< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 26 >

1 ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
Ilitokea baada ya tauni ambayo BWANA alimwambia Musa na Eliazari mwana wa Haruni kuhani, Alisema,
2 “ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍‍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର।”
Wahesabu watu wote wa Israeli, kuanzia miaka ishirini na zaidi, kwa jamaa ya familia zao wote ambao wanaweza kwenda kwenye vita kwa ajili ya Israeli.”
3 ତହିଁରେ ମୋଶା ଓ ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,
Kwa hiyo Musa na Eliazari kuhani wakawaambia katika uwanda wa Moabu karibu na Yorodani kule Yeriko na kusema,
4 “ମୋଶା ପ୍ରତି ଓ ମିସର ଦେଶରୁ ବହିର୍ଗତ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର।”
Wahesabuni watu, kuanzi umri wa miaka ishirini na zaidi kama BWANA alivyomwamuru Musa na watu wa Israeli walitoka katika nchi ya Misri.”
5 ରୁବେନ୍‍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନ୍‍ର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୁଠାରୁ ପଲ୍ଲୁୟୀୟ ବଂଶ;
Reubeni ndiye aliyekuwa wa kwanza, Kutoka kwa mwana wake Hanoki ulitokea ukoo wa Wahanoki. Kutoka kwa Palu ulitokea ukoo wa Wapalu.
6 ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; କର୍ମ୍ମିଠାରୁ କର୍ମିୟ ବଂଶ।
Kutoka Hezroni. ulitokea ukoo wa Wahezroni. Kutoka kwa Kami ulitokea ukoo wa Wakami.
7 ଏମାନେ ରୁବେନ୍‍ର ବଂଶ; ପୁଣି, ଏମାନେ ଗଣାଯାʼନ୍ତେ, ତେୟାଳିଶ ହଜାର ସାତ ଶହ ତିରିଶ ଲୋକ ହେଲେ।
Hizi ndizo zilikuwa koo za uzao wa Reubeni, ambzo idadi yao ilikuwa wanaume 43, 730.
8 ପଲ୍ଲୁର ସନ୍ତାନ ଇଲୀୟାବ୍‍।
Eliabu alikuwa mwana wa Palu.
9 ସେହି ଇଲୀୟାବ୍‍ର ସନ୍ତାନ ନମୂୟେଲ, ଦାଥନ ଓ ଅବୀରାମ; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ ଓ ଅବୀରାମ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।
Wana wa Eliabu walikuwa ni Nemueli, Dathani. na Abiramu. Hawa ni walewale Dathani na Abiramu waliomfuata Kora waliompinga Musa na Haruni na kumpinga BWANA.
10 ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି, ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନସ୍ୱରୂପ ହେଲେ।
Pale ambapo dunia ilifungua kinywa na kuwameza pamoja na Kora wakati ambapo wafuasi wa Kora walikufa. Wakati ule, moto uliteketeza wanaume 250, amboa wlikuwa ishara ya onyo.
11 ତଥାପି କୋରହର ସନ୍ତାନମାନେ ମଲେ ନାହିଁ।
Lakini uzao wa Kora haukufa.
12 ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନ୍‍ଠାରୁ ଯାମୀନୀୟ ବଂଶ; ଯାଖୀନ୍‍ଠାରୁ ଯାଖୀନୀୟ ବଂଶ;
Ukoo wa uzao wa Simeoni walikuwa hawa wafuatao: Kutoka kwa Nemueli, ukoo wa Wanemueli, kwa Jamini, ukoo wa Wajamini, kwa Jakini, ukoo wa Wajakini,
13 ସେରହଠାରୁ ସେରହୀୟ ବଂଶ; ଶୌଲଠାରୁ ଶୌଲୀୟ ବଂଶ।
kwa Zera, ukoo wa Wazera, kwa Shauli, ukoo wa Washauli.
14 ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ।
Hizi ndizo koo za uzao wa Simeoni, idadi yao ilikuwa wanaume 22, 200.
15 ଆପଣା ଆପଣା ବଂଶାନୁସାରେ ଗାଦ୍‍ର ସନ୍ତାନ; ସିଫୋନଠାରୁ ସିଫୋନୀୟ ବଂଶ; ହଗିଠାରୁ ହଗୀୟ ବଂଶ; ଶୂନୀଠାରୁ ଶୂନୀୟ ବଂଶ;
Koo za uzao wa Gadi zilikuwa hizi: Kwa Zefoni, Ukoo wa Wazefoni, kwa Hagi, ukoo wa Wahagi, kwa Shuni, ukoo wa Washuni,
16 ଓଷ୍ଣିଠାରୁ ଓଷ୍ଣୀୟ ବଂଶ, ଏରିଠାରୁ ଏରୀୟ ବଂଶ;
kwa Ozini, ukoo wa Waozini, kwa Eri, ukoo wa Waeri,
17 ଅରୋଦିଠାରୁ ଅରୋଦୀୟ ବଂଶ, ଅରେଲୀଠାରୁ ଅରେଲୀୟ ବଂଶ।
kwa Arodi, ukoo wa Waarodi, kwa Areli, ukoo wa Waareli.
18 ଗାଦ୍‍ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାʼନ୍ତେ, ଚାଳିଶ ହଜାର ପାଞ୍ଚ ଶହ ଲୋକ ହେଲେ।
Hizi ndizo koo za uzao wa Gadi, idadi yao walikuwa wanaume 40, 500.
19 ଯିହୁଦାର ପୁତ୍ର ଏର ଓ ଓନନ୍‍; ସେହି ଏର ଓ ଓନନ୍‍ କିଣାନ ଦେଶରେ ମରିଥିଲେ।
Wana wa Yuda walikwa Er na Onani, lakini hawa walifia katika nchi ya Kanaani.
20 ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ; ଶେଲାଠାରୁ ଶେଲାୟୀୟ ବଂଶ; ପେରସଠାରୁ ପେରସୀୟ ବଂଶ; ସେରହଠାରୁ ସେରହୀୟ ବଂଶ।
Koo zingine za uzao wa Yuda zilikuwa hizi: Kwa Shela, ukoo wa Washela, kwa Perezi, ukoo wa Waperezi, na kwa Zera, ukoo wa Wazera.
21 ପୁଣି, ପେରସର ଏହି ସକଳ ସନ୍ତାନ ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ।
Uzao wa Perezi walikuwa hawa: Kwa Hezroni, ukoo wa Wahezroni, kwa Hamuli, ukoo wa Wahamuli.
22 ଯିହୁଦାର ଏହିସବୁ ବଂଶ ଗଣାଯାʼନ୍ତେ, ଛସ୍ତରି ହଜାର ପାଞ୍ଚ ଶହ ଲୋକ ହେଲେ।
Hizi ndizo zilizokuwa koo za Yuda, idadi yao ilikuwa wanaume 76, 500.
23 ଆପଣା ଆପଣା ବଂଶାନୁସାରେ ଇଷାଖରର ସନ୍ତାନ; ତୋଲୟଠାରୁ ତୋଲୟୀୟ ବଂଶ; ପୂୟଠାରୁ ପୂୟୀୟ ବଂଶ;
Koo za uzao wa Isakari zilikuwa hizi: Kwa Tola, ukoo wa Watola, kwa Puva, ukoo wa Wapuva,
24 ଯାଶୂବଠାରୁ ଯାଶୂବୀୟ ବଂଶ; ଶିମ୍ରୋଣଠାରୁ ଶିମ୍ରୋଣୀୟ ବଂଶ।
kwa Jashubu, ukoo wa Wajashubu, kwa Shimroni, ukoo wa Washimroni.
25 ଇଷାଖରର ଏହି ସକଳ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ତିନି ଶହ ଲୋକ ହେଲେ।
Hizi ndizo zilikuwa koo za Isakari, Idadi yao ilikuwa wanaume 64, 300.
26 ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ; ସେରଦଠାରୁ ସେରଦୀୟ ବଂଶ; ଏଲୋନ୍‍ଠାରୁ ଏଲୋନୀୟ ବଂଶ; ଯହଲେଲଠାରୁ ଯହଲେଲୀୟ ବଂଶ।
Koo za uzao wa Zabuloni zilikuwa hizi: Kwa Seredi, ukoo wa Waseredi, kwa Eloni, ukoo wa Waeloni, kwa Jahaleeli, ukoo wa Wajahaleeli.
27 ସବୂଲୂନର ଏହି ସକଳ ବଂଶ ଗଣାଯାʼନ୍ତେ, ଷାଠିଏ ହଜାର ପାଞ୍ଚ ଶହ ଲୋକ ହେଲେ।
Hizi ndizo zilikuwa koo za Zabuloni, idadi y ao ilikuwa wanaume 60, 500.
28 ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଓ ଇଫ୍ରୟିମ।
Koo za uzao wa Ysufu zilikuwa Manase na Efraimu.
29 ମନଃଶିର ସନ୍ତାନ; ମାଖୀରଠାରୁ ମାଖରୀୟ ବଂଶ; ସେହି ମାଖୀରର ପୁତ୍ର ଗିଲୀୟଦ; ସେହି ଗିଲୀୟଦଠାରୁ ଗିଲୀୟଦୀୟ ବଂଶ।
Huu ndio uliokuwa uzao wa Manase: Kwa Machiri, ukoo wa Wamachiri (Machiri ndiye aliyekuwa baba wa Giliedi), kwa Giliedi, ukoo wa Wagiliedi.
30 ଗିଲୀୟଦର ସନ୍ତାନ ଏମାନେ; ଈୟେଷରଠାରୁ ଈୟେଷ୍ରୀୟ ବଂଶ; ହେଲକଠାରୁ ହେଲକୀୟ ବଂଶ,
Wazo wa Giliedi walikuwa hawa wfuatao: Kwa Lezeri, ukoo wa Walezeri, kwa Helweki, ukoo wa Waheleki, kwa Asrieli,
31 ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ବଂଶ ଓ ଶେଖମଠାରୁ ଶେଖମୀୟ ବଂଶ,
ukoo wa Asrieli wa Waasrieli, kwa Shekemu, ukoo wa Washekemu,
32 ଶମୀଦାଠାରୁ ଶମୀଦାୟୀୟ ବଂଶ ଓ ହେଫରଠାରୁ ହେଫରୀୟ ବଂଶ।
kwa Shemida, ukoo wa Washemida, kwa Hefa, ukoo wa Wahefa.
33 ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ନ ଥିଲା, କେବଳ କନ୍ୟା ଥିଲା; ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା।
Zelofehadi mwana wa Hefa hakuwa na watoto wa kiume bali alikuwa na mabinti. Majina ya binti zake yalikuwa Mahilahi, Noha, Hoglaha, Milika, na Tiriza.
34 ଏମାନେ ମନଃଶିର ବଂଶ, ଏମାନଙ୍କର ଗଣିତ ଲୋକ ବାବନ ହଜାର ସାତ ଶହ ଜଣ।
Hizi ndizo koo za Manase, idadi yao ilikuwa wanaume 52, 700.
35 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ; ଶୂଥେଲହଠାରୁ ଶୂଥଲହୀୟ ବଂଶ; ବେଖରଠାରୁ ବେଖ୍ରୀୟ ବଂଶ; ତହନଠାରୁ ତହନୀୟ ବଂଶ।
Koo za wana wa uzao wa Efraimu zilikuwa hizi zifuatazo: Kwa Shuthelaha, ukoo wa Washutheleha, kwa Becheri, ukoo wa Wabecheri, kwa Tahana, ukoo wa Watahana.
36 ପୁଣି, ଶୂଥେଲହର ସନ୍ତାନ ଏମାନେ; ଏରଣଠାରୁ ଏରଣୀୟ ବଂଶ।
Uzao wa Shuthelaha walikuwa, kwa Erani, ukoo wa Waerani.
37 ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ; ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷେଫର ସନ୍ତାନ।
Hizi ndizo koo za uzao wa Efraimu, idadi yao ilikuwa wanaume 32, 500. Huu ndio uzao wa Yusufu, uliohesabiwa toka kila koo zao.
38 ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍‍ର ସନ୍ତାନ; ବେଲାଠାରୁ ବେଲାୟୀୟ ବଂଶ: ଅସ୍‍ବେଲଠାରୁ ଅସ୍‍ବେଲୀୟ ବଂଶ; ଅହୀରାମଠାରୁ ଅହୀରାମୀୟ ବଂଶ;
Koo za uzao wa Benjamini zilikuwa hizi zifuatazo: Kwa Bela ukoo wa Wabela, kwa Ashibeli, ukoo wa Washibeli, kwa Ahiramu, ukoo wa Wahiramu,
39 ଶୂଫମଠାରୁ ଶୂଫମୀୟ ବଂଶ; ହୂଫମଠାରୁ ହୂଫମୀୟ ବଂଶ।
kwa Shefufamu, ukoo wa Washefumamu, kwa Hufamu, ukoo wa Wahufamu.
40 ପୁଣି, ବେଲାର ସନ୍ତାନ ଅର୍ଦ ଓ ନାମାନ୍‍; ଅର୍ଦଠାରୁ ଅର୍ଦୀୟ ବଂଶ; ନାମାନ୍‍ଠାରୁ ନାମାନୀୟ ବଂଶ।
Wana wa Bela walikuwa ni Ardi na Naamani. Kutoka kwa Ardi ulijitokeza ukoo wa Waardi, na kutoka kwa Naamani ukajaitokeza ukoo wa Wanaamani.
41 ଆପଣା ଆପଣା ବଂଶାନୁସାରେ ଏମାନେ ବିନ୍ୟାମୀନ୍‍ର ସନ୍ତାନ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଛଅ ଶହ ଜଣ।
Hizi ndizo koo za uzao wa Benjamini. Idadai yao ilikuwa wanaume 45, 600.
42 ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ; ଶୂହମଠାରୁ ଶୂହମୀୟ ବଂଶ। ଏମାନେ ଆପଣା ଆପଣା ବଂଶାନୁସାରେ ଦାନ୍‍ର ବଂଶ।
Kooo za uzao wa Dani zilikuwa hizi zifuatazo: Kwa Shuhamu, ukoo wa Washuhamu. Hizi ndizo koo za uzao wa Dani.
43 ଶୂହମୀୟ ସମସ୍ତ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ଚାରି ଶହ ଲୋକ ହେଲେ।
Idadi ya koo zote za Washuhamu ilikuwa wanaume 64, 400.
44 ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନାଠାରୁ ଯିମ୍ନୀୟ ବଂଶ; ଯିଶ୍‍ବିଠାରୁ ଯିଶ୍‍ବିୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ।
Koo za uzao wa Asheri zilikuwa zifuatazo: Kwa Imna, ukoo wa Waimna, kwa Ishvi, ukoo wa Waishivi, kwa Beria, ukoo wa Waberia.
45 ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲ୍‍କୀୟେଲଠାରୁ ମଲ୍‍କୀୟେଲୀୟ ବଂଶ।
Uzao wa Beria walikuwa hawa: Kwa Heberi, ukoo wa Waheberi, kwa Malikieli, ukoo wa Wamalikieli.
46 ଆଶେରର କନ୍ୟାର ନାମ ସେରହ।
Jina la binti wa Asheri lilikuwa Sera.
47 ଆଶେରର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ; ତେପନ ହଜାର ଚାରି ଶହ ଲୋକ ହେଲେ।
Hizi ndizo koo za uzao wa Asheri, idadi yao ilikuwa wanaume 53, 400.
48 ଆପଣା ଆପଣା ବଂଶାନୁସାରେ ନପ୍ତାଲିର ସନ୍ତାନ; ଯହସୀୟେଲଠାରୁ ଯହସୀୟେଲୀୟ ବଂଶ; ଗୂନିଠାରୁ ଗୂନୀୟ ବଂଶ;
Koo za uzao wa Naftali zilikuwa zifuatazo: Kwa Jahazeeli, ukoo wa Wajahazeel, kwa Guni, ukoo wa Waguni,
49 ଯେତ୍ସରଠାରୁ ଯେତ୍ସରୀୟ ବଂଶ; ଶିଲ୍ଲେମଠାରୁ ଶିଲ୍ଲେମୀୟ ବଂଶ।
kwa Jezeri, ukoo wa Wajezeri, kwa Shilemu, ukoo wa Washilemu.
50 ଆପଣା ଆପଣା ବଂଶାନୁସାରେ ଏହି ସକଳ ନପ୍ତାଲିର ବଂଶ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଚାରି ଶହ ଜଣ।
Hizi ndizo zilizokuwa koo za uzao wa Naftali, idadi yao walikuwa wanaume 45, 000.
51 ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା ଛଅ ଲକ୍ଷ ଏକ ହଜାର ସାତ ଶହ ତିରିଶ ଥିଲା।
Hii ndiyo iliyokuwa jumla kuu ya wanaume wa Israeli: 601, 730.
52 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
BWANA akanena na Musa akamwambia,
53 “ନାମ-ସଂଖ୍ୟାନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ।
Ile ardhi itagawanywa kati ya wanaume hawa kama urithi wao kwa kufuata idadi ya majina yao.
54 ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି, ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ।
Kwa zile koo kubwa utawagawia urithi mkubwa, na kwa koo ndogo ndogo utawagawia urithi kidogo. Kwa kila familia utawapa urithi kufuata idadi ya wanaume waliohesabiwa.
55 ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।
Lakini ardhi itagawiwa kwa kupigiwa kura. Watairithi nchi kama itakavyogawiwa kwa kufuata koo za mababu.
56 ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ।”
Urithi huu utagiwiwa kufuata koo kubwa na ndogo, watagawiwa kwa kufuata kura zitakavyokuwa.
57 ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ।
Koo za Walawi, zilizohesabiwa kwa kufuata ukoo kwa ukoo, walikuwa hivi: Kwa Gerishoni, ukoo wa Wagerishoni, kwa Kohathi, ukoo wa Wakohathi, kwa Merari, ukoo wa Wamerari.
58 ଲେବୀୟ ବଂଶ ଏହି; ଲିବ୍‍ନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୂଶୀୟ ବଂଶ, କୋରହୀ ବଂଶ।
Koo za walawi zilikuwa hzi: ukoo wa Walibni, Ukoo wa Wahebroni, ukoo wa Wamahali, ukoo wa Wamushi, na ukoo wa Wakora. Kohathi alikuwa wa uzao wa Amramu.
59 ସେହି କହାତର ପୁତ୍ର ଅମ୍ରାମ୍‍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ, ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।
Jina la mke wa Amramu lilikuwa Jokibed, wa ukoo wa Lawi, aliyekuwa amezaliwa kwa Walawi kule Misri. Alimzalia Amramu watoto wao, ambao walikuwa ni Haruni, Musa, na Miriamu dada yao.
60 ହାରୋଣଠାରୁ ନାଦବ୍‍ ଓ ଅବୀହୂ, ପୁଣି, ଇଲୀୟାସର ଓ ଈଥାମର ଜନ୍ମିଲେ।
Kwa Haruni alizaliwa Nadabu na Abihu, Eliazari na Ithamari.
61 ମାତ୍ର ନାଦବ୍‍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ।
Nadabu na Abihu walikufa walipotoa sadaka kwa BWANA sadaka ya moto isiyokubalika.
62 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାʼନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
Waume walioheabaiwa miionigoni mwao walikuwa elfu ishirini na tatu, hawa nia wale wa umri wa mwezi mmoja na zaidi. Lakini hawakuhesabiwa kati ya wazawa wa Israeli kwa sababu hawakupewa urithi miongoni mwa wana wa Israeli.
63 ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ଇଲୀୟାସର ଯାଜକ ଦ୍ୱାରା ଏସମସ୍ତେ ଗଣାଗଲେ।
Hawa nadio wale walihesabiwa na Musa na Eliazari kuhani. Waliwahesabu watu wa Israeli katika uwanda wa Moabu karibu na Yorodani kule Yeriko.
64 ମାତ୍ର ସୀନୟ ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନ ଥିଲା।
Lakini miongoni mwa hawa hapakuwa na mwanamume aliyehasabiwa na Musa na Haruni kuhani wakati wana wa uzao wa Israeli walipohesabiwa katika jangwa la Sinai.
65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।”
Kwa BWANA alikuwa amesema kuwa kwa hakika watu hao wote wangefia jangwani. Hapakuwa na mtu aliyebaki miongoni mwao, isipokuwa Kalebu mwana wa Yefune na Joshua mwana wa Nuni.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 26 >