< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 28 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
And the Lord spoke to Moses, saying,
2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ‘ତୁମ୍ଭେମାନେ ଆମ୍ଭର ତୁଷ୍ଟିଜନକ ଆଘ୍ରାଣାର୍ଥେ ଆମ୍ଭର ଉପହାର, ଅର୍ଥାତ୍‍, ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ, ତାହା ତହିଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ।’
Charge the children of Israel, and thou shalt speak to them, saying, Ye shall observe to offer to me in my feasts my gifts, my presents, my burnt-offerings for a sweet-smelling savour.
3 ପୁଣି, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ତାହା ଏହି; ପ୍ରତିଦିନ ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ।
And thou shalt say to them, These are the burnt-offerings, all that ye shall bring to the Lord; two lambs of a year old without blemish daily, for a whole-burnt offering perpetually.
4 ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟାକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ।
Thou shalt offer one lamb in the morning, and thou shalt offer the second lamb towards evening.
5 ପୁଣି, ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେଷା ତୈଳ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦା ଦେବ।
And thou shalt offer the tenth part of an ephah of fine flour for a meat-offering, mingled with oil, with the fourth part of a hin.
6 ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା।
[It is] a perpetual whole-burnt-offering, a sacrifice offered in the mount of Sina for a sweet-smelling savour to the Lord.
7 ପୁଣି, ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ। ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ।
And its drink-offering, the fourth part of a hin to each lamb; in the holy place shalt thou pour strong drink as a drink-offering to the Lord.
8 ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବ; ଯେପରି ପ୍ରାତଃକାଳର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ, ସେପରି ତୁମ୍ଭେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପେ ଉତ୍ସର୍ଗ କରିବ।
And the second lamb thou shalt offer toward evening; thou shalt offer it according to its meat-offering and according to its drink-offering for a smell of sweet savour to the Lord.
9 ଆଉ ବିଶ୍ରାମବାରରେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ।
And on the sabbath-day ye shall offer two lambs of a year old without blemish, and two tenth deals of fine flour mingled with oil for a meat-offering, and a drink-offering.
10 ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ।
[It is] a whole-burnt-offering of the sabbaths on the sabbath days, besides the continued whole-burnt-offering, and its drink offering.
11 ଆଉ ପ୍ରତି ମାସର ଆରମ୍ଭରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ନିଖୁନ୍ତ ମେଷବତ୍ସ ଉତ୍ସର୍ଗ କରିବ।
And at the new moons ye shall bring a whole-burnt-offering to the Lord, two calves of the herd, and one ram, seven lambs of a year old without blemish.
12 ପୁଣି, ଏକ ଗୋବତ୍ସ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ;
Three tenth deals of fine flour mingled with oil for one calf, and two tenth deals of fine flour mingled with oil for one ram.
13 ପୁଣି, ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ହେବ; ତହିଁରେ ସେହି ହୋମବଳି ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
A tenth deal of fine flour mingled with oil for each lamb, as a meat-offering, a sweet-smelling savour, a burnt-offering to the Lord.
14 ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହିସବୁ ନୈବେଦ୍ୟ ବର୍ଷର ପ୍ରତି ମାସର ପ୍ରଥମ ଦିନରେ ଅଣାଯିବ ପୁଣି, ତାହସବୁ ସମ୍ପୂର୍ଣ୍ଣ ହୋମ ହେବ।
Their drink-offering shall be the half of a hin for one calf; and the third of a hin for one ram; and the fourth part of a hin of wine for one lamb: this [is] the whole-burnt-offering monthly throughout the months of the year.
15 ପୁଣି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ହେବ।
And [he shall offer] one kid of the goats for a sin-offering to the Lord; it shall be offered beside the continual whole-burnt-offering and its drink-offering.
16 ଆହୁରି ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହେବ।
And in the first month, on the fourteenth day of the month, [is] the passover to the Lord.
17 ପୁଣି, ସେହି ମାସର ପଞ୍ଚଦଶ ଦିନରେ ଉତ୍ସବ ହେବ; ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ।
And on the fifteenth day of this month [is] a feast; seven days ye shall eat unleavened bread.
18 ପ୍ରଥମ ଦିନରେ ପବିତ୍ର ସଭା ହେବ; ସେହି ଦିନରେ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
And the first day shall be to you a holy convocation; ye shall do no servile work.
19 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ;
And ye shall bring whole-burnt-offerings, a sacrifice to the Lord, two calves of the herd, one ram, seven lambs of a year old; they shall be to you without blemish.
20 ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ,
And their meat-offering shall be fine flour mingled with oil; three tenth deals for one calf, and two tenth deals for one ram.
21 ଆଉ ସାତ ମେଷବତ୍ସ ମଧ୍ୟରେ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ,
Thou shalt offer a tenth for each lamb, for the seven lambs.
22 ପୁଣି, ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ,
And [thou shalt offer] one kid of the goats for a sin-offering, to make atonement for you.
23 ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମର ପ୍ରାତଃକାଳୀନ ହୋମ ବ୍ୟତୀତ ଉତ୍ସର୍ଗ କରିବ।
Beside the perpetual whole-burnt-offering in the morning, which is a whole-burnt-sacrifice for a continuance,
24 ତୁମ୍ଭେମାନେ ଏହି ବିଧି ଅନୁସାରେ ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟରୂପ ଉପହାର ଉତ୍ସର୍ଗ କରିବ; ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ଉତ୍ସର୍ଗିତ ହେବ।
these shall ye thus offer daily for seven days, a gift, a sacrifice for a sweet-smelling savour to the Lord; beside the continual whole-burnt-offering, thou shalt offer its drink-offering.
25 ପୁଣି, ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
And the seventh day shall be to you a holy convocation; ye shall do no servile work in it.
26 ଆହୁରି ପ୍ରଥମ ପକ୍ୱ ଫଳର ଦିନରେ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
And on the day of the new corn, when ye shall offer a new sacrifice [at the festival] of weeks to the Lord, there shall be to you a holy convocation; ye shall do no servile work,
27 ମାତ୍ର ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ଦୁଇ ପୁଂଗୋବତ୍ସ, ଏକ ମେଷ, ଏକ ବର୍ଷୀୟ ସାତ ମେଷବତ୍ସ;
and ye shall bring whole-burnt-offerings for a sweet-smelling savour to the Lord, two calves of the herd, one ram, seven lambs without blemish.
28 ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
Their meat-offering [shall be] fine flour mingled with oil; there shall be three tenth deals for one calf, and two tenth deals for one ram.
29 ଓ ସାତ ମେଷବତ୍ସ ମଧ୍ୟରୁ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ;
A tenth for each lamb separately, for the seven lambs; and a kid of the goats,
30 ଆଉ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରଣାର୍ଥ ଏକ ଛାଗ ଉତ୍ସର୍ଗ କରିବ।
for a sin-offering, to make atonement for you; beside the perpetual whole-burnt-offering: and
31 ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ବ୍ୟତୀତ ଏହି ସମସ୍ତ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ, ଏହିସବୁ ନିଖୁନ୍ତ ହେବ।’”
ye shall offer to me their meat-offering. They shall be to you unblemished, and ye shall offer their drink-offerings.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 28 >