< ଫିଲିପ୍ପୀୟ 3 >
1 ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକ-ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋʼ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ।
୧ସାରାସାରି ପଚେ ଏ ମର୍ ବାଇବଇନିମନ୍, ମୁଇ ତମ୍କେ ଆଗ୍ତୁ କଇଲାଟା ଆରିତରେକ୍ କଇବାକେ ମକେ ବିଜାର୍ ଲାଗେନାଇ । କାଇକେବଇଲେ ସେନ୍ତାରି କଲେ ବୁଲ୍ ବିସଇ ସିକାଉମନର୍ଟାନେଅନି ତମେ ଜାଗ୍ରତ୍ ଅଇରଇସା ।
2 କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;
୨କୁକୁର୍ମନର୍ ପାରା ରଇବା ସେନ୍ତାରି ଲକ୍ମନର୍ ଟାନେଅନି ଜାଗର୍ତା ରୁଆ । କାଇକେବଇଲେ ସେମନ୍ କାରାପ୍ ବିସଇ କଲାଇନି । ବିସ୍ବାସି ଅଇବା ମନସ୍ ପିଲାମନ୍ ସବୁ ସୁନତ୍ ଅଇବାର୍ ଆଚେ ବଲି କଇଲାଇନି ।
3 କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ।
୩କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।
4 ମୁଁ ତ ବାହ୍ୟିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି; ଯଦି ଅନ୍ୟ କେହି ବାହ୍ୟିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ;
୪ମୁଇତା ଆମର୍ ରିତିନିତି ଇସାବେ ଚାଲ୍ବାକେ ଅଦିକ୍ ମନ୍ କର୍ତି । ଜଦି କେଆଲେ ବିନ୍ ଲକ୍ ରିତିନିତିକେ ଆସା କର୍ବାଇ, ସେନ୍ତାର୍ଆଲେ ସେମନର୍ତେଇଅନି ମୁଇ ଅଦିକ୍ କର୍ତି ।
5 ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ୍ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ,
୫ପର୍ମେସର୍ ଆମର୍ ଆନିଦାଦିମନ୍କେ ତିଆର୍ଲାପାରା ଗଟେକ୍ ଆଟ୍ ଅଇଲାକେ ମକେ ସୁନତ୍ କରିରଇଲାଇ । ମୁଇ ଗଟେକ୍ ଇସ୍ରାଏଲର୍ ଲକ୍ । ଦେକ୍ବାକେ ଗାଲେ ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ । ମୁଇ ଗଟେକ୍ ଏବ୍ରିଅ ଆରି ଆମର୍ ଆନିଦାଦିମନ୍ ମିସା ଏବ୍ରିଅ ରଇଲାଇ । ମସାର୍ ରିତିନିତି ମାନ୍ବାକେ ଗଟେକ୍ ପାରୁସି ପାରା ରଇଲି ।
6 ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି।
୬ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ମୁଇ ବେସି ମନ୍ କଲି ଆରି ସେନ୍ତାରି କରୁ କରୁ ଜିସୁର୍ ସିସ୍ମନ୍କେ କସ୍ଟ ଦେଲି । ଆମର୍ ଜିଉଦି ନିୟମ୍ ସବୁ ପୁରାପୁରୁନ୍ ମାନ୍ଲାର୍ ପାଇ ଜଦି ଗଟେକ୍ ଲକ୍ ଦରମ୍ ଅଇପାର୍ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍ ମାନ୍ତେରଇଲି ।
7 କିନ୍ତୁ ଯାହାସବୁ ମୋʼ ପକ୍ଷରେ ଲାଭଜନକ ଥିଲା, ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି।
୭ମାତର୍ ଆଗେ ମୁଇ ଜେତ୍କି ସବୁ ବିସଇ ବେସି ମୁଲିଅ ଆଚେବଲି ବାବ୍ତେରଇଲି, ଏବେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ସେଟାମନ୍ ସବୁ ଚୁଚାଇସେ ବଲି ଜାନ୍ଲିନି ।
8 ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି, ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ,
୮ସେତ୍କିସେ ନଏଁ ଆଗ୍ତୁ ଜେତ୍କି ସବୁ ବିସଇ ପର୍ମେସର୍କେ ସାର୍ଦା କରାଇବାକେ କର୍ତେରଇଲି, ଜିସୁ କିରିସ୍ଟକେ ମର୍ ମାପ୍ରୁ ବଲି ମାନ୍ଲାତେଇଅନି, ସେଟା ଚୁଚାଇସେ ବଲି ଜାନ୍ଲିନି । ତାର୍ପାଇ ମୁଇ ସବୁ ବିସଇ ଚାଡିଦେଲିଆଚି । କିରିସ୍ଟର୍ ସିସ୍ ଅଇବି ବଲିକରି ସେଟାମନ୍ ଚୁଚାଇସେ ବଲି ଏତ୍କଲିନି ।
9 ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ,
୯ଜେନ୍ତାରି କି ମୁଇ ତାର୍ ସଙ୍ଗ୍ ପୁରାପୁରୁନ୍ ମିସିରଇବି । ରିତିନିତି ମାନିକରି ପର୍ମେସରର୍ ମୁଆଟେ ଦରମ୍ ଲକ୍ ଅଇବି ବଲି ଚେସ୍ଟା କର୍ତେରଇଲି, ଏବେ ସେଟା ସବୁ ଚାଡିଦେଲି । ତାର୍ ବାଦୁଲେ କିରିସ୍ଟକେ ବିସ୍ବାସ୍ କଲାର୍ପାଇ ପର୍ମେସର୍ ମକେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
10 ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ,
୧୦ମୁଇ କିରିସ୍ଟକେ ଜାନ୍ବି ବଲି ମନ୍ କଲିନି । ଆରି ପର୍ମେସର୍ ତାକେ ଜନ୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା, ସେ ବପୁ ମୁଇ ମର୍ ଜିବନେ ମିଲାଇବି ବଲି ଆସା କଲିନି । ସେ ଜେନ୍ତାରି ମର୍ପାଇ ଦୁକ୍ କସ୍ଟ ପାଇଲା, ସେନ୍ତାରିସେ ମୁଇମିସା ତାର୍ପାଇ ଦୁକ୍ କସ୍ଟ ପାଇବି ଆରି ତାର୍ ମରନେ ମିସ୍ବି ।
11 ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ।
୧୧ସେନ୍ତାରି ପର୍ମେସର୍ ଜେତ୍କି ଲକ୍କେ ମଲାତେଇଅନି ଜିବନ୍ କରି ଉଟାଇସି, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍ ଅଇବି ।
12 ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି, ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି।
୧୨ଏ ସବୁ ବିସଇ ମୁଇ କରିସାରାଇ ଆଚି ବଲି କଇନାଇ । ପର୍ମେସର୍ ମକେ ସିଦ୍ କରି ସାରାଇଆଚେ ବଲି ମିସା ମୁଇ କଇନାଇ । ମାତର୍, କିରିସ୍ଟର୍ ପାରା ଅଇବାକେ ମୁଇ ବେସି ଚେସ୍ଟା କଲିନି । ସେଟାର୍ପାଇ କିରିସ୍ଟ ମକେ ବାଚ୍ଲା ଆଚେ ।
13 ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,
୧୩ନାଇ, ମର୍ ବାଇବଇନିମନ୍, ଏ ସବୁଜାକ କରିସାରାଇଆଚି ବଲି ମୁଇ କଇନାଇ । ମାତର୍ ଅଦିକ୍ ଗଟେକ୍ ମୁକିଅ ରଇବା ବିସଇ ମୁଇ କଲିନି, । ଜେତ୍କି ସବୁ ବିସଇ ଅଇସାର୍ଲା ଆଚେ, ସେଟା ସବୁ ପାସ୍ରି ଚାଡିଦେଇକରି କିରିସ୍ଟ ଜନ୍ ରକାମ୍ ମକେ ଅଇବାର୍ଆଚେ ବଲି ମନ୍ କଲାନି, ସେନ୍ତାରି ଅଇବାକେ ମୁଇ ଚେସ୍ଟା କଲିନି ।
14 ପଶ୍ଚାତ୍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି।
୧୪ମର୍ ସାରାସାରି ଜାଗାଇ କେଟ୍ବା ଜାକ ଆଗ୍ତୁ ଆଗ୍ତୁ ଗାଲିନି । ଜେନ୍ତିକି ମୁଇ ସର୍ଗେ ପୁରୁସ୍କାର୍ ପାଇବି । ଜିସୁକିରିସ୍ଟ ମର୍ପାଇ ଜେତ୍କି ବିସଇ କଲାଆଚେ, ସେଟାର୍ପାଇ ସେ ପୁରୁସ୍କାର୍ ମୁଇ ସର୍ଗେ ପାଇବି ।
15 ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ବର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ;
୧୫ସେନ୍ତାର୍ଆଲେ ଆସା, ଆମେ ଜେତ୍କି ଲକ୍ ସୁକଲ୍ ଅଇଆଚୁ, ଏ ରକାମ୍ ବିସଇ ସମାନ୍ ଇସାବେ ଚିନ୍ତା କର୍ତେରଉଁ । ଆରି ଜଦି ଏ ସବୁ ବିସଇର୍ପାଇ ତମେ ମର୍ ସଙ୍ଗ୍ ରାଜି ଉଆସ୍ନାଇ, ଟିକ୍ ସଙ୍ଗ୍ ଚିନ୍ତା କର୍ବାକେ ପର୍ମେସର୍ ତମ୍କେ ସାଇଜ କର୍ସି ।
16 କେବଳ, ଆମ୍ଭେମାନେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ।
୧୬କେନ୍ତି ମିସା ପର୍ମେସର୍ ଜେତ୍କି ବିସଇ ସବୁ ଆମ୍କେ ଦେକାଇ ସାରାଇଆଚେ, ସେ ସବୁଜାକ ଆମେ ମାନ୍ବାର୍ ଆଚେ ।
17 ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।
୧୭ଏ ମର୍ ବାଇବଇନିମନ୍, ମୁଇ ଜେନ୍ତାରି କଲିନି, ତମେ ମିସା ସେନ୍ତାରିସେ କରା । ଆମେ ତମର୍ ସଙ୍ଗ୍ ରଇଲାବେଲେ ଜେନ୍ତି ଚଲାଚଲ୍ତି କର୍ତେରଇଲୁ, ସେଟା ଜାଗ୍ରତ୍ ସଙ୍ଗ୍ ଦେକା ଆରି ସେନ୍ତାରି ଚଲାଚଲ୍ତି କରା ।
18 କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;
୧୮କାଇକେ ବଇଲେ ମୁଇ ତମ୍କେ ଆଗ୍ତୁ କେତେତର୍ କଇ ସାରାଇଆଚି, ଆରି ଏବେ ବେସି ଦୁକର୍ ସଙ୍ଗ୍ କାନ୍ଦିକରି କଇଲିନି, ବେସି ଲକ୍ କିରିସ୍ଟର୍ ବିରଦି ଇସାବେ ଚଲାଚଲ୍ତି କର୍ବାଇ ।
19 ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।
୧୯ସାରାସାରି ପର୍ମେସର୍ ସେମନ୍କେ ବିନାସ୍ କର୍ସି । ସେମନ୍ ଅବ୍କା ଗାଗଡ୍ ମନ୍ କର୍ବାଟା ପୁରାପୁରୁନ୍ କର୍ବାକେ ମନ୍ କଲାଇନି । ଲାଜର୍ ବିସଇ କରି ସାର୍ଦା କଲାଇନି । ଅବ୍କା ଏ ଜଗତର୍ ବିସଇସେ ଚିନ୍ତା କଲାଇନି ।
20 ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;
୨୦ମାତର୍ ଆମେତା ସରଗର୍ ଲକ୍ମନ୍, ସେ ଜାଗାଇଅନି ଆମର୍ ଉଦାର୍କାରିଆ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ବେଲାକେ ଆମେ ଜାଗ୍ଲୁନି ।
21 ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ।
୨୧ଜେନ୍ତିକି ତାକେ ଜଗତର୍ ସବୁ ବିସଇ ସର୍ପିଅଇବାଇ, ସେନ୍ତାରି ତାର୍ଟାନେ ବପୁ ଆଚେ । ସେ ବପୁସଙ୍ଗ୍ ଆମର୍ ମର୍ବା ଗାଗଡ୍ମନ୍କେ ନୁଆ କରି ବାଦ୍ଲାଇସି । ପର୍ମେସର୍ ତାକେ ଜିବନ୍ କରି ଉଟାଇଲାବେଲେ, ସେ ଜନ୍ ମଇମାର୍ ଗାଗଡ୍ ପାଇରଇଲା, ସେନ୍ତାରି ରଇବା ମଇମାର୍ ଗାଗଡ୍ ଆମ୍କେ ମିସା ଦେଇସି ।