< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 26 >
1 ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
विपत्तिपछि परमप्रभुले मोशा र पुजारी हारूनका छोरा एलाजारलाई भन्नुभयो,
2 “ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର।”
“इस्राएलका सारा समुदायलाई तिनीहरूका पुर्खाहरूका कुल-कुलअनुसार बिस वर्ष र त्यसभन्दा माथिका इस्राएलका निम्ति युद्धमा जान सक्ने सबैको गन्ती गर ।”
3 ତହିଁରେ ମୋଶା ଓ ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,
त्यसैले मोशा र पुजारी एलाजारले यर्दन नजिकैको मोआबको मैदान यरीहोमा तिनीहरूलाई भने,
4 “ମୋଶା ପ୍ରତି ଓ ମିସର ଦେଶରୁ ବହିର୍ଗତ ଇସ୍ରାଏଲ-ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର।”
“परमप्रभुले मोशा र इस्राएलका मानिसहरूलाई आज्ञा गर्नुभएअनुसार बिस वर्ष र त्यसभन्दा माथिका मिश्रबाट आएका मानिसहरूको गन्ती गर ।”
5 ରୁବେନ୍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନ୍ର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୁଠାରୁ ପଲ୍ଲୁୟୀୟ ବଂଶ;
रूबेन इस्राएलका जेठा छोरा थिए । तिनको छोरा हानोकबाट हानोकीहरूको वंश आयो । पल्लुबाट पल्लुईहरूको वंश आयो ।
6 ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; କର୍ମ୍ମିଠାରୁ କର୍ମିୟ ବଂଶ।
हेस्रोनबाट हेस्रोनीहरूको वंश आयो । कर्मीबाट कर्मीहरूको वंश आयो ।
7 ଏମାନେ ରୁବେନ୍ର ବଂଶ; ପୁଣି, ଏମାନେ ଗଣାଯାʼନ୍ତେ, ତେୟାଳିଶ ହଜାର ସାତ ଶହ ତିରିଶ ଲୋକ ହେଲେ।
यिनीहरू रूबेनका कुलहरू थिए, जसको सङ्ख्या ४३,७३० थियो ।
8 ପଲ୍ଲୁର ସନ୍ତାନ ଇଲୀୟାବ୍।
एलीआब पल्लुका छोरा थिए ।
9 ସେହି ଇଲୀୟାବ୍ର ସନ୍ତାନ ନମୂୟେଲ, ଦାଥନ ଓ ଅବୀରାମ; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ ଓ ଅବୀରାମ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।
एलीआबका छोराहरू नमूएल, दातान र अबीराम थिए । मोशा र हारूनलाई चुनौती दिँदा अनि परमप्रभुको विरुद्धमा विद्रोह गर्दा कोरहको पछि लाग्ने दातान र अबीराम यिनै थिए ।
10 ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି, ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନସ୍ୱରୂପ ହେଲେ।
कोरहलाई पछ्याउने सबै मर्दा पृथ्वीले मुख बायो र तिनीहरूलाई निल्यो । त्यस बेला २५० जना आगोले भस्म भए, जो चेताउनीका सङ्केत भए ।
11 ତଥାପି କୋରହର ସନ୍ତାନମାନେ ମଲେ ନାହିଁ।
तर कोरहका वंश मरेनन् ।
12 ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନ୍ଠାରୁ ଯାମୀନୀୟ ବଂଶ; ଯାଖୀନ୍ଠାରୁ ଯାଖୀନୀୟ ବଂଶ;
शिमियोनका सन्तानहरू यिनै थिएः नमूएलबाट नमूएलीहरूको वंश, यामीनबाट यामिनीहरूको वंश, याकीनबाट याकीनीहरूको वंश,
13 ସେରହଠାରୁ ସେରହୀୟ ବଂଶ; ଶୌଲଠାରୁ ଶୌଲୀୟ ବଂଶ।
जेरहबाट जेरहातीहरूको वंश, शौलबाट शौलीहरूको वंश भए ।
14 ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ।
यिनीहरू शिमियोनका सन्तानहरूका कुलहरू थिए, जसको सङ्ख्या २२,२०० थियो । यिनीहरू
15 ଆପଣା ଆପଣା ବଂଶାନୁସାରେ ଗାଦ୍ର ସନ୍ତାନ; ସିଫୋନଠାରୁ ସିଫୋନୀୟ ବଂଶ; ହଗିଠାରୁ ହଗୀୟ ବଂଶ; ଶୂନୀଠାରୁ ଶୂନୀୟ ବଂଶ;
दानका सन्तानहरूका कुलहरू थिएः सेफोनबाट सेफोनीहरूका वंश, हाग्यीबाट हाग्यीहरूको वंश, शूनीबाट शूनीहरूको वंश भए ।
16 ଓଷ୍ଣିଠାରୁ ଓଷ୍ଣୀୟ ବଂଶ, ଏରିଠାରୁ ଏରୀୟ ବଂଶ;
ओजनीबाट ओजनीहरूको वंश, एरीबाट एरीहरूको वंश,
17 ଅରୋଦିଠାରୁ ଅରୋଦୀୟ ବଂଶ, ଅରେଲୀଠାରୁ ଅରେଲୀୟ ବଂଶ।
अरोदबाट अरोदीहरूको वंश, अरेलीबाट अरेलीहरूको वंश भए ।
18 ଗାଦ୍ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାʼନ୍ତେ, ଚାଳିଶ ହଜାର ପାଞ୍ଚ ଶହ ଲୋକ ହେଲେ।
यिनीहरू दानका सन्तानहरूका कुलहरू थिए, जसको सङ्ख्या ४०,५०० थियो ।
19 ଯିହୁଦାର ପୁତ୍ର ଏର ଓ ଓନନ୍; ସେହି ଏର ଓ ଓନନ୍ କିଣାନ ଦେଶରେ ମରିଥିଲେ।
एर् र ओनान यहूदाका छोराहरू थिए, तर यिनीहरू कनानको भूमिमा नै मरे ।
20 ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ; ଶେଲାଠାରୁ ଶେଲାୟୀୟ ବଂଶ; ପେରସଠାରୁ ପେରସୀୟ ବଂଶ; ସେରହଠାରୁ ସେରହୀୟ ବଂଶ।
यहूदाका अन्य सन्तानहरूका कुलहरू यिनै थिएः शेलहबाट शेलानीहरूको वंश, फारेसबाट फारेसीहरूको वंश, जेरहबाट जेहातीहरूको वंश भए ।
21 ପୁଣି, ପେରସର ଏହି ସକଳ ସନ୍ତାନ ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ।
फारेसका सन्तानहरू यिनै थिएः हेस्रोनबाट हेस्रोनीहरूको वंश, हामूलबाट हामूलीहरूको वंश भए ।
22 ଯିହୁଦାର ଏହିସବୁ ବଂଶ ଗଣାଯାʼନ୍ତେ, ଛସ୍ତରି ହଜାର ପାଞ୍ଚ ଶହ ଲୋକ ହେଲେ।
यिनीहरू यहूदाका सन्तानहरूका कुलहरू थिए, जसको सङ्ख्या ७६,५०० थियो ।
23 ଆପଣା ଆପଣା ବଂଶାନୁସାରେ ଇଷାଖରର ସନ୍ତାନ; ତୋଲୟଠାରୁ ତୋଲୟୀୟ ବଂଶ; ପୂୟଠାରୁ ପୂୟୀୟ ବଂଶ;
यिनीहरू इस्साखारका सन्तानहरूका कुलहरू थिएः तोलाबाट तोलाहीहरूको वंश, पुवाबाट पुवातीहरूको वंश,
24 ଯାଶୂବଠାରୁ ଯାଶୂବୀୟ ବଂଶ; ଶିମ୍ରୋଣଠାରୁ ଶିମ୍ରୋଣୀୟ ବଂଶ।
याशूबबाट याशूबीहरूको वंश, शिम्रोनबाट शिम्रनीहरूको वंश भए ।
25 ଇଷାଖରର ଏହି ସକଳ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ତିନି ଶହ ଲୋକ ହେଲେ।
यिनीहरू इस्साखारका कुलहरू थिए, जसको सङ्ख्या ६४,३०० थियो ।
26 ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ; ସେରଦଠାରୁ ସେରଦୀୟ ବଂଶ; ଏଲୋନ୍ଠାରୁ ଏଲୋନୀୟ ବଂଶ; ଯହଲେଲଠାରୁ ଯହଲେଲୀୟ ବଂଶ।
यिनीहरू जबूलूनका सन्तानहरूका कुलहरू थिएः सेरेदबाट सेरेदीहरूको वंश, एलोनबाट एलोनीहरूको वंश, यहलेलबाट यहेलेलीको वंश भए ।
27 ସବୂଲୂନର ଏହି ସକଳ ବଂଶ ଗଣାଯାʼନ୍ତେ, ଷାଠିଏ ହଜାର ପାଞ୍ଚ ଶହ ଲୋକ ହେଲେ।
यिनीहरू जबूलूनका कुलहरू थिए, जसको सङ्ख्या ६०,५०० थियो ।
28 ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଓ ଇଫ୍ରୟିମ।
योसेफका सन्तानहरूका कुलहरू मनश्शे र एफ्राइम थिए ।
29 ମନଃଶିର ସନ୍ତାନ; ମାଖୀରଠାରୁ ମାଖରୀୟ ବଂଶ; ସେହି ମାଖୀରର ପୁତ୍ର ଗିଲୀୟଦ; ସେହି ଗିଲୀୟଦଠାରୁ ଗିଲୀୟଦୀୟ ବଂଶ।
यिनीहरू मनश्शेका सन्तानहरू थिएः माकीरबाट माकीरीहरूको वंश (माकीर गिलादका बुबा थिए),
30 ଗିଲୀୟଦର ସନ୍ତାନ ଏମାନେ; ଈୟେଷରଠାରୁ ଈୟେଷ୍ରୀୟ ବଂଶ; ହେଲକଠାରୁ ହେଲକୀୟ ବଂଶ,
गिलादबाट गिलादीहरूका वंश भए । यिनीहरू गिलादका सन्तानहरू थिएः ईएजेरबाट ऐएजेरीहरूका वंश, हेलेकबाट हेलेकीहरूका वंश,
31 ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ବଂଶ ଓ ଶେଖମଠାରୁ ଶେଖମୀୟ ବଂଶ,
अस्रीएलबाट अस्रीएलीहरूका वंश, शकेमबाट शकेमीहरूका वंश,
32 ଶମୀଦାଠାରୁ ଶମୀଦାୟୀୟ ବଂଶ ଓ ହେଫରଠାରୁ ହେଫରୀୟ ବଂଶ।
शमीदाबाट शमीदीहरूका वंश, हेपेरबाट हेपेरहरूका वंश भए ।
33 ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ନ ଥିଲା, କେବଳ କନ୍ୟା ଥିଲା; ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା।
हेपेरका छोरा सलोफादका छोराहरू थिएनन्, तर छोरीहरू मात्र थिए । तिनका छोरीहरूका नाउँ महला, नोआह, होग्ला, मिल्का र तिर्सा थिए ।
34 ଏମାନେ ମନଃଶିର ବଂଶ, ଏମାନଙ୍କର ଗଣିତ ଲୋକ ବାବନ ହଜାର ସାତ ଶହ ଜଣ।
यिनीहरू मनश्शेका कुलहरू थिए, जसको सङ्ख्या ५२,७०० थियो ।
35 ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ; ଶୂଥେଲହଠାରୁ ଶୂଥଲହୀୟ ବଂଶ; ବେଖରଠାରୁ ବେଖ୍ରୀୟ ବଂଶ; ତହନଠାରୁ ତହନୀୟ ବଂଶ।
यिनीहरू एफ्राइमका सन्तानहरूका कुलहरू थिएः शूतेलहबाट शूतेलहीहरूका वंश, बेकेरबाट बेकेरीहरूका वंश, तहनबाट तहनीहरूका वंश भए ।
36 ପୁଣି, ଶୂଥେଲହର ସନ୍ତାନ ଏମାନେ; ଏରଣଠାରୁ ଏରଣୀୟ ବଂଶ।
शूतेलहका सन्तानहरू, एरानबाट एरानीहरू थिए ।
37 ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ; ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷେଫର ସନ୍ତାନ।
यिनीहरू एफ्राइमका सन्तानहरूका कुलहरू थिए, जसको सङ्ख्या ३२,५०० थियो । यिनीहरू आ-आफ्ना कुलअनुसार गन्ती गरिएका योसेफका सन्तानहरू थिए ।
38 ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍ର ସନ୍ତାନ; ବେଲାଠାରୁ ବେଲାୟୀୟ ବଂଶ: ଅସ୍ବେଲଠାରୁ ଅସ୍ବେଲୀୟ ବଂଶ; ଅହୀରାମଠାରୁ ଅହୀରାମୀୟ ବଂଶ;
यिनीहरू बेन्यामीनका सन्तानहरूका कुलहरू थिएः बेलाबाट बेलाहीहरूका वंश, अश्बेलबाट अश्बेलीहरूका वंश, अहीरामबाट अहीरामीहरूका वंश,
39 ଶୂଫମଠାରୁ ଶୂଫମୀୟ ବଂଶ; ହୂଫମଠାରୁ ହୂଫମୀୟ ବଂଶ।
शूपामबाट शूपामीहरूको वंश, हूपामबाट हूपामीहरूका वंश भए । आर्द र नामान
40 ପୁଣି, ବେଲାର ସନ୍ତାନ ଅର୍ଦ ଓ ନାମାନ୍; ଅର୍ଦଠାରୁ ଅର୍ଦୀୟ ବଂଶ; ନାମାନ୍ଠାରୁ ନାମାନୀୟ ବଂଶ।
बेलाका छोराहरू थिए । आर्दबाट आर्दीहरूका वंश, नामानबाट नामानीहरूका वंश भए ।
41 ଆପଣା ଆପଣା ବଂଶାନୁସାରେ ଏମାନେ ବିନ୍ୟାମୀନ୍ର ସନ୍ତାନ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଛଅ ଶହ ଜଣ।
यिनीहरू बेन्यामीनका सन्तानहरूका कुलहरू थिए । तिनीहरूको सङ्ख्या ४५,६०० थियो ।
42 ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ; ଶୂହମଠାରୁ ଶୂହମୀୟ ବଂଶ। ଏମାନେ ଆପଣା ଆପଣା ବଂଶାନୁସାରେ ଦାନ୍ର ବଂଶ।
शूहामबाट आएका शूहामीहरूका वंश नै दानका सन्तानहरूका कुलहरू थिए । यिनीहरू दानका सन्तानका कुलहरू थिए ।
43 ଶୂହମୀୟ ସମସ୍ତ ବଂଶ ଗଣାଯାʼନ୍ତେ, ଚଉଷଠି ହଜାର ଚାରି ଶହ ଲୋକ ହେଲେ।
शूहामीहरूका सबै कुलको सङ्ख्या ६४,४०० थियो ।
44 ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନାଠାରୁ ଯିମ୍ନୀୟ ବଂଶ; ଯିଶ୍ବିଠାରୁ ଯିଶ୍ବିୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ।
आशेरका सन्तानहरूका कुलहरू यिनै थिएः यिम्नाबाट यिम्नीहरूका वंश, यिश्वीबाट यिश्वीहरूका वंश, बरीआबाट बरीआतीहरूका वंश भए ।
45 ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲ୍କୀୟେଲଠାରୁ ମଲ୍କୀୟେଲୀୟ ବଂଶ।
बरीआका सन्तानहरू यिनै थिएः हेबेरबाट हेबेरीहरूका वंश, मल्कीएलबाट मल्कीएलीहरूका वंश भए ।
46 ଆଶେରର କନ୍ୟାର ନାମ ସେରହ।
आशेरकी छोरीको नाउँ सेरह थियो ।
47 ଆଶେରର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯାʼନ୍ତେ; ତେପନ ହଜାର ଚାରି ଶହ ଲୋକ ହେଲେ।
यिनीहरू आशेरका सन्तानहरूका कुलहरू थिए, जसको सङ्ख्या ५३,४०० थियो ।
48 ଆପଣା ଆପଣା ବଂଶାନୁସାରେ ନପ୍ତାଲିର ସନ୍ତାନ; ଯହସୀୟେଲଠାରୁ ଯହସୀୟେଲୀୟ ବଂଶ; ଗୂନିଠାରୁ ଗୂନୀୟ ବଂଶ;
यिनीहरू नप्तालीका सन्तानहरूका वंशहरू थिएः यहसीलबाट यहसीलीहरूका वंश, गुनीबाट गुनीहरूका वंश,
49 ଯେତ୍ସରଠାରୁ ଯେତ୍ସରୀୟ ବଂଶ; ଶିଲ୍ଲେମଠାରୁ ଶିଲ୍ଲେମୀୟ ବଂଶ।
येसेरबाट येसेरीहरूका वंश, शिल्लेमबाट शिल्लेमीहरूको वंश भए ।
50 ଆପଣା ଆପଣା ବଂଶାନୁସାରେ ଏହି ସକଳ ନପ୍ତାଲିର ବଂଶ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଚାରି ଶହ ଜଣ।
यिनीहरू नप्तालीका सन्तानहरूका वंशहरू थिए, जसको सङ्ख्या ४५,४०० थियो ।
51 ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା ଛଅ ଲକ୍ଷ ଏକ ହଜାର ସାତ ଶହ ତିରିଶ ଥିଲା।
इस्राएलका मानिसहरूका गनिएका पुरुषहरूका पुरा सङ्ख्या ६,०१,७३० थियो ।
52 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
परमप्रभु मोशासँग बोल्नुभयो,
53 “ନାମ-ସଂଖ୍ୟାନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ।
“यो भूमि तिनीहरूका आ-आफ्ना नाउँको सङ्ख्याअनुसार यी मानिसहरू माझ उत्तराधिकारको रूपमा बाँड्नुपर्छ ।
54 ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି, ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ।
ठुलो कुललाई ठुलो अंश दिनुपर्छ र सानो कुललाई सानो अंश दिनुपर्छ । हरेक कुललाई गनिएका पुरुषहरूको सङ्ख्याअनुसार एक-एक अंश दिनुपर्छ ।
55 ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।
तथापि, भूमिलाई चिट्ठा हालेर बाँड्नुपर्छ ।
56 ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ।”
आ-आफ्ना कुललाई बाँडिदिएअनुसार तिनीहरूले भूमि पाउनुपर्छ । तिनीहरूलाई चिट्ठाद्वारा बाँडिदिएअनुसार ठुला र साना कुलहरूलाई आ-आफ्ना अंश भाग लगाउनुपर्छ ।”
57 ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ।
वंश-वंशअनुसार गन्ती गरिएका लेवीका वंश यिनै थिएः गेर्शोनबाट गेर्शोनीहरूका वंश, कहातबाट कहातीहरूका वंश, मरारीबाट मरारीहरूका वंश भए ।
58 ଲେବୀୟ ବଂଶ ଏହି; ଲିବ୍ନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୂଶୀୟ ବଂଶ, କୋରହୀ ବଂଶ।
यिनीहरू लेवीका वंशहरू थिएः लिब्नीहरूका वंश, हेब्रोनीहरूका वंश, महलीहरूका वंश, मूशीहरूका वंश, कोरहीहरूका वंश । कहात अम्रामका पूर्खा थिए ।
59 ସେହି କହାତର ପୁତ୍ର ଅମ୍ରାମ୍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ, ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।
लेवी कुलका सन्तान अम्रामकी पत्नीको नाउँ योकेबेद थियो, जो मिश्रमा लेवी कुलमा जन्मेकी थिइन् । तिनीबाट अम्रामका छोराछोरीहरू हारून, मोशा र तिनीहरूका दिदी मिरियम जन्मे ।
60 ହାରୋଣଠାରୁ ନାଦବ୍ ଓ ଅବୀହୂ, ପୁଣି, ଇଲୀୟାସର ଓ ଈଥାମର ଜନ୍ମିଲେ।
हारूनबाट नादाब र अबीहू, एलाजार र ईतामार जन्मे ।
61 ମାତ୍ର ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ।
नदाब र अबीहूले परमप्रभुको सामु अस्वीकार्य आगो चढाउँदा तिनीहरू मरे ।
62 ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାʼନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
तिनीहरू माझ एक महिना र त्यसभन्दा माथिका गन्ती गरिएका पुरुषहरूको सङ्ख्या तेइस हजार थियो । तर तिनीहरूलाई इस्राएलका सन्तानहरूमाझ गन्ती गरिएन, किनभने तिनीहरूलाई इस्राएलका मानिसहरूमाझ कुनै अंश दिइएको थिएन ।
63 ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ଇଲୀୟାସର ଯାଜକ ଦ୍ୱାରା ଏସମସ୍ତେ ଗଣାଗଲେ।
मोशा र पुजारी एलाजारले गन्ती गरेकाहरू यिनीहरू नै थिए । तिनीहरूले इस्राएलका मानिसहरूलाई यरीहोपारि यर्दन नजिकै मोआबको मैदानमा गन्ती गरे ।
64 ମାତ୍ର ସୀନୟ ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନ ଥିଲା।
तर यिनीहरूमा मोशा र पुजारी हारूनले सीनैको मरुभूमिमा गन्ती गरेका इस्राएलका सन्तानहरू कुनै पनि थिएनन् ।
65 କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।”
किनभने ती मानिसहरू सबै मरूभूमीमा नै मर्नेथिए भनी परमप्रभुले भन्नुभएको थियो । तिनीहरूमा यपुन्नेका छोरा कालेब र नूनका छोरा यहोशूबाहेक कोही पनि बाँकी रहेनन् ।