< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 3 >
1 ଯେଉଁ ଦିନ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସଙ୍ଗେ କଥା କହିଲେ, ସେହି ଦିନ ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି।
Voici les générations d'Aaron et de Moïse, le jour où le Seigneur parla à Moïse en la montagne de Sina.
2 ହାରୋଣଙ୍କର ପୁତ୍ରଗଣର ନାମ ଏହି; ପ୍ରଥମଜାତ ନାଦବ୍, ତହୁଁ ଅବୀହୂ ଓ ଇଲୀୟାସର ଓ ଈଥାମର।
Voici les noms des fils d'Aaron: premier-né, Nadab, puis Abiu, Eléazar et Ithamar.
3 ହାରୋଣଙ୍କର ଯେଉଁ ପୁତ୍ରମାନେ ଯାଜକ ରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକର କର୍ମ କରିବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି।
Tels sont les noms des fils d'Aaron, des prêtres qui reçurent l'onction sainte, et dont les mains furent consacrées, pour qu'ils exerçassent le sacerdoce.
4 ମାତ୍ର ନାଦବ୍ ଓ ଅବୀହୂ ସୀନୟ ପ୍ରାନ୍ତରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଇତର ଅଗ୍ନି ଉତ୍ସର୍ଗ କରି ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାଣତ୍ୟାଗ କରିଥିଲେ, ସେମାନଙ୍କର ସନ୍ତାନ ନ ଥିଲା; ଏଥିସକାଶୁ ଇଲୀୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ସାକ୍ଷାତରେ ଯାଜକ କର୍ମ କଲେ।
Nadab et Abiu moururent devant le Seigneur, tandis qu'ils offraient devant le Seigneur, dans le désert de Sina, un feu étranger; et comme ils n'avaient pas d'enfants, Eléazar et Ithamar exercèrent le sacerdoce avec Aaron leur père.
5 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Et le Seigneur parla à Moïse, disant:
6 “ତୁମ୍ଭେ ଲେବୀୟ ବଂଶକୁ ଆଣି ହାରୋଣ ଯାଜକଙ୍କ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ।
Prends la tribu de Lévi et place les lévites devant le prêtre Aaron, pour qu'ils l'assistent dans le service divin.
7 ଆଉ ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁ ସମ୍ମୁଖରେ ତାହାର ଓ ସମସ୍ତ ମଣ୍ଡଳୀର ରକ୍ଷଣୀୟ ରକ୍ଷା କରିବେ।
Ils seront chargés d'accomplir les œuvres du culte, devant le tabernacle du témoignage, en son nom, et au nom des fils d'Israël.
8 ପୁଣି, ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ-ସନ୍ତାନଗଣ ରକ୍ଷଣୀୟ ରକ୍ଷା କରିବେ।
Et ils garderont tous les ornements du tabernacle du témoignage, et ils accompliront, pour les fils d'Israël, toutes les œuvres du tabernacle.
9 ଆଉ ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ,
Tu donneras les lévites à Aaron et à ses fils les prêtres; les lévites sont le don qui m'a été fait parmi les fils d'Israël.
10 ପୁଣି, ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ, ତହିଁରେ ସେମାନେ ଆପଣାମାନଙ୍କ ଯାଜକତ୍ୱ ପଦ ରକ୍ଷା କରିବେ ଓ ଅନ୍ୟ ବଂଶୀୟ ଯେକେହି ନିକଟବର୍ତ୍ତୀ ହେବ, ତାହାର ପ୍ରାଣଦଣ୍ଡ ହେବ।”
Et tu établiras Aaron et ses fils sur le tabernacle du témoignage; ils seront chargés du sacerdoce, et des choses qui concernent tant l'autel que l'extérieur du voile du sanctuaire. Tout homme étranger à la tribu de Lévi, qui touchera aux choses sacrées, mourra.
11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Et le Seigneur parla à Moïse, disant:
12 “ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଗର୍ଭଫଳ ପରିବର୍ତ୍ତରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଗ୍ରହଣ କଲୁ, ଏଣୁ ଲେବୀୟମାନେ ଆମ୍ଭର ହେବେ।
J'ai pris, parmi les fils d'Israël, les lévites en échange de tout premier-né des fils d'Israël. Les lévites seront la rançon des premiers-nés; ils seront à moi.
13 କାରଣ ପ୍ରଥମଜାତ ସମସ୍ତ ଆମ୍ଭର; ଯେଉଁ ଦିନ ଆମ୍ଭେ ମିସର ଦେଶରେ ପ୍ରଥମଜାତ ସକଳକୁ ଆଘାତ କଲୁ, ସେହି ଦିନ ଆମ୍ଭେ ଇସ୍ରାଏଲ ମଧ୍ୟରେ ମନୁଷ୍ୟ ଓ ପଶୁ ସମସ୍ତ ପ୍ରଥମଜାତକୁ ଆପଣା ଉଦ୍ଦେଶ୍ୟରେ ପବିତ୍ର କଲୁ; ସେମାନେ ଆମ୍ଭର; ଆମ୍ଭେ ସଦାପ୍ରଭୁ ଅଟୁ।”
Car tout premier-né est à moi; du jour où j'ai frappé tout premier-né en la terre d'Egypte, je me suis consacré tout premier-né en Israël, depuis l'homme jusqu'aux bestiaux; tout premier-né m'appartiendra: je suis le Seigneur.
14 ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ମୋଶାଙ୍କୁ କହିଲେ,
Et le Seigneur parla à Moïse dans le désert de Sina, disant:
15 “ଆପଣା ଆପଣା ପିତୃଗୃହ ଓ ଆପଣା ଆପଣା ବଂଶାନୁସାରେ ଲେବୀୟ ସନ୍ତାନଗଣକୁ ଗଣନା କର; ତୁମ୍ଭେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷଙ୍କୁ ଗଣନା କରିବ।”
Fais le dénombrement des fils de Lévi, par branches, par maisons paternelles; recensez tous les mâles: ceux qui sont nés dans le mois et au-dessus.
16 ତହିଁରେ ମୋଶା ଆଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ଗଣନା କଲେ।
Moïse et Aaron firent le recensement selon l'ordre du Seigneur, comme il le leur avait prescrit.
17 ଆପଣା ଆପଣା ନାମାନୁସାରେ ଏମାନେ ଲେବୀର ପୁତ୍ରଗଣ; ଯଥା, ଗେର୍ଶୋନ, କହାତ ଓ ମରାରି।
Voici les noms des fils de Lévi: Gerson, Caath et Mérari;
18 ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନମାନଙ୍କ ନାମ ଲିବ୍ନି ଓ ଶିମୀୟି।
Voici les noms des fils de Gerson, par branches: Lobeni et Sémeï;
19 ପୁଣି, ଆପଣା ଆପଣା ବଂଶାନୁସାରେ କହାତର ସନ୍ତାନମାନଙ୍କ ନାମ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ।
Et ceux des fils de Caath, par branches: Amram, Isaar, Hébron et Oziel
20 ପୁଣି, ଆପଣା ଆପଣା ବଂଶାନୁସାରେ ମରାରିର ସନ୍ତାନମାନଙ୍କ ନାମ ମହଲି ଓ ମୂଶି; ଏମାନେ ଆପଣା ଆପଣା ପିତୃଗୃହାନୁସାରେ ଲେବୀୟମାନଙ୍କ ବଂଶ।
Et ceux des fils de Mérari, par branches: Moholi et Musi.
21 ଗେର୍ଶୋନଠାରୁ ଲିବ୍ନୀୟ ବଂଶ ଓ ଶିମୀୟିର ବଂଶ ଉତ୍ପନ୍ନ ହେଲେ; ଏମାନେ ଗେର୍ଶୋନୀୟ ବଂଶ।
De Gerson proviennent les branches de Lobeni et de Sémeï; telles sont les branches des Gersonites.
22 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଯେଉଁ ସମସ୍ତ ପୁରୁଷ ଗଣିତ ହେଲେ, ସେମାନଙ୍କର ଗଣିତ ଲୋକ ସଂଖ୍ୟା ସାତ ହଜାର ପାଞ୍ଚ ଶହ ହେଲା।
Tout mâle d'un mois et au-dessus étant compté, leur recensement a donné sept mille cinq cents âmes.
23 ଗେର୍ଶୋନୀୟ ବଂଶ ପଶ୍ଚିମ ଦିଗରେ ଆବାସର ପଶ୍ଚାଦ୍ ଭାଗରେ ଛାଉଣି ସ୍ଥାପନ କରିବେ।
Or, les fils de Gerson camperont derrière le tabernacle du côté de l'occident.
24 ପୁଣି, ଲାୟେଲର ପୁତ୍ର ଇଲୀୟାସଫ୍ ଗେର୍ଶୋନୀୟମାନଙ୍କ ପିତୃଗୃହର ଅଧିପତି ହେବ।
Le chef de la maison paternelle des branches de Gerson sera Eliasaph, fils de Daël.
25 ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
La fonction des fils de Gerson dans le tabernacle du témoignage sera de garder le tabernacle lui-même et sa couverture, la porte d'entrée du tabernacle du témoignage,
26 ପ୍ରାଙ୍ଗଣର ପରଦାସକଳ, ଆବାସ ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ତହିଁର ସେବାକାର୍ଯ୍ୟ ନିମିତ୍ତ ସମସ୍ତ ରଜ୍ଜୁ।
Les tentures du parvis, les voiles de la porte du parvis qui entoure le tabernacle, et tout le reste de ses ouvrages.
27 ଆଉ କହାତଠାରୁ ଅମ୍ରାମୀୟ ବଂଶ, ଯିଷ୍ହରୀୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ କହାତୀୟ ବଂଶ।
De Gaath proviennent les branches d'Amram, d'Isaar, d'Hébron et d'Oziel; telles sont les quatre branches des Caathites.
28 ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଆଠ ହଜାର ଛଅ ଶହ ଲୋକ ପବିତ୍ର ସ୍ଥାନର ରକ୍ଷକ ହେଲେ।
Tout mâle d'un mois et au-dessus étant compté, leur recensement a donné un total de huit mille six cents hommes, chargés de garder le sanctuaire et le Saint des saints.
29 କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ।
Les branches des fils de Caath camperont du côté du tabernacle qui regarde le midi;
30 ଆଉ ଉଷୀୟେଲର ପୁତ୍ର ଇଲୀଶାଫନ୍ କହାତୀୟ ବଂଶର ଅଧିପତି ହେବ।
Et le chef de la maison paternelle des branches de Gaath sera Elisaphan, fils d'Oziel.
31 ପୁଣି, ସିନ୍ଦୁକ, ମେଜ, ଦୀପବୃକ୍ଷ, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳ ପାତ୍ର, ପରଦା ଓ ତତ୍ସମ୍ବନ୍ଧୀୟ ସମସ୍ତ ସେବାକାର୍ଯ୍ୟ ସେମାନଙ୍କର ରକ୍ଷଣୀୟ ହେବ।
Ils auront la garde de l'arche, de la table, du chandelier, des autels et des ornements du sanctuaire, servant au culte sacré, ainsi que du voile intérieur, et de tous les ouvrages qui s'y rapportent.
32 ପୁଣି, ହାରୋଣ ଯାଜକଙ୍କର ପୁତ୍ର ଇଲୀୟାସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ।
Et le chef des chefs des lévites, Eléazar, fils d'Aaron, est préposé à la garde du sanctuaire.
33 ଆଉ ମରାରିଠାରୁ ମହଲୀୟ ବଂଶ ଓ ମୂଶୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ ମରାରୀୟ ବଂଶ।
De Mérari proviennent les branches de Moholi et de Musi; telles sont les branches des Mérarites.
34 ପୁଣି, ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଛଅ ହଜାର ଦୁଇ ଶହ ଲୋକ ହେଲେ।
Tout mâle d'un mois et au-dessus étant compté, le recensement a donné six mille cinquante âmes.
35 ଆଉ ଅବୀହୟିଲର ପୁତ୍ର ସୂରୀୟେଲ ମରାରି ବଂଶର ପିତୃଗୃହର ଅଧିପତି ହେଲା; ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ।
Et le chef de la maison paternelle des branches de Mérari sera Suriel, fils d'Abichaïl; ils camperont du côté du tabernacle qui regarde le nord;
36 ଆଉ ଆବାସର ପଟା, ଅର୍ଗଳ, ସ୍ତମ୍ଭ, ଚୁଙ୍ଗୀ, ତହିଁର ସମସ୍ତ ଦ୍ରବ୍ୟ ଓ ତତ୍ସମ୍ବନ୍ଧୀୟ ସେବାକାର୍ଯ୍ୟ,
Ils seront chargés de conserver les chapiteaux du tabernacle, ses leviers, ses colonnes, ses bases avec tous leurs accessoires, et tout ce qui leur appartient;
37 ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥିତ ସ୍ତମ୍ଭ, ତହିଁର ସକଳ ଚୁଙ୍ଗୀ, ମେଖ ଓ ରଜ୍ଜୁ ମରାରି-ସନ୍ତାନଗଣର ନିରୂପିତ ରକ୍ଷଣୀୟ ହେବ।
Et les colonnes qui entourent le parvis avec leurs bases, les piquets et les cordages.
38 ପୁଣି, ଯେଉଁମାନେ ଆବାସର ପୂର୍ବ ଦିଗରେ ସମାଗମ-ତମ୍ବୁ ସମ୍ମୁଖରେ ସୂର୍ଯ୍ୟୋଦୟ ଆଡ଼େ ଛାଉଣି ସ୍ଥାପନ କରିବେ, ସେମାନେ ମୋଶା, ହାରୋଣ ଓ ତାହାର ପୁତ୍ରଗଣ; ଏମାନେ ଇସ୍ରାଏଲ-ସନ୍ତାନଗଣର ରକ୍ଷଣୀୟ ବୋଲି ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବେ; ଆଉ ଅନ୍ୟ ବଂଶୀୟ କୌଣସି ଲୋକ ତହିଁର ନିକଟବର୍ତ୍ତୀ ହେଲେ ହତ ହେବ।
Ceux qui camperont du côté de l'orient devant le tabernacle du témoignage, c'est-à-dire Moïse et Aaron et ses fils, auront pour fonction, parmi les fonctions des fils d'Israël, la garde du sanctuaire. Tout homme étranger à la tribu de Lévi, qui touchera les choses saintes, mourra.
39 ଲେବୀୟମାନଙ୍କ ମଧ୍ୟରୁ ଯେଉଁମାନେ ଗଣିତ ହେଲେ, ଯେଉଁମାନଙ୍କୁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ସେମାନଙ୍କ ବଂଶାନୁସାରେ ଗଣନା କଲେ, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ସଂଖ୍ୟାରେ ବାଇଶ ହଜାର ହେଲେ।
Le total des lévites dont Moïse, avec Aaron, fit le recensement selon l'ordre du Seigneur, par branches, tout mâle d'un mois et au-dessus étant compté, s'éleva à vingt-deux mille âmes.
40 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷଙ୍କୁ ଗଣନା କର ଓ ସେମାନଙ୍କ ନାମସଂଖ୍ୟା କର।
Le Seigneur parla ensuite à Moïse, disant: Fais le dénombrement de tous les mâles premiers-nés des fils d'Israël d'un mois et au-dessus; prenez-en le compte nominativement.
41 ଆମ୍ଭେ ସଦାପ୍ରଭୁ; ଆମ୍ଭ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ।”
Et prends pour moi les lévites en échange des premiers-nés des fils d'Israël: je suis le Seigneur; prends aussi pour moi le bétail des lévites en échange des premiers-nés du bétail des fils d'Israël.
42 ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।
Moïse fit, comme le lui avait prescrit le Seigneur, le recensement de tous les premiers-nés des fils d'Israël.
43 ପୁଣି, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ-ସଂଖ୍ୟାନୁସାରେ ଯେଉଁମାନେ ଗଣିତ ହେଲେ, ସେମାନଙ୍କ ସଂଖ୍ୟା ବାଇଶ ହଜାର ଦୁଇ ଶହ ତେସ୍ତରି ହେଲା।
Et le total des premiers-nés mâles, d'un mois et au-dessus, comptés nominativement, s'éleva à vingt-deux mille deux cent soixante-treize âmes.
44 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Le Seigneur dit encore Moïse:
45 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଓ ସେମାନଙ୍କ ପଶୁ ବଦଳେ ଲେବୀୟମାନଙ୍କର ପଶୁମାନଙ୍କୁ ଗ୍ରହଣ କର; ଆଉ ଲେବୀୟମାନେ ଆମ୍ଭର ହେବେ; ଆମ୍ଭେ ସଦାପ୍ରଭୁ ଅଟୁ।
Prends les lévites en échange des premiers-nés des fils d'Israël, et le bétail des lévites en échange des premiers-nés du bétail des fils d'Israël, et les lévites seront à moi: je suis le Seigneur.
46 ପୁଣି, ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କ ସଂଖ୍ୟାରୁ ଅଧିକ ଦୁଇ ଶହ ତେସ୍ତରି ଲୋକର ମୁକ୍ତି ନିମନ୍ତେ,
Prends aussi la rançon des deux cent soixante-treize fils d'Israël qui excèdent le nombre des lévites;
47 ତୁମ୍ଭେ ମୁଣ୍ଡ ପିଛା ପାଞ୍ଚ ଶେକଲ ଲେଖାଏଁ ନେବ; ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ତାହା ନେବ, (କୋଡ଼ିଏ ଗେରାରେ ଏକ ଶେକଲ)।
Prends cinq sicles par tête, au poids du sanctuaire; vingt oboles par sicle.
48 ଆଉ ତୁମ୍ଭେ ସେହି ବଳକା ଲୋକମାନଙ୍କ ମୁକ୍ତିର ମୂଲ୍ୟ ନେଇ ହାରୋଣ ଓ ତାହାର ପୁତ୍ରମାନଙ୍କୁ ଦେବ।”
Tu donneras cet argent à Aaron et à ses fils; ce sera la rançon de ceux que ne rachètent pas les lévites.
49 ତହୁଁ ମୋଶା ଲେବୀୟମାନଙ୍କ ଦ୍ୱାରା ମୁକ୍ତ ଲୋକଙ୍କ ବ୍ୟତୀତ ଅବଶିଷ୍ଟ ଲୋକମାନଙ୍କ ମୁକ୍ତି-ମୂଲ୍ୟ ନେଲେ।
Moïse prit donc l'argent, la rançon de ceux que ne rachetaient pas les lévites.
50 ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ହଜାର ତିନି ଶହ ପଞ୍ଚଷଠି ଶେକଲ ନେଲେ;
Et il reçut des premiers-nés des fils d'Israël treize cent soixante-cinq sicles, au poids du sanctuaire.
51 ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେହି ମୁକ୍ତି-ମୂଲ୍ୟ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଲେ।
Et, selon l'ordre du Seigneur, Moïse donna la rançon du surplus à Aaron et à ses fils, comme le Seigneur le lui avait prescrit.