< ଫିଲିପ୍ପୀୟ 1 >

1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର;
Paulus, et Timotheus servi Iesu Christi, omnibus sanctis in Christo Iesu, qui sunt Philippis, cum episcopis, et diaconibus.
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
Gratia vobis, et pax a Deo Patre nostro, et Domino Iesu Christo.
3 ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ।
Gratias ago Deo meo in omni memoria vestri,
4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ
semper in cunctis orationibus meis pro omnibus vobis, cum gaudio deprecationem faciens,
5 ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି
super communicatione vestra in Evangelio Christi a prima die usque nunc.
6 କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ;
confidens hoc ipsum, quia qui coepit in vobis opus bonum, perficiet usque in diem Christi Iesu.
7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।
sicut est mihi iustum hoc sentire pro omnibus vobis: eo quod habeam vos in corde, et in vinculis meis, et in defensione, et confirmatione Evangelii, socios gaudii mei omnes vos esse.
8 କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ।
Testis enim mihi est Deus, quomodo cupiam omnes vos in visceribus Iesu Christi.
9 ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ,
Et hoc oro ut charitas vestra magis ac magis abundet in omni scientia, et in omni sensu:
10 ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,
ut probetis potiora, ut sitis sinceri, et sine offensa in diem Christi,
11 ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ।
repleti fructu iustitiae per Iesum Christum, in gloriam et laudem Dei.
12 ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;
Scire autem vos volo fratres, quia quae circa me sunt, magis ad profectum venerunt Evangelii:
13 ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା;
ita ut vincula mea manifesta fierent in Christo in omni praetorio, et in ceteris omnibus,
14 ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି।
ut plures e fratribus in Domino confidentes in vinculis meis, abundantius auderent sine timore verbum Dei loqui.
15 କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ତାହା କରୁଅଛନ୍ତି;
Quidam quidem et propter invidiam, et contentionem: quidam autem et propter bonam voluntatem Christum praedicant:
16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,
quidam ex charitate: scientes quoniam in defensionem Evangelii positus sum.
17 କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି।
Quidam autem ex contentione Christum annunciant non sincere, existimantes pressuram se suscitare vinculis meis.
18 ସେଥିରେ ବା କଅଣ? କପଟ ଭାବରେ ହେଉ ବା ସତ୍ୟ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।
Quid enim? Dum omni modo sive per occasionem, sive per veritatem Christus annuncietur: et in hoc gaudeo, sed et gaudebo.
19 କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ,
Scio enim quia hoc mihi proveniet ad salutem, per vestram orationem, et subministrationem Spiritus Iesu Christi,
20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି।
secundum expectationem, et spem meam, quia in nullo confundar: sed in omni fiducia sicut semper, et nunc magnificabitur Christus in corpore meo, sive per vitam, sive per mortem.
21 କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ।
Mihi enim vivere Christus est, et mori lucrum.
22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ।
Quod si vivere in carne, hic mihi fructus operis est, et quid eligam ignoro.
23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;
Coarctor autem e duobus: desiderium habens dissolvi, et esse cum Christo, multo magis melius:
24 ମାତ୍ର ଶରୀରରେ ରହିବା ତୁମ୍ଭମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ।
permanere autem in carne, necessarium propter vos.
25 ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି,
Et hoc confidens scio quia manebo, et permanebo omnibus vobis ad profectum vestrum, et gaudium fidei:
26 ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋʼ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ।
ut gratulatio vestra abundet in Christo Iesu in me, per meum adventum iterum ad vos.
27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,
Tantum digne Evangelio Christi conversamini: ut sive cum venero, et videro vos, sive absens audiam de vobis quia statis in uno spiritu unanimes, collaborantes fidei Evangelii:
28 ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ବରଦତ୍ତ ଏକ ଲକ୍ଷଣ;
et in nullo terreamini ab adversariis: quae illis est causa perditionis, vobis autem salutis, et hoc a Deo:
29 କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;
quia vobis donatum est pro Christo, non solum ut in eum credatis, sed ut etiam pro illo patiamini:
30 ଆଉ ମୋତେ ଯେପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ।
idem certamen habentes, quale et vidistis in me, et nunc audistis de me.

< ଫିଲିପ୍ପୀୟ 1 >