୍ରଯାତ୍ରା କରନ୍ତି, ଯେଉଁମାନେ ମହାଜଳରାଶିରେ କାରବାର କରନ୍ତି,
Àwọn tí ń sọ̀kalẹ̀ lọ sí Òkun nínú ọkọ̀ ojú omi, wọ́n jẹ́ oníṣòwò nínú omi ńlá.
24 ସେମାନେ ସଦାପ୍ରଭୁଙ୍କ କାର୍ଯ୍ୟ ଓ ଗଭୀର ଜଳରେ ତାହାଙ୍କର ଅଦ୍ଭୁତ ବ୍ୟାପାର ଦେଖନ୍ତି।
Wọ́n rí iṣẹ́ Olúwa, àti iṣẹ́ ìyanu rẹ̀ nínú ibú.
25 ଯେହେତୁ ସେ ଆଜ୍ଞା ଦେଲେ, ପ୍ରଚଣ୍ଡ ବାୟୁ ଉଠଇ, ତଦ୍ଦ୍ୱାରା ସମୁଦ୍ରର ତରଙ୍ଗମାଳା ଉଠେ।
Nítorí tí ó pàṣẹ, ó sì mú ìjì fẹ́ tí ó gbé ríru rẹ̀ sókè.
26 ସେମାନେ ଆକାଶକୁ ଉଠନ୍ତି, ପୁନର୍ବାର ସେମାନେ ଗଭୀର ଜଳକୁ ଉତ୍ତରନ୍ତି; ବିପଦ ସକାଶୁ ଲୋକମାନଙ୍କ ପ୍ରାଣ ତରଳି ଯାଏ।
Wọ́n gòkè lọ sí ọ̀run wọ́n sì tún sọ̀kalẹ̀ lọ sí ibú: nítorí ìpọ́njú, ọkàn wọn di omi.
27 ସେମାନେ ମତ୍ତ ଲୋକ ପରି ଏଣେତେଣେ ଦୋହଲି ଢଳି ପଡ଼ନ୍ତି ଓ ସେମାନଙ୍କ ବୁଦ୍ଧି ହଜିଯାଏ।
Wọ́n ń ta gbọ̀nọ́ngbọ̀nọ́n bí ọ̀mùtí ènìyàn: ọgbọ́n wọn sì dé òpin.
28 ତେବେ ସେମାନେ ଆପଣା ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରନ୍ତି, ତହିଁରେ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ଉଦ୍ଧାର କରନ୍ତି।
Nígbà náà wọ́n ń kígbe sókè sí Olúwa nínú ìdààmú wọn, ó sì mú wọn jáde nínú ìṣòro wọn.
29 ସେ ବତାସକୁ ସୁସ୍ଥିର କରନ୍ତି, ତହୁଁ ସମୁଦ୍ରର ତରଙ୍ଗମାଳା ନିରସ୍ତ ହୁଏ।
Ó sọ ìjì di ìdákẹ́rọ́rọ́ bẹ́ẹ̀ ni ríru omi rẹ̀ dúró jẹ́ẹ́.
30 ତେବେ ସେସବୁ ନିବୃତ୍ତ ହେବା ସକାଶୁ ସେମାନେ ଆନନ୍ଦ କରନ୍ତି; ଏହିରୂପେ ସେ ସେମାନଙ୍କୁ ବାଞ୍ଛିତ ବନ୍ଦରରେ ପ୍ରବେଶ କରାନ୍ତି।
Inú wọn dùn nígbà tí ara wọn balẹ̀, ó mú wọn lọ sí ibi tí ọkàn wọn lọ.
31 ଆଃ, ଲୋକମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ଓ ମନୁଷ୍ୟ-ସନ୍ତାନଗଣ ପ୍ରତି ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ସକାଶୁ ତାହାଙ୍କର ପ୍ରଶଂସା କରନ୍ତୁ!
Jẹ́ kí wọn fi ọpẹ́ fún Olúwa nítorí ìṣeun ìfẹ́ rẹ̀ àti iṣẹ́ ìyanu rẹ̀ fún ọmọ ènìyàn.
32 ଆହୁରି, ସେମାନେ ଲୋକମାନଙ୍କ ସମାଜରେ ତାହାଙ୍କର ପ୍ରତିଷ୍ଠା କରନ୍ତୁ ଓ ପ୍ରାଚୀନମାନଙ୍କ ସଭାରେ ତାହାଙ୍କର ପ୍ରଶଂସା କରନ୍ତୁ।
Jẹ́ kí wọn gbé e ga ní àárín àwọn ènìyàn kí wọn kí ó sì yìn ín ní ìjọ àwọn àgbàgbà.
33 ସେ ନଦ-ନଦୀକୁ ପ୍ରାନ୍ତର ଓ ନିର୍ଝରସକଳକୁ ଶୁଷ୍କ ଭୂମି କରନ୍ତି।
Ó sọ odò di aginjù, àti orísun omi di ilẹ̀ gbígbẹ.
34 ସେ ଦେଶନିବାସୀମାନଙ୍କ ଦୁଷ୍ଟତା ସକାଶୁ ଉର୍ବରା ଦେଶକୁ ଲବଣ-ପ୍ରାନ୍ତର କରନ୍ତି।
Ilẹ̀ eléso di aṣálẹ̀ nítorí ìwà búburú àwọn tí ó wà nínú rẹ̀.
35 ସେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଝରମୟ କରନ୍ତି।
O sọ aginjù di adágún omi àti ilẹ̀ gbígbẹ di orísun omi,
36 ପୁଣି, କ୍ଷୁଧିତ ଲୋକମାନେ ଯେପରି ବସତି-ନଗର ନିର୍ମାଣ କରିବେ ଓ କ୍ଷେତ୍ରରେ ବୀଜ ବପନ ଓ ଦ୍ରାକ୍ଷାଲତା ରୋପଣ କରିବେ
níbẹ̀ ó mú ẹni tí ebi ń pa wà, wọ́n sì pilẹ̀ ibi tí wọn ó máa gbé.
37 ଓ ତଦୁତ୍ପନ୍ନ ଫଳ ପ୍ରାପ୍ତ ହେବେ, ଏଥିପାଇଁ ସେସ୍ଥାନରେ ସେ ସେମାନଙ୍କୁ ବାସ କରାନ୍ତି।
Wọn fún irúgbìn, wọ́n sì gbin ọgbà àjàrà tí yóò máa so èso tí ó dára;
38 ଆହୁରି, ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି, ତହିଁରେ ସେମାନେ ଅତିଶୟ ବୃଦ୍ଧି ପାଆନ୍ତି; ପୁଣି, ସେ ସେମାନଙ୍କ ପଶୁପଲ ଊଣା ହେବାକୁ ଦିଅନ୍ତି ନାହିଁ।
Ó bùkún wọn, wọ́n sì pọ̀ sí i ní iye kò sí jẹ́ kí ẹran ọ̀sìn wọn kí ó dínkù.
39 ପୁନର୍ବାର ସେମାନେ ଉପଦ୍ରବ, ବିପଦ ଓ ଶୋକ ଦ୍ୱାରା ନ୍ୟୂନୀକୃତ ଓ ଅବନତ ହୁଅନ୍ତି।
Nígbà náà, ọjọ́ wọn kúrú, ìnira, ìpọ́njú àti ìṣòro wọn sì dínkù,
40 ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳି ଦିଅନ୍ତି, ପୁଣି, ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି।
ẹni tí ó da ẹ̀gàn lu ọmọ-aládé ó sì mú wọn rìn níbi tí ọ̀nà kò sí.
41 ତଥାପି ସେ ଦୀନହୀନକୁ ଦୁଃଖରୁ ଉଚ୍ଚରେ ସ୍ଥାପନ କରନ୍ତି ଓ ମେଷପଲ ତୁଲ୍ୟ ତାହାକୁ ପରିବାର ଦିଅନ୍ତି।
Ṣùgbọ́n ó gbé aláìní sókè kúrò nínú ìnira ó mú ìdílé wọn pọ̀ bí agbo ẹran.
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେବେ; ପୁଣି, ସବୁ ଅଧର୍ମ ଆପଣା ମୁଖ ବନ୍ଦ କରିବ।
Àwọn tí ó dúró sì rí i, inú wọn sì dùn ṣùgbọ́n gbogbo olùṣe búburú yóò pa ẹnu rẹ̀ mọ́.
43 ଯେ ଜ୍ଞାନବାନ, ସେ ଏହିସବୁ ବିଷୟରେ ମନୋଯୋଗ କରିବ, ପୁଣି, ସେମାନେ ସଦାପ୍ରଭୁଙ୍କ ବିବିଧ ଦୟା ବିବେଚନା କରିବେ।
Ẹni tí ó bá gbọ́n, jẹ́ kí ó kíyèsi nǹkan wọ̀nyí kí ó wo títóbi ìfẹ́ Olúwa.