< ହିତୋପଦେଶ 20 >
1 ଦ୍ରାକ୍ଷାରସ ନିନ୍ଦକ, ମଦ୍ୟ କଳହକାରୀ; ଯେକେହି ତଦ୍ଦ୍ୱାରା ଭ୍ରାନ୍ତ ହୁଏ, ସେ ଜ୍ଞାନବାନ ନୁହେଁ।
Ruwan inabi mai yin ba’a ne, barasa kuma mai rikici ne; duk wanda suka sa ya kauce marar hikima ne.
2 ରାଜାର ଭୟଙ୍କରତା ସିଂହ ଗର୍ଜ୍ଜନ ପରି; ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ଆପଣା ପ୍ରାଣ ବିରୁଦ୍ଧରେ ପାପ କରେ।
Fushin sarki yana kama da rurin zaki; duk wanda ya sa shi fushi zai rasa ransa.
3 ବିବାଦରୁ ନିବୃତ୍ତ ହେବାର ମନୁଷ୍ୟର ଗୌରବ; ମାତ୍ର ପ୍ରତ୍ୟେକ ମୂର୍ଖ ଲୋକ କନ୍ଦଳ କରେ।
Bangirma ne ga mutum ya guji faɗa, amma kowane wawa yana saurin yin faɗa.
4 ଅଳସୁଆ ଶୀତ ସକାଶୁ ହଳ ବୁଲାଏ ନାହିଁ; ଏଣୁ ଶସ୍ୟ ସମୟରେ ସେ ଖୋଜିଲେ ହେଁ କିଛି ପାଏ ନାହିଁ।
Rago ba ya noma a lokacin noma; saboda haka a lokacin girbi ba ya bukata samun kome.
5 ମନୁଷ୍ୟର ମନର ମନ୍ତ୍ରଣା ଗଭୀର ଜଳ ତୁଲ୍ୟ, ମାତ୍ର ବୁଦ୍ଧିମାନ ଲୋକ ତାହା କାଢ଼ିବ।
Manufofin zuciyar mutum zurfafan ruwaye ne, amma mutum mai basira yakan jawo su.
6 ଅଧିକାଂଶ ଲୋକ ଆପଣା ଆପଣା ଦୟାଳୁତା ପ୍ରଚାର କରନ୍ତି; ମାତ୍ର ବିଶ୍ୱସ୍ତ ଲୋକ କିଏ ପାଇ ପାରେ?
Kowane mutum gani yake shi mai ƙauna marar ƙarewa ne, amma ina? Da ƙyar ka sami amintacce mutum guda.
7 ଯେଉଁ ଧାର୍ମିକ ଲୋକ ଆପଣା ସରଳତାରେ ଆଚରଣ କରେ, ତାହା ଉତ୍ତାରେ ତାହାର ସନ୍ତାନଗଣ ଧନ୍ୟ ହୁଅନ୍ତି।
Mai adalci kan yi rayuwa marar abin zargi; masu albarka ne’ya’yan da za su biyo bayansa.
8 ଯେଉଁ ରାଜା ବିଚାରାସନରେ ବସେ, ସେ ନିଜ ଚକ୍ଷୁ ଦ୍ୱାରା ମନ୍ଦ ବିଷୟସବୁ ଉଡ଼ାଇ ଦିଏ।
Sa’ad da sarki ya zauna kan kujerarsa don yă yi shari’a, yakan ga dukan mugunta da idanunsa.
9 ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ?
Wa zai iya cewa, “Na kiyaye zuciyata da tsarki; ni mai tsabta ne marar zunubi kuma”?
10 ନାନା ପ୍ରକାର ବଟଖରା ଓ ନାନା ପ୍ରକାର ପରିମାଣ ଉଭୟ ସମାନ ରୂପେ ସଦାପ୍ରଭୁଙ୍କର ଘୃଣିତ।
Ma’auni marar gaskiya da magwajin da ba daidai ba, Ubangiji ya ƙi su duka.
11 ଆପଣାର କର୍ମ ନିର୍ମଳ ଓ ସରଳ କି ନାହିଁ, ଏହା ଗୋଟିଏ ପିଲା ସୁଦ୍ଧା ଆପଣାର କର୍ମ ଦ୍ୱାରା ଆପଣାର ପରିଚୟ ଦିଏ।
Akan san ƙananan yara ta ayyukansu, ana iya sani ko rayuwarsu amintattu ne, mai nagarta.
12 ଶୁଣିବା କାନ ଓ ଦେଖିବା ଆଖି, ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଅଛନ୍ତି।
Kunnuwan da suke ji da kuma idanun da suke gani, Ubangiji ne ya yi su duka.
13 ନିଦ୍ରାକୁ ଭଲ ପାଅ ନାହିଁ, ନୋହିଲେ ତୁମ୍ଭେ ଦରିଦ୍ର ହେବ; ତୁମ୍ଭ ଚକ୍ଷୁ ଫିଟାଅ, ତହିଁରେ ତୁମ୍ଭେ ଖାଦ୍ୟରେ ପରିତୃପ୍ତ ହେବ।
Kada ka so barci in ba haka ba za ka talauce; ka zauna a faɗake za ka kuwa kasance da sauran abinci.
14 କିଣିବା ଲୋକ କହେ, “ଭଲ ନୁହେଁ, ଭଲ ନୁହେଁ,” ମାତ୍ର ଆପଣା ବାଟରେ ଗଲା ବେଳେ ଦର୍ପ କରେ।
“Kai, ya yi tsada, ya yi tsada!” In ji mai saya; sa’ad da ya tafi yana taƙama a kan ya iya ciniki.
15 ସୁବର୍ଣ୍ଣ ଅଛି ଓ ଅନେକ ମୁକ୍ତା ହିଁ ଅଛି, ମାତ୍ର ଜ୍ଞାନବିଶିଷ୍ଟ ଓଷ୍ଠ ଅମୂଲ୍ୟ ରତ୍ନ।
Zinariya akwai ta, lu’ulu’u kuma ga shi a yalwace, amma leɓunan da suke magana da sani suna da wuyan samu kamar duwatsu masu daraja.
16 ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ; ପୁଣି, ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ୍ ହୁଏ, ତାହାକୁ ବନ୍ଧକ ରଖ।
A karɓi rigunan wanda ya ɗauki lamunin baƙo; a riƙe shi jingina in ya yi shi don mace marar aminci.
17 ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଷ୍ଟ ଲାଗେ; ମାତ୍ର ପଛେ ତାହାର ମୁଖ ଗୋଡ଼ିରେ ପୂର୍ଣ୍ଣ ହେବ।
Abincin da aka samu ta hanyar zamba yakan zama da daɗi, amma mutum zai ƙarasa da baki cike da yashi.
18 ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ; ପୁଣି, ତୁମ୍ଭେ ଭଲ ପରାମର୍ଶ ଘେନି ଯୁଦ୍ଧ କର।
Ka yi shirye-shirye ta wurin neman shawara; in kana yaƙi, ka sami bishewa.
19 ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତ କଥା ପ୍ରକାଶ କରେ; ଏନିମନ୍ତେ ଯେ ଆପଣା ଓଷ୍ଠ ଖୋଲା ରଖେ, ତାହା ସଙ୍ଗରେ ବ୍ୟବହାର କର ନାହିଁ।
Mai gulma yakan lalace yarda; saboda haka ka guji mutum mai yawan surutu.
20 ଯେ ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ଘୋର ଅନ୍ଧାରରେ ତାହାର ପ୍ରଦୀପ ନିଭାଯିବ।
In mutum ya zargi mahaifinsa ko mahaifiyarsa, fitilarsa za tă mutu a tsakiyar duhu.
21 ପ୍ରଥମରେ କୌଣସି ଅଧିକାର ହଠାତ୍ ମିଳିପାରେ; ମାତ୍ର ତହିଁର ଶେଷ ଆଶୀର୍ବାଦଯୁକ୍ତ ହେବ ନାହିଁ।
Gādon da aka samu da sauri a farkon farawa ba zai zama mai albarka a ƙarshe ba.
22 “ଆମ୍ଭେ ଅନିଷ୍ଟର ପ୍ରତିଫଳ ଦେବା,” ତୁମ୍ଭେ ଏପରି କଥା କୁହ ନାହିଁ, ସଦାପ୍ରଭୁଙ୍କଠାରେ ଅନୁସରଣ କର, ସେ ତୁମ୍ଭକୁ ଉଦ୍ଧାର କରିବେ।
Kada ka ce, “Zan rama wannan abin da aka yi mini!” Ka dogara ga Ubangiji, zai kuwa fisshe ka.
23 ନାନା ପ୍ରକାର ବଟଖରା ସଦାପ୍ରଭୁଙ୍କ ଘୃଣାର ବିଷୟ, ପୁଣି, ଅଯଥାର୍ଥ ଦଣ୍ଡି ଭଲ ନୁହେଁ।
Ubangiji ya ƙi ma’aunin da ba daidai ba, da kuma magwajin da ba su gamshe shi ba.
24 ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ; ତେଣୁ ମନୁଷ୍ୟ ଆପଣା ବାଟ କିପରି ବୁଝି ପାରିବ?
Ubangiji ne yake bi da matakan mutum, Ta yaya wani zai fahimci hanyarsa?
25 ଏହା ପବିତ୍ର ବୋଲି ହଠାତ୍ କହିବାର ଓ ମାନତ କଲା ଉତ୍ତାରେ ବିଚାର କରିବାର, ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ।
Tarko ne ga mutum ya keɓe wani abu da ba tunani daga baya kuma ya yi la’akari da alkawarinsa.
26 ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ପାଛୁଡ଼ି ପକାଇ ସେମାନଙ୍କ ଉପରେ ଚକ୍ର ବୁଲାଏ।
Sarki mai hikima yakan gane mugunta; ya hukunta su ba tausayi.
27 ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ତାହା ଅନ୍ତରାଳୟସ୍ଥ ସବୁ ବିଷୟ ଅନୁସନ୍ଧାନ କରେ।
Fitilar Ubangiji kan bincika zuciyar mutum takan bincika lamirinsa.
28 ଦୟା ଓ ସତ୍ୟତା ରାଜାକୁ ରକ୍ଷା କରେ; ପୁଣି, ଦୟା ଦ୍ୱାରା ତାହାର ସିଂହାସନ ସ୍ଥିର ହୁଏ।
Ƙauna da aminci kan kiyaye sarki lafiya; ta wurin ƙauna sarautarsa za tă zauna a kafe.
29 ଯୁବାମାନଙ୍କର ବଳ ସେମାନଙ୍କର ଭୂଷଣ, ବୃଦ୍ଧମାନଙ୍କର ପକ୍ୱକେଶ ସେମାନଙ୍କର ଶୋଭା।
Ɗaukakar matasa maza ita ce ƙarfinsu, furfura ita ce darajar tsofaffi.
30 କ୍ଷତଜନକ ପ୍ରହାର ମନ୍ଦତା ପରିଷ୍କାର କରେ, ପୁଣି, ଦଣ୍ଡାଘାତ ଅନ୍ତରାଳୟରେ ପ୍ରବେଶ କରେ।
Naushi da rauni kan share mugunta, dūka kuma kan tsabtacce lamiri.