< ହିତୋପଦେଶ 21 >

1 ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳପ୍ରଣାଳୀ ତୁଲ୍ୟ ଥାଏ; ସେ ଯେଉଁଆଡ଼େ ଇଚ୍ଛା, ସେଆଡ଼େ ତାହା ଫେରାନ୍ତି।
Ọkàn ọba ń bẹ lọ́wọ́ Olúwa; a máa darí rẹ̀ lọ ibi tí ó fẹ́ bí ipa omi.
2 ମନୁଷ୍ୟର ସବୁ ଗତି ଆପଣା ଦୃଷ୍ଟିରେ ଯଥାର୍ଥ, ମାତ୍ର ସଦାପ୍ରଭୁ ହୃଦୟସବୁ ତୌଲନ୍ତି।
Gbogbo ọ̀nà ènìyàn dàbí i pé ó dára lójú rẹ̀, ṣùgbọ́n, Olúwa ló ń díwọ̀n ọkàn.
3 ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଚାର ସଦାପ୍ରଭୁଙ୍କର ଅଧିକ ଗ୍ରାହ୍ୟ।
Ṣíṣe ohun tí ó dára tí ó sì tọ̀nà ó ṣe ìtẹ́wọ́gbà sí Olúwa ju ẹbọ lọ.
4 ଦୁଷ୍ଟ ଲୋକମାନଙ୍କ ପ୍ରଦୀପ ସ୍ୱରୂପ ଯେ ଅହଙ୍କାର-ଦୃଷ୍ଟି ଓ ଗର୍ବିତ ମନ, ତାହା ପାପଜନକ।
Ojú tí ó gbéga àti ọkàn ìgbéraga, ìmọ́lẹ̀ àwọn ènìyàn búburú, ẹ̀ṣẹ̀ ni!
5 କର୍ମଶୀଳର ସଂକଳ୍ପରୁ କେବଳ ପ୍ରଚୁରତା ଜନ୍ମେ ମାତ୍ର ପ୍ରତ୍ୟେକ ହଠାତ୍‍ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ।
Ètè àwọn olóye jásí èrè bí ìkánjú ṣe máa ń fa òsì kíákíá.
6 ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେତେଣେ ଚାଳିତ ବାଷ୍ପ ତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି, ସେମାନେ ମୃତ୍ୟୁୁ ଅନ୍ୱେଷଣ କରନ୍ତି।
Ìṣúra tí a kójọ nípasẹ̀ ahọ́n tí ń parọ́ jẹ́ ìrì lásán àti ìkẹ́kùn ikú.
7 ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ଉଡ଼ାଇ ଘେନିଯିବ; ଯେହେତୁ ସେମାନେ ନ୍ୟାୟ କରିବାକୁ ନାସ୍ତି କରନ୍ତି।
Ìwà ipá àwọn ènìyàn búburú yóò wọ́ wọn lọ, nítorí wọ́n kọ̀ láti ṣe ohun tí ó tọ́.
8 ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର; ମାତ୍ର ପବିତ୍ର ଲୋକର କର୍ମ ସଳଖ।
Ọ̀nà ẹlẹ́ṣẹ̀ kún fún ìwà ẹ̀ṣẹ̀ ṣùgbọ́n iṣẹ́ onínú funfun jẹ́ títọ́.
9 କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।
Ó sàn láti máa gbé ní kọ̀rọ̀ orí òrùlé ju láti ṣe àjọpín ilé pẹ̀lú aya oníjà.
10 ଦୁଷ୍ଟ ଲୋକର ମନ ଅନିଷ୍ଟ ପାଞ୍ଚେ, ପୁଣି, ତାହାର ଦୃଷ୍ଟିରେ ତାହାର ପ୍ରତିବାସୀ କିଛି ଅନୁଗ୍ରହ ପାଏ ନାହିଁ।
Ènìyàn búburú ń fẹ́ ibi aládùúgbò rẹ̀ kì í rí àánú kankan gbà lọ́dọ̀ rẹ̀.
11 ନିନ୍ଦକକୁ ଦଣ୍ଡ ଦେଲେ, ନିର୍ବୋଧ ଲୋକ ବୁଦ୍ଧିମାନ ହୁଏ; ପୁଣି, ବୁଦ୍ଧିମାନ‍କୁ ବୁଝାଇଦେଲେ, ସେ ଜ୍ଞାନବାନ ହୁଏ।
Nígbà tí a bá ń fìyà jẹ ẹlẹ́gàn, òpè a máa kọ́gbọ́n, nígbà tí a bá sì kọ́ ọlọ́gbọ́n yóò ní ìmọ̀.
12 ଧାର୍ମିକ ଲୋକ ଦୁଷ୍ଟର ବଂଶ ବିଷୟ ବିବେଚନା କରେ; ସେହି ଦୁଷ୍ଟ ଲୋକମାନେ କିପରି ଉତ୍ପାଟିତ ହୋଇ ସର୍ବନାଶ ହୁଅନ୍ତି, ଏହା ସୁବିବେଚନା କରେ।
Olódodo ṣàkíyèsí ilé ènìyàn búburú ó sì mú ènìyàn búburú wá sí ìparun.
13 ଯେଉଁ ଲୋକ ଦୀନହୀନର ଡାକରେ କର୍ଣ୍ଣ ରୁଦ୍ଧ କରେ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।
Ẹnikẹ́ni tí ó bá ti di etí rẹ̀ sí igbe olùpọ́njú, òun tìkára rẹ̀ yóò ké pẹ̀lú; ṣùgbọ́n a kì yóò gbọ́.
14 ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ, ପୁଣି, ଅଣ୍ଟିରେ ଦତ୍ତ ଲାଞ୍ଚ ପ୍ରଚଣ୍ଡ କୋପ ଶାନ୍ତ କରେ।
Ọ̀rẹ́ ìkọ̀kọ̀, mú ìbínú kúrò: àti owó àbẹ̀tẹ́lẹ̀ láti ibi ìkọ̀kọ̀ wá, dẹ́kun ìbínú líle.
15 ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ; ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ।
Ayọ̀ ni fún olódodo láti ṣe ìdájọ́: ṣùgbọ́n ìparun ni fún àwọn oníṣẹ́ ẹ̀ṣẹ̀.
16 ଯେ ବୁଦ୍ଧିର ପଥ ଛାଡ଼ି ଭ୍ରମଣ କରେ, ସେ ପ୍ରେତମାନଙ୍କ ସଭାରେ ବାସ କରିବ।
Ẹni tí ó bá yà kúrò ní ọ̀nà òye, yóò máa gbé inú ìjọ àwọn òkú.
17 ଯେଉଁ ଲୋକ ଆମୋଦ ଭଲ ପାଏ, ସେ ଦରିଦ୍ର ହେବ; ପୁଣି, ଯେ ଦ୍ରାକ୍ଷାରସ ଓ ତୈଳ ଭଲ ପାଏ, ସେ ଧନବାନ ହେବ ନାହିଁ।
Ẹni tí ó bá fẹ́ afẹ́, yóò di tálákà: ẹni tí ó fẹ́ ọtí wáìnì pẹ̀lú òróró kò le lọ́rọ̀.
18 ଦୁଷ୍ଟ ଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ; ପୁଣି, ବିଶ୍ୱାସଘାତକ ସରଳ ଲୋକଙ୍କର ବଦଳି ସ୍ୱରୂପ।
Ènìyàn búburú ni yóò ṣe owó ìràpadà fún olódodo, àti olùrékọjá fún ẹni dídúró ṣinṣin.
19 କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବସତି କରିବାର ଭଲ।
Ó sàn láti jókòó ní aginjù ju pẹ̀lú oníjà obìnrin àti òṣónú lọ.
20 ଜ୍ଞାନବାନ‍ର ଗୃହରେ ବହୁମୂଲ୍ୟ ସମ୍ପତ୍ତି ଓ ତୈଳ ଥାଏ; ମାତ୍ର ମୂର୍ଖ ଲୋକ ତାହା ଗ୍ରାସ କରେ।
Ìṣúra iyebíye àti òróró wà ní ibùgbé ọlọ́gbọ́n; ṣùgbọ́n òmùgọ̀ ènìyàn n bà á jẹ́.
21 ଯେଉଁ ଜନ ଧାର୍ମିକତା ଓ ଦୟାର ପଶ୍ଚାଦ୍‍ବର୍ତ୍ତୀ, ସେ ଜୀବନ ଓ ଧାର୍ମିକତା ଓ ସମ୍ମାନ ପାଏ।
Ẹni tí ó bá tẹ̀lé òdodo àti àánú yóò rí ìyè, òdodo, àti ọlá.
22 ଜ୍ଞାନୀ ଲୋକ ବଳବାନର ନଗରରେ ଚଢ଼ି ପ୍ରବେଶ କରେ, ପୁଣି, ତହିଁର ସାହସଦାୟୀ ବଳ ତଳକୁ ଆଣେ।
Ọlọ́gbọ́n gòkè odi ìlú àwọn alágbára, ó sì bi ibi gíga agbára ìgbẹ́kẹ̀lé wọn ṣubú.
23 ଯେ ଆପଣା ମୁଖ ଓ ଜିହ୍ୱା ରକ୍ଷା କରେ, ସେ କ୍ଳେଶରୁ ଆପଣା ପ୍ରାଣ ରକ୍ଷା କରେ।
Ẹnikẹ́ni tí ó bá pa ẹnu àti ahọ́n rẹ̀ mọ́, ó pa ọkàn rẹ̀ mọ́ kúrò nínú ìyọnu.
24 ଅହଙ୍କାରୀ ଓ ଦାମ୍ଭିକ ଲୋକ ନିନ୍ଦକ ନାମରେ ବିଖ୍ୟାତ, ସେ ଅହଙ୍କାରର ଗାରିମାରେ କର୍ମ କରେ।
Agbéraga àti alágídí ènìyàn ń gan orúkọ ara rẹ̀ nítorí ó ń hùwà nínú ìwà ìgbéraga rẹ̀, àti nínú ìbínú púpọ̀púpọ̀.
25 ଅଳସୁଆର ବାଞ୍ଛିତ ବିଷୟ ତାହାର ମୃତ୍ୟୁୁ ଘଟାଏ; କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ।
Ẹlẹ́rìí èké yóò ṣègbé, àwọn tí ó gbọ́ ọ̀rọ̀ rẹ̀ yóò parun láé; nítorí tí ọwọ́ rẹ̀ kọ iṣẹ́ ṣíṣe.
26 କେହି କେହି ଦିନସାରା ଅତ୍ୟନ୍ତ ଲୋଭ କରନ୍ତି; ମାତ୍ର ଧାର୍ମିକ ଲୋକ ଦାନ କରେ, କାତର ହୁଏ ନାହିଁ।
Ó ń fi ìlara ṣe ojúkòkòrò ní gbogbo ọjọ́: ṣùgbọ́n olódodo a máa fi fún ni kì í sì í dáwọ́ dúró.
27 ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ଆଣିଲେ ତାହା କେତେ ଅଧିକ ଘୃଣିତ।
Ẹbọ ènìyàn búburú, ìríra ni: mélòó mélòó ni nígbà tí ó mú un wá pẹ̀lú èrò ìwà ibi?
28 ମିଥ୍ୟାସାକ୍ଷୀ ବିନଷ୍ଟ ହେବ; ମାତ୍ର ଯେଉଁ ଲୋକ ଶୁଣେ, ସେ ଅଖଣ୍ଡ୍ୟ କଥା କହିବ।
Ẹlẹ́rìí èké yóò ṣègbé: ṣùgbọ́n ọ̀rọ̀ ẹni tí ó gbọ́, yóò dúró.
29 ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ, ମାତ୍ର ସରଳ ଲୋକ ଆପଣା ବାଟ ସୁସ୍ଥିର କରେ।
Ènìyàn búburú mú ojú ara rẹ̀ le: ṣùgbọ́n ẹni ìdúró ṣinṣin ni ó ń mú ọ̀nà rẹ̀ tọ́.
30 ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କିମ୍ବା ବୁଦ୍ଧି କିମ୍ବା ମନ୍ତ୍ରଣା ନାହିଁ।
Kò sí ọgbọ́n, kò sí ìmòye, tàbí ìmọ̀ràn tí ó le mókè níwájú Olúwa.
31 ଯୁଦ୍ଧ ଦିନ ପାଇଁ ଅଶ୍ୱ ସୁସଜ୍ଜିତ ହୁଏ; ମାତ୍ର ଜୟ ସଦାପ୍ରଭୁଙ୍କଠାରୁ ହୁଏ।
A ń múra ẹṣin sílẹ̀ de ọjọ́ ogun: ṣùgbọ́n ìṣẹ́gun jẹ́ ti Olúwa.

< ହିତୋପଦେଶ 21 >