< ହିତୋପଦେଶ 7 >

1 ହେ ମୋହର ପୁତ୍ର, ମୋହର କଥାସବୁ ପାଳନ କର ଓ ମୋହର ଆଜ୍ଞାସବୁ ଆପଣା ହୃଦୟରେ ସଞ୍ଚୟ କରି ରଖ।
Ọmọ mi, pa ọ̀rọ̀ mi mọ́, sì fi àwọn òfin mi pamọ́ sínú ọkàn rẹ.
2 ମୋହର ଆଜ୍ଞାସବୁ ପାଳନ କର, ତହିଁରେ ତୁମ୍ଭେ ବଞ୍ଚିବ ଓ ଆପଣା ଚକ୍ଷୁର ତାରା ପରି ମୋହର ବ୍ୟବସ୍ଥା ରକ୍ଷା କର।
Pa òfin mi mọ́, ìwọ yóò sì yè tọ́jú ẹ̀kọ́ mi bí ẹyinlójú rẹ.
3 ତୁମ୍ଭର ସମସ୍ତ ଅଙ୍ଗୁଳିରେ ତାହା ବାନ୍ଧ; ତୁମ୍ଭର ହୃଦୟ-ପଟାରେ ତାହାସବୁ ଲେଖି ରଖ।
Kọ wọ́n sí ọwọ́ òsì rẹ, má ṣe fi jẹun kọ wọ́n sí inú wàláà àyà rẹ.
4 ଜ୍ଞାନକୁ କୁହ, “ତୁମ୍ଭେ ମୋହର ଭଗିନୀ,” ଆଉ ସୁବିବେଚନାକୁ ତୁମ୍ଭର ଜ୍ଞାତି ବୋଲି କୁହ।
Wí fún ọgbọ́n pé, “Ìwọ ni arábìnrin mi,” sì pe òye ní ìbátan rẹ.
5 ତହିଁରେ ସେମାନେ ପରସ୍ତ୍ରୀଠାରୁ, ଅର୍ଥାତ୍‍, ଚାଟୁବାଦିନୀ ପରକୀୟାଠାରୁ ତୁମ୍ଭକୁ ରକ୍ଷା କରିବେ।
Wọn yóò pa ó mọ́ kúrò lọ́wọ́ obìnrin alágbèrè, kúrò lọ́wọ́ àjèjì obìnrin àti ọ̀rọ̀ ìtànjẹ rẹ̀.
6 ମୁଁ ଆପଣା ଗୃହର ଝରକାର ଜାଲି ପରଦା ଦେଇ ନିରୀକ୍ଷଣ କରୁଥିଲି;
Ní ojú fèrèsé ilé è mi mo wo ìta láti ojú fèrèsé.
7 ତହିଁରେ ମୁଁ ଦେଖିଲି, ଅଜ୍ଞାନମାନଙ୍କ ମଧ୍ୟରେ ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବା ଲୋକ
Mo rí i láàrín àwọn aláìmọ̀kan mo sì kíyèsi láàrín àwọn ọ̀dọ́kùnrin, ọ̀dọ́ kan tí ó ṣe aláìgbọ́n.
8 ବ୍ୟଭିଚାରିଣୀର ଗୃହକୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ ତାହାର ଗୃହକୁ ଯିବା ପଥରେ ଚାଲିଲା।
Ó ń lọ ní pópónà ní tòsí i ilé alágbèrè obìnrin náà, ó ń rìn lọ sí ọ̀nà ilé e rẹ̀.
9 ସେତେବେଳେ ଗୋଧୂଳି ସମୟ, ଦିନାବସାନ ହେଉଥିଲା, ରାତ୍ରିର କାଳିମା ଓ ଅନ୍ଧକାର ସମୟ।
Ní ìrọ̀lẹ́ bí oòrùn ṣe ń wọ̀, bí òkùnkùn ṣe ń bo ni lára.
10 ତହିଁରେ ଦେଖ, ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା, ସେ ବେଶ୍ୟାବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ।
Bẹ́ẹ̀ ni obìnrin kan jáde wá láti pàdé rẹ̀, ó múra bí panṣágà pẹ̀lú ètè búburú.
11 ସେ ବଡ଼ ତୁଣ୍ଡେଈ ଓ ଅବାଧ୍ୟା, ତାହାର ପାଦ ନିଜ ଗୃହରେ ରହେ ନାହିଁ।
(Ó jẹ́ aláriwo àti alágídí, ìdí rẹ̀ kì í jókòó nílé;
12 ସେ କେବେ କେବେ ସଡ଼କରେ, କେବେ କେବେ ଛକରେ ଥାଏ ଓ ପ୍ରତ୍ୟେକ କୋଣରେ ଅପେକ୍ଷାରେ ବସିଥାଏ।
bí ó ti ń já níhìn-ín ní ó ń já lọ́hùn ún gbogbo orígun ni ó ti ń ba ní ibùba.)
13 ସେହି ସ୍ତ୍ରୀ ତାହାକୁ ଧରି ଚୁମ୍ବନ କଲା, ଆଉ ନିର୍ଲଜ ମୁଖରେ ତାହାକୁ କହିଲା
Ó dìímú, ó sì fẹnukò ó ní ẹnu pẹ̀lú ojú díndín ó wí pé,
14 “ମଙ୍ଗଳାର୍ଥକ ବଳି ମୋʼ ନିକଟରେ ଅଛି; ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି।
“Mo ní ọrẹ àlàáfíà ní ilé; lónìí ni mo san ẹ̀jẹ́ mi.
15 ଏଣୁ ତୁମ୍ଭ ସଙ୍ଗେ ଦେଖା କରିବାକୁ ବାହାରକୁ ଆସିଲି ଓ ଯତ୍ନରେ ତୁମ୍ଭ ମୁଖ ଅନ୍ୱେଷଣ କରିବାକୁ ଆସିଅଛି, ଆଉ ତୁମ୍ଭକୁ ପାଇଲି।
Nítorí náà ni n o ṣe jáde wá pàdé è rẹ; mo wá ọ káàkiri mo sì ti rí ọ!
16 ମୁଁ ସୁଜନୀ ଓ ମିସରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇଅଛି।
Mo ti tẹ́ ibùsùn mi pẹ̀lú aṣọ aláràbarà láti ilẹ̀ Ejibiti.
17 ପୁଣି, ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ମୋହର ଶଯ୍ୟା ସୁବାସିତ କରିଅଛି।
Mo ti fi nǹkan olóòórùn dídùn sí ibùsùn mi bí i òjìá, aloe àti kinamoni.
18 ଆସ, ଆମ୍ଭେମାନେ ପ୍ରଭାତ ଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେଉ।
Wá, jẹ́ kí a lo ìfẹ́ papọ̀ ní kíkún títí di àárọ̀; jẹ́ kí a gbádùn ara wa pẹ̀lú ìfẹ́!
19 ଯେହେତୁ କର୍ତ୍ତା ଘରେ ନାହାନ୍ତି, ସେ ଦୂରକୁ ଯାତ୍ରା କରିଅଛନ୍ତି।
Ọkọ ọ̀ mi ò sí nílé; ó ti lọ sí ìrìnàjò jíjìn.
20 ସେ ତୋଡ଼ାଏ ଟଙ୍କା ସଙ୍ଗରେ ନେଇ ଯାଇଅଛନ୍ତି, ସେ ପୂର୍ଣ୍ଣିମା ସମୟରେ ଫେରି ଆସିବେ।”
Ó mú owó púpọ̀ lọ́wọ́ kò sì ní darí dé kí ó tó di ọ̀sán.”
21 ଏହିରୂପେ ଅନେକ ମଧୁର ଭାଷା କହି ସେ ତାହାର ମନ ହରଣ କଲା, ଓଷ୍ଠାଧରର ଚାଟୁବାଦରେ ତାହାକୁ ଓଟାରି ନେଲା।
Pẹ̀lú ọ̀rọ̀ dídùn ó sì í lọ́nà; ó tàn án jẹ pẹ̀lú ẹnu dídùn.
22 ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ଡ ପାଇବାକୁ ଯାଏ, ସେହିପରି ସେ ସେହିକ୍ଷଣି ତାହାର ପଛେ ପଛେ ଗଲା।
Òun sì tọ̀ ọ́ lọ lẹsẹ̀ kan náà, bí i màlúù tí ń lọ sí ibi pípa, tàbí bí àgbọ̀nrín tí ń lọ sí ibi okùn ìso.
23 ଆଉ, ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼େ, ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା।
Títí tí ọ̀kọ̀ fi gún un ní ẹ̀dọ̀, bí ẹyẹ ṣe ń fẹ́ wọ inú okùn, láìmọ̀ pé yóò gba ẹ̀mí òun.
24 ଏଣୁ ହେ ମୋହର ପୁତ୍ରମାନେ, ମୋହର କଥା ଶୁଣ ଓ ମୋʼ ମୁଖର ବାକ୍ୟରେ ମନୋନିବେଶ କର।
Nítorí náà báyìí ẹ̀yin ọmọ mi, tẹ́tí sí mi fọkàn sí nǹkan tí mo sọ.
25 ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ।
Má ṣe jẹ́ kí ọkàn rẹ kí ó yà sí ọ̀nà rẹ̀, tàbí kí ó rìn lọ sí ipa ọ̀nà rẹ̀.
26 ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇଅଛି, ହଁ, ତାହାର ହତ ଲୋକସକଳ ଅପାର।
Ọ̀pọ̀lọpọ̀ ni àwọn tí ó ti fà lulẹ̀. Ogunlọ́gọ̀ àwọn alágbára ni ó ti pa.
27 ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁର ଆଳୟକୁ ଯାଏ। (Sheol h7585)
Ilé e rẹ̀ ni ọ̀nà tààrà sí isà òkú, tí ó lọ tààrà sí àgbàlá ikú. (Sheol h7585)

< ହିତୋପଦେଶ 7 >