< ହିତୋପଦେଶ 6 >

1 ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ,
Ọmọ mi, bí ìwọ bá ṣe onídùúró fún aládùúgbò rẹ, bí ìwọ bá jẹ́ ẹ̀jẹ́ fún àjèjì ènìyàn,
2 ତେବେ ତୁମ୍ଭେ ଆପଣା ମୁଖର ବାକ୍ୟରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରା ଯାଇଅଛ।
bí a bá ti fi ọ̀rọ̀ tí ó sọ dẹkùn mú ọ, tí ọ̀rọ̀ ẹnu rẹ ti kó ọ sí pàkúté.
3 ହେ ମୋହର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର; ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ; ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକୁ ବାରମ୍ବାର ବିନତି କର।
Nígbà náà, ṣe èyí, ìwọ ọmọ mi, láti gba ara rẹ níwọ̀n bí o ti kó ṣọ́wọ́ aládùúgbò rẹ: lọ kí o sì rẹ ara rẹ sílẹ̀; bẹ aládùúgbò rẹ dáradára.
4 ତୁମ୍ଭେ ଆପଣା ଚକ୍ଷୁକୁ ନିଦ୍ରା ଯିବାକୁ ଦିଅ ନାହିଁ, କିଅବା ଆପଣା ଚକ୍ଷୁର ପତାକୁ ଢୁଳାଇବାକୁ ଦିଅ ନାହିଁ।
Má ṣe jẹ́ kí oorun kí ó kùn ọ́, tàbí kí o tilẹ̀ tòògbé rárá.
5 ଆପଣାକୁ ହରିଣ ପରି ବ୍ୟାଧର ହାତରୁ, ପକ୍ଷୀ ପରି ଜାଲିଆର ହାତରୁ ଉଦ୍ଧାର କର।
Gba ara rẹ sílẹ̀, bí abo èsúró kúrò lọ́wọ́ ọdẹ, bí ẹyẹ kúrò nínú okùn àwọn pẹyẹpẹyẹ.
6 ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ।
Tọ èèrà lọ, ìwọ ọ̀lẹ; kíyèsi ìṣe rẹ̀, kí o sì gbọ́n!
7 ତାହାର ବିଚାରକର୍ତ୍ତା କିମ୍ବା ଅଧ୍ୟକ୍ଷ କିମ୍ବା ପ୍ରଭୁ କେହି ନ ଥିଲେ ହେଁ ସେ ଗ୍ରୀଷ୍ମକାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ,
Kò ní olùdarí, kò sí alábojútó tàbí ọba,
8 ପୁଣି, ଫସଲ ସମୟରେ ଆହାର ସଞ୍ଚୟ କରେ।
síbẹ̀, a kó ìpèsè rẹ̀ jọ ní àsìkò òjò yóò sì kó oúnjẹ rẹ̀ jọ ní àsìkò ìkórè.
9 ହେ ଅଳସୁଆ, ତୁମ୍ଭେ କେତେ କାଳ ଶୋଇ ରହିଥିବ? ତୁମ୍ଭେ କେତେବେଳେ ନିଦ୍ରା ଭାଙ୍ଗି ଉଠିବ?
Yóò ti pẹ́ tó tí ìwọ yóò dùbúlẹ̀, ìwọ ọ̀lẹ? Nígbà wo ni ìwọ yóò jí kúrò lójú oorun rẹ?
10 ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,
Oorun díẹ̀, òògbé díẹ̀, ìkáwọ́gbera láti sinmi díẹ̀.
11 ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭର ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।
Òsì yóò sì wá sórí rẹ bí ìgárá ọlọ́ṣà àti àìní bí adigunjalè.
12 ବେଲିଆଲ୍ ସନ୍ତାନ, ଅପରାଧୀ ମନୁଷ୍ୟ; ସେ ସର୍ବଦା କୁଟିଳ ମୁଖ କରି ଚାଲେ;
Ènìyànkénìyàn àti ènìyàn búburú, tí ń ru ẹnu àrékérekè káàkiri,
13 ସେ ଆଖିରେ ଠାରଇ, ସେ ଗୋଡ଼ରେ କଥା କହଇ, ସେ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ;
tí ó ń ṣẹ́jú pàkòpàkò, ó ń fi ẹsẹ̀ rẹ̀ sọ̀rọ̀ ó sì ń fi ìka ọwọ́ rẹ̀ júwe,
14 ତାହାର ଅନ୍ତଃକରଣରେ କୁଟିଳତା ଥାଏ, ସେ ସର୍ବଦା ଅନିଷ୍ଟ ଚିନ୍ତା କରେ; ସେ କଳିର ବୀଜ ବୁଣେ।
tí ó ń pète búburú pẹ̀lú ẹ̀tàn nínú ọkàn rẹ̀ ìgbà gbogbo ni ó máa ń dá ìjà sílẹ̀.
15 ଏଣୁ ତାହାର ବିପଦ ହଠାତ୍‍ ଉପସ୍ଥିତ ହେବ, ପୁଣି, ସେ ପ୍ରତିକାର ବିନା ଅକସ୍ମାତ୍‍ ଭଗ୍ନ ହେବ।
Nítorí náà ìdààmú yóò dé bá a ní ìṣẹ́jú akàn; yóò parun lójijì láìsí àtúnṣe.
16 ଛଅଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି; ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ।
Àwọn ohun mẹ́fà wà tí Olúwa kórìíra, ohun méje ní ó jẹ́ ìríra sí i,
17 ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ ଜିହ୍ୱା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ;
Ojú ìgbéraga, ahọ́n tó ń parọ́ ọwọ́ tí ń ta ẹ̀jẹ̀ aláìṣẹ̀ sílẹ̀,
18 ଅନିଷ୍ଟ ଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ;
ọkàn tí ń pète ohun búburú, ẹsẹ̀ tí ó yára láti sáré sínú ìwà ìkà,
19 ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ।
ajẹ́rìí èké tí ń tú irọ́ jáde lẹ́nu àti ènìyàn tí ń dá ìjà sílẹ̀ láàrín àwọn ọmọ ìyá kan.
20 ହେ ମୋହର ପୁତ୍ର, ତୁମ୍ଭେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି, ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ।
Ọmọ mi, pa àṣẹ baba rẹ mọ́ má sì ṣe kọ ẹ̀kọ́ ìyá rẹ sílẹ̀.
21 ତାହା ସର୍ବଦା ତୁମ୍ଭ ହୃଦୟରେ ବାନ୍ଧି ରଖ, ଆପଣା ଗଳଦେଶରେ ବାନ୍ଧ।
Jẹ́ kí wọn wà nínú ọkàn rẹ láéláé so wọ́n mọ́ ọrùn rẹ.
22 ତୁମ୍ଭେ ଚାଲିବା ବେଳେ ତାହା ତୁମ୍ଭକୁ ପଥ ଦେଖାଇବ, ଆଉ ଶୋଇବା ବେଳେ ତାହା ତୁମ୍ଭର ପ୍ରହରୀ ହେବ; ତୁମ୍ଭେ ଜାଗିବା ବେଳେ ତାହା ତୁମ୍ଭ ସଙ୍ଗେ ଆଳାପ କରିବ।
Nígbà tí ìwọ bá ń rìn, wọn yóò ṣe amọ̀nà rẹ; nígbà tí ìwọ bá sùn, wọn yóò máa ṣe olùṣọ́ rẹ; nígbà tí o bá jí, wọn yóò bá ọ sọ̀rọ̀.
23 ଯେହେତୁ ସେହି ଆଜ୍ଞା ପ୍ରଦୀପ ଓ ସେହି ଆଦେଶ ଆଲୁଅ; ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ;
Nítorí àwọn àṣẹ yìí jẹ́ fìtílà, ẹ̀kọ́ yìí jẹ́ ìmọ́lẹ̀, àti ìtọ́nisọ́nà ti ìbáwí ni ọ̀nà sí ìyè.
24 ସେ ତୁମ୍ଭକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପରସ୍ତ୍ରୀର ଜିହ୍ୱାର ଚାଟୁବାଦରୁ ରକ୍ଷା କରିବ।
Yóò pa ọ́ mọ́ kúrò lọ́wọ́ obìnrin búburú, kúrò lọ́wọ́ ẹnu dídùn obìnrin àjèjì.
25 ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ; ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ।
Má ṣe ṣe ìfẹ́kúfẹ̀ẹ́ si nínú ọkàn rẹ nítorí ẹwà rẹ tàbí kí o jẹ́ kí ó fi ojú rẹ̀ fà ọ́ mọ́ra.
26 ଯେହେତୁ ବେଶ୍ୟା ସକାଶୁ ଅନ୍ନ-ଅଭାବ ଘଟେ, ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ମହାମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରେ।
Nítorí pé nípasẹ̀ àgbèrè obìnrin ni ènìyàn fi ń di oníṣù-àkàrà kan, ṣùgbọ́n àyà ènìyàn a máa wá ìyè rẹ̀ dáradára.
27 କେହି ଯେବେ ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କʼଣ ପୋଡ଼ି ଯିବ ନାହିଁ?
Ǹjẹ́ ọkùnrin ha le è gbé iná lé orí itan kí aṣọ rẹ̀ má sì jóná?
28 ଅବା କେହି ଯେବେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କʼଣ ଫୋଟକା ହେବ ନାହିଁ?
Ǹjẹ́ ènìyàn le è máa rìn lórí iná? Kí ẹsẹ̀ rẹ̀ sì má jóná?
29 ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ; ଯେ ତାହାକୁ ଛୁଏଁ, ସେ ଅଦଣ୍ଡିତ ନୋହିବ।
Bẹ́ẹ̀ ni ẹni tí ń lọ sùn pẹ̀lú aya aláya; kò sí ẹni tí ó fọwọ́ kàn án tí yóò lọ láìjìyà.
30 ଚୋର କ୍ଷୁଧିତ ହୋଇ ପ୍ରାଣରକ୍ଷାର୍ଥେ ଯଦି ଚୋରି କରେ, ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ।
Àwọn ènìyàn kì í kẹ́gàn olè tí ó bá jalè nítorí àti jẹun nígbà tí ebi bá ń pa á.
31 ମାତ୍ର ସେ ଧରା ପଡ଼ିଲେ, ତାକୁ ସାତ ଗୁଣ ଫେରାଇ ଦେବାକୁ ହେବ; ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ପଡ଼ିବ।
Síbẹ̀ bí ọwọ́ bá tẹ̀ ẹ́, ó gbọdọ̀ san ìlọ́po méje bí ó tilẹ̀ kó gbogbo ohun tó ní nílé tà.
32 ଜଣେ ବ୍ୟଭିଚାରୀ ପୁରୁଷ ନିତାନ୍ତ ନିର୍ବୋଧ; ଯେ ନିଜ ପ୍ରାଣନାଶ କରିବ, ସେ ହିଁ ତାହା କରେ।
Ṣùgbọ́n ẹni tí ń ṣe àgbèrè kò nírònú; ẹnikẹ́ni tí ó bá ń ṣe bẹ́ẹ̀ ó ń pa ara rẹ̀ run ni.
33 ସେ ଆଘାତ ଓ ଅପମାନ ପାଇବ; ପୁଣି, ତାହାର କଳଙ୍କ ମାର୍ଜିତ ହେବ ନାହିଁ।
Ìfarapa àti ìtìjú ni tirẹ̀, ẹ̀gàn rẹ̀ kì yóò sì kúrò láéláé.
34 ଯେହେତୁ ସ୍ତ୍ରୀ ବିଷୟକ ଈର୍ଷା ମନୁଷ୍ୟର ପ୍ରଚଣ୍ଡ କ୍ରୋଧର ବିଷୟ; ପ୍ରତିହିଂସା କରିବା ବେଳେ ସେ କିଛି କ୍ଷମା କରିବ ନାହିଁ।
Nítorí owú yóò ru ìbínú ọkọ sókè, kì yóò sì ṣàánú nígbà tí ó bá ń gbẹ̀san.
35 ସେ କୌଣସି ପ୍ରାୟଶ୍ଚିତ୍ତକୁ ଗ୍ରାହ୍ୟ କରିବ ନାହିଁ; କିଅବା ତୁମ୍ଭେ ବହୁତ ଲାଞ୍ଚ ଦେଲେ ହେଁ ସେ ମାନିବ ନାହିଁ।
Kò nígbà nǹkan kan bí ohun ìtánràn; yóò kọ àbẹ̀tẹ́lẹ̀, bí ó ti wù kí ó pọ̀ tó.

< ହିତୋପଦେଶ 6 >