< ହିତୋପଦେଶ 22 >

1 ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି, ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ।
Yíyan orúkọ rere sàn ju púpọ̀ ọrọ̀ lọ, àti ojúrere dára ju fàdákà àti wúrà lọ.
2 ଧନବାନ ଓ ଦରିଦ୍ର ଏକତ୍ର ମିଳନ୍ତି; ସଦାପ୍ରଭୁ ସେସମସ୍ତଙ୍କର ସୃଷ୍ଟିକର୍ତ୍ତା।
Ọlọ́rọ̀ àti tálákà péjọpọ̀: Olúwa ni ẹlẹ́dàá gbogbo wọn.
3 ଚତୁର ଲୋକ ବିପଦ ଦେଖି ଆପଣାକୁ ଲୁଚାଏ; ମାତ୍ର ଅବୋଧ ଲୋକମାନେ ଆଗ ବଢ଼ି ଶାସ୍ତି ପାଆନ୍ତି।
Ọlọ́gbọ́n ènìyàn ti rí ibi tẹ́lẹ̀, ó ṣé ara rẹ̀ mọ́: ṣùgbọ́n àwọn òpè tẹ̀síwájú, a sì jẹ wọ́n ní yà.
4 ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
Èrè ìrẹ̀lẹ̀ àti ìbẹ̀rù Olúwa ni ọrọ̀ ọlá, àti ìyè.
5 କୁଟିଳ ଲୋକମାନଙ୍କ ପଥରେ କଣ୍ଟା ଓ ଫାନ୍ଦ ଥାଏ; ଯେ ଆପଣା ପ୍ରାଣ ରକ୍ଷା କରେ, ସେ ସେସବୁରୁ ଦୂରରେ ରହିବ।
Ègún àti ìdẹ̀kùn ń bẹ ní ọ̀nà aláyídáyidà: ẹni tí ó bá pa ọkàn rẹ̀ mọ́ yóò jìnnà sí wọn.
6 ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।
Tọ́ ọmọdé ní ọ̀nà tí yóò tọ̀: nígbà tí ó bá dàgbà, kì yóò kúrò nínú rẹ̀.
7 ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଋଣୀ ମହାଜନର ଦାସ ହୁଏ।
Ọlọ́rọ̀ ṣe olórí olùpọ́njú, ajigbèsè sì ṣe ìránṣẹ́ fún ẹni tí a jẹ ní gbèsè.
8 ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଓ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।
Ẹni tí ó bá fúnrúgbìn ẹ̀ṣẹ̀, yóò ká asán: ọ̀pá ìbínú rẹ̀ yóò kùnà.
9 ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ; ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।
Ẹni tí ó ní ojú àánú ni a ó bùkún fún; nítorí tí ó fi nínú oúnjẹ rẹ̀ fún olùpọ́njú.
10 ନିନ୍ଦକକୁ ବାହାର କରିଦିଅ, ତହିଁରେ କଳି ବାହାରି ଯିବ; ପୁଣି, ବିରୋଧ ଓ ଅପମାନ ନିବୃତ୍ତ ହେବ।
Lé ẹlẹ́gàn sí ìta, ìjà yóò sì jáde; nítòótọ́ ìjà àti ẹ̀gàn yóò dẹ́kun.
11 ଯେଉଁ ଲୋକ ହୃଦୟର ଶୁଚିତା ଭଲ ପାଏ, ଯାହାର ଓଷ୍ଠ ଅନୁଗ୍ରହଯୁକ୍ତ, ରାଜା ତାହାର ବନ୍ଧୁ ହେବ।
Ẹni tí ó fẹ́ ìwà funfun ti àyà, tí ó sì ń sọ̀rọ̀ iyì jáde, ọba yóò ṣe ọ̀rẹ́ rẹ̀.
12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ରକ୍ଷା କରେ; ମାତ୍ର ବିଶ୍ୱାସଘାତକର କଥା ସେ ଓଲଟାଇ ପକାନ୍ତି।
Ojú Olúwa pa ìmọ̀ mọ́, ó sì yí ọ̀rọ̀ olùrékọjá pò.
13 ଅଳସ ଲୋକ କହେ, ବାହାରେ ସିଂହ ଅଛି; ମୁଁ ସଡ଼କରେ ହତ ହେବି।
Ọ̀lẹ wí pé, “Kìnnìún ń bẹ lóde! Yóò pa mí ní ìgboro!”
14 ପରସ୍ତ୍ରୀର ମୁଖ ଗଭୀର ଖାତ, ସଦାପ୍ରଭୁଙ୍କ ଘୃଣିତ ଲୋକ ତହିଁରେ ପଡ଼ିବ।
Ẹnu àwọn àjèjì obìnrin, ihò jíjìn ni; ẹni tí a ń bínú sí láti ọ̀dọ̀ Olúwa wá ni yóò ṣubú sínú rẹ̀.
15 ପିଲାର ମନରେ ଅଜ୍ଞାନତା ବନ୍ଦ ଥାଏ, ପୁଣି, ଶାସନବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
Àyà ọmọdé ni ìwà wèrè dì sí; ṣùgbọ́n pàṣán ìtọ́ni ni yóò lé e jìnnà kúrò lọ́dọ̀ rẹ̀.
16 ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ; ପୁଣି, ଯେ ଧନୀକୁ ଦାନ କରେ, ତାହାକୁ କେବଳ ଅଭାବ ଘଟିବ।
Ẹni tó ń ni tálákà lára láti ní ọrọ̀, tí ó sì ń ta ọlọ́rọ̀ lọ́rẹ, yóò di aláìní bí ó ti wù kó rí. Gbọ́ ọ̀rọ̀ ọlọ́gbọ́n ènìyàn.
17 ତୁମ୍ଭେ ଆପଣା କର୍ଣ୍ଣ ଡେରି ଜ୍ଞାନବାନ‍ମାନଙ୍କ କଥା ଶୁଣ; ପୁଣି, ମୋʼ ବିଦ୍ୟାରେ ଆପଣା ମନ ଲଗାଅ।
Dẹtí rẹ sílẹ̀, kí o gbọ́ ọ̀rọ̀ àwọn ọlọ́gbọ́n, kí o sì fi àyà rẹ sí ẹ̀kọ́ mi.
18 ଯେହେତୁ ତୁମ୍ଭେ ତାହା ହୃଦୟରେ ରଖିଲେ ଓ ତୁମ୍ଭ ଓଷ୍ଠାଧର ସଙ୍ଗେ ତାହା ଏକତ୍ର ସଂଯୁକ୍ତ ହେଲେ, ଆହ୍ଲାଦଜନକ ହେବ।
Nítorí ohun dídùn ni bí ìwọ bá pa wọ́n mọ́ ní inú rẹ; nígbà tí a sì pèsè wọn tán ní ètè rẹ.
19 ସଦାପ୍ରଭୁଙ୍କଠାରେ ଯେପରି ତୁମ୍ଭର ନିର୍ଭର ରହିବ, ଏଥିପାଇଁ ମୁଁ ଆଜି ତୁମ୍ଭକୁ, ବିଶେଷ ରୂପେ ତୁମ୍ଭକୁ ଏହିସବୁ କଥା ଜଣାଇଲି।
Kí ìgbẹ́kẹ̀lé rẹ lè wà ní ti Olúwa, èmi fihàn ọ́ lónìí, àní fún ọ.
20 ତୁମ୍ଭକୁ ସତ୍ୟତାରୂପ ବାକ୍ୟର ନିଶ୍ଚୟତା ଜଣାଇବାକୁ, ପୁଣି, ଯେଉଁମାନେ ତୁମ୍ଭକୁ ପଠାନ୍ତି,
Èmi kò ha ti kọ̀wé ohun dáradára sí ọ ní ti ìmọ̀ràn àti ní ti ẹ̀kọ́,
21 ତୁମ୍ଭେ ଯେପରି ସେମାନଙ୍କୁ ସତ୍ୟ ଉତ୍ତର ଦେଇ ପାର, ଏଥିପାଇଁ ମୁଁ କʼଣ ତୁମ୍ଭ ପ୍ରତି ଯୁକ୍ତିରେ ଓ ବିଦ୍ୟାରେ ଉତ୍କୃଷ୍ଟ ବାକ୍ୟ ଲେଖି ନାହିଁ?
kí ó lè mú ọ mọ ìdájú ọ̀rọ̀ òtítọ́; kí ìwọ le máa fi ìdáhùn òtítọ́ fún àwọn tí ó rán ọ?
22 ଦୀନହୀନକୁ ଦୀନହୀନ ଜାଣି ତାହାର ଦ୍ରବ୍ୟ ହରଣ କର ନାହିଁ, ପୁଣି, ନଗର-ଦ୍ୱାରରେ ଦୁଃଖୀ ପ୍ରତି ଉପଦ୍ରବ କର ନାହିଁ।
Má ṣe ja tálákà ní olè, nítorí tí ó jẹ́ tálákà: bẹ́ẹ̀ ni kí o má sì ṣe ni olùpọ́njú lára ní ibodè,
23 ଯେହେତୁ ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ, ପୁଣି, ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।
nítorí Olúwa yóò gbèjà wọn, yóò sì gba ọkàn àwọn tí ń gba tiwọn náà.
24 ରାଗଶୀଳ ଲୋକ ସଙ୍ଗରେ ମିତ୍ରତା କର ନାହିଁ, ପୁଣି, କ୍ରୋଧୀ ଲୋକ ସହିତ ଗମନ କର ନାହିଁ।
Má ṣe bá oníbìínú ènìyàn ṣe ọ̀rẹ́; má sì ṣe bá ọkùnrin onínú-fùfù rìn.
25 କଲେ, ତୁମ୍ଭେ ଅବା ତାହାର ବାଟ ଶିକ୍ଷା କରି ଆପଣା ପ୍ରାଣ ପାଇଁ ଫାନ୍ଦ ପ୍ରସ୍ତୁତ କରିବ।
Kí ìwọ má ba à kọ́ ìwà rẹ̀, ìwọ a sì gba ìkẹ́kùn fún ara rẹ.
26 ଯେଉଁମାନେ ହାତରେ ତାଳି ଦିଅନ୍ତି ଅବା ଋଣୀର ଲଗା ହୁଅନ୍ତି, ସେମାନଙ୍କ ମଧ୍ୟରେ ତୁମ୍ଭେ ଜଣେ ହୁଅ ନାହିଁ।
Má ṣe wà nínú àwọn tí ń ṣe ìgbọ̀nwọ́, tàbí nínú àwọn tí ó dúró fún gbèsè.
27 ଯେବେ ପରିଶୋଧ କରିବାକୁ ତୁମ୍ଭର କିଛି ନ ଥାଏ, ତେବେ ସେ କାହିଁକି ତୁମ୍ଭ ତଳରୁ ତୁମ୍ଭର ଶଯ୍ୟା ନେଇଯିବ?
Bí ìwọ kò bá ní nǹkan tí ìwọ ó fi san, nítorí kín ni yóò ṣe gba ẹni rẹ kúrò lábẹ́ rẹ?
28 ତୁମ୍ଭର ପିତୃପୁରୁଷମାନେ ଯେଉଁ ପୁରାତନ ସୀମା ସ୍ଥାପନ କରିଅଛନ୍ତି, ତାହା ଘୁଞ୍ଚାଅ ନାହିଁ।
Má ṣe yẹ ààlà ilẹ̀ ìgbàanì, tí àwọn baba rẹ ti pa.
29 ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ। ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ।
Ìwọ ha rí ènìyàn tí ó ń fi àìṣe ìmẹ́lẹ́ ṣe iṣẹ́ rẹ̀? Òun yóò dúró níwájú àwọn ọba; òun kì yóò dúró níwájú àwọn ènìyàn lásán.

< ହିତୋପଦେଶ 22 >