< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 7 >
1 ଏଥିଉତ୍ତାରେ ଯେଉଁ ଦିନ ମୋଶା ଆବାସ ସ୍ଥାପନ ସମାପ୍ତ କରି ତାହା ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ;
モーセが幕屋を建て終り、これに油を注いで聖別し、またそのすべての器、およびその祭壇と、そのすべての器に油を注いで、これを聖別した日に、
2 ସେହି ଦିନ ଇସ୍ରାଏଲର ଅଧିପତିଗଣ, ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ।
イスラエルのつかさたち、すなわち、その父祖の家の長たちは、ささげ物をした。彼らは各部族のつかさたちであって、その数えられた人々をつかさどる者どもであった。
3 ପୁଣି, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗୋରୁ, ଅର୍ଥାତ୍, ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଓ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ।
彼らはその供え物を、主の前に携えてきたが、おおいのある車六両と雄牛十二頭であった。つかさふたりに車一両、ひとりに雄牛一頭である。彼らはこれを幕屋の前に引いてきた。
4 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
その時、主はモーセに言われた、
5 “ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର, ତାହାସବୁ ସମାଗମ-ତମ୍ବୁର ସେବା ନିମନ୍ତେ ହେବ; ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବାନୁସାରେ ଲେବୀୟମାନଙ୍କୁ ତାହାସବୁ ଦେବ।”
「あなたはこれを会見の幕屋の務に用いるために、彼らから受け取って、レビびとに、おのおのその務にしたがって、渡さなければならない」。
6 ତହୁଁ ମୋଶା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ।
そこでモーセはその車と雄牛を受け取って、これをレビびとに渡した。
7 ଗେର୍ଶୋନୀୟ-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ।
すなわち、ゲルションの子たちには、その務にしたがって、車二両と雄牛四頭を渡し、
8 ହାରୋଣ ଯାଜକଙ୍କର ପୁତ୍ର ଈଥାମରର ହସ୍ତାଧୀନରେ ମରାରି-ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ।
メラリの子たちには、その務にしたがって車四両と雄牛八頭を渡し、祭司アロンの子イタマルに、これを監督させた。
9 ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବୋହିଲେ।
しかし、コハテの子たちには、何をも渡さなかった。彼らの務は聖なる物を、肩にになって運ぶことであったからである。
10 ଆଉ ବେଦିର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ, ଅର୍ଥାତ୍, ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ।
つかさたちは、また祭壇に油を注ぐ日に、祭壇奉納の供え物を携えてきて、その供え物を祭壇の前にささげた。
11 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”
主はモーセに言われた、「つかさたちは一日にひとりずつ、祭壇奉納の供え物をささげなければならない」。
12 ତହିଁରେ ପ୍ରଥମ ଦିନ ଯିହୁଦା ବଂଶଜାତ ଅମ୍ମୀନାଦବର ପୁତ୍ର ନହଶୋନ ଆପଣା ଉପହାର ଉତ୍ସର୍ଗ କଲା;
第一日に供え物をささげた者は、ユダの部族のアミナダブの子ナションであった。
13 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଶହେ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
14 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ。これには薫香を満たしていた。
15 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
16 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
罪祭に使う雄やぎ一頭。
17 ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀନାଦବର ପୁତ୍ର ନହଶୋନର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはアミナダブの子ナションの供え物であった。
18 ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା,
第二日にはイッサカルのつかさ、ツアルの子ネタニエルがささげ物をした。
19 ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏହା ଦେଲା, ଅର୍ଥାତ୍, ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
そのささげた供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
20 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
21 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
22 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
23 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ସୂୟାରର ପୁତ୍ର ନଥନେଲର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはツアルの子ネタニエルの供え物であった。
24 ତୃତୀୟ ଦିନ ସବୂଲୂନ-ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ୍ ଆଣିଲା;
第三日にはゼブルンの子たちのつかさ、ヘロンの子エリアブ。
25 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
26 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
27 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
28 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
29 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ହେଲୋନର ପୁତ୍ର ଇଲୀୟାବ୍ର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはヘロンの子エリアブの供え物であった。
30 ଚତୁର୍ଥ ଦିନ ରୁବେନ୍-ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆଣିଲା;
第四日にはルベンの子たちのつかさ、シデウルの子エリヅル。
31 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
32 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
33 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
34 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
罪祭に使う雄やぎ一頭。
35 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଶଦେୟରର ପୁତ୍ର ଇଲୀଷୂରର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはシデウルの子エリヅルの供え物であった。
36 ପଞ୍ଚମ ଦିନ ଶିମୀୟୋନ-ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଆଣିଲା;
第五日にはシメオンの子たちのつかさ、ツリシャダイの子シルミエル。
37 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାରେ ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
38 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
39 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
40 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
41 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはツリシャダイの子シルミエルの供え物であった。
42 ଷଷ୍ଠ ଦିନ ଗାଦ୍-ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ ଆଣିଲା;
第六日にはガドの子たちのつかさ、デウエルの子エリアサフ。
43 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
44 ଆଉ ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
45 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
46 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
罪祭に使う雄やぎ一頭。
47 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଦ୍ୟୂୟେଲର ପୁତ୍ର ଇଲୀୟାସଫ୍ର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはデウエルの子エリアサフの供え物であった。
48 ସପ୍ତମ ଦିନ ଇଫ୍ରୟିମ-ସନ୍ତାନଗଣର ଅଧିପତି ଅମ୍ମୀହୂଦର ପୁତ୍ର ଇଲୀଶାମା ଆଣିଲା;
第七日にはエフライムの子たちのつかさ、アミホデの子エリシャマ。
49 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
50 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
51 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
52 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ;
罪祭に使う雄やぎ一頭。
53 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଅମ୍ମୀହୂଦର ପୁତ୍ର ଇଲୀଶାମାର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはアミホデの子エリシャマの供え物であった。
54 ଅଷ୍ଟମ ଦିନ ମନଃଶି-ସନ୍ତାନଗଣର ଅଧିପତି ପଦାହସୂରର ପୁତ୍ର ଗମଲୀୟେଲ ଆଣିଲା;
第八日にはマナセの子たちのつかさ、パダヅルの子ガマリエル。
55 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
56 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
57 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
58 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
59 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ପଦାହସୂରର ପୁତ୍ର ଗମଲୀୟେଲର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはパダヅルの子ガマリエルの供え物であった。
60 ନବମ ଦିନ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ଗିଦିୟୋନିର ପୁତ୍ର ଅବୀଦାନ୍ ଆଣିଲା;
第九日にはベニヤミンの子らのつかさ、ギデオニの子アビダン。
61 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
62 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
63 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
64 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
65 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ; ଏହା ଗିଦିୟୋନିର ପୁତ୍ର ଅବୀଦାନ୍ର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはギデオニの子アビダンの供え物であった。
66 ଦଶମ ଦିନ ଦାନ୍-ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆଣିଲା;
第十日にはダンの子たちのつかさ、アミシャダイの子アヒエゼル。
67 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
68 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
69 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
70 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
71 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷରର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはアミシャダイの子アヒエゼルの供え物であった。
72 ଏକାଦଶ ଦିନ ଆଶେର-ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ଆଣିଲା;
第十一日にはアセルの子たちのつかさ、オクランの子パギエル。
73 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
74 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
75 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ;
また燔祭に使う若い雄牛一頭、雄羊一頭、一歳の雄の小羊一頭。
76 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
77 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଅକ୍ରଣର ପୁତ୍ର ପଗୀୟେଲର ଉପହାର।
酬恩祭の犠牲に使う雄牛二頭、雄羊五頭、雄やぎ五頭、一歳の雄の小羊五頭であって、これはオクランの子パギエルの供え物であった。
78 ଦ୍ୱାଦଶ ଦିନ ନପ୍ତାଲି-ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ଆଣିଲା;
第十二日にはナフタリの子たちのつかさ、エナンの子アヒラ。
79 ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ଶହ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;
その供え物は銀のさら一つ、その重さは百三十シケル、銀の鉢一つ、これは七十シケル、共に聖所のシケルによる。この二つには素祭に使う油を混ぜた麦粉を満たしていた。
80 ଧୂପରେ ପରିପୂର୍ଣ୍ଣ ଦଶ ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ;
また十シケルの金の杯一つ、これには薫香を満たしていた。
81 ହୋମ ନିମନ୍ତେ ଏକ ଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ,
また燔祭に使う若い雄牛一頭、雄羊一頭、一歳の雄の小羊一頭。
82 ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ,
罪祭に使う雄やぎ一頭。
83 ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ମେଷବତ୍ସ ଏହା ଐନନର ପୁତ୍ର ଅହୀରର ଉପହାର।
酬恩祭の犠牲に使う雄牛二頭。雄羊五頭、雄やぎ五頭、一歳の雄の小羊五頭であって、これはエナンの子アヒラの供え物であった。
84 ବେଦିର ଅଭିଷେକ ଦିନ, ତହିଁର ପ୍ରତିଷ୍ଠାର୍ଥକ ଏହି ଉପହାର ଇସ୍ରାଏଲର ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା; ରୂପାର ଦ୍ୱାଦଶ ଥାଳୀ, ରୂପାର ଦ୍ୱାଦଶ କୁଣ୍ଡ ଓ ସ୍ୱର୍ଣ୍ଣର ଦ୍ୱାଦଶ ଚାମଚ;
以上は祭壇に油を注ぐ日に、イスラエルのつかさたちが、祭壇を奉納する供え物として、ささげたものである。すなわち、銀のさら十二、銀の鉢十二、金の杯十二。
85 ତହିଁର ପ୍ରତ୍ୟେକ ରୂପାଥାଳୀ ଏକ ଶହ ତିରିଶ ଶେକଲ ଓ ପ୍ରତ୍ୟେକ କୁଣ୍ଡ ସତୁରି ଶେକଲ ପରିମିତ; ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଶେକଲ ଅନୁସାରେ ଦୁଇ ହଜାର ଚାରି ଶହ ଶେକଲ ଥିଲା;
銀のさらはそれぞれ百三十シケル、鉢はそれぞれ七十シケル、聖所のシケルによれば、この銀の器は合わせて二千四百シケル。
86 ପୁଣି, ଧୂପପୂର୍ଣ୍ଣ ଦ୍ୱାଦଶ ସ୍ୱର୍ଣ୍ଣ ଚାମଚ, ପ୍ରତ୍ୟେକେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଦଶ ଶେକଲ ପରିମିତ; ଚାମଚର ସମସ୍ତ ସ୍ୱର୍ଣ୍ଣ ଶହେ କୋଡ଼ିଏ ଶେକଲ ଥିଲା।
また薫香の満ちている十二の金の杯は、聖所のシケルによれば、それぞれ十シケル、その杯の金は合わせて百二十シケルであった。
87 ହୋମ ନିମନ୍ତେ ସମୁଦାୟ ଦ୍ୱାଦଶ ଗୋରୁ, ଦ୍ୱାଦଶ ମେଷ, ଏକ ବର୍ଷୀୟ ଦ୍ୱାଦଶ ମେଷବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ; ଆଉ ପାପାର୍ଥକ ବଳିଦାନ ନିମନ୍ତେ ଦ୍ୱାଦଶ ଛାଗ;
また燔祭に使う雄牛は合わせて十二、雄羊は十二、一歳の雄の小羊は十二、このほかにその素祭のものがあった。また罪祭に使う雄やぎは十二。
88 ପୁଣି, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକ ବର୍ଷୀୟ ଷାଠିଏ ମେଷବତ୍ସ; ଏହା ବେଦିର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର।
酬恩祭の犠牲に使う雄牛は合わせて二十四、雄羊は六十、雄やぎは六十、一歳の雄の小羊は六十であって、これは祭壇に油を注いだ後に、祭壇奉納の供え物としてささげたものである。
89 ଏଉତ୍ତାରେ ମୋଶା ତାହାଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କରନ୍ତେ, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନର ଉପରୁ, କିରୂବ ଦ୍ୱୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ; ପୁଣି, ସେ ତାଙ୍କ ସହିତ କଥା କହିଲେ।
さてモーセは主と語るために、会見の幕屋にはいって、あかしの箱の上の、贖罪所の上、二つのケルビムの間から自分に語られる声を聞いた。すなわち、主は彼に語られた。