< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 9 >

1 ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେଲା ଉତ୍ତାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ପ୍ରାନ୍ତରରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
And Jehovah speaketh unto Moses, in the wilderness of Sinai, in the second year of their going out of the land of Egypt, in the first month, saying,
2 “ଇସ୍ରାଏଲ-ସନ୍ତାନଗଣ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ;
'Also, the sons of Israel prepare the passover in its appointed season;
3 ଏହି ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟାକାଳର ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ; ତହିଁର ସମସ୍ତ ବିଧି ଓ ନିୟମ ଅନୁସାରେ ତାହା ପାଳନ କରିବ।”
in the fourteenth day of this month between the evenings ye prepare it in its appointed season; according to all its statutes, and according to all its ordinances ye prepare it.'
4 ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ।
And Moses speaketh unto the sons of Israel to prepare the passover,
5 ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ସମୟରେ ସୀନୟ ପ୍ରାନ୍ତରରେ ନିସ୍ତାର ପର୍ବ ପାଳନ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସବୁ କର୍ମ କଲେ।
and they prepare the passover in the first [month], on the fourteenth day of the month, between the evenings, in the wilderness of Sinai; according to all that Jehovah hath commanded Moses, so have the sons of Israel done.
6 ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହି ଦିନ ସେମାନେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ; ଏନିମନ୍ତେ ସେମାନେ ସେହି ଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ।
And there are men who have been defiled by the body of a man, and they have not been able to prepare the passover on that day, and they come near before Moses, and before Aaron, on that day,
7 ସେହି ଲୋକମାନେ ତାଙ୍କୁ କହିଲେ, “ଆମ୍ଭେମାନେ ମନୁଷ୍ୟର ଶବ ଦ୍ୱାରା ଅଶୁଚି ହୋଇଅଛୁ; ଏହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କି କାରଣରୁ ଆମ୍ଭେମାନେ ନିବାରିତ ହେଉଅଛୁ?”
and those men say unto him, 'We are defiled by the body of a man; why are we withheld so as not to bring near the offering of Jehovah in its appointed season, in the midst of the sons of Israel?'
8 ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରହିଥାଅ; ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ତାହା ଶୁଣେ।”
And Moses saith unto them, 'Stand ye, and I hear what Jehovah hath commanded concerning you.'
9 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
And Jehovah speaketh unto Moses, saying,
10 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ‘ତୁମ୍ଭମାନଙ୍କ ମଧ୍ୟରେ କିଅବା ତୁମ୍ଭମାନଙ୍କ ଭବିଷ୍ୟତ ସନ୍ତାନଗଣ ମଧ୍ୟରେ ଯଦି କେହି ଶବ ଦ୍ୱାରା ଅଶୁଚି ହୁଏ, କିଅବା ଦୂର ସ୍ଥାନରେ ପଥିକ ହୁଏ, ତେବେ ହେଁ ସେ ସଦାପ୍ରଭୁଙ୍କ ନିସ୍ତାର ପର୍ବ ପାଳନ କରିବ;’
'Speak unto the sons of Israel, saying, Though any man is unclean by a body or in a distant journey (of you or of your generations), yet he hath prepared a passover to Jehovah;
11 ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ;
in the second month, on the fourteenth day, between the evenings they prepare it; with unleavened and bitter things they eat it;
12 ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ କିଅବା ତହିଁର କୌଣସି ହାଡ଼ ଭାଙ୍ଗିବେ ନାହିଁ; ସେମାନେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
they do not leave of till morning; and a bone they do not break in it: according to all the statute of the passover they prepare it.
13 ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାର ପର୍ବ ପାଳନ କରିବାରୁ କ୍ଷାନ୍ତ ହୁଏ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥିପାଇଁ ସେହି ମନୁଷ୍ୟ ଆପଣା ପାପ ବୋହିବ;
'And the man who is clean, and hath not been on a journey, and hath ceased to prepare the passover, even that person hath been cut off from his people; because the offering of Jehovah he hath not brought near, in its appointed season, that man doth bear his sin.
14 ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ନିୟମାନୁସାରେ ତାହା ପାଳନ କରିବ; ସ୍ୱଦେଶଜାତ କିମ୍ବା ବିଦେଶଜାତ, ଦୁହିଁଙ୍କ ପାଇଁ ତୁମ୍ଭମାନଙ୍କର ଏକ ବିଧି ହେବ।”
'And when a sojourner sojourneth with you, then he hath prepared a passover to Jehovah, according to the statute of the passover, and according to its ordinance, so he doth; one statute is to you, even to a sojourner, and to a native of the land.'
15 ଆଉ ଯେଉଁ ଦିନ ଆବାସ ସ୍ଥାପିତ ହେଲା, ସେହି ଦିନ ମେଘ ଆବାସକୁ, ଅର୍ଥାତ୍‍, ସାକ୍ଷ୍ୟ-ତମ୍ବୁକୁ ଆଚ୍ଛାଦନ କଲା; ପୁଣି, ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ଆବାସ ଉପରେ ଅଗ୍ନି ତୁଲ୍ୟ ଦେଖାଗଲା
And in the day of the raising up of the tabernacle hath the cloud covered the tabernacle, even the tent of the testimony; and in the evening there is on the tabernacle as an appearance of fire till morning;
16 ଏହିରୂପେ ସର୍ବଦା ହେଲା; ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି, ରାତ୍ରିରେ ଅଗ୍ନି ତୁଲ୍ୟ ଦେଖାଗଲା।
so it is continually; the cloud covereth it, also the appearance of fire by night.
17 ଆଉ ଯେକୌଣସି ସମୟରେ ତମ୍ବୁ ଉପରୁ ସେହି ମେଘ ଉପରକୁ ନିଆଗଲା, ସେତେବେଳେ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କଲେ; ପୁଣି, ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲ-ସନ୍ତାନଗଣ ସେହିଠାରେ ଛାଉଣି ସ୍ଥାପନ କଲେ।
And according to the going up of the cloud from off the tent and afterwards do the sons of Israel journey; and in the place where the cloud doth tabernacle, there do the sons of Israel encamp;
18 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି ସ୍ଥାପନ କଲେ; ଯେପର୍ଯ୍ୟନ୍ତ ସେହି ମେଘ ଆବାସ ଉପରେ ରହିଲା, ସେପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ।
by the command of Jehovah the sons of Israel journey, and by the command of Jehovah they encamp; all the days that the cloud doth tabernacle over the tabernacle they encamp.
19 ପୁଣି, ଯେତେବେଳେ ସେହି ମେଘ ଆବାସ ଉପରେ ବହୁ ଦିନ ବିଳମ୍ବ କରି ରହିଲା, ସେତେବେଳେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ ଓ ଯାତ୍ରା କଲେ ନାହିଁ।
And in the cloud prolonging itself over the tabernacle many days, then have the sons of Israel kept the charge of Jehovah, and journey not,
20 ପୁଣି, କେବେ କେବେ ସେହି ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେହି ସମୟରେ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯାତ୍ରା କଲେ।
and so when the cloud is a number of days over the tabernacle; by the command of Jehovah they encamp, and by the command of Jehovah they journey.
21 ଆଉ କେବେ କେବେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଉପରକୁ ନିଆଯାʼନ୍ତେ, ସେମାନେ ଯାତ୍ରା କଲେ; ଅବା ଯଦି ତାହା ଦିବାରାତ୍ର ରହିଲା, ତେବେ ମେଘ ଉପରକୁ ନିଆଯାʼନ୍ତେ, ସେମାନେ ଯାତ୍ରା କଲେ।
And so when the cloud is from evening till morning, when the cloud hath gone up in the morning, then they have journeyed; whether by day or by night, when the cloud hath gone up, then they have journeyed.
22 ଦୁଇ ଦିନ କିମ୍ବା ଏକ ମାସ କିମ୍ବା ଏକ ବର୍ଷ ହେଉ, ଆବାସ ଉପରେ ମେଘ ଯେତେକାଳ ବିଳମ୍ବ କରି ଅବସ୍ଥିତି କଲା, ସେତେକାଳ ଇସ୍ରାଏଲ-ସନ୍ତାନଗଣ ଯାତ୍ରା ନ କରି ଛାଉଣିରେ ରହିଲେ; ମାତ୍ର ତାହା ନିଆଯାʼନ୍ତେ, ସେମାନେ ଯାତ୍ରା କଲେ।
Whether two days, or a month, or days, in the cloud prolonging itself over the tabernacle, to tabernacle over it, the sons of Israel encamp, and journey not; and in its being lifted up they journey;
23 ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ; ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ।
by the command of Jehovah they encamp, and by the command of Jehovah they journey; the charge of Jehovah they have kept, by the command of Jehovah in the hand of Moses.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 9 >