< ହିତୋପଦେଶ 31 >

1 ଲମୂୟେଲ ରାଜାର କଥା: ଅର୍ଥାତ୍‍, ତାହାର ମାତା ତାହାକୁ ଯାହା ଶିଖାଇଥିଲା, ସେହି ଭାରୋକ୍ତି।
Àwọn ọ̀rọ̀-ìjìnlẹ̀ ti Lemueli ọba, ọ̀rọ̀ ẹ̀kọ́ tí ìyá rẹ̀ kọ́ ọ,
2 ହେ ମୋହର ପୁତ୍ର, ହେ ମୋʼ ଗର୍ଭର ପୁତ୍ର, ହେ ମୋʼ ମାନତର ପୁତ୍ର, କଅଣ କହିବି?
“Gbọ́ ìwọ ọmọ mi, gbọ́ ìwọ ọmọ inú mi! Gbọ́ ìwọ ọmọ ẹ̀jẹ́ mi.
3 ତୁମ୍ଭେ ସ୍ତ୍ରୀଲୋକଙ୍କୁ ଆପଣା ବଳ ଦିଅ ନାହିଁ, ଅବା ରାଜାମାନେ ଯହିଁରେ ବିନଷ୍ଟ ହୁଅନ୍ତି, ତହିଁରେ ଗତି କର ନାହିଁ।
Má ṣe lo agbára rẹ lórí obìnrin, okun rẹ lórí àwọn tí ó pa àwọn ọba run.
4 ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ ନୁହେଁ, ରାଜାମାନଙ୍କର ଉଚିତ ନୁହେଁ; କିଅବା ମଦ୍ୟ କାହିଁ ବୋଲି କହିବା ଭୂପତିମାନଙ୍କର ଉଚିତ ନୁହେଁ।
“Kì í ṣe fún àwọn ọba, ìwọ Lemueli, kì í ṣe fún ọba láti mu ọtí wáìnì, kì í ṣe fún alákòóso láti máa wá ọtí líle,
5 ସେମାନେ ପାନ କଲେ, ବ୍ୟବସ୍ଥା ପାସୋରି ଦୁଃଖୀସନ୍ତାନ ସମସ୍ତଙ୍କର ବିଚାର ବିପରୀତ କରିବେ।
kí wọn má ba à mu ọtí yó kí wọn sì gbàgbé ohun tí òfin wí, kí wọn sì fi ẹ̀tọ́ àwọn tí ara ń ni dù wọ́n.
6 ମୃତକଳ୍ପ ଲୋକକୁ ମଦ୍ୟ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।
Fi ọtí líle fún àwọn tí ń ṣègbé wáìnì fún àwọn tí ó wà nínú ìrora.
7 ସେ ଲୋକ ପାନ କରି ଆପଣା ଦରିଦ୍ରତା ପାସୋରୁ ଓ ଆପଣା କ୍ଳେଶ ଆଉ ମନରେ ନ କରୁ।
Jẹ́ kí wọn mu ọtí kí wọn sì gbàgbé òsì wọn kí wọn má sì rántí òsì wọn mọ́.
8 ଘୁଙ୍ଗା ଲୋକଙ୍କ ପକ୍ଷରେ, ସମସ୍ତ ଅନାଥଙ୍କ ପକ୍ଷରେ, ଆପଣା ମୁଖ ଫିଟାଅ।
“Sọ̀rọ̀ lórúkọ àwọn tí kò le sọ̀rọ̀ fúnra wọn fún ẹ̀tọ́ àwọn ẹni tí ń parun.
9 ମୁଖ ଫିଟାଇ ଯଥାର୍ଥ ବିଚାର କର, ପୁଣି, ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।
Sọ̀rọ̀ kí o sì ṣe ìdájọ́ àìṣègbè jà fún ẹ̀tọ́ àwọn tálákà àti aláìní.”
10 ଗୁଣବତୀ ସ୍ତ୍ରୀ କିଏ ପାଇ ପାରେ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ।
Ta ni ó le rí aya oníwà rere? Ó níye lórí ju iyùn lọ.
11 ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ।
Ọkọ rẹ̀ ní ìgbẹ́kẹ̀lé púpọ̀ nínú rẹ̀ kò sì ṣí ìwà rere tí kò pé lọ́wọ́ rẹ̀.
12 ସେ ଜୀବନଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ।
Ire ní ó ń ṣe fún un, kì í ṣe ibi ní gbogbo ọjọ́ ayé rẹ̀.
13 ସେ ମେଷଲୋମ ଓ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ।
Ó sa aṣọ irun àgùntàn olówùú àti ọ̀gbọ̀ Ó sì ṣiṣẹ́ pẹ̀lú ìyárí.
14 ସେ ବାଣିଜ୍ୟ-ଜାହାଜ ତୁଲ୍ୟ; ସେ ଦୂରରୁ ଆପଣା ଆହାର ଆଣେ।
Ó dàbí ọkọ̀ ojú omi tí àwọn oníṣòwò; ó ń gbé oúnjẹ rẹ̀ wá láti ọ̀nà jíjìn.
15 ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରେ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ।
Ó dìde nígbà tí òkùnkùn sì kùn; ó ṣe oúnjẹ fún ìdílé rẹ̀ àti ìpín oúnjẹ fún àwọn ìránṣẹ́bìnrin rẹ̀.
16 ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ, ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।
Ó kíyèsi oko kan, ó sì rà á; nínú ohun tí ó ń wọlé fún un ó gbin ọgbà àjàrà rẹ̀.
17 ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ।
Ó bẹ̀rẹ̀ iṣẹ́ rẹ̀ tagbára tagbára apá rẹ̀ le koko fún iṣẹ́.
18 ଆପଣା ବ୍ୟାପାର ଯେ ଲାଭଜନକ, ଏହା ସେ ବୁଝେ; ପୁଣି, ରାତ୍ରିକାଳରେ ତାହାର ପ୍ରଦୀପ ଲିଭିଯାଏ ନାହିଁ।
Ó rí i pé òwò òun pé fìtílà rẹ̀ kì í sì í kú ní òru.
19 ସେ ଚରଖାକୁ ହାତ ବଢ଼ାଏ, ପୁଣି, ତାହାର ହସ୍ତ ତାକୁଡ଼ି ଧରେ।
Ní ọwọ́ rẹ̀, ó di kẹ̀kẹ́ òwú mú ó sì na ọwọ́ rẹ̀ di ìrànwú mú.
20 ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ।
O la ọwọ́ rẹ̀ sí àwọn tálákà ó sì na ọwọ́ rẹ̀ sí àwọn aláìní.
21 ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ; ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂର ବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି।
Nígbà tí òjò-dídì rọ̀, kò bẹ̀rù nítorí ìdílé rẹ̀ nítorí gbogbo wọn ni ó wọ aṣọ tí ó nípọn.
22 ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ, ପୁଣି, ସେ ଶୁଭ୍ର କ୍ଷୌମବସ୍ତ୍ର ଓ ଧୂମ୍ରବର୍ଣ୍ଣ ବସ୍ତ୍ର ପିନ୍ଧେ।
Ó ṣe aṣọ títẹ́ fún ibùsùn rẹ̀; ẹ̀wù dáradára àti elése àlùkò ni aṣọ rẹ̀.
23 ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର-ଦ୍ୱାରରେ ବସିବା ବେଳେ ଚିହ୍ନାଯାଏ।
A bọ̀wọ̀ fún ọkọ rẹ̀ ní ẹnu ibodè ìlú níbi tí ó ń jókòó láàrín àwọn àgbàgbà ìlú.
24 ସେ ସୂକ୍ଷ୍ମ ବସ୍ତ୍ର ପ୍ରସ୍ତୁତ କରି ବିକ୍ରୟ କରେ, ପୁଣି, ବଣିକମାନଙ୍କ ହସ୍ତରେ କଟିବନ୍ଧନ ସମର୍ପଣ କରେ।
Ó ń ṣe àwọn aṣọ dáradára ó sì ń tà wọ́n ó sì ń kó ọjà fún àwọn oníṣòwò.
25 ବଳ ଓ ଶୋଭା ତାହାର ବସ୍ତ୍ର ସ୍ୱରୂପ; ପୁଣି, ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ।
Agbára àti ọlá ni ó wò ọ́ láṣọ ó le fi ọjọ́ iwájú rẹ́rìn-ín.
26 ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ।
A sọ̀rọ̀ pẹ̀lú ọgbọ́n ìkọ́ni òtítọ́ sì ń bẹ létè e rẹ̀
27 ସେ ଆପଣା ପରିବାରର ଆଚରଣରେ ମନୋଯୋଗ କରେ, ପୁଣି, ଆଳସ୍ୟର ଆହାର ଖାଏ ନାହିଁ।
Ó ń bojútó gbogbo ètò ilé rẹ̀ kì í sì í jẹ oúnjẹ ìmẹ́lẹ́.
28 ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ;
Àwọn ọmọ rẹ̀ dìde wọ́n sì pè é ní alábùkún ọkọ rẹ̀ pẹ̀lú ń gbóríyìn fún un.
29 “ଅନେକ କନ୍ୟା ଗୁଣ ଦେଖାଇଅଛନ୍ତି, ମାତ୍ର ତୁମ୍ଭେ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ।”
“Ọ̀pọ̀lọpọ̀ obìnrin ní ń ṣe nǹkan ọlọ́lá ṣùgbọ́n ìwọ ju gbogbo wọn lọ.”
30 ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ।
Ojú dáradára a máa tan ni, ẹwà sì jẹ́ asán nítorí obìnrin tí ó bẹ̀rù Olúwa yẹ kí ó gba oríyìn.
31 ତାହାର ହାତର ଫଳ ତାହାକୁ ଦିଅ, ପୁଣି, ତାହାର ନିଜ କର୍ମ ନଗର-ଦ୍ୱାରରେ ତାହାର ପ୍ରଶଂସା କରୁ।
Sì fún un ní èrè tí ó tọ́ sí i kí o sì jẹ́ kí iṣẹ́ rẹ̀ fún un ní ìyìn ní ẹnu ibodè ìlú.

< ହିତୋପଦେଶ 31 >