< ହିତୋପଦେଶ 10 >

1 ଶଲୋମନଙ୍କର ହିତୋପଦେଶ। ଜ୍ଞାନବାନ ପୁତ୍ର ପିତାର ଆନନ୍ଦ ଜନ୍ମାଏ; କିନ୍ତୁ ହୀନବୁଦ୍ଧି ପୁତ୍ର ତାହା ମାତାର ଶୋକର କାରଣ।
Àwọn òwe Solomoni. Ọlọ́gbọ́n ọmọ ń mú inú baba rẹ̀ dùn, ṣùgbọ́n aṣiwèrè ọmọ ń ba inú ìyá rẹ̀ jẹ́.
2 ଦୁଷ୍ଟତା-ଜାତ ଧନ କିଛି ଫଳ ଦିଏ ନାହିଁ; ମାତ୍ର ଧାର୍ମିକତା ମୃତ୍ୟୁୁରୁ ଉଦ୍ଧାର କରେ।
Ìṣúra tí a kójọ nípa ìwà búburú kò ní èrè, ṣùgbọ́n òdodo a máa gbani lọ́wọ́ ikú.
3 ସଦାପ୍ରଭୁ ଧାର୍ମିକର ପ୍ରାଣକୁ କ୍ଷୁଧାରେ କ୍ଷୀଣ ହେବାକୁ ଦେବେ ନାହିଁ; ମାତ୍ର ସେ ଦୁଷ୍ଟର କାମନା ସଫଳ କରନ୍ତି ନାହିଁ।
Olúwa kì í jẹ́ kí ebi máa pa olódodo, ṣùgbọ́n ó ba ète àwọn ènìyàn búburú jẹ́.
4 ଯେଉଁ ଲୋକ ଶିଥିଳ ହସ୍ତରେ କର୍ମ କରେ, ସେ ଦରିଦ୍ର ହୁଅଇ; ମାତ୍ର କର୍ମଶୀଳର ହସ୍ତ ଧନବାନ କରେ।
Ọwọ́ tí ó lẹ máa ń sọ ènìyàn di tálákà, ṣùgbọ́n ọwọ́ tí ó múra ṣíṣẹ́ a máa sọ ni di ọlọ́rọ̀.
5 ଗ୍ରୀଷ୍ମକାଳରେ ଯେ ସଞ୍ଚୟ କରେ, ସେ ବୁଦ୍ଧିମାନ ପୁତ୍ର; ମାତ୍ର ଫସଲ ସମୟରେ ଯେ ନିଦ୍ରିତ ଥାଏ, ସେହି ପୁତ୍ର ଲଜ୍ଜାଜନକ।
Ẹni tí ó kó irúgbìn jọ ní àsìkò òjò jẹ́ ọlọ́gbọ́n ọmọ, ṣùgbọ́n ẹni tí ó sùn ní àsìkò ìkórè jẹ́ adójútini ọmọ.
6 ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ତ୍ତେ; ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟ ଢାଙ୍କେ।
Ìbùkún ní ó máa ń kún orí olódodo, ṣùgbọ́n ìwà ipá máa ń kún ẹnu ènìyàn búburú.
7 ଧାର୍ମିକର ସ୍ମରଣ ଧନ୍ୟ, ମାତ୍ର ଦୁଷ୍ଟର ନାମ ପଚିଯିବ।
Ìrántí olódodo yóò jẹ́ ìbùkún, ṣùgbọ́n orúkọ ènìyàn búburú yóò jẹrà.
8 ଯେ ଅନ୍ତଃକରଣରେ ଜ୍ଞାନୀ, ସେ ଆଜ୍ଞା ଗ୍ରହଣ କରିବ; ମାତ୍ର ମୂର୍ଖ ପତିତ ହେବ।
Ẹni tí ó gbọ́n nínú ọkàn rẹ̀ máa ń gba àṣẹ, ṣùgbọ́n ètè wérewère yóò parun.
9 ସରଳାଚାରୀ ନିର୍ଭୟରେ ଚାଲେ, ମାତ୍ର ବକ୍ରଗାମୀ ଜଣା ପଡ଼ିବ।
Ẹni tí ó ń rìn déédé, ń rìn láìléwu, ṣùgbọ́n àṣírí ẹni tí ń rin ọ̀nà pálapàla yóò tú.
10 ଯେ ଆଖିରେ ଠାର ମାରେ, ସେ ଦୁଃଖ ଜନ୍ମାଏ, ପୁଣି, ଅଜ୍ଞାନ ବକୁଆ ପତିତ ହେବ।
Ẹni tí ń ṣẹ́jú pàkòpàkò fún ibi ń fa àìbalẹ̀ ọkàn, aláìgbọ́n tí ń ṣàròyé kiri yóò parun.
11 ଧାର୍ମିକର ମୁଖ ଜୀବନର ନିର୍ଝର, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ୟ ଢାଙ୍କେ।
Ẹnu olódodo jẹ́ orísun ìyè, ṣùgbọ́n ìwà ipá ni ó gba gbogbo ẹnu ènìyàn búburú.
12 ହିଂସା କଳି ଜନ୍ମାଏ, ମାତ୍ର ପ୍ରେମ ସବୁ ଅଧର୍ମ ଢାଙ୍କେ।
Ìríra a máa dá ìjà sílẹ̀, ṣùgbọ́n ìfẹ́ a máa bo gbogbo àṣìṣe mọ́lẹ̀.
13 ସୁବିବେକୀର ଓଷ୍ଠରେ ଜ୍ଞାନ ଥାଏ, ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।
Ọgbọ́n ni a ń bá lẹ́nu àwọn olóye, ṣùgbọ́n kùmọ̀ wà fún ẹ̀yìn àwọn aláìlóye.
14 ଜ୍ଞାନୀମାନେ ବିଦ୍ୟା ସଞ୍ଚୟ କରନ୍ତି, ମାତ୍ର ଅଜ୍ଞାନର ମୁଖ ଉପସ୍ଥିତ ବିନାଶ ସ୍ୱରୂପ।
Ọlọ́gbọ́n ènìyàn kó ìmọ̀ jọ, ṣùgbọ́n ẹnu aláìgbọ́n a máa ṣokùnfà ìparun.
15 ଧନୀର ଧନ ତାହାର ଦୃଢ଼ ନଗର, ଦରିଦ୍ରମାନଙ୍କ ଦରିଦ୍ରତା ସେମାନଙ୍କର ବିନାଶ।
Ọrọ̀ àwọn olódodo ni ìlú olódi wọn, ṣùgbọ́n òsì ni ìparun aláìní.
16 ଧାର୍ମିକର ପରିଶ୍ରମ ଜୀବନଜନକ, ପୁଣି, ଅଧାର୍ମିକର ଆୟ ପାପଜନକ।
Èrè olódodo ń mú ìyè wá fún wọn, ṣùgbọ́n èrè ènìyàn búburú ń mú ìjìyà wá fún wọn.
17 ଉପଦେଶ ଯେ ମାନେ, ସେ ଜୀବନ-ପଥରେ ଚାଲେ; ମାତ୍ର ଯେ ଅନୁଯୋଗ ତ୍ୟାଗ କରେ, ସେ ଭ୍ରାନ୍ତ ହୁଏ।
Ẹni tí ó gbọ́ ìbáwí fi ọ̀nà sí ìyè hàn, ṣùgbọ́n ẹni tí ó kọ ìbáwí mú àwọn mìíràn ṣìnà.
18 ଯେ ହିଂସା ଆଚ୍ଛାଦନ କରେ, ତାହାର ଓଷ୍ଠାଧର ମିଥ୍ୟାବାଦୀ; ପୁଣି, ଯେ ଅପବାଦ ରଚନା କରେ, ସେ ଅଜ୍ଞାନ।
Ẹni tí ó pa ìkórìíra rẹ̀ mọ́ jẹ́ òpùrọ́ ẹni tí ó sì ń ba ni jẹ́ jẹ́ aláìgbọ́n.
19 ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ।
Nínú ọ̀rọ̀ púpọ̀ a kò le fẹ́ ẹ̀ṣẹ̀ kù ṣùgbọ́n ẹni tí ó pa ẹnu rẹ̀ mọ́ jẹ́ ọlọ́gbọ́n.
20 ଧାର୍ମିକର ଜିହ୍ୱା ମନୋନୀତ ରୂପା ତୁଲ୍ୟ, ମାତ୍ର ଦୁଷ୍ଟର ହୃଦୟ ଅଳ୍ପ ମୂଲ୍ୟ।
Ètè olódodo jẹ́ ààyò fàdákà, ṣùgbọ́n ọkàn ènìyàn búburú kò níye lórí.
21 ଧାର୍ମିକର ଓଷ୍ଠାଧର ଅନେକଙ୍କୁ ପ୍ରତିପାଳନ କରେ, ମାତ୍ର ଅଜ୍ଞାନମାନେ ନିର୍ବୋଧତା ସକାଶୁ ମରନ୍ତି।
Ètè olódodo ń bọ́ ọ̀pọ̀lọpọ̀, ṣùgbọ́n aláìgbọ́n ń kú nítorí àìlóye.
22 ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ କରେ, ପୁଣି, ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ।
Ìbùkún Olúwa ń mú ọrọ̀ wá, kì í sì í fi ìdààmú sí i.
23 କୁକ୍ରିୟା କରିବାର ଅଜ୍ଞାନର କୌତୁକ, ସେହିପରି ଜ୍ଞାନ ବୁଦ୍ଧିମାନ ଲୋକର।
Aláìgbọ́n a máa ní inú dídùn sí ìwà búburú, ṣùgbọ́n olóye ènìyàn a máa ní inú dídùn sí ọgbọ́n.
24 ଦୁଷ୍ଟ ଲୋକ ଯାହା ଭୟ କରେ, ତାହା ହିଁ ତାହା ପ୍ରତି; ମାତ୍ର ଧାର୍ମିକର ମନୋବାଞ୍ଛା ତାହାକୁ ଦିଆଯିବ।
Ohun tí ènìyàn búburú bẹ̀rù yóò dé bá a; olódodo yóò rí ohun tí ó fẹ́ gbà.
25 ଘୂର୍ଣ୍ଣିବାୟୁ ବହିଲେ ଦୁଷ୍ଟ ଆଉ ନ ଥାଏ, ମାତ୍ର ଧାର୍ମିକ ଅନନ୍ତକାଳସ୍ଥାୟୀ ମୂଳଦୁଆ ସ୍ୱରୂପ।
Nígbà tí ìjì bá ti jà kọjá, ènìyàn búburú a kọjá lọ, ṣùgbọ́n olódodo yóò dúró ṣinṣin láéláé.
26 ଯେପରି ଦନ୍ତକୁ କଟୁ ରସ ଓ ଚକ୍ଷୁକୁ ଧୂଆଁ, ସେପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ।
Bí ọtí kíkan sí eyín, àti èéfín sí ojú, bẹ́ẹ̀ ni ọ̀lẹ sí ẹni tí ó rán an níṣẹ́.
27 ସଦାପ୍ରଭୁଙ୍କ ବିଷୟକ ଭୟ ଦିନ ବଢ଼ାଏ, ମାତ୍ର ଦୁଷ୍ଟର ବର୍ଷ ଊଣା କରାଯିବ।
Ìbẹ̀rù Olúwa ń mú ọjọ́ ayé gígùn wá, ṣùgbọ́n a gé ọjọ́ ayé ènìyàn búburú kúrú.
28 ଧାର୍ମିକର ଆଶା ଆନନ୍ଦଜନକ ହେବ, ମାତ୍ର ଦୁଷ୍ଟର ଭରସା କ୍ଷୟ ପାଇବ।
Ìrètí olódodo ni ayọ̀, ṣùgbọ́n ìrètí ènìyàn búburú jásí òfo.
29 ସଦାପ୍ରଭୁଙ୍କ ପଥ ସରଳାଚାରୀମାନଙ୍କ ପ୍ରତି ଦୃଢ଼ ଗଡ଼; ମାତ୍ର କୁକର୍ମକାରୀମାନଙ୍କ ପ୍ରତି ତାହା ବିନାଶଜନକ।
Ọ̀nà Olúwa jẹ́ ààbò fún olódodo, ṣùgbọ́n ìparun ni ó jẹ́ fún àwọn tí ń ṣe ibi.
30 ଧାର୍ମିକ କେବେ ହେଁ ଘୁଞ୍ଚା ଯିବ ନାହିଁ; ମାତ୍ର ଦୁଷ୍ଟ ଦେଶବାସୀ ହେବ ନାହିଁ।
A kì yóò fa olódodo tu láéláé, ṣùgbọ́n ènìyàn búburú kì yóò dúró pẹ́ lórí ilẹ̀.
31 ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀ ଜିହ୍ୱା ଉଚ୍ଛିନ୍ନ ହେବ।
Ẹnu olódodo ń mú ọgbọ́n jáde wá, ṣùgbọ́n ètè àyípadà ni a ó gé kúrò.
32 ଧାର୍ମିକର ଓଷ୍ଠାଧର ତୁଷ୍ଟିକର କଥା ଜାଣେ, ମାତ୍ର ଦୁଷ୍ଟର ମୁଖ କୁଟିଳ କଥା କହେ।
Ètè olódodo mọ ohun ìtẹ́wọ́gbà, ṣùgbọ́n ètè ènìyàn búburú kò mọ̀ ju èké lọ.

< ହିତୋପଦେଶ 10 >