< ହିତୋପଦେଶ 24 >
1 ତୁମ୍ଭେ ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ, ପୁଣି, ସେମାନଙ୍କର ସଙ୍ଗୀ ହେବାକୁ ବାଞ୍ଛା କର ନାହିଁ।
Má ṣe ṣe ìlara àwọn ènìyàn búburú má ṣe jẹ́ kí àwùjọ wọn wù ọ́;
2 କାରଣ ସେମାନଙ୍କ ଅନ୍ତଃକରଣ ଦୌରାତ୍ମ୍ୟ କଳ୍ପନା କରେ, ପୁଣି, ସେମାନଙ୍କ ଓଷ୍ଠ ଅନିଷ୍ଟ କଥା କହେ।
nítorí ọkàn wọn ń gbèrò ohun búburú, ètè wọn sì ń sọ̀rọ̀ nípa dídá rúgúdù sílẹ̀.
3 ଜ୍ଞାନରେ ଗୃହ ନିର୍ମିତ ହୁଏ ଓ ବୁଦ୍ଧିରେ ତାହା ସ୍ଥିର ହୁଏ;
Nípa ọgbọ́n ni ilé di kíkọ́ nípa òye sì ni ó ti fìdímúlẹ̀;
4 ଜ୍ଞାନରେ ତାହାର କୋଠରିସବୁ ବହୁମୂଲ୍ୟ ଓ ମନୋରମ ବସ୍ତୁରେ ପରିପୂର୍ଣ୍ଣ ହୁଏ।
nípa ìmọ̀ ni àwọn yàrá rẹ̀ kún pẹ̀lú àwọn ohun ọ̀ṣọ́ tí ó lẹ́wà tí ó sì ṣọ̀wọ́n.
5 ଜ୍ଞାନବାନ ଲୋକ ବଳବାନ, ପୁଣି, ବିଦ୍ୱାନ୍ ଲୋକ ବଳ ବଢ଼ାଏ।
Ọlọ́gbọ́n ènìyàn ní agbára púpọ̀, ènìyàn tí ó ní ìmọ̀ sì ń ní agbára sí i.
6 ଅବଶ୍ୟ ତୁମ୍ଭେ ଭଲ ପରାମର୍ଶ ଘେନି ଆପଣା ଯୁଦ୍ଧ କରିବ; ଆଉ, ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ।
Láti jagun, ó nílò ìtọ́sọ́nà: nínú ìṣẹ́gun ni ọ̀pọ̀ onígbìmọ̀.
7 ଅଜ୍ଞାନ ପ୍ରତି ଜ୍ଞାନ ଅତି ଉଚ୍ଚ; ସେ ନଗର-ଦ୍ୱାରରେ ଆପଣା ମୁଖ ଫିଟାଏ ନାହିଁ।
Ọgbọ́n ga ju fún aṣiwèrè àti gbọ̀ngàn ìlú níbi ibodè kò ní ohun tí yóò wí.
8 ଯେଉଁ ଲୋକ ମନ୍ଦ କରିବାକୁ ଚିନ୍ତା କରେ, ଲୋକମାନେ ତାହାକୁ କୁସନ୍ଧାନୀ ବୋଲି କହିବେ।
Ẹni tí ń pète ibi ni a ó mọ̀ bí ènìyàn ibi.
9 ଅଜ୍ଞାନର ସଂକଳ୍ପ ପାପଯୁକ୍ତ; ପୁଣି, ନିନ୍ଦକ ମନୁଷ୍ୟମାନଙ୍କ ନିକଟରେ ଘୃଣିତ।
Ète òmùgọ̀ ènìyàn jẹ́ ẹ̀ṣẹ̀, àwọn ènìyàn sì kórìíra ẹlẹ́gàn.
10 ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ।
Bí ìwọ bá dákú lásìkò ìdààmú báwo ni agbára rẹ ha ti kéré tó!
11 ମୃତ୍ୟୁୁ ନିମନ୍ତେ ନିଆଯିବା ଲୋକମାନଙ୍କୁ ଉଦ୍ଧାର କର ଓ ହତ ହେବା ନିମନ୍ତେ ଉଦ୍ୟତ ଲୋକମାନଙ୍କୁ ରକ୍ଷା କରିବା ପାଇଁ କ୍ଷାନ୍ତ ହୁଅ ନାହିଁ।
Gba àwọn tí a ń wọ́ lọ sí ibi ikú là; fa àwọn tó ń ta gbọ̀nọ́ngbọ̀nọ́n lọ sí ibi ìparun padà.
12 ଯଦି ତୁମ୍ଭେ କୁହ, ଦେଖ, ଆମ୍ଭେମାନେ ଏହା ଜାଣି ନାହୁଁ, ତେବେ ଅନ୍ତଃକରଣ ତୌଲିବା କର୍ତ୍ତା କʼଣ ତାହା ବୁଝନ୍ତି ନାହିଁ? ପୁଣି, ତୁମ୍ଭ ପ୍ରାଣର ରକ୍ଷାକର୍ତ୍ତା କʼଣ ତାହା ଜାଣନ୍ତି ନାହିଁ? ଆଉ, ସେ କʼଣ ପ୍ରତି ଜଣକୁ ଆପଣା କର୍ମାନୁସାରେ ପ୍ରତିଫଳ ଦେବେ ନାହିଁ?
Bí ìwọ bá wí pé, “Ṣùgbọ́n a kò mọ nǹkan kan nípa èyí,” ǹjẹ́ ẹni tí ń díwọ̀n ọkàn kò kíyèsi i? Ǹjẹ́ ẹni tí ń ṣọ́ ẹ̀mí rẹ kò mọ̀ ọ́n? Ǹjẹ́ kò ní san án fún ẹnìkọ̀ọ̀kan gẹ́gẹ́ bí ohun tí ó ti ṣe?
13 ହେ ମୋହର ପୁତ୍ର, ତୁମ୍ଭେ ମଧୁ ଖାଅ, ଯେହେତୁ ତାହା ଭଲ; ପୁଣି, ମଧୁଚାକ ଖାଅ, ଯେହେତୁ ତାହା ତୁମ୍ଭ ତୁଣ୍ଡକୁ ସୁସ୍ୱାଦୁ ଲାଗିବ।
Jẹ oyin, ìwọ ọmọ mi, nítorí tí ó dára, oyin láti inú afárá oyin dùn lẹ́nu.
14 ଜ୍ଞାନ ତୁମ୍ଭ ପ୍ରାଣ ପ୍ରତି ସେହି ପ୍ରକାର ବୋଲି ତୁମ୍ଭେ ଜାଣିବ; ତୁମ୍ଭେ ତାହା ପାଇଲେ, ପୁରସ୍କାର ଥିବାରୁ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।
Mọ̀ pẹ̀lú pé ọgbọ́n pẹ̀lú dùn fún ọkàn rẹ bí ìwọ bá rí i ìrètí ọjọ́ iwájú wà fún ọ ìrètí rẹ kì yóò sì já ṣófo.
15 ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଛକି ବସ ନାହିଁ; ତାହାର ବିଶ୍ରାମ-ସ୍ଥାନ ଲୁଟ କର ନାହିଁ।
Má ṣe ba ní ibùba bí ènìyàn búburú láti gba ibùjókòó olódodo, má ṣe fi ibi ìsinmi rẹ̀ ṣe ìjẹ;
16 ଯେଣୁ ଧାର୍ମିକ ସାତ ଥର ପଡ଼ିଲେ ହେଁ ପୁନର୍ବାର ଉଠେ; ମାତ୍ର ଦୁଷ୍ଟମାନେ ବିପଦରେ ଝୁଣ୍ଟି ପଡ଼ନ୍ତି।
nítorí bí olódodo ènìyàn bá tilẹ̀ ṣubú ní ìgbà méje, yóò tún padà dìde sá á ni, ṣùgbọ́n ìdààmú yóò fa ènìyàn búburú lulẹ̀.
17 ତୁମ୍ଭର ଶତ୍ରୁ ପତିତ ହେଲେ ଆନନ୍ଦ କର ନାହିଁ, ମଧ୍ୟ ସେ ଝୁଣ୍ଟି ପଡ଼ିଲେ, ତୁମ୍ଭର ଚିତ୍ତ ହୃଷ୍ଟ ନ ହେଉ;
Má ṣe yọ̀ nígbà tí ọ̀tá rẹ bá ṣubú; nígbà tí ó bá kọsẹ̀, má ṣe jẹ́ kí ọkàn rẹ kí ó yọ̀.
18 କେଜାଣି ସଦାପ୍ରଭୁ ତାହା ଦେଖି ଅସନ୍ତୁଷ୍ଟ ହୁଅନ୍ତି ଓ ତାହାଠାରୁ ଆପଣା କ୍ରୋଧ ଫେରାନ୍ତି।
Àìṣe bẹ́ẹ̀ Olúwa yóò rí i yóò sì bínú yóò sì yí ìbínú rẹ̀ padà kúrò lọ́dọ̀ rẹ̀.
19 ମନ୍ଦକର୍ମକାରୀମାନଙ୍କ ସକାଶୁ ବିରକ୍ତ ହୁଅ ନାହିଁ; ପୁଣି, ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ।
Má ṣe fòyà nítorí àwọn ènìyàn ibi tàbí jowú àwọn ènìyàn búburú,
20 କାରଣ ମନ୍ଦ ଲୋକର କୌଣସି ପୁରସ୍କାର ହେବ ନାହିଁ ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।
nítorí ẹni ibi kò ní ìrètí ọjọ́ iwájú a ó sì pa fìtílà àwọn ènìyàn búburú kú.
21 ହେ ମୋହର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର, ପୁଣି, ଚଞ୍ଚଳମତିମାନଙ୍କ ସଙ୍ଗରେ ଲିପ୍ତ ହୁଅ ନାହିଁ।
Bẹ̀rù Olúwa àti ọba, ọmọ mi, má sì ṣe darapọ̀ pẹ̀lú àwọn olórí kunkun.
22 କାରଣ ହଠାତ୍ ସେମାନଙ୍କର ବିପଦ ଘଟିବ; ପୁଣି, ସେହି ଉଭୟର ସଂହାର କିଏ ଜାଣେ?
Nítorí àwọn méjèèjì yóò rán ìparun òjijì sórí wọn, ta ni ó sì mọ irú ìyọnu tí wọ́n lè mú wá?
23 ଏସବୁ ମଧ୍ୟ ଜ୍ଞାନୀମାନଙ୍କ କଥା। ବିଚାରରେ ମନୁଷ୍ୟର ମୁଖାପେକ୍ଷା କରିବା ଭଲ ନୁହେଁ।
Àwọn wọ̀nyí pẹ̀lú tún jẹ́ ọ̀rọ̀ ọlọ́gbọ́n: láti ṣe ojúsàájú níbi ìdájọ́ kò dára rárá.
24 ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ, ତାହାକୁ ଲୋକେ ଅଭିଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ।
Ẹnikẹ́ni tí ó wí fún ẹlẹ́bi pé, “Ìwọ lo jàre,” àwọn ènìyàn yóò ṣẹ́ èpè fún un àwọn orílẹ̀-èdè yóò sì kọ̀ ọ́.
25 ମାତ୍ର ଯେଉଁମାନେ ତାହାକୁ ଅନୁଯୋଗ କରନ୍ତି, ସେମାନଙ୍କର ଆନନ୍ଦ ହେବ; ପୁଣି, ଉତ୍ତମ ଆଶୀର୍ବାଦ ସେମାନଙ୍କ ଉପରେ ବର୍ତ୍ତେ।
Ṣùgbọ́n yóò dára fún àwọn tí ń dá ẹlẹ́bi lẹ́bi, ọ̀pọ̀ ìbùkún yóò sì wá sórí wọn.
26 ଯେ ଯଥାର୍ଥ ଉତ୍ତର ଦିଏ, ସେ ଓଷ୍ଠାଧର ଚୁମ୍ବନ କରେ।
Ìdáhùn òtítọ́ dàbí ìfẹnukoni ní ẹnu.
27 ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର, କ୍ଷେତ୍ରରେ ଆପଣା ନିମନ୍ତେ ତାହା ପ୍ରସ୍ତୁତ କର; ତହିଁ ଉତ୍ତାରେ ଆପଣା ଗୃହ ନିର୍ମାଣ କର।
Parí gbogbo iṣẹ́ ajé rẹ sì rí i pé oko rẹ ti ṣe dáradára; lẹ́yìn náà kọ́ ilé rẹ.
28 ଅକାରଣରେ ତୁମ୍ଭ ପ୍ରତିବାସୀ ବିପକ୍ଷରେ ସାକ୍ଷୀ ହୁଅ ନାହିଁ ଓ ତୁମ୍ଭ ଓଷ୍ଠ ଦ୍ୱାରା ପ୍ରତାରଣା କର ନାହିଁ।
Má ṣe rojọ́ èké mọ́ aládùúgbò rẹ láìnídìí, tàbí kí o fi ètè rẹ tannijẹ.
29 “ସେ ମୋʼ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏରୂପ କୁହ ନାହିଁ।”
Má ṣe wí pé, “Èmi yóò ṣe é fún un gẹ́gẹ́ bí ó ti ṣe fún mi; Èmi yóò san ohun tí ó ṣe fún mi padà fún un.”
30 ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ନିକଟ ଦେଇ ଗଲି।
Mo kọjá níbi oko ọ̀lẹ, mo kọjá níbi ọgbà àjàrà aláìgbọ́n ènìyàn;
31 ପୁଣି, ଦେଖ, ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି ଓ ବିଛୁଆତି ତହିଁ ଉପରେ ବ୍ୟାପ୍ତ ଅଛି, ତହିଁର ପଥର ପାଚେରୀସବୁ ଭଗ୍ନ ହୋଇଅଛି।
ẹ̀gún ti hù ní ibi gbogbo, koríko ti gba gbogbo oko náà.
32 ତହୁଁ ମୁଁ ଅନାଇଲି, ପୁଣି, ମନୋଯୋଗ କଲି; ମୁଁ ଦେଖିଲି ଓ ଉପଦେଶ ପାଇଲି।
Mo fi ọkàn mi sí nǹkan tí mo kíyèsi mo sì kẹ́kọ̀ọ́ lára ohun tí mo rí;
33 ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,
oorun díẹ̀, òògbé díẹ̀, ìkáwọ́gbera díẹ̀ láti sinmi,
34 ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭ ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।
òsì yóò sì dé bá ọ bí adigunjalè àti àìní bí olè.