< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 32 >
1 ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁପଲ ଥିଲା; ଏଣୁ ସେମାନେ ଯାସେର ଦେଶକୁ ଓ ଗିଲୀୟଦ ଦେଶକୁ ଦେଖିଲେ ଯେଉଁ ସ୍ଥାନ ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଥିଲା।
Àwọn ọmọ Reubeni àti àwọn ọmọ Gadi, tí wọ́n ní ẹran ọ̀sìn àti ohun ọ̀sìn rí wí pé ilẹ̀ Jaseri àti Gileadi dára fún ohun ọ̀sìn.
2 ଏଥିରେ ଗାଦ୍ର ସନ୍ତାନଗଣ, ରୁବେନ୍ର ସନ୍ତାନଗଣ ଆସି ମୋଶାଙ୍କୁ, ଇଲୀୟାସର ଯାଜକକୁ ଓ ମଣ୍ଡଳୀର ଅଧ୍ୟକ୍ଷଗଣକୁ କହିଲେ;
Àwọn ọmọ Gadi àti àwọn ọmọ Reubeni sì wá, wọ́n wá sí ọ̀dọ̀ Mose àti Eleasari àlùfáà àti sí olórí gbogbo ìlú, wọ́n sì wí pé,
3 “ଅଟାରୋତ୍, ଦୀବୋନ୍, ଯାସେର, ନିମ୍ରା, ହିଷ୍ବୋନ, ଇଲୀୟାଲୀ, ସିବମା, ନବୋ ଓ ବିୟୋନ,
“Atarotu, Diboni, Jaseri, Nimra, Heṣboni, Eleale, Sebamu, Nebo, àti Beoni.
4 ଏହି ଯେଉଁସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ-ମଣ୍ଡଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି, ତାହା ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଅଟେ। ପୁଣି, ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି।”
Ni ilẹ̀ tí Olúwa ti ṣẹ́gun níwájú ìjọ Israẹli tí ó sì dára fún ohun ọ̀sìn, ṣáwọn ìránṣẹ́ rẹ̀ sì ní ohun ọ̀sìn.”
5 ସେମାନେ ଆହୁରି କହିଲେ, “ଆମ୍ଭେମାନେ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକୁ ନେଇଯାଅ ନାହିଁ।”
Wọ́n wí pé, “Tí a bá rí ojúrere rẹ, jẹ́ kí a fi ilẹ̀ yìí fún ìránṣẹ́ rẹ gẹ́gẹ́ bí ìní. Má ṣe jẹ́ kí a rékọjá odò Jordani.”
6 ଏଥିରେ ମୋଶା ଗାଦ୍ର ସନ୍ତାନଗଣକୁ ଓ ରୁବେନ୍ର ସନ୍ତାନଗଣକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମ୍ଭେମାନେ କି ଏଠାରେ ବସି ରହିବ?
Mose sọ fún àwọn ọmọ Gadi àti fún ọmọ Reubeni pé, “Ṣé kí àwọn arákùnrin yín lọ sí ogun, kí ẹ̀yin kí ó sì jókòó sí bí?
7 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି, ପାର ହୋଇ ସେହି ଦେଶକୁ ଯିବା ପାଇଁ କାହିଁକି ସେମାନଙ୍କ ମନକୁ ସାହସହୀନ କରୁଅଛ?
Kí ni ó dé tí o fi mú ìrẹ̀wẹ̀sì bá àwọn ọmọ Israẹli láti lọ sí ibi ilẹ̀ tí Olúwa ti fi fún wọn?
8 ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ-ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ସମୟରେ ସେମାନେ ଏହିରୂପେ କରିଥିଲେ।
Èyí ni nǹkan tí baba yín ṣe nígbà tí mo rán wọn láti Kadeṣi-Barnea láti lọ wo ilẹ̀ náà.
9 କାରଣ ସେମାନେ ଇଷ୍କୋଲ-ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ମନକୁ ସାହସହୀନ କଲେ।
Lẹ́yìn ìgbà tí wọ́n lọ sí àfonífojì Eṣkolu tí wọ́n rí ilẹ̀ náà, wọ́n mú ìrẹ̀wẹ̀sì bá àwọn ọmọ Israẹli láti wọ ilẹ̀ tí Olúwa ti fi fún wọn.
10 ଏନିମନ୍ତେ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସେ ଶପଥ କରି ଏହି କଥା କହିଲେ,
Ìbínú Olúwa sì dìde sí wọn ní ọjọ́ náà, ó sì búra, wí pé,
11 ‘ଆମ୍ଭେ ଅବ୍ରହାମଙ୍କୁ, ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।
‘Nítorí wọn kò tẹ̀lé mi tọkàntọkàn, kì í ṣe ọ̀kan nínú àwọn ọkùnrin náà tí ó jẹ́ ogún ọdún tàbí jù bẹ́ẹ̀ lọ tí ó gòkè láti Ejibiti ni yóò rí ilẹ̀ tí mo pinnu gẹ́gẹ́ bí ìbúra fún Abrahamu, fún Isaaki àti fún Jakọbu:
12 କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ତାହା ଦେଖିବେ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି।’
kò sí ẹnìkankan àyàfi Kalebu ọmọ Jefunne ti Kenissiti àti Joṣua ọmọ Nuni, nítorí wọ́n tẹ̀lé Olúwa tọkàntọkàn.’
13 ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଏ ପ୍ରାନ୍ତରରେ ଭ୍ରମଣ କରାଇଲେ।
Ìbínú Olúwa ru sí àwọn ọmọ Israẹli ó sì mú wọn rìn ní aginjù fún ogójì ọdún, títí tí àwọn ìran tí wọ́n ṣe búburú ní ojú rẹ̀ fi lọ.
14 ଏବେ ଦେଖ, ପାପିଷ୍ଠ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆହୁରି ବଢ଼ାଇବାର ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ।
“Níbí ni ẹ̀yin wà, ẹ̀yin ẹlẹ́ṣẹ̀, ẹ̀yin dìde ní ipò baba yín, ẹ sì jẹ́ kí ìbínú gbígbóná Olúwa ru sí Israẹli.
15 କାରଣ ଯଦି ତୁମ୍ଭେମାନେ ଏହିରୂପେ ତାହାଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବ, ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମ୍ଭେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ।”
Tí ẹ̀yin bá yípadà ní ẹ̀yìn rẹ̀ yóò sì fi àwọn ènìyàn wọ̀nyí sílẹ̀ ní aginjù, ìwọ yóò sì mú un ṣe ìparun.”
16 ଏଥିରେ ସେମାନେ ତାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।
Nígbà náà wọ́n wá sí òkè ní ọ̀dọ̀ rẹ̀, “Àwa yóò fẹ́ láti kọ́ ilé ẹran níhìn-ín yìí fún ohun ọ̀sìn wa, àti ìlú fún àwọn obìnrin àti ọmọ wẹ́wẹ́ wa.
17 ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ-ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ; କେବଳ ଆମ୍ଭମାନଙ୍କର ବାଳକମାନେ ଦେଶନିବାସୀମାନଙ୍କ ସକାଶୁ ପ୍ରାଚୀର-ବେଷ୍ଟିତ ନଗରରେ ବାସ କରିବେ।
Ṣùgbọ́n àwa ṣetán láti dira ogun ṣáájú àwọn ọmọ Israẹli títí tí a yóò fi mú wọn dé ọ̀dọ̀ wọn lákokò yìí, àwọn obìnrin àti ọmọ wẹ́wẹ́ wa yóò gbé inú ìlú tí a mọ odi sí fún ìdáàbòbò wọn lọ́wọ́ olùgbé ilẹ̀ náà.
18 ଇସ୍ରାଏଲ-ସନ୍ତାନଗଣଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରି ଆସିବୁ ନାହିଁ।
A kì yóò padà sí ilẹ̀ wa láìṣe pé gbogbo àwọn ọmọ Israẹli ti gba ogún wọn.
19 ମାତ୍ର ଆମ୍ଭେମାନେ ଯର୍ଦ୍ଦନର ଆରପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ; କାରଣ ଯର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କ ଅଧିକାର ପଡ଼ିଅଛି।”
A kì yóò gba ogún kankan pẹ̀lú wọn ní òdìkejì Jordani, nítorí ogún ti wa, ti wá sí ọ̀dọ̀ wa ní ìhà ìlà-oòrùn Jordani.”
20 ଏଥିରେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯଦି ଏହି କର୍ମ କର, ଯଦି ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର,
Nígbà náà ni Mose sọ fún wọn pé, “Tí ẹ̀yin yóò bá pa ara yín lára, níwájú Olúwa fún ogún.
21 ପୁଣି, ସଦାପ୍ରଭୁ ଯେପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି
Bí gbogbo yín yóò bá lọ sí Jordani ní ìhámọ́ra níwájú Olúwa, títí yóò fi lé àwọn ọ̀tá rẹ̀ kúrò níwájú rẹ̀.
22 ଓ ଦେଶ ସଦାପ୍ରଭୁଙ୍କ ଆଗରେ ବଶୀଭୂତ ନ ହୁଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯଦି ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୁଅ; ତେବେ ତହିଁ ଉତ୍ତାରେ ତୁମ୍ଭେମାନେ ଫେରି ଆସିଲେ, ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ; ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ।
Tí a ó sì fi ṣe ilẹ̀ náà níwájú Olúwa; ẹ̀yin lè padà tí yóò sì di òmìnira lọ́wọ́ ìdè níwájú Olúwa àti Israẹli. Ilẹ̀ yìí yóò sì jẹ́ tiyín níwájú Olúwa.
23 ମାତ୍ର ତୁମ୍ଭେମାନେ ଯଦି ସେହିପରି ନ କର, ତେବେ ଦେଖ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ; ପୁଣି, ତୁମ୍ଭମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ, ଏହା ନିଶ୍ଚିତ ଜାଣ।
“Ṣùgbọ́n tí ẹ̀yin bá kọ̀ láti ṣe èyí, ẹ̀yin yóò máa dẹ́ṣẹ̀ sí Olúwa; kí ẹ̀yin kí ó sì mọ̀ dájú pé ẹ̀ṣẹ̀ yín yóò fi yín hàn.
24 ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣାମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର।”
Ẹ kọ́ ilé fún àwọn obìnrin yín àti ọmọ wẹ́wẹ́ yín, àti ilé fún agbo ẹran yín, ṣùgbọ́n kí ẹ̀yin kí ó ṣe ohun tí ẹ ti pinnu.”
25 ତେବେ ଗାଦ୍-ସନ୍ତାନଗଣ ଓ ରୁବେନ୍-ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ, ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ।
Àwọn ọmọ Gadi àti ọmọ Reubeni sọ fún Mose pé, “Àwa ìránṣẹ́ rẹ yóò ṣe gẹ́gẹ́ bí olúwa wa ti pàṣẹ.
26 ଆମ୍ଭମାନଙ୍କର ବାଳକ, ସ୍ତ୍ରୀ, ପଲ ଓ ପଶୁସକଳ ଗିଲୀୟଦର ନଗରମାନଙ୍କରେ ରହିବେ।
Àwọn ọmọ wa àti ìyàwó wa, àwọn agbo ẹran àti ohun ọ̀sìn wa yóò dúró ní ìlú Gileadi.
27 ମାତ୍ର ଆମ୍ଭମାନଙ୍କ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ଆଗରେ ଯୁଦ୍ଧ କରିବାକୁ ପାର ହୋଇଯିବେ।”
Ṣùgbọ́n àwọn ìránṣẹ́ rẹ, gbogbo ọkùnrin tí ó wọ ìhámọ́ra ogun, yóò rékọjá lọ láti jà níwájú Olúwa; gẹ́gẹ́ bí olúwa wa ti sọ.”
28 ତହୁଁ ମୋଶା ସେମାନଙ୍କ ବିଷୟରେ ଇଲୀୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ-ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ।
Nígbà náà ni Mose pàṣẹ nípa wọn fún Eleasari àlùfáà àti Joṣua ọmọ Nuni àti sí gbogbo olórí ìdílé ẹ̀yà Israẹli.
29 ପୁଣି, ମୋଶା ସେମାନଙ୍କୁ କହିଲେ, “ଗାଦ୍-ସନ୍ତାନଗଣର ଓ ରୁବେନ୍-ସନ୍ତାନଗଣର, ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯଦି ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହେବେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ହେବ; ତେବେ ତୁମ୍ଭେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲୀୟଦ ଦେଶ ଦେବ।
Mose sì wí fún wọn pé, “Tí àwọn ọmọ Gadi àti ọmọ Reubeni, gbogbo ọkùnrin tí ó wọ ìhámọ́ra fún ogun rékọjá odò Jordani pẹ̀lú níwájú Olúwa, nígbà tí ẹ ṣẹ́gun ilẹ̀ náà níwájú yín, fún wọn ní ilẹ̀ Gileadi gẹ́gẹ́ bí ìní wọn.
30 ମାତ୍ର ଯଦି ସେମାନେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାନ ଦେଶରେ ଅଧିକାର ପାଇବେ।”
Ṣùgbọ́n tí wọn kò bá fẹ́ bá yín rékọjá pẹ̀lú ìhámọ́ra, wọn gbọdọ̀ gba ìní wọn pẹ̀lú yín ní Kenaani.”
31 ତହିଁରେ ଗାଦ୍-ସନ୍ତାନଗଣ ଓ ରୁବେନ୍-ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି, ତଦନୁସାରେ ଆମ୍ଭେମାନେ କର୍ମ କରିବୁ।
Àwọn ọmọ Gadi àti ọmọ Reubeni dáhùn pé, “Ìránṣẹ́ rẹ yóò ṣe ohun tí Olúwa ti sọ.
32 ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।”
A máa rékọjá níwájú Olúwa lọ sí Kenaani pẹ̀lú ìhámọ́ra, ṣùgbọ́n ẹrù tí a jogún yóò wà ní ẹ̀bá Jordani.”
33 ଏଉତ୍ତାରେ ମୋଶା ସେମାନଙ୍କୁ, ଅର୍ଥାତ୍, ଗାଦ୍-ସନ୍ତାନଗଣକୁ, ରୁବେନ୍-ସନ୍ତାନଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ ଓ ବାଶନର ରାଜା ଓଗ୍ର ରାଜ୍ୟ, ଅର୍ଥାତ୍, ସ୍ୱ ସ୍ୱ ସୀମା ସହିତ ନାନା ନଗରବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
Nígbà náà Mose fún àwọn ọmọ Gadi àti àwọn ọmọ Reubeni àti ààbọ̀ ẹ̀yà Manase ọmọ Josẹfu ní ilẹ̀ ọba Sihoni ọba àwọn ọmọ Amori àti ilẹ̀ ọba Ogu ọba Baṣani ní gbogbo ilẹ̀ náà pẹ̀lú ìlú rẹ̀ àti agbègbè tí ó yí i ka.
34 ତହିଁରେ ଗାଦ୍-ସନ୍ତାନଗଣ ଦୀବୋନ୍, ଅଟାରୋତ୍ ଓ ଅରୋୟେର;
Àwọn ará Gadi wọ́n kọ́ Diboni, Atarotu, Aroeri;
35 ଅଟ୍ରୋତ୍-ଶୋଫନ, ଯାସେର, ଯଗ୍ବିହ,
pẹ̀lú Atrotu Ṣofani, Jaseri, àti Jogbeha,
36 ବେଥ୍-ନିମ୍ରା, ବେଥ୍-ହାରଣ ନାମକ ପ୍ରାଚୀର-ବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।
pẹ̀lú Beti-Nimra, àti Beti-Harani ìlú olódi, àti agbo fún àgùntàn.
37 ପୁଣି, ରୁବେନ୍-ସନ୍ତାନଗଣ ହିଷ୍ବୋନ, ଇଲୀୟାଲୀ ଓ କିରୀୟାଥୟିମ୍;
Àwọn ọmọ Reubeni sì kọ́ Heṣboni, Eleale, Kiriataimu,
38 ପୁଣି, ନାମାନ୍ତରରେ ନବୋ, ବାଲ୍-ମୀୟୋନ୍ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି, ସେମାନେ ଯେଉଁ ଯେଉଁ ନଗର ନିର୍ମାଣ କଲେ, ସେହି ସମସ୍ତଙ୍କୁ ଅନ୍ୟ ନାମ ଦେଲେ।
pẹ̀lú Nebo pẹ̀lú Baali-Meoni (wọ́n pàrọ̀ orúkọ wọn) àti Sibma. Wọ́n sì sọ ìlú tí wọ́n tún kọ́ ní orúkọ mìíràn.
39 ପୁଣି, ମନଃଶିର ପୁତ୍ର ମାଖୀରର ସନ୍ତାନଗଣ ଗିଲୀୟଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କଲେ।
Àwọn ọmọ Makiri ọmọ Manase lọ sí Gileadi, wọ́n sì lé àwọn ọmọ Amori tí ó wà níbẹ̀.
40 ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲୀୟଦ ଦେଲେ; ଆଉ ସେ ସେଠାରେ ବାସ କଲା।
Mose sì fi àwọn ọmọ Gileadi fún àwọn ọmọ Makiri àwọn ìran Manase, wọ́n sì tẹ̀dó síbẹ̀.
41 ପୁଣି, ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କ ଗ୍ରାମସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍-ଯାୟୀର ରଖିଲା।
Jairi, ọmọ Manase gba ibùjókòó wọn, ó sì pè wọ́n ní Haffotu Jairi.
42 ଆଉ ନୋବହ ଯାଇ କନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।
Noba gba Kenati àti àwọn ìtẹ̀dó rẹ̀, ó sì pè é ní Noba lẹ́yìn orúkọ ara rẹ̀.