< ହିତୋପଦେଶ 17 >

1 ବିବାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଶୁଖିଲା ରୁଟି ଖଣ୍ଡେ ଭଲ।
Òkèlè gbígbẹ tòun tàlàáfíà àti ìdákẹ́ jẹ́ẹ́ sàn ju ilé tí ó kún fọ́fọ́ fún ẹran àti ìjà.
2 ଯେଉଁ ଦାସ ବୁଦ୍ଧିପୂର୍ବକ ଚଳେ, ସେ ଲଜ୍ଜାଦାୟୀ ପୁତ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି, ଭାଇମାନଙ୍କ ସଙ୍ଗରେ ଅଧିକାରର ବାଣ୍ଟ ପାଏ।
Ọlọ́gbọ́n ìránṣẹ́ yóò ṣàkóso adójútini ọmọ, yóò sì pín ogún gẹ́gẹ́ bí ọ̀kan nínú àwọn ọmọ.
3 କୋୟିରେ ରୂପାର ଓ ଉହ୍ମାଇରେ ସୁନାର ପରୀକ୍ଷା ହୁଏ; ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
Iná ni a fi fọ́ fàdákà àti wúrà, ṣùgbọ́n Olúwa ló ń dán ọkàn wò.
4 କୁକ୍ରିୟାକାରୀ ଲୋକ ଦୁଷ୍ଟ ଓଷ୍ଠାଧରର କଥା ଶୁଣେ, ପୁଣି, ମିଥ୍ୟାବାଦୀ ହିଂସ୍ର ଜିହ୍ୱାରେ କର୍ଣ୍ଣପାତ କରେ।
Ènìyàn búburú ń tẹ́tí sí ètè tí ń sọ ibi; òpùrọ́ a máa fetí sí ahọ́n búburú.
5 ଯେଉଁ ଲୋକ ଦରିଦ୍ରକୁ ପରିହାସ କରେ, ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ; ପୁଣି, ବିପଦରେ ଯେ ଆନନ୍ଦ କରେ, ସେ ଅଦଣ୍ଡିତ ରହିବ ନାହିଁ।
Ẹnikẹ́ni tí ó bá sín olùpọ́njú jẹ, ó gan Ẹlẹ́dàá rẹ̀, ẹnikẹ́ni tí ń yọ̀ sí ìyọnu kò ní lọ láìjìyà.
6 ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ; ପୁଣି, ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।
Ọmọ ọmọ ni adé orí arúgbó, ògo àwọn ọmọ sì ni òbí jẹ.
7 ବାକ୍‍ପଟୁ ଓଷ୍ଠ ମୂଢ଼ର ଅନୁପଯୁକ୍ତ, ମିଥ୍ୟାବାଦୀ ଓଷ୍ଠାଧର କୁଳୀନର ଅଧିକ ଅନୁପଯୁକ୍ତ।
Ọ̀rọ̀ dídùn kò yẹ aṣiwèrè, bẹ́ẹ̀ ni ètè èké kò yẹ ọmọ-aládé!
8 ଗ୍ରାହକର ଦୃଷ୍ଟିରେ ଦାନ ବହୁମୂଲ୍ୟ ମଣି ତୁଲ୍ୟ, ତାହା ଯେଉଁ ଦିଗରେ ଫେରେ, ସେହି ଦିଗରେ ସଫଳ ହୁଏ।
Òkúta iyebíye jẹ́ ẹ̀bùn ní ojú ẹni tí ó ni í, ibikíbi tí ó yí sí, á ṣe rere.
9 ଯେ ଅଧର୍ମ କ୍ଷମା କରେ, ସେ ପ୍ରେମ ଖୋଜେ; ମାତ୍ର ଯେ ପୁନଃ ପୁନଃ ଗୋଟିଏ କଥା ଉତ୍ଥାପନ କରେ, ସେ ବିଶେଷ ମିତ୍ରଗଣକୁ ଅଲଗା କରେ।
Ẹni tí ó fojú fo ẹ̀ṣẹ̀ tí wọ́n ṣẹ̀ ẹ́ mú kí ìfẹ́ gbòòrò sí i. Ṣùgbọ́n ẹnikẹ́ni tí ń tẹnumọ́ ọ̀rọ̀ yóò pín ọ̀rẹ́ tímọ́tímọ́ méjì ní yà.
10 ମୂର୍ଖକୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନ‍କୁ ପଦେ ଅନୁଯୋଗ ଅଧିକ କାଟେ।
Ọ̀rọ̀ ìbáwí dun olóye ènìyàn ju ọgọ́rùn-ún pàṣán lọ lẹ́yìn òmùgọ̀.
11 ଦୁର୍ଜ୍ଜନ କେବଳ ବିଦ୍ରୋହ ଖୋଜେ, ଏଣୁ ତାହା ବିରୁଦ୍ଧରେ ନିଷ୍ଠୁର ଦୂତ ପଠାଯିବ।
Orí kunkun ni ènìyàn ìkà máa ń ṣe, ìjòyè aláìláàánú ni a ó rán sí i.
12 ଛୁଆହରା ଭଲ୍ଲୁକୀ ପଛେ ମନୁଷ୍ୟକୁ ଭେଟୁ, ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ଭେଟୁ।
Ó sàn kí ènìyàn pàdé beari tí a ti kó lọ́mọ jù aláìgbọ́n nínú ìwà òmùgọ̀ rẹ̀.
13 ଯେଉଁ ଲୋକ ଭଲ ବଦଳେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ।
Bí ènìyàn kan bá fi ibi san ìre, ibi kì yóò kúrò nílé rẹ̀ láéláé.
14 କଳିର ଆରମ୍ଭ କେହି ବନ୍ଧ କାଟି ଜଳ ଛାଡ଼ିଦେବା ପରି; ଏଣୁ କନ୍ଦଳ ହେବା ପୂର୍ବେ ବିବାଦ ଛାଡ଼।
Bíbẹ̀rẹ̀ ìjà dàbí ẹni tí ó dá ojú fún adágún omi; nítorí náà mẹ́nu kúrò nínú ọ̀rọ̀ kí ó tó di ìjà.
15 ଯେ ଦୁଷ୍ଟକୁ ନିର୍ଦ୍ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୁହେଁ ସଦାପ୍ରଭୁଙ୍କଠାରେ ସମାନ ରୂପେ ଘୃଣିତ।
Gbígbé ẹ̀bi fún aláre àti dídá ẹni jàre lẹ́bi, Olúwa kórìíra méjèèjì.
16 ଜ୍ଞାନ କ୍ରୟ କରିବା ନିମନ୍ତେ ମୂର୍ଖ ହାତରେ କାହିଁକି ଧନ ଥାଏ? ତାହାର ତ ବୁଦ୍ଧି ନାହିଁ।
Kí ni ìwúlò owó lọ́wọ́ aṣiwèrè, níwọ̀n bí kò ti ní èròǹgbà láti rí ọgbọ́n?
17 ବନ୍ଧୁ ସବୁବେଳେ ପ୍ରେମ କରେ, ପୁଣି ଭାଇ ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ।
Ọ̀rẹ́ a máa fẹ́ni nígbà gbogbo, arákùnrin sì wà fún ìgbà ìpọ́njú.
18 ନିର୍ବୋଧ ଲୋକ ହାତ ଦେଇ ଆପଣା ପ୍ରତିବାସୀ ସାକ୍ଷାତରେ ଲଗା ହୁଏ।
Ènìyàn aláìgbọ́n ṣe ìbúra, ó sì ṣe onídùúró fún aládùúgbò rẹ̀.
19 ଯେ କଳି ଭଲ ପାଏ, ସେ ଅପରାଧ ହିଁ ଭଲ ପାଏ; ପୁଣି, ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ।
Ẹni tí ó fẹ́ràn ìjà fẹ́ràn ẹ̀ṣẹ̀; ẹni tí ó kọ́ ibodè gígàn ń wá ìparun.
20 ଯାହାର କୁଟିଳ ଅନ୍ତଃକରଣ, ସେ ମଙ୍ଗଳ ପାଏ ନାହିଁ; ପୁଣି, ଯାହାର ବକ୍ରବାଦୀ ଜିହ୍ୱା, ସେ ଆପଦରେ ପଡ଼େ।
Ènìyàn aláyídáyidà ọkàn kì í gbèrú, ẹni tí ó ní ahọ́n ẹ̀tàn bọ́ sínú ìyọnu.
21 ମୂର୍ଖର ଜନ୍ମଦାତା ଆପଣାର ଶୋକ ସଞ୍ଚୟ କରେ; ପୁଣି, ମୂଢ଼ର ପିତା ଆନନ୍ଦ ପାଏ ନାହିଁ।
Láti bí aláìgbọ́n lọ́mọ a máa fa ìbànújẹ́ ọkàn, kò sí ayọ̀ fún baba ọmọ tí kò gbọ́n.
22 ଆନନ୍ଦିତ ହୃଦୟ ଉତ୍ତମ ଔଷଧ; ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।
Ọkàn tí ó túká jẹ́ oògùn gidi, ṣùgbọ́n ọkàn tí ó bàjẹ́ a máa mú kí egungun gbẹ.
23 ଦୁଷ୍ଟ ଲୋକ ବିଚାରର ମାର୍ଗ ବଙ୍କା କରିବାକୁ ଅଣ୍ଟାରୁ ଲାଞ୍ଚ ନିଏ।
Ènìyàn búburú a gba àbẹ̀tẹ́lẹ̀ ní ìkọ̀kọ̀ láti yí ìdájọ́ po.
24 ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ, ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ।
Olóye ènìyàn gbójú wo ọgbọ́n níwájú, ṣùgbọ́n ojú aláìgbọ́n ń wò káàkiri ilẹ̀ ayé.
25 ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ଆପଣା ଜନନୀର ଦୁଃଖର କାରଣ ହୁଏ।
Aṣiwèrè ọmọ mú ìbànújẹ́ bá baba rẹ̀ àti ìkorò fún ẹni tí ó bí i lọ́mọ.
26 ଧାର୍ମିକକୁ ଶାସ୍ତି ଦେବାର ଅବା କୁଳୀନ ଲୋକଙ୍କୁ ସେମାନଙ୍କ ସରଳତା ସକାଶୁ ପ୍ରହାର କରିବାର ଉଚିତ ନୁହେଁ।
Kò dára láti fìyà jẹ ènìyàn tí kò ṣẹ̀, tàbí láti na ìjòyè lórí òtítọ́ inú wọn.
27 ଯେ ଅଳ୍ପ ବାକ୍ୟ ବ୍ୟୟ କରେ, ତାହାର ଜ୍ଞାନ ଥାଏ; ପୁଣି, ଯାହାର ଶାନ୍ତ ଆତ୍ମା, ସେ ବୁଦ୍ଧିମାନ।
Ènìyàn tó ní ìmọ̀ máa ń ṣọ́ra fún àwọn ọ̀rọ̀ tí ó ń sọ, ènìyàn olóye sì máa ń ní sùúrù.
28 ଅଜ୍ଞାନ ହିଁ ତୁନି ହେଲେ, ଜ୍ଞାନବାନ ଗଣିତ ହୁଏ; ପୁଣି, ସେ ଆପଣା ଓଷ୍ଠ ବନ୍ଦ କଲେ, ବୁଦ୍ଧିମାନ ଗଣିତ ହୁଏ।
Kódà aláìgbọ́n máa ń dàbí ọlọ́gbọ́n bí ó bá dákẹ́, àti bí olóye bí ó bá fètèmétè.

< ହିତୋପଦେଶ 17 >