< ହିତୋପଦେଶ 15 >

1 କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।
Ìdáhùn pẹ̀lẹ́ yí ìbínú padà ṣùgbọ́n ọ̀rọ̀ líle máa ń ru ìbínú sókè.
2 ଜ୍ଞାନୀମାନଙ୍କ ଜିହ୍ୱା ପ୍ରକୃତ ରୂପେ ଜ୍ଞାନ ବ୍ୟକ୍ତ କରେ; ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଉଦ୍ଗାର କରେ।
Ahọ́n ọlọ́gbọ́n a máa gbé ìmọ̀ jáde ṣùgbọ́n ẹnu aláìgbọ́n ń tú ọ̀rọ̀ ọ òmùgọ̀ jáde.
3 ସଦାପ୍ରଭୁଙ୍କ ଚକ୍ଷୁ ସବୁଠାରେ ଥାଇ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ।
Ojú Olúwa wà níbi gbogbo, Ó ń wo àwọn ẹni búburú àti àwọn ẹni rere.
4 ଶାନ୍ତ ଜିହ୍ୱା ଜୀବନ-ବୃକ୍ଷ ସ୍ୱରୂପ; ପୁଣି, କୁଟିଳ ଜିହ୍ୱା ଆତ୍ମା ଭଙ୍ଗ କରେ।
Ahọ́n tí ń mú ìtura wá jẹ́ igi ìyè ṣùgbọ́n ahọ́n ẹ̀tàn ń pa ẹ̀mí run.
5 ଅଜ୍ଞାନ ଆପଣା ପିତାର ଶାସନ ହେଳା କରେ; ପୁଣି, ଅନୁଯୋଗ ଯେ ଘେନେ, ସେ ବୁଦ୍ଧି ପ୍ରାପ୍ତ ହୁଏ।
Aláìgbọ́n ọmọ kọ ìbáwí baba rẹ̀ ṣùgbọ́n ẹni tí ó gbọ́ ìbáwí jẹ́ ọlọ́gbọ́n.
6 ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ; ପୁଣି, ଦୁଷ୍ଟର ଆୟରେ କ୍ଳେଶ ଥାଏ।
Ilé olódodo kún fún ọ̀pọ̀lọpọ̀ ohun ìṣúra, ṣùgbọ́n èrè àwọn ènìyàn búburú ń mú ìyọnu wá fún wọn.
7 ଜ୍ଞାନବାନ‍ର ଓଷ୍ଠାଧର ବିଦ୍ୟା ବିତରଣ କରେ; ମାତ୍ର ମୂର୍ଖର ମନ ସେପରି କରେ ନାହିଁ।
Ètè olódodo ń tan ìmọ̀ kalẹ̀; ṣùgbọ́n kò rí bẹ́ẹ̀ fún ọkàn aláìgbọ́n.
8 ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣାର ବିଷୟ ଅଟେ; ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର।
Olúwa kórìíra ìrúbọ àwọn ènìyàn búburú ṣùgbọ́n àdúrà olódodo tẹ́ ẹ lọ́rùn.
9 ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣାର ବିଷୟ; ମାତ୍ର ଧାର୍ମିକତାର ଅନୁଗାମୀକୁ ସେ ପ୍ରେମ କରନ୍ତି।
Olúwa kórìíra ọ̀nà àwọn ènìyàn búburú, ṣùgbọ́n ó fẹ́ràn àwọn tí ń lépa òdodo.
10 ବିପଥଗାମୀ ପ୍ରତି ଦୁଃଖଦାୟକ ଶାସ୍ତି ଘଟେ; ପୁଣି, ଯେଉଁ ଲୋକ ଅନୁଯୋଗ ଘୃଣା କରେ, ସେ ମରିବ।
Ẹni tí ó kúrò lójú ọ̀nà yóò rí ìbáwí gan an, ẹni tí ó kórìíra ìbáwí yóò kú.
11 ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ; ତେବେ ମନୁଷ୍ୟ-ସନ୍ତାନଗଣର ଅନ୍ତଃକରଣ କି ତତୋଧିକ ନୁହେଁ? (Sheol h7585)
Ikú àti ìparun ṣí sílẹ̀ níwájú Olúwa, mélòó mélòó ní nínú ọkàn àwọn ènìyàn. (Sheol h7585)
12 ନିନ୍ଦକ ଅନୁଯୋଗ ପାଇବାକୁ ଭଲ ପାଏ ନାହିଁ, ସେ ଜ୍ଞାନୀର ନିକଟକୁ ଯାଏ ନାହିଁ।
Ẹlẹ́gàn kò fẹ́ ẹni tí ń ba wí: kò ní gbàmọ̀ràn lọ́dọ̀ ọlọ́gbọ́n.
13 ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ; ପୁଣି, ମନର ଶୋକରେ ଆତ୍ମା ଭଗ୍ନ ହୁଏ।
Inú dídùn máa ń mú kí ojú túká ṣùgbọ́n ìbànújẹ́ ọkàn máa ń pa ẹ̀mí run.
14 ବୁଦ୍ଧିମାନର ମନ ଜ୍ଞାନ ଖୋଜେ; ମାତ୍ର ମୂର୍ଖମାନଙ୍କ ମୁଖ ଅଜ୍ଞାନତା ଆହାର କରେ।
Ọkàn olóye ń wá ìmọ̀ ṣùgbọ́n ẹnu aláìgbọ́n ń fẹ́ ìwà òmùgọ̀ bí ẹní jẹun.
15 ଦୁଃଖୀ ଲୋକର ସବୁ ଦିନ ଅମଙ୍ଗଳ; ମାତ୍ର ଯେ ହୃଷ୍ଟଚିତ୍ତ, ତାହାର ନିତ୍ୟ ଭୋଜ।
Gbogbo ọjọ́ àwọn olùpọ́njú jẹ́ ibi, ṣùgbọ́n onínúdídùn ń jẹ àlàáfíà ní ìgbà gbogbo.
16 ଅଶାନ୍ତିଯୁକ୍ତ ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପତା ଭଲ।
Ó sàn kí ó má pọ̀, kí ìbẹ̀rù Olúwa sì wà ju ọrọ̀ púpọ̀ pẹ̀lú ìyọnu.
17 ହିଂସା ସହିତ ହୃଷ୍ଟପୁଷ୍ଟ ଗୋମାଂସ ଭୋଜ ଅପେକ୍ଷା ପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ।
Oúnjẹ ewébẹ̀ níbi tí ìfẹ́ wà sàn ju àbọ́pa màlúù tòun ti ìríra.
18 କ୍ରୋଧୀ ଲୋକ କଳି ଜନ୍ମାଏ; ପୁଣି, କୋପ କରିବାକୁ ଧୀର ଲୋକ ବିବାଦ କ୍ଷାନ୍ତ କରେ।
Ènìyàn onínú ríru dá ìjà sílẹ̀ ṣùgbọ́n onísùúrù paná ìjà.
19 ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ସରଳାଚାରୀର ପଥ ରାଜଦାଣ୍ଡ ତୁଲ୍ୟ କରାଯାଏ।
Ọ̀nà ọ̀lẹ ni ẹ̀gún dí, ṣùgbọ́n ọ̀nà olódodo já geerege ni.
20 ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ; ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।
Ọlọ́gbọ́n ọmọ mú inú baba rẹ̀ dùn, ṣùgbọ́n aṣiwèrè ènìyàn kẹ́gàn ìyá rẹ̀.
21 ନିର୍ବୋଧ ପ୍ରତି ଅଜ୍ଞାନତା ଆନନ୍ଦଜନକ; ମାତ୍ର ବୁଦ୍ଧିମାନ ଲୋକ ଆପଣା ଗତି ସରଳ କରେ।
Inú ènìyàn aláìlóye a máa dùn sí ìwà òmùgọ̀; ṣùgbọ́n olóye ènìyàn a máa rin ọ̀nà tààrà.
22 ମନ୍ତ୍ରଣା ଅଭାବରେ ସଂକଳ୍ପ ବିଫଳ ହୁଏ; ମାତ୍ର ବହୁତ ମନ୍ତ୍ରୀ ଦ୍ୱାରା ତାହା ସ୍ଥିରୀକୃତ ହୁଏ।
Ìgbèrò a máa dasán níbi tí kò sí ìmọ̀ràn; ṣùgbọ́n a máa yege níbi tí ọ̀pọ̀lọpọ̀ olùbádámọ̀ràn wà.
23 ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ, ପୁଣି ଯଥାକାଳର କଥା କିପରି ଉତ୍ତମ!
Inú ènìyàn a máa dùn nígbà tí ó bá fèsì tó yẹ ọ̀rọ̀ tí ó bá sì wá lásìkò tó yẹ dára púpọ̀!
24 ନୀଚସ୍ଥିତ ପାତାଳକୁ ତ୍ୟାଗ କରିବା ପାଇଁ ବୁଦ୍ଧିମାନ ଲୋକ ନିମନ୍ତେ ଜୀବନର ପଥ ଊର୍ଦ୍ଧ୍ୱଗାମୀ। (Sheol h7585)
Ọ̀nà ìyè ń lọ sókè fún ọlọ́gbọ́n láti sọ kí ó má bá à sọ̀kalẹ̀ lọ sí ipò òkú. (Sheol h7585)
25 ଗର୍ବୀ ଲୋକର ଗୃହ ସଦାପ୍ରଭୁ ଉପାଡ଼ି ପକାଇବେ; ମାତ୍ର ବିଧବାର ସୀମା ସେ ସ୍ଥିର କରିବେ;
Olúwa fa ilé onígbèéraga ya lulẹ̀, ṣùgbọ́n ó pa ààlà opó onírẹ̀lẹ̀ mọ́ láìyẹ̀.
26 କୁସଂକଳ୍ପ ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ; ମାତ୍ର ମନୋହର କଥା ଶୁଚି।
Olúwa kórìíra èrò ènìyàn búburú, ṣùgbọ́n mímọ́ ni ọ̀rọ̀ ẹni pípé.
27 ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ, ମାତ୍ର ଯେଉଁ ଲୋକ ଲାଞ୍ଚ ଘୃଣା କରେ, ସେ ବଞ୍ଚିବ।
Ọ̀kánjúwà ènìyàn mú ìyọnu bá ilé rẹ̀ ṣùgbọ́n ẹni tí ó kórìíra àbẹ̀tẹ́lẹ̀ yóò yè.
28 ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ; ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦ କଥା ଢାଳି ପକାଏ।
Ọkàn olódodo ń wọn ìdáhùn wò ṣùgbọ́n ẹnu ènìyàn búburú ń tú ibi jáde.
29 ସଦାପ୍ରଭୁ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଆନ୍ତି; ପୁଣି, ଧାର୍ମିକମାନଙ୍କର ପ୍ରାର୍ଥନା ସେ ଶୁଣନ୍ତି।
Olúwa jìnnà sí ènìyàn búburú ṣùgbọ́n ó ń gbọ́ àdúrà olódodo.
30 ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ; ପୁଣି, ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ।
Ojú tó túká máa ń mú ayọ̀ wá fún ọkàn, ìròyìn ayọ̀ sì ń mú ìlera wá sínú egungun.
31 ଯେଉଁ କର୍ଣ୍ଣ ଜୀବନଦାୟକ ଅନୁଯୋଗ ଶୁଣେ, ତାହା ଜ୍ଞାନୀମାନଙ୍କ ମଧ୍ୟରେ ବାସ କରେ।
Ẹni tí ó fetí sí ìbáwí tí ń fún ni ní ìyè, yóò wà ní àpéjọpọ̀ àwọn ọlọ́gbọ́n.
32 ଯେଉଁ ଲୋକ ଶାସନ ଅଗ୍ରାହ୍ୟ କରେ, ସେ ଆପଣା ପ୍ରାଣକୁ ତୁଚ୍ଛ କରେ; ମାତ୍ର ଅନୁଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।
Ẹni tí ó kọ̀ ìbáwí kẹ́gàn ara rẹ̀, ṣùgbọ́n ẹni tí ó gbọ́ ìbáwí yóò ní ìmọ̀ sí i.
33 ସଦାପ୍ରଭୁ ବିଷୟକ ଭୟ ଜ୍ଞାନଜନକ ଉପଦେଶ; ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ।
Ìbẹ̀rù Olúwa kọ́ ènìyàn ní ọgbọ́n, ìrẹ̀lẹ̀ sì ni ó máa ń ṣáájú ọlá.

< ହିତୋପଦେଶ 15 >