< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 4 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
Olúwa sọ fún Mose àti Aaroni pé,
2 “ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ-ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ,
“Ka iye àwọn ọmọ Kohati láàrín àwọn ọmọ Lefi nípa ilé baba wọn àti ìdílé wọn.
3 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର।
Ka gbogbo ọkùnrin láti ọmọ ọgbọ̀n ọdún títí dé àádọ́ta ọdún gbogbo àwọn tó ń ṣiṣẹ́ nínú àgọ́ ìpàdé.
4 ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର (ରକ୍ଷା) କହାତ-ସନ୍ତାନଗଣର ସେବା ଅଟେ।
“Wọ̀nyí ni iṣẹ́ ìsìn àwọn ọmọ Kohati nínú àgọ́ àjọ, láti tọ́jú àwọn ohun èlò mímọ́ jùlọ.
5 ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ
Nígbà tí àgọ́ yóò bá tẹ̀síwájú, Aaroni àti àwọn ọmọ rẹ̀ yóò wọ inú rẹ̀, wọn yóò sí aṣọ ìbòrí rẹ̀, wọn yóò sì fi bo àpótí ẹ̀rí.
6 ଓ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ।
Wọn yóò sì fi awọ ewúrẹ́ bò ó, lórí awọ ewúrẹ́ yìí ni wọn ó tẹ̀ bọ ààyè rẹ̀.
7 ଏଥିଉତ୍ତାରେ ସେମାନେ ଦର୍ଶନୀୟ ରୁଟିର ମେଜ ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇବେ, ତହିଁ ଉପରେ ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ପାତ୍ରସକଳ ରଖିବେ ଓ ତହିଁ ଉପରେ ନିତ୍ୟ ରୁଟି ରହିବ।
“Lórí tábìlì àkàrà ìfihàn ni kí wọn ó na aṣọ aláró kan sí, kí wọn kí ó sì fi àwopọ̀kọ́ sórí rẹ̀, àti ṣíbí àti àwokòtò àti ìgò fún ọrẹ ohun mímu; àti àkàrà ìgbà gbogbo ní kí ó wà lórí rẹ̀.
8 ସେହି ସମସ୍ତର ଉପରେ ସେମାନେ ଏକ ସିନ୍ଦୂର ବର୍ଣ୍ଣ ବସ୍ତ୍ର ବିଛାଇବେ ଓ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ତାହା ଢାଙ୍କିବେ, ତହୁଁ ତହିଁର ସାଙ୍ଗୀ ଲଗାଇବେ।
Lórí gbogbo nǹkan wọ̀nyí ni wọn yóò da, wọn ó tún fi awọ ewúrẹ́ bò ó, wọn ó sì fi òpó rẹ̀ bọ ààyè rẹ̀.
9 ଏଉତ୍ତାରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୁଅର ଦୀପବୃକ୍ଷ, ତହିଁର ପ୍ରଦୀପ, ଚିମୁଟା, ଅଙ୍ଗାରଧାନୀ ଓ ତହିଁର ସେବାର୍ଥକ ସମସ୍ତ ତୈଳପାତ୍ର ଆଚ୍ଛାଦନ କରିବେ।
“Kí wọn kí ó sì mú aṣọ aláwọ̀ aláró kan, kí wọn kí ó sì fi bo ọ̀pá fìtílà àti fìtílà rẹ̀, àti alumagaji rẹ̀, àti àwo alumagaji rẹ̀, àti gbogbo ohun èlò òróró rẹ̀, èyí tí wọ́n fi ń ṣe iṣẹ́ rẹ̀.
10 ପୁଣି, ସେମାନେ ତାହା ଓ ତହିଁର ସମସ୍ତ ପାତ୍ର ଶିଶୁକ ଚର୍ମର ଏକ ଆଚ୍ଛାଦନରେ ରଖି ଦୋଳା ଉପରେ ଥୋଇବେ।
Kí wọn ó fi awọ ẹran yí fìtílà àti gbogbo ohun èlò rẹ, kí wọn kí ó sì gbé e lé orí férémù tí wọn yóò fi gbé e.
11 ପୁଣି, ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକ ଚର୍ମରେ ଢ଼ାଙ୍କିବେ ଓ ତହିଁରେ ସାଙ୍ଗୀ ଲଗାଇବେ।
“Ní orí pẹpẹ wúrà ni kí wọn ó tẹ́ aṣọ aláró kan sí, wọn yóò sì fi awọ seali bò ó, kí wọ́n sì fi òpó rẹ̀ bọ ààyè rẹ̀.
12 ଆଉ ସେମାନେ ପବିତ୍ର ସ୍ଥାନର ସେବାର୍ଥକ ସମସ୍ତ ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ରଖିବେ ଓ ଶିଶୁକ ଚର୍ମର ଏକ ଆଚ୍ଛାଦନରେ ତାହା ଢାଙ୍କି ଦୋଳା ଉପରେ ରଖିବେ।
“Kí wọn kó gbogbo ohun èlò tí wọ́n ń lò fún iṣẹ́ ìsìn ní ibi mímọ́, kí wọn ó fi aṣọ aláwọ̀ búlúù yìí, kí wọn ó sì fi awọ seali bò ó, kí wọn ó sì fi gbé wọn ka orí férémù.
13 ପୁଣି, ସେମାନେ ବେଦିରୁ ଭସ୍ମ କାଢ଼ିନେଇ ତହିଁ ଉପରେ ବାଇଗଣିଆ ବର୍ଣ୍ଣ ବସ୍ତ୍ର ବିଛାଇବେ।
“Kí wọn ó kó eérú kúrò lórí pẹpẹ idẹ, kí wọn ó sì tẹ́ aṣọ aláwọ̀ àlùkò lé e lórí.
14 ଆଉ ତହିଁ ଉପରେ ସେମାନେ ଅଙ୍ଗାରଧାନୀ, ତ୍ରିଶୂଳ, କରଚୁଲି ଓ କୁଣ୍ଡ ପ୍ରଭୃତି ବେଦିର ସେବାର୍ଥକ ସମସ୍ତ ପାତ୍ର ରଖିବେ; ତହୁଁ ସେମାନେ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ସାଙ୍ଗୀ ଲଗାଇବେ।
Nígbà náà ni kí wọn ó kó gbogbo ohun èlò fún iṣẹ́ ìsìn níbi pẹpẹ, títí dórí àwo iná, fọ́ọ̀kì ẹran, ọkọ́ eérú àti àwokòtò. Kí wọn ó fi awọ ewúrẹ́ bo gbogbo rẹ̀, kí wọn ó sì fi òpó rẹ̀ bọ ààyè rẹ̀.
15 ଏହିରୂପେ ଛାଉଣି ଅଗ୍ରସର ହେବା ସମୟରେ ହାରୋଣ, ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ-ସନ୍ତାନଗଣ ତାହା ବହିବା ପାଇଁ ଆସିବେ; ମାତ୍ର ସେମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ-ତମ୍ବୁରେ କହାତ-ସନ୍ତାନଗଣର ଭାର ହେବ।
“Lẹ́yìn tí Aaroni àti àwọn ọmọ rẹ̀ ti parí bíbo ibi mímọ́ àti gbogbo ohun èlò ibi mímọ́, nígbà tí àgọ́ bá sì ṣetán láti tẹ̀síwájú, kí àwọn ọmọ Kohati bọ́ síwájú láti gbé e, ṣùgbọ́n wọn kò gbọdọ̀ fọwọ́ kan ohun mímọ́ kankan, bí wọ́n bá ṣe bẹ́ẹ̀ wọn ó kú. Àwọn ọmọ Kohati ni yóò gbé gbogbo ohun tó wà nínú àgọ́ ìpàdé.
16 ଆଉ ସମସ୍ତ ଆବାସର ଓ ତନ୍ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟର, ପବିତ୍ର ସ୍ଥାନର ଓ ତହିଁରେ ସ୍ଥିତ ସମସ୍ତ ଦ୍ରବ୍ୟର ତତ୍ତ୍ୱାବଧାନ, ଅର୍ଥାତ୍‍, ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହିସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକର ହେବ।”
“Iṣẹ́ Eleasari ọmọ Aaroni tí í ṣe àlùfáà ni ṣíṣe àbojútó òróró fìtílà, tùràrí dídùn, ẹbọ ohun jíjẹ ìgbà gbogbo àti òróró ìtasórí. Kí ó jẹ́ alábojútó gbogbo ohun tó jẹ mọ́ àgọ́ àti gbogbo ohun tó wà nínú rẹ̀, pẹ̀lú gbogbo ohun èlò ibi mímọ́.”
17 ଏଥିଉତ୍ତାରେ ସଦାପ୍ରଭୁ ମୋଶା ହାରୋଣଙ୍କୁ କହିଲେ,
Olúwa sọ fún Mose àti Aaroni pé,
18 “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ!
“Rí i pé a kò gé ẹ̀yà Kohati kúrò lára àwọn ọmọ Lefi.
19 ମାତ୍ର ସେମାନେ ମହାପବିତ୍ର ସ୍ଥାନର ନିକଟବର୍ତ୍ତୀ ହେଲା ସମୟରେ ଯେପରି ନ ମରି ବଞ୍ଚନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ।
Nítorí kí wọ́n lè yè, kí wọ́n má ba à kú nígbà tí wọ́n bá súnmọ́ tòsí àwọn ohun mímọ́ jùlọ: Aaroni àti àwọn ọmọ rẹ̀ ni kí ó wọ ibi mímọ́ láti pín iṣẹ́ oníkálùkù àti àwọn ohun tí wọn yóò gbé.
20 ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ।”
Ṣùgbọ́n àwọn ọmọ Kohati kò gbọdọ̀ wọlé láti wo àwọn ohun mímọ́, bó tilẹ̀ jẹ́ ìṣẹ́jú kan, bí wọ́n bá ṣe bẹ́ẹ̀, wọn yóò kú.”
21 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
22 “ତୁମ୍ଭେ ଗେର୍ଶୋନ-ସନ୍ତାନଗଣର ପିତୃଗୃହ ଓ ବଂଶାନୁସାରେ ସେମାନଙ୍କର ସଂଖ୍ୟା ନିଅ;
“Tún ka iye àwọn ọmọ Gerṣoni nípa ilé baba wọn àti ìdílé wọn.
23 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର।
Ka gbogbo ọkùnrin láti ọmọ ọgbọ̀n ọdún títí dé àádọ́ta ọdún, gbogbo àwọn tó ń wá ṣiṣẹ́ ní àgọ́ ìpàdé.
24 ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନୀୟ ବଂଶର ସେବା ଏହି;
“Èyí ni iṣẹ́ ìsìn ìdílé àwọn ọmọ Gerṣoni, bí wọ́n ti ń ṣiṣẹ́ àti ní ẹrù rírù.
25 ସେମାନେ ଆବାସର ଯବନିକାସକଳ ଓ ସମାଗମ-ତମ୍ବୁ, ତହିଁର ଆଚ୍ଛାଦନ ଓ ତହିଁର ଉପରିସ୍ଥିତ ଶିଶୁକର ଚର୍ମର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର;
Àwọn ni yóò máa ru àwọn aṣọ títa ti àgọ́, ti àgọ́ ìpàdé àti ìbòrí rẹ̀, àti awọ ewúrẹ́ tí a fi bò ó, aṣọ títa ẹnu-ọ̀nà àgọ́ ìpàdé,
26 ଆଉ ପ୍ରାଙ୍ଗଣର ପରଦାସକଳ, ଆବାସର ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହିବେ ଓ ସେହି ସବୁରେ ଯେଉଁ ଯେଉଁ କାର୍ଯ୍ୟ କରିବାକୁ ହୁଏ, ତାହାସବୁ କରିବେ।
aṣọ títa ti àgbàlá tó yí àgọ́ àti pẹpẹ ká, aṣọ títa ti ẹnu-ọ̀nà àbáwọlé sí àgbàlá, okùn àti àwọn ohun èlò iṣẹ́ ìsìn, àti ohun gbogbo tí à ń lò fún wọn, bẹ́ẹ̀ ni wọn ó máa sìn. Àwọn ọmọ Gerṣoni ni yóò ṣe gbogbo ohun tó bá yẹ pẹ̀lú àwọn nǹkan wọ̀nyí.
27 ହାରୋଣ ଓ ତାଙ୍କର ପୁତ୍ରଗଣର ଆଜ୍ଞାନୁସାରେ ଗେର୍ଶୋନର ସନ୍ତାନଗଣ ଆପଣା ଆପଣା ଭାର ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବେ ଆଉ ତୁମ୍ଭେମାନେ ରକ୍ଷଣୀୟ ବୋଲି ସେମାନଙ୍କ ସମସ୍ତ ଭାରରେ ସେମାନଙ୍କୁ ନିଯୁକ୍ତ କରିବ।
Gbogbo iṣẹ́ ìsìn àwọn ọmọ Gerṣoni yálà ni iṣẹ́ ṣíṣe tàbí ní ẹrù rírù ni, Aaroni àti àwọn ọmọ rẹ̀ ni yóò máa darí wọn; ìwọ ni kí o sì yàn ẹrù tí oníkálùkù yóò rù fún un.
28 ସମାଗମ-ତମ୍ବୁରେ ଗେର୍ଶୋନୀୟ ସନ୍ତାନମାନଙ୍କ ବଂଶର ଏହି ସେବା; ପୁଣି, ସେମାନଙ୍କ ରକ୍ଷଣୀୟ ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।
Èyí ni iṣẹ́ ìdílé àwọn Gerṣoni ni àgọ́ ìpàdé Itamari, ọmọ Aaroni tí í ṣe àlùfáà ni yóò sì jẹ alábojútó iṣẹ́ wọn.
29 ଏଉତ୍ତାରେ ତୁମ୍ଭେ ମରାରି-ସନ୍ତାନଗଣର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ।
“Ka iye àwọn ọmọ Merari nípa ilé baba wọn àti ìdílé wọn.
30 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କରିବ।
Ka gbogbo ọkùnrin láti ọmọ ọgbọ̀n ọdún títí dé àádọ́ta ọdún, gbogbo àwọn tó ń wá ṣiṣẹ́ ní àgọ́ ìpàdé.
31 ପୁଣି, ସମାଗମ-ତମ୍ବୁରେ ସେମାନଙ୍କର ସମସ୍ତ ସେବାକର୍ମ ସମ୍ବନ୍ଧୀୟ ଏହି ଏହି ଭାର ସେମାନଙ୍କର ରକ୍ଷଣୀୟ ହେବ; ଆବାସର ପଟା, ତହିଁର ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀସକଳ,
Iṣẹ́ tí wọn yóò sì máa ṣe nínú àgọ́ ìpàdé nìyìí: gbígbẹ́ àwọn férémù àgọ́, pákó ìdábùú rẹ̀, òpó àti ihò òpó rẹ̀,
32 ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ, ତହିଁର ଚୁଙ୍ଗୀ, ମେଖ, ରଜ୍ଜୁ ଓ ତହିଁ ସମ୍ବନ୍ଧୀୟ ସମସ୍ତ ଦ୍ରବ୍ୟ ଓ କାର୍ଯ୍ୟ; ତୁମ୍ଭେମାନେ ସେମାନଙ୍କ ରକ୍ଷଣୀୟ-ଭାରର ଦ୍ରବ୍ୟାଦି ନାମ ଦ୍ୱାରା ନିରୂପଣ କରିବ।
pẹ̀lú gbogbo òpó tó yí àgbàlá ká àti ohun èlò tó jẹ mọ́ lílò wọn, kí o sì yan ohun tí oníkálùkù yóò rù fún un.
33 ସମାଗମ-ତମ୍ବୁରେ ମରାରି-ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏହା ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।”
Èyí ni iṣẹ́ ìsìn ìdílé àwọn ọmọ Merari, bí wọn yóò ti máa ṣiṣẹ́ ní àgọ́ ìpàdé lábẹ́ àkóso Itamari ọmọ Aaroni tí í ṣe àlùfáà.”
34 ଏଥିଉତ୍ତାରେ ମୋଶା ଓ ହାରୋଣ ଓ ମଣ୍ଡଳୀର ଅଧିପତିଗଣ କହାତୀୟ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କ ମଧ୍ୟରୁ
Mose àti Aaroni pẹ̀lú àwọn olórí ìjọ ènìyàn ka àwọn ọmọ Kohati nípa ìdílé àti ilé baba wọn.
35 ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ସେମାନଙ୍କୁ ଗଣନା କଲେ।
Gbogbo ọmọkùnrin láti ọmọ ọgbọ̀n ọdún títí dé àádọ́ta ọdún gbogbo àwọn tó ń wá ṣiṣẹ́ ní Àgọ́ ìpàdé.
36 ତହିଁରେ ସେମାନଙ୍କ ବଂଶାନୁସାରେ ଗଣିତ ଲୋକ ଦୁଇ ହଜାର ସାତ ଶହ ପଚାଶ ଜଣ ହେଲେ;
Iye wọn nípa ìdílé jẹ́ ẹgbẹ̀rìnlá ó dín làádọ́ta.
37 ଏମାନେ କହାତୀୟ ବଂଶର ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।
Èyí ni àpapọ̀ iye àwọn ọmọ Kohati tó ń ṣiṣẹ́ ní àgọ́ ìpàdé; tí Mose àti Aaroni kà gẹ́gẹ́ bí Olúwa ti pa á láṣẹ fún Mose.
38 ପୁଣି, ଗେର୍ଶୋନର ସନ୍ତାନଗଣ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ,
Wọ́n ka àwọn ọmọ Gerṣoni nípa ìdílé àti ilé baba wọn.
39 ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ,
Gbogbo ọmọkùnrin láti ọmọ ọgbọ̀n ọdún títí dé àádọ́ta, gbogbo àwọn tó lè ṣiṣẹ́ ní àgọ́ ìpàdé.
40 ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାʼନ୍ତେ, ଦୁଇ ହଜାର ଛଅ ଶହ ତିରିଶ ଜଣ ହେଲେ।
Iye wọn nípa ìdílé àti ilé baba wọn jẹ́ ẹgbẹ̀tàlá ó lé ọgbọ̀n.
41 ଏମାନେ ଗେର୍ଶୋନ-ସନ୍ତାନଗଣର ବଂଶରେ ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏମାନଙ୍କୁ ଗଣନା କଲେ।
Èyí jẹ́ àpapọ̀ iye àwọn ọmọ Gerṣoni, àwọn tó ṣiṣẹ́ ní àgọ́ ìpàdé. Mose àti Aaroni ṣe bí àṣẹ Olúwa.
42 ଆଉ ମରାରି-ସନ୍ତାନଗଣର ବଂଶ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ,
Wọ́n ka àwọn ọmọ Merari nípa ìdílé àti ilé baba wọn.
43 ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ,
Gbogbo ọkùnrin láti ọmọ ọgbọ̀n ọdún títí dé àádọ́ta ọdún, àwọn tó ṣiṣẹ́ ní àgọ́ ìpàdé.
44 ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାʼନ୍ତେ, ତିନି ହଜାର ଦୁଇ ଶହ ଜଣ ହେଲେ।
Iye wọn nípa ìdílé àti ilé baba wọn jẹ́ ẹgbẹ̀rìndínlógún.
45 ଏମାନେ ମରାରି-ସନ୍ତାନଗଣ ବଂଶର ଗଣିତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ।
Èyí ni àpapọ̀ iye àwọn ọmọ Merari. Mose àti Aaroni kà wọ́n gẹ́gẹ́ bí àṣẹ Olúwa láti ẹnu Mose.
46 ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଦ୍ୱାରା ଯେଉଁ ଲେବୀୟ ଲୋକମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣିତ ହେଲେ,
Gbogbo àwọn tí a kà nínú àwọn ọmọ Lefi, ti Mose àti Aaroni àti àwọn olórí Israẹli kà, nípa ìdílé wọn àti gẹ́gẹ́ bí ilé baba wọn.
47 ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକର୍ମରେ ଓ ଭାର ବହିବା କର୍ମରେ ନିଯୁକ୍ତ ହେଲେ,
Gbogbo ọkùnrin láti ọmọ ọgbọ̀n ọdún títí dé àádọ́ta, àwọn tó ń ṣiṣẹ́ ìsìn tó sì ń ru àwọn ẹrù inú Àgọ́ ìpàdé.
48 ସେମାନେ ଗଣାଯାʼନ୍ତେ, ଆଠ ହଜାର ପାଞ୍ଚ ଶହ ଅଶୀ ଜଣ ହେଲେ।
Àpapọ̀ iye wọn jẹ́ ẹgbẹ̀tàlá lé lẹ́gbàarin ó dín ogún.
49 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରତ୍ୟେକେ ମୋଶାଙ୍କର ହସ୍ତ ଦ୍ୱାରା ଆପଣା ଆପଣା ସେବା ଓ ଭାର ବହିବା କର୍ମ ଅନୁସାରେ ଗଣିତ ହେଲେ; ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ଦ୍ୱାରା ସେମାନେ ଗଣିତ ହେଲେ।
Wọ́n yan iṣẹ́ àti àwọn ohun tí ẹni kọ̀ọ̀kan yóò máa gbé fún un gẹ́gẹ́ bí Olúwa ti pàṣẹ láti ẹnu Mose. Bẹ́ẹ̀ ni wọ́n ṣe kà wọ́n gẹ́gẹ́ bí Olúwa ti pàṣẹ fún Mose.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 4 >