< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 7 >

1 ଏଥିଉତ୍ତାରେ ଯେଉଁ ଦିନ ମୋଶା ଆବାସ ସ୍ଥାପନ ସମାପ୍ତ କରି ତାହା ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ;
Nígbà tí Mose ti parí gbígbé àgọ́ dúró, ó ta òróró sí i, ó sì yà á sí mímọ́ pẹ̀lú gbogbo àwọn ohun èlò rẹ̀, Ó tún ta òróró sí pẹpẹ, ó sì yà á sí mímọ́ pẹ̀lú gbogbo ohun èlò rẹ̀.
2 ସେହି ଦିନ ଇସ୍ରାଏଲର ଅଧିପତିଗଣ, ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ।
Nígbà náà ni àwọn olórí Israẹli, àwọn ẹ̀yà kọ̀ọ̀kan, àwọn alábojútó àwọn tí a kà náà mú ọrẹ wá.
3 ପୁଣି, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗୋରୁ, ଅର୍ଥାତ୍‍, ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଓ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ।
Wọ́n mú ọrẹ wọn wá síwájú Olúwa: kẹ̀kẹ́ ẹrù mẹ́fà ti abo, àti akọ màlúù kan láti ọ̀dọ̀ olórí kọ̀ọ̀kan àti kẹ̀kẹ́ ẹrù kan láti ọ̀dọ̀ olórí méjì. Wọ́n sì kó wọn wá sí iwájú àgọ́.
4 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
5 “ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର, ତାହାସବୁ ସମାଗମ-ତମ୍ବୁର ସେବା ନିମନ୍ତେ ହେବ; ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବାନୁସାରେ ଲେବୀୟମାନଙ୍କୁ ତାହାସବୁ ଦେବ।”
“Gba gbogbo nǹkan wọ̀nyí lọ́wọ́ wọn, kí wọ́n ba à lè wúlò fún iṣẹ́ inú àgọ́ ìpàdé. Kó wọn fún àwọn ọmọ Lefi gẹ́gẹ́ bí iṣẹ́ ẹnìkọ̀ọ̀kan bá ṣe nílò rẹ̀.”
6 ତହୁଁ ମୋଶା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ।
Mose sì kó àwọn kẹ̀kẹ́ ẹrù àti akọ màlúù náà fún àwọn ọmọ Lefi.
7 ଗେର୍ଶୋନୀୟ-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ।
Ó fún àwọn ọmọ Gerṣoni ní kẹ̀kẹ́ méjì àti akọ màlúù mẹ́rin, gẹ́gẹ́ bí iṣẹ́ wọn ṣe jẹ mọ́.
8 ହାରୋଣ ଯାଜକଙ୍କର ପୁତ୍ର ଈଥାମରର ହସ୍ତାଧୀନରେ ମରାରି-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ।
Ó fún àwọn ọmọ Merari ní kẹ̀kẹ́ mẹ́rin àti akọ màlúù mẹ́jọ gẹ́gẹ́ bí iṣẹ́ wọn ṣe jẹ mọ́. Gbogbo wọn wà lábẹ́ àkóso Itamari ọmọ Aaroni tí í ṣe àlùfáà.
9 ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବୋହିଲେ।
Ṣùgbọ́n Mose kò fún àwọn ọmọ Kohati ní nǹkan kan nítorí pé èjìká wọn ni wọn yóò fi ru àwọn ohun mímọ́ èyí tí ó jẹ́ ojúṣe tiwọn.
10 ଆଉ ବେଦିର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ, ଅର୍ଥାତ୍‍, ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।
Nígbà tí a ta òróró sórí pẹpẹ. Àwọn olórí mú àwọn ọrẹ wọn wá fún ìyàsímímọ́ rẹ̀, wọ́n sì kó wọn wá síwájú pẹpẹ.
11 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”
Nítorí tí Olúwa ti sọ fún Mose pé, “Olórí kọ̀ọ̀kan ní ọjọ́ kọ̀ọ̀kan ni yóò máa mú ọrẹ tirẹ̀ wá fún ìyàsímímọ́ pẹpẹ.”
12 ତହିଁରେ ପ୍ରଥମ ଦିନ ଯିହୁଦା ବଂଶଜାତ ଅମ୍ମୀନାଦବର ପୁତ୍ର ନହଶୋନ ଆପଣା ଉପହାର ଉତ୍ସର୍ଗ କଲା;
Ẹni tí ó mú ọrẹ tirẹ̀ wá ní ọjọ́ kìn-ín-ní Nahiṣoni ọmọ Amminadabu láti inú ẹ̀yà Juda.
13 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଶହେ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ jẹ́: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò ti fàdákà tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́ àwo kọ̀ọ̀kan kún fún ìyẹ̀fun kíkúnná dáradára tí a fi òróró pò gẹ́gẹ́ bí ẹbọ ohun jíjẹ;
14 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
15 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
ọ̀dọ́ akọ màlúù kan, àgbò kan, akọ ọ̀dọ́-àgùntàn ọlọ́dún kan fún ẹbọ sísun,
16 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
akọ ewúrẹ́ kan fún ẹbọ ẹ̀ṣẹ̀,
17 ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀନାଦବର ପୁତ୍ର ନହଶୋନର ଉପହାର।
akọ màlúù méjì, àgbò márùn-ún, òbúkọ ọlọ́dún kan márùn-ún tí wọn ó fi rú ẹbọ àlàáfíà. Wọ̀nyí ni ọrẹ Nahiṣoni ọmọ Amminadabu.
18 ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା,
Ní ọjọ́ kejì ni Netaneli ọmọ Suari olórí àwọn ọmọ Isakari mú ọrẹ tirẹ̀ wá.
19 ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏହା ଦେଲା, ଅର୍ଥାତ୍‍, ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ tí ó kó wá ní: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
20 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí,
21 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
ọ̀dọ́ akọ màlúù kan, àgbò kan, àti akọ ọ̀dọ́-àgùntàn ọlọ́dún kan, fún ẹbọ sísun;
22 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ kan fún ẹbọ ẹ̀ṣẹ̀;
23 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ସୂୟାରର ପୁତ୍ର ନଥନେଲର ଉପହାର।
Màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún tí wọn ó fi rú ẹbọ àlàáfíà. Èyí ni ọrẹ Netaneli ọmọ Suari.
24 ତୃତୀୟ ଦିନ ସବୂଲୂନ-ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ୍‍ ଆଣିଲା;
Eliabu ọmọ Heloni, olórí àwọn ọmọ Sebuluni ni ó mú ọrẹ rẹ̀ wá ní ọjọ́ kẹta.
25 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Àwọn ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
26 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
27 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
28 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ kan fún ẹbọ ẹ̀ṣẹ̀;
29 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ହେଲୋନର ପୁତ୍ର ଇଲୀୟାବ୍‍ର ଉପହାର।
Màlúù méjì, àgbò márùn-ún, òbúkọ márùn-ún akọ ọ̀dọ́-àgùntàn ọlọ́dún kan márùn-ún tí wọn o fi rú ẹbọ àlàáfíà. Èyí ni ọrẹ Eliabu ọmọ Heloni.
30 ଚତୁର୍ଥ ଦିନ ରୁବେନ୍‍-ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆଣିଲା;
Elisuri ọmọ Ṣedeuri olórí àwọn ọmọ Reubeni ni ó mú ọrẹ wá ní ọjọ́ kẹrin.
31 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
32 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí,
33 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
34 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
akọ ewúrẹ́ kan fún ẹbọ ẹ̀ṣẹ̀;
35 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଶଦେୟରର ପୁତ୍ର ଇଲୀଷୂରର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún tí wọn ó fi rú ẹbọ àlàáfíà. Èyí ni ọrẹ Elisuri ọmọ Ṣedeuri.
36 ପଞ୍ଚମ ଦିନ ଶିମୀୟୋନ-ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଆଣିଲା;
Ṣelumieli ọmọ Suriṣaddai, olórí àwọn ọmọ Simeoni ni ó mú ọrẹ wá ní ọjọ́ karùn-ún.
37 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାରେ ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ tí ó kó wá ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
38 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
39 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
40 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ kan fún ẹbọ ẹ̀ṣẹ̀;
41 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún tí wọn ó fi rú ẹbọ àlàáfíà. Èyí ni ọrẹ Ṣelumieli ọmọ Suriṣaddai.
42 ଷଷ୍ଠ ଦିନ ଗାଦ୍‍-ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଆଣିଲା;
Eliasafu ọmọ Deueli olórí àwọn ọmọ Gadi ní ó mú ọrẹ rẹ̀ wá ní ọjọ́ kẹfà.
43 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
44 ଆଉ ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
45 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
46 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
akọ ewúrẹ́ kan fún ẹbọ ẹ̀ṣẹ̀;
47 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún, wọn ó fi rú ẹbọ àlàáfíà. Èyí ni ọrẹ Eliasafu ọmọ Deueli.
48 ସପ୍ତମ ଦିନ ଇଫ୍ରୟିମ-ସନ୍ତାନଗଣର ଅଧିପତି ଅମ୍ମୀହୂଦର ପୁତ୍ର ଇଲୀଶାମା ଆଣିଲା;
Eliṣama ọmọ Ammihudu, olórí àwọn ọmọ Efraimu ni ó mú ọrẹ rẹ̀ wá ní ọjọ́ keje.
49 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
50 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
51 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
52 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
akọ ewúrẹ́ kan fún ẹbọ ẹ̀ṣẹ̀;
53 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀହୂଦର ପୁତ୍ର ଇଲୀଶାମାର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún, tí wọn ó fi rú ẹbọ àlàáfíà. Èyí ni ọrẹ Eliṣama ọmọ Ammihudu.
54 ଅଷ୍ଟମ ଦିନ ମନଃଶି-ସନ୍ତାନଗଣର ଅଧିପତି ପଦାହସୂରର ପୁତ୍ର ଗମଲୀୟେଲ ଆଣିଲା;
Gamalieli ọmọ Pedasuri, olórí àwọn ọmọ Manase ni ó mú ọrẹ tirẹ̀ wá ní ọjọ́ kẹjọ.
55 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ tirẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
56 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
57 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
58 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ kan fún ẹbọ ẹ̀ṣẹ̀;
59 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ପଦାହସୂରର ପୁତ୍ର ଗମଲୀୟେଲର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún tí wọn ó fi rú ẹbọ àlàáfíà. Èyí ni ọrẹ Gamalieli ọmọ Pedasuri.
60 ନବମ ଦିନ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ଗିଦିୟୋନିର ପୁତ୍ର ଅବୀଦାନ୍‍ ଆଣିଲା;
Abidani ọmọ Gideoni, olórí àwọn ọmọ Benjamini ni ó mú ọrẹ tirẹ̀ wá ní ọjọ́ kẹsànán.
61 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
62 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
63 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
64 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ kan fún ẹbọ ẹ̀ṣẹ̀;
65 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଗିଦିୟୋନିର ପୁତ୍ର ଅବୀଦାନ୍‍ର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún tí wọn ó fi rú ẹbọ àlàáfíà. Èyí ni ọrẹ Abidani ọmọ Gideoni.
66 ଦଶମ ଦିନ ଦାନ୍-ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆଣିଲା;
Ahieseri ọmọ Ammiṣaddai, olórí àwọn ọmọ Dani ni ó mú ọrẹ tirẹ̀ wá ní ọjọ́ kẹwàá.
67 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
68 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
69 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
70 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ kan fún ẹbọ ẹ̀ṣẹ̀;
71 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷରର ଉପହାର।
àti fún ẹbọ ti ẹbọ àlàáfíà, akọ màlúù méjì, àgbò márùn-ún, òbúkọ márùn-ún, akọ ọ̀dọ́-àgùntàn márùn-ún ọlọ́dún kan. Èyí ni ọrẹ ẹbọ tí Ahieseri ọmọ Ammiṣaddai.
72 ଏକାଦଶ ଦିନ ଆଶେର-ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ଆଣିଲା;
Pagieli ọmọ Okanri, olórí àwọn ọmọ Aṣeri ni ó mú ọrẹ rẹ̀ wá ní ọjọ́ kọkànlá.
73 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
74 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
75 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
akọ ọ̀dọ́ màlúù kan, àgbò kan àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
76 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ fún ẹbọ ẹ̀ṣẹ̀;
77 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅକ୍ରଣର ପୁତ୍ର ପଗୀୟେଲର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún, tí wọn ó fi rú ẹbọ àlàáfíà. Èyí ni ọrẹ Pagieli ọmọ Okanri.
78 ଦ୍ୱାଦଶ ଦିନ ନପ୍ତାଲି-ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ଆଣିଲା;
Ahira ọmọ Enani, olórí àwọn Naftali ni ó mú ọrẹ rẹ̀ wá ní ọjọ́ kejìlá.
79 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
Ọrẹ rẹ̀ ni: àwo fàdákà kan tí ìwọ̀n rẹ̀ jẹ́ àádóje ṣékélì àti àwokòtò tí ìwọ̀n rẹ̀ jẹ́ àádọ́rin ṣékélì, méjèèjì gẹ́gẹ́ bí iye owó ibi mímọ́, àwo kọ̀ọ̀kan sì kún fún ìyẹ̀fun kíkúnná dáradára tí á fi òróró pò gẹ́gẹ́ bí ẹbọ ohun jíjẹ;
80 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
àwo wúrà kan tí ìwọ̀n rẹ̀ jẹ́ ṣékélì mẹ́wàá tí ó kún fún tùràrí;
81 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ,
akọ ọ̀dọ́ màlúù kan àgbò kan, àti akọ ọ̀dọ́-àgùntàn ọlọ́dún kan fún ẹbọ sísun;
82 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
akọ ewúrẹ́ kan fún ẹbọ ẹ̀ṣẹ̀;
83 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଐନନର ପୁତ୍ର ଅହୀରର ଉପହାର।
màlúù méjì, àgbò márùn-ún, akọ ewúrẹ́ márùn-ún àti akọ ọ̀dọ́-àgùntàn ọlọ́dún kan márùn-ún, wọn ó fi rú ẹbọ àlàáfíà. Èyí ni ọrẹ Ahira ọmọ Enani.
84 ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା; ରୂପାର ଦ୍ୱାଦଶ ଥାଳୀ, ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ;
Wọ̀nyí ni ọrẹ tí àwọn olórí àwọn ọmọ Israẹli mú wá fún ìyàsímímọ́ pẹpẹ nígbà tí wọ́n ta òróró sí i lórí: àwo fàdákà méjìlá, àwokòtò méjìlá, àwo wúrà méjìlá.
85 ତହିଁର ପ୍ରତ୍ୟେକ ରୂପାଥାଳୀ ଏକ ଶହ ତିରିଶ ଶେକଲ ଓ ପ୍ରତ୍ୟେକ କୁଣ୍ଡ ସତୁରି ଶେକଲ ପରିମିତ; ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଶେକଲ ଅନୁସାରେ ଦୁଇ ହଜାର ଚାରି ଶହ ଶେକଲ ଥିଲା;
Àwo fàdákà kọ̀ọ̀kan wọn àádóje ṣékélì, àwokòtò kọ̀ọ̀kan sì wọn àádọ́rin. Àpapọ̀ gbogbo àwo fàdákà jẹ́ egbèjìlá ṣékélì gẹ́gẹ́ bí iye owó ibi mímọ́.
86 ପୁଣି, ଧୂପପୂର୍ଣ୍ଣ ଦ୍ୱାଦଶ ସ୍ୱର୍ଣ୍ଣ ଚାମଚ, ପ୍ରତ୍ୟେକେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଦଶ ଶେକଲ ପରିମିତ; ଚାମଚର ସମସ୍ତ ସ୍ୱର୍ଣ୍ଣ ଶହେ କୋଡ଼ିଏ ଶେକଲ ଥିଲା।
Ọ̀kọ̀ọ̀kan àwo wúrà méjìlá tí tùràrí kún inú wọn ṣékélì mẹ́wàá mẹ́wàá gẹ́gẹ́ bí iye owó ibi mímọ́. Àpapọ̀ ìwọ̀n gbogbo àwo wúrà jẹ́ ọgọ́fà ṣékélì.
87 ହୋମ ନିମନ୍ତେ ସମୁଦାୟ ଦ୍ୱାଦଶ ଗୋରୁ, ଦ୍ୱାଦଶ ମେଷ, ଏକ ବର୍ଷୀୟ ଦ୍ୱାଦଶ ମେଷବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ; ଆଉ ପାପାର୍ଥକ ବଳିଦାନ ନିମନ୍ତେ ଦ୍ୱାଦଶ ଛାଗ;
Àpapọ̀ iye ẹran fún ẹbọ sísun jẹ́ akọ ọ̀dọ́ màlúù méjìlá, àgbò méjìlá, akọ ọ̀dọ́-àgùntàn ọlọ́dún kan méjìlá pẹ̀lú ọrẹ ohun jíjẹ. Akọ ewúrẹ́ fún ẹbọ ẹ̀ṣẹ̀ jẹ́ méjìlá.
88 ପୁଣି, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକ ବର୍ଷୀୟ ଷାଠିଏ ମେଷବତ୍ସ; ଏହା ବେଦିର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର।
Àpapọ̀ iye ẹran fún ọrẹ àlàáfíà jẹ́ màlúù mẹ́rìnlélógún, ọgọ́ta àgbò, ọgọ́ta akọ ewúrẹ́ àti ọgọ́ta akọ ọ̀dọ́ màlúù ọlọ́dún kan. Wọ̀nyí ni ọrẹ ìyàsímímọ́ pẹpẹ lẹ́yìn tí a ta òróró sí i.
89 ଏଉତ୍ତାରେ ମୋଶା ତାହାଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କରନ୍ତେ, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୂବ ଦ୍ୱୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ; ପୁଣି, ସେ ତାଙ୍କ ସହିତ କଥା କହିଲେ।
Nígbà tí Mose wọ inú àgọ́ ìpàdé láti bá Olúwa sọ̀rọ̀, Olúwa sì sọ̀rọ̀ sí i láti àárín àwọn kérúbù méjì láti orí ìtẹ́ àánú tí ó bo àpótí ẹ̀rí, ohùn náà sì bá Mose sọ̀rọ̀.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 7 >