< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 33 >

1 ଇସ୍ରାଏଲ-ସନ୍ତାନଗଣ ମୋଶା ଓ ହାରୋଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟଶ୍ରେଣୀ କ୍ରମେ ମିସର ଦେଶରୁ ବାହାରି ଆସିବା ସମୟରେ ଯେଉଁ ଯାତ୍ରା କରିଥିଲେ, ତହିଁର ବିବରଣ ଏହି।
Ma simla inge fahkak inen acn ma mwet Israel aktuktuk we tukun elos fahsr liki acn Egypt ke sruf lalos ye kolyuk lal Moses ac Aaron.
2 ମୋଶା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ; ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି।
Moses el simusla inen kais sie acn ma elos tulokunak lohm nuknuk selos we, oana ma LEUM GOD El sapkin.
3 ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିଷେଷ୍‍ଠାରୁ ଯାତ୍ରା କଲେ;
Mwet Israel elos som liki Egypt ke len aksingoul limekosr in malem se meet in yac, len se tukun Kufwen Alukela se oemeet. Ye karinginyuk lun LEUM GOD elos illa liki siti Rameses ye mutun mwet Egypt,
4 ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ-ସନ୍ତାନଗଣ ମିସରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଊର୍ଦ୍ଧ୍ୱ ହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ।
su pikin wounse mukul natulos ma LEUM GOD El uniya. LEUM GOD El oru ouinge in akkalemye lah El arulana ku liki god lun acn Egypt.
5 ଇସ୍ରାଏଲ-ସନ୍ତାନଗଣ ରାମିଷେଷ୍‍ଠାରୁ ଯାତ୍ରା କରି ସୁକ୍କୋତରେ ଛାଉଣି ସ୍ଥାପନ କଲେ।
Mwet Israel som liki acn Rameses ac tulokunak nien aktuktuk lalos Sukkoth.
6 ପୁଣି, ସେମାନେ ସୁକ୍କୋତରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ଏଥମରେ ଛାଉଣି ସ୍ଥାପନ କଲେ।
Nien aktuktuk lalos akluo pa in acn Etham sisken yen mwesis.
7 ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲ-ସଫୋନର ସମ୍ମୁଖସ୍ଥିତ ପୀହହୀରୋତକୁ ଫେରି ଆସିଲେ ଓ ମିଗ୍‍ଦୋଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ।
Liki acn sac elos folokla nu Pi Hahiroth, kutulap in Baal Zephon, ac aktuktuk apkuran nu Migdol.
8 ଏଉତ୍ତାରେ ସେମାନେ ପୀହହୀରୋତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ ପ୍ରାନ୍ତରରେ ତିନି ଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ।
Elos mukuila liki Pi Hahiroth ac fahsr sasla in Meoa Srusra nu in acn mwesis lun Shur. Tukun fahsr ke len tolu elos aktuktuk in acn Marah.
9 ପୁଣି, ମାରାରୁ ଯାତ୍ରା କରି ଏଲୀମରେ ଉପସ୍ଥିତ ହେଲେ; ସେହି ଏଲୀମରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ।
Liki acn we elos som nu Elim ac aktuktuk we, mweyen oasr unon in kof singoul luo ac sak palm itngoul we.
10 ତହୁଁ ସେମାନେ ଏଲୀମରୁ ଯାତ୍ରା କରି ସୂଫ ସାଗର ନିକଟରେ ଛାଉଣି ସ୍ଥାପନ କଲେ।
Elos fahsr liki Elim ac aktuktuk apkuran nu ke Meoa Srusra.
11 ପୁଣି, ସେମାନେ ସୂଫ ସାଗର ନିକଟରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ।
Acn in aktuktuk se lalos toko pa yen mwesis lun Sin.
12 ପୁଣି, ସେମାନେ ସୀନ୍‍ ପ୍ରାନ୍ତରରୁ ଯାତ୍ରା କରି ଦପ୍କାରେ ଛାଉଣି ସ୍ଥାପନ କଲେ।
Na toko elos aktuktuk Dophkah,
13 ସେମାନେ ଦପ୍କାରୁ ଯାତ୍ରା କରି ଆଲୁଶରେ ଛାଉଣି ସ୍ଥାପନ କଲେ।
ac toko in acn Alush,
14 ପୁଣି, ସେମାନେ ଆଲୁଶରୁ ଯାତ୍ରା କରି ରଫୀଦୀମରେ ଛାଉଣି ସ୍ଥାପନ କଲେ; ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନ ଥିଲା।
ac toko in acn Rephidim, acn se ma wangin kof elos in nim we.
15 ଏଉତ୍ତାରେ ସେମାନେ ରଫୀଦୀମରୁ ଯାତ୍ରା କରି ସୀନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ
Elos mukuiyak liki acn Rephidim ac som aktuktuk in acn mwesis lun Sinai.
16 ଓ ସେମାନେ ସୀନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରୋତ୍‍-ହତ୍ତାବାରେ ଛାଉଣି ସ୍ଥାପନ କଲେ।
Elos som liki acn we nu in acn Kibroth Hattaavah.
17 ପୁଣି, ସେମାନେ କିବ୍ରୋତ୍‍-ହତ୍ତାବାରୁ ଯାତ୍ରା କରି ହତ୍ସେରୋତରେ ଛାଉଣି ସ୍ଥାପନ କଲେ।
Tok elos som ac aktuktuk in kais sie acn inge: Hazeroth,
18 ପୁଣି, ସେମାନେ ହତ୍ସେରୋତରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ
Rithmah,
19 ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମ୍ମୋନ୍‍-ପେରସରେ ଛାଉଣି ସ୍ଥାପନ କଲେ।
Rimmon Perez,
20 ପୁଣି, ସେମାନେ ରିମ୍ମୋନ୍‍-ପେରସରୁ ଯାତ୍ରା କରି ଲିବ୍‍ନାରେ ଛାଉଣି ସ୍ଥାପନ କଲେ।
Libnah,
21 ପୁଣି, ସେମାନେ ଲିବ୍‍ନାରୁ ଯାତ୍ରା କରି ରିସ୍ସାରେ ଛାଉଣି ସ୍ଥାପନ କଲେ।
Rissah,
22 ପୁଣି, ସେମାନେ ରିସ୍ସାରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ,
Kehelathah,
23 ଓ ସେମାନେ କହେଲାତରୁ ଯାତ୍ରା କରି ଶେଫର ପର୍ବତରେ ଛାଉଣି ସ୍ଥାପନ କଲେ
Eol Shepher,
24 ତହୁଁ ସେମାନେ ଶେଫର ପର୍ବତରୁ ଯାତ୍ରା କରି ହରାଦାରେ ଛାଉଣି ସ୍ଥାପନ କଲେ,
Haradah,
25 ଓ ସେମାନେ ହରାଦାରୁ ଯାତ୍ରା କରି ମଖେଲୋତରେ ଛାଉଣି ସ୍ଥାପନ କଲେ,
Makheloth,
26 ଓ ସେମାନେ ମଖେଲୋତରୁ ଯାତ୍ରା କରି ତହତରେ ଛାଉଣି ସ୍ଥାପନ କଲେ।
Tahath,
27 ସେମାନେ ତହତରୁ ଯାତ୍ରା କରି ତେରହରେ ଛାଉଣି ସ୍ଥାପନ କଲେ,
Terah,
28 ଓ ସେମାନେ ତେରହରୁ ଯାତ୍ରା କରି ମିତ୍‍କାରେ ଛାଉଣି ସ୍ଥାପନ କଲେ
Mithkah,
29 ଓ ସେମାନେ ମିତ୍‍କାରୁ ଯାତ୍ରା କରି ହଶ୍‍ମୋନାରେ ଛାଉଣି ସ୍ଥାପନ କଲେ,
Hashmonah,
30 ଓ ସେମାନେ ହଶ୍‍ମୋନାରୁ ଯାତ୍ରା କରି ମୋଷେରୋତରେ ଛାଉଣି ସ୍ଥାପନ କଲେ।
Moseroth,
31 ପୁଣି, ସେମାନେ ମୋଷେରୋତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ,
Bene Jaakan,
32 ଓ ସେମାନେ ବନେୟାକନରୁ ଯାତ୍ରା କରି ହୋର୍ହଗିଦ୍‍ଗଦରେ ଛାଉଣି ସ୍ଥାପନ କଲେ
Hor Haggidgad,
33 ଓ ସେମାନେ ହୋର୍ହଗିଦ୍‍ଗଦରୁ ଯାତ୍ରା କରି ଯଟ୍‍ବାଥାରେ ଛାଉଣି ସ୍ଥାପନ କଲେ,
Jotbathah,
34 ଓ ସେମାନେ ଯଟ୍‍ବାଥାରୁ ଯାତ୍ରା କରି ଆବ୍ରୋଣାରେ ଛାଉଣି ସ୍ଥାପନ କଲେ।
Abronah,
35 ପୁଣି, ସେମାନେ ଆବ୍ରୋଣାରୁ ଯାତ୍ରା କରି ଇତ୍‍ସିୟୋନ-ଗେବରରେ ଛାଉଣି ସ୍ଥାପନ କଲେ।
Ezion Geber,
36 ପୁଣି, ସେମାନେ ଇତ୍‍ସିୟୋନ-ଗେବରରୁ ଯାତ୍ରା କରି ସୀନ୍‍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ (ଏହାକୁ କାଦେଶ କହନ୍ତି),
acn mwesis lun Zin (pa ingan acn Kadesh),
37 ଓ ସେମାନେ କାଦେଶରୁ ଯାତ୍ରା କରି ଇଦୋମ ଦେଶର ପ୍ରାନ୍ତରସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ।
ac Eol Hor, sisken na facl Edom.
38 ଏଥିଉତ୍ତାରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ, ପୁଣି, ଇସ୍ରାଏଲ-ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ।
Aaron mwet tol el fanyak nu fin mangon Eol Hor, oana ke LEUM GOD El sapkin nu sel, ac el misa we ke len se oemeet in malem se aklimekosr ke yac akangngaul tukun mwet Israel elos illa liki acn Egypt.
39 ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା।
Aaron el yac siofok longoul tolu ke el misa Fineol Hor.
40 ଏଥିଉତ୍ତାରେ କିଣାନର ଦକ୍ଷିଣ ପ୍ରଦେଶ ନିବାସୀ କିଣାନୀୟ ଅରାଦର ରାଜା ଇସ୍ରାଏଲ-ସନ୍ତାନଗଣର ଆଗମନ ସମ୍ବାଦ ଶୁଣିଲେ।
Tokosra lun Arad, su oan layen eir in acn Canaan, el lohngak lah mwet Israel apkuranme.
41 ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲ୍‍ମୋନାରେ ଛାଉଣି ସ୍ଥାପନ କଲେ,
Mwet Israel elos mukuiyak liki Eol Hor ac aktuktuk Zalmonah.
42 ଓ ସେମାନେ ସଲ୍‍ମୋନାରୁ ଯାତ୍ରା କରି ପୂନୋନରେ ଛାଉଣି ସ୍ଥାପନ କଲେ,
Na toko elos aktuktuk ke kais sie acn inge: Punon,
43 ଓ ସେମାନେ ପୂନୋନରୁ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
Oboth,
44 ତହୁଁ ସେମାନେ ଓବୋତରୁ ଯାତ୍ରା କରି ମୋୟାବ ପ୍ରାନ୍ତସ୍ଥିତ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ,
mahnum Abarim in acn Moab,
45 ଓ ସେମାନେ ଇୟୀ-ଅବାରୀମରୁ ଯାତ୍ରା କରି ଦୀବୋନ୍‍-ଗାଦ୍‍ରେ ଛାଉଣି ସ୍ଥାପନ କଲେ,
Dibon Gad,
46 ଓ ସେମାନେ ଦୀବୋନ୍‍-ଗାଦ୍‍ରୁ ଯାତ୍ରା କରି ଅଲମୋନ-ଦିବ୍‍ଲାଥୟିମରେ ଛାଉଣି ସ୍ଥାପନ କଲେ।
Almon Diblathaim,
47 ତହୁଁ ସେମାନେ ଅଲମୋନ-ଦିବ୍‍ଲାଥୟିମରୁ ଯାତ୍ରା କରି ନବୋ-ସମ୍ମୁଖସ୍ଥିତ ଅବାରୀମ୍ ପର୍ବତରେ ଛାଉଣି ସ୍ଥାପନ କଲେ।
Fineol Abarim, apkuran nu Fineol Nebo,
48 ପୁଣି, ସେମାନେ ଅବାରୀମ୍ ପର୍ବତରୁ ଯାତ୍ରା କରି ଯିରୀହୋ ସମ୍ମୁଖସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।
ac in acn tupasrpasr Moab su oan layen kutulap in Infacl Jordan tulanang Jericho,
49 ଆଉ ସେଠାରେ ଯର୍ଦ୍ଦନ ନିକଟସ୍ଥ ବେଥ୍-ଯିଶିମୋତଠାରୁ ଆବେଲ୍-ଶିଟୀମ ପର୍ଯ୍ୟନ୍ତ ମୋୟାବ-ପଦାରେ ଛାଉଣି ସ୍ଥାପନ କରି ରହିଲେ।
inmasrlon Beth Jeshimoth na nwe infahlfal Acacia in acn mwesis lun Moab.
50 ଏଥିଉତ୍ତାରେ ଯିରୀହୋସ୍ଥିତ ଯର୍ଦ୍ଦନ ନିକଟବର୍ତ୍ତୀ ମୋୟାବ-ପଦାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
In acn mwesis lun Moab sisken Infacl Jordan tulanang acn Jericho, LEUM GOD El kaskas nu sel Moses ac fahk,
51 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
“Kaskas nu sin mwet Israel, ac fahk nu selos: Pacl se kowos fahsr alukela Infacl Jordan ac utyak nu in facl Canaan,
52 ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ମୂର୍ତ୍ତିବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ-ଢଳା ପ୍ରତିମାସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀସବୁ ଉଚ୍ଛିନ୍ନ କରିବ।
kowos in lusak mwet nukewa we. Kunausla ma sruloala lalos nukewa — ma orekla ke eot ac ma orekla ke osra — wi acn in alu lalos nukewa.
53 ପୁଣି, ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ।
Sruokya facl sac ac oakwuki we, mweyen nga sot acn we tuh in ma suwos.
54 ଆଉ ତୁମ୍ଭେମାନେ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରି ନେବ; ତୁମ୍ଭେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ; ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ, ତାହାର ବାଣ୍ଟ ସେହି ସ୍ଥାନରେ ହେବ; ଏହିରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶାନୁସାରେ ଅଧିକାର କରିବ।
Kitalik acn we ke fa, nu sin sruf ac sou lowos nukewa. Sang ipin acn ma yohk nu sin sruf ma yohk, ac ipin acn ma srik nu sin sruf ma srik.
55 ମାତ୍ର ଯଦି ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀମାନଙ୍କୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ, ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ଵରେ କଣ୍ଟକ ସ୍ୱରୂପ ହେବେ, ଆଉ ସେମାନେ ତୁମ୍ଭମାନଙ୍କ ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଳେଶ ଦେବେ।
Kowos fin tia lusla mwet nukewa su muta we, na mwet lula uh ac fah arulana aklokoalokye kowos, oana kutkut in atronmotowos, ku oana sak ma oasr otoh kac inpupowos, na tok elos ac foroht lain kowos.
56 ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।”
Kowos fin tia luselosla, na nga ac kunauskowosla oana ke nga akoo in kunauselosla.”

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 33 >