< ହିତୋପଦେଶ 18 >

1 ଯେ ଆପଣାକୁ ଅନ୍ୟଠାରୁ ପୃଥକ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ୱଜ୍ଞାନ ବିରୁଦ୍ଧରେ କନ୍ଦଳ କରେ।
Ènìyàn tí kò ba ni rẹ́ a máa lépa ìmọ̀ ara rẹ̀; ó kọjú ìjà sí gbogbo ìdájọ́ òdodo.
2 ମୂର୍ଖ ଲୋକ ବୁଦ୍ଧିରେ ସନ୍ତୋଷ ପାଏ ନାହିଁ, କେବଳ ଆପଣା ମନର କଥା ପ୍ରକାଶ କରିବାରେ ସନ୍ତୋଷ ପାଏ।
Aláìgbọ́n kò rí inú dídùn sí òye ṣùgbọ́n ó ní inú dídùn sí sísọ èrò tirẹ̀.
3 ଦୁଷ୍ଟ ଆସିଲେ ଅବଜ୍ଞା ଆସେ, ପୁଣି, ଅପମାନ ସଙ୍ଗେ ଦୁର୍ନାମ ଆସେ।
Nígbà ti ènìyàn búburú dé ni ẹ̀gàn dé, nígbà ti ẹ̀gàn dé ni ìtìjú dé.
4 ମନୁଷ୍ୟର ମୁଖର ବାକ୍ୟ ଗଭୀର ଜଳ ତୁଲ୍ୟ, ପୁଣି, ଜ୍ଞାନର ଉତ୍ପତ୍ତି ସ୍ଥାନ ଜଳସ୍ରୋତ ସଦୃଶ।
Ọ̀rọ̀ ẹnu ènìyàn jẹ́ omi jíjìn, ṣùgbọ́n orísun ọgbọ́n jẹ́ odò tí ń sàn.
5 ଦୁଷ୍ଟର ମୁଖାପେକ୍ଷା କରିବାର ଅବା ବିଚାରରେ ଧାର୍ମିକ ପ୍ରତି ଅନ୍ୟାୟ କରିବାର ଭଲ ନୁହେଁ।
Kò dára kí ènìyàn ṣe ojúsàájú fún ènìyàn búburú tàbí kí a fi ìdájọ́ òdodo du aláìṣẹ̀.
6 ମୂର୍ଖର ଓଷ୍ଠ ବିବାଦରେ ପ୍ରବର୍ତ୍ତେ, ପୁଣି, ତାହାର ମୁଖ ମାଡ଼ ଖାଇବାକୁ ଡାକେ।
Ètè aláìgbọ́n dá ìjà sílẹ̀ ẹnu rẹ̀ sì ń ṣokùnfà ẹgba.
7 ମୂର୍ଖର ମୁଖ ତାହାର ବିନାଶର କାରଣ, ପୁଣି, ତାହାର ଓଷ୍ଠ ଆପଣା ପ୍ରାଣର ଫାନ୍ଦ ସ୍ୱରୂପ।
Ẹnu aláìgbọ́n ni ó ba tirẹ̀ jẹ́, ètè rẹ̀ sì jẹ́ ìdẹ̀kùn fún ọkàn rẹ̀.
8 କାନେ କାନେ କହିବା ଲୋକର ବାକ୍ୟ ଅମୃତ ତୁଲ୍ୟ, ତାହା ଉଦରର ଅନ୍ତରାଳୟକୁ ଚାଲିଯାଏ।
Ọ̀rọ̀ olófòófó dàbí oúnjẹ àdídùn; wọ́n a sì wọ ìsàlẹ̀ inú lọ.
9 ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶ କର ଭାଇ।
Ẹni tí kò ṣe déédé nínú iṣẹ́ rẹ̀ arákùnrin ló jẹ́ fún apanirun.
10 ସଦାପ୍ରଭୁଙ୍କ ନାମ ଦୃଢ଼ ଗଡ଼; ଧାର୍ମିକ ଲୋକ ତହିଁକୁ ପଳାଇ ରକ୍ଷା ପାଏ।
Orúkọ Olúwa, ilé ìṣọ́ agbára ni; olódodo sá wọ inú rẹ̀, ó sì rí ìgbàlà.
11 ଧନବାନର ଧନ ତାହାର ଦୃଢ଼ ନଗର, ପୁଣି, ତାହାର ବୋଧରେ ଉଚ୍ଚ ପ୍ରାଚୀର ସ୍ୱରୂପ।
Ọ̀rọ̀ olówó ni ìlú olódi wọn; wọ́n rò ó bí i wí pé odi tí kò ṣe é gùn ni.
12 ବିନାଶ ସମ୍ମୁଖରେ ମନୁଷ୍ୟର ମନ ଗର୍ବିତ ହୁଏ, ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।
Ṣáájú ìṣubú ọkàn ènìyàn a kọ́kọ́ máa gbéraga, ṣùgbọ́n ìrẹ̀lẹ̀ ni ó máa ń ṣáájú ọlá.
13 ଯେ ଶୁଣିବା ପୂର୍ବେ ଉତ୍ତର କରେ, ତାହା ତାହାର ପ୍ରତି ଅଜ୍ଞାନତା ଓ ଲଜ୍ଜା।
Ẹni tí ó ń fèsì kí ó tó gbọ́, èyí ni ìwà òmùgọ̀ àti ìtìjú rẹ̀.
14 ମନୁଷ୍ୟର ଆତ୍ମା ତାହାର ବ୍ୟଥା ସମ୍ଭାଳି ପାରେ; ମାତ୍ର ଭଗ୍ନ ଆତ୍ମାକୁ କିଏ ସହିପାରେ?
Ọkàn ènìyàn a máa gbé e ró nígbà àìsàn, ṣùgbọ́n ta ni ó le forí ti ọkàn tí ó rẹ̀wẹ̀sì.
15 ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜ୍ଜନ କରେ; ପୁଣି, ଜ୍ଞାନୀର କର୍ଣ୍ଣ ଜ୍ଞାନ ଖୋଜେ।
Ọkàn olóye ní i gba ìmọ̀; etí ọlọ́gbọ́n ní í ṣe àwárí rẹ̀.
16 ମନୁଷ୍ୟର ଭେଟି ତାହା ପାଇଁ ପଥ ପରିଷ୍କାର କରେ, ପୁଣି, ବଡ଼ ଲୋକମାନଙ୍କ ଛାମୁକୁ ତାହାକୁ ଆଣେ।
Ẹ̀bùn máa ń ṣí ọ̀nà fún ẹni tí ń fún ni lẹ́bùn a sì mú un wọlé sí ọ̀dọ̀ àwọn olókìkí.
17 ଯେଉଁ ଲୋକ ପ୍ରଥମେ ଆପଣା ବିବାଦ ଜଣାଏ, ସେ ଧାର୍ମିକ ଦେଖାଯାଏ, ମାତ୍ର ତାହାର ପ୍ରତିବାସୀ ଆସି ତାହାକୁ ପରୀକ୍ଷା କରେ।
Ẹni tí ó kọ́kọ́ rọjọ́ máa ń dàbí i pé ó jàre, títí ẹlòmíràn yóò fi bọ́ síwájú kí ó sì tú àṣírí gbogbo.
18 ଗୁଲିବାଣ୍ଟ ବିରୋଧ ମେଣ୍ଟଣ କରେ ଓ ବଳବାନମାନଙ୍କୁ ପୃଥକ କରେ।
Ìbò dídì máa ń parí ìjà a sì mú kí àwọn alátakò méjì jìnnà sí ara wọn.
19 ବିରକ୍ତ ଭ୍ରାତା ଦୃଢ଼ ନଗର ଅପେକ୍ଷା ଦୁର୍ଜେୟ; ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ।
Arákùnrin tí a ṣẹ̀ sí ṣòro yípadà ju ìlú olódi lọ, ìjà wọ sì dàbí ọ̀pá ìdábùú ààfin.
20 ମନୁଷ୍ୟର ଉଦର ତାହାର ମୁଖର ଫଳରେ ପୂର୍ଣ୍ଣ ହୁଏ, ପୁଣି, ସେ ଆପଣା ଓଷ୍ଠର ଉପାର୍ଜ୍ଜନରେ ତୃପ୍ତ ହୁଏ।
Láti inú èso ẹnu rẹ̀ ikùn ènìyàn a yó; láti inú ìkórè ẹnu rẹ̀ ni ó ti jẹ yó.
21 ମରଣ ଓ ଜୀବନ ଜିହ୍ୱାର ଅଧୀନ; ଯେଉଁମାନେ ତାକୁ ଭଲ ଜାଣନ୍ତି, ସେମାନେ ତାହାର ଫଳ ଭୋଗିବେ।
Ikú àti ìyè ń bẹ nípa ahọ́n wọn, àwọn tí ó sì fẹ́ràn rẹ̀ yóò jẹ ẹ́.
22 ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
Ẹni tí ó rí aya fẹ́, rí ohun rere, o sì gba ojúrere lọ́dọ̀ Olúwa.
23 ଦରିଦ୍ର ଲୋକ ବିନୟ କରେ; ମାତ୍ର ଧନବାନ କଠିନ ଉତ୍ତର ଦିଏ।
Tálákà ń bẹ̀bẹ̀ fún àánú, ṣùgbọ́n ọlọ́rọ̀ a dáhùn pẹ̀lú ìkanra.
24 ଯେ ଅନେକ ମିତ୍ର କରେ, ସେ ଆପଣା ବିନାଶ ନିମନ୍ତେ ତାହା କରେ; ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି।
Ènìyàn tí ó ní ọ̀rẹ́ púpọ̀ le è parun, ṣùgbọ́n ọ̀rẹ́ kan wà tí ó súnmọ́ ni tímọ́tímọ́ ju arákùnrin.

< ହିତୋପଦେଶ 18 >