< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 25 >
1 ଏଥିଉତ୍ତାରେ ଇସ୍ରାଏଲ ଶିଟୀମରେ ବାସ କଲେ, ପୁଣି, ଲୋକମାନେ ମୋୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ।
Lokacin da Isra’ila suke a sansani a Shittim, sai maza suka fara yin lalata da matan Mowabawa,
2 ପୁଣି, ସେହି କନ୍ୟାମାନେ ଲୋକମାନଙ୍କୁ ଆପଣାମାନଙ୍କ ଦେବଗଣର ବଳିଦାନ ଉପଲକ୍ଷ୍ୟରେ ନିମନ୍ତ୍ରଣ କଲେ; ପୁଣି, ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ।
waɗanda suka gayyace su zuwa wajen hadayu na allolinsu. Mutane suka ci suka kuma yi wa waɗannan alloli sujada.
3 ଆଉ ଇସ୍ରାଏଲ ଆପେ ବାଲ୍-ପିୟୋର ପ୍ରତି ଆସକ୍ତ ହେଲେ; ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ୱଳିତ ହେଲା।
Ta haka Isra’ila suka sa kai a bautar gumaka Ba’al-Feyor. Ubangiji kuwa ya husata da su.
4 ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ।”
Ubangiji ya ce wa Musa, “Ka kama dukan shugabannin mutanen nan, ka kashe su, ka kuma bar su a tsakar rana a gaban Ubangiji, don Ubangiji yă huce daga fushin da nake yi da Isra’ila.”
5 ତହୁଁ ମୋଶା ଇସ୍ରାଏଲର ବିଚାରକର୍ତ୍ତୃଗଣକୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ବାଲ୍-ପିୟୋର ପ୍ରତି ଆସକ୍ତ ଆପଣା ଆପଣା ଲୋକମାନଙ୍କୁ ବଧ କର।”
Saboda haka Musa ya ce wa alƙalan Isra’ila, “Dole kowannenku yă kashe mutanen nan da suka haɗa kai cikin bautar Ba’al-Feyor.”
6 ଏଥିରେ ଦେଖ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରୁ ଜଣେ ମୋଶାଙ୍କର ସାକ୍ଷାତରେ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦୀୟନୀୟା ସ୍ତ୍ରୀକୁ ଆଣିଲା, ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ରୋଦନ କରୁଥିଲେ।
Sa’an nan wani mutumin Isra’ila ya kawo wata Bamidiyana a iyalinsa a idon Musa da dukan taron jama’ar Isra’ila, yayinda suke kuka a ƙofar Tentin Sujada.
7 ତେବେ ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍ ତାହା ଦେଖି ମଣ୍ଡଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା;
Da Finehas ɗan Eleyazar, ɗan Haruna, firist, ya ga haka, sai ya bar taron, ya ɗauki māshi
8 ପୁଣି, ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇ ଜଣକୁ, ଅର୍ଥାତ୍, ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ-ସନ୍ତାନଗଣଠାରୁ ମାରୀ ନିବୃତ୍ତ ହେଲା।
ya bi mutumin Isra’ilan nan cikin tenti, ya soke dukansu biyu, māshin ya ratsa jikin mutumin Isra’ilan har zuwa jikin macen. Sa’an nan aka tsai da annoban nan a kan Isra’ilawa.
9 ତଥାପି ଚବିଶ ହଜାର ଲୋକ ଏହି ମାରୀରେ ମଲେ।
Waɗanda suka mutu a wannan annoba, sun kai mutum 24,000.
10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya ce wa Musa,
11 “ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତର୍ଜ୍ୱାଳାରେ ଅନ୍ତର୍ଜ୍ୱାଳା ପ୍ରକାଶ କରି ଇସ୍ରାଏଲ-ସନ୍ତାନଗଣଠାରୁ ଆମ୍ଭର କ୍ରୋଧ ଫେରାଇଅଛି, ତହିଁରେ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳାରେ ଇସ୍ରାଏଲ-ସନ୍ତାନଗଣଙ୍କୁ ନିଃଶେଷ ରୂପେ ସଂହାର କଲୁ ନାହିଁ।”
“Finehas ɗan Eleyazar, ɗan Haruna, firist, ya kawar da fushina daga Isra’ilawa; saboda ya yi kishi irin nawa a gabansu, don haka saboda ɗaukakata ban kawo ƙarshensu ba.
12 ଏହେତୁ ତୁମ୍ଭେ କୁହ, “ଦେଖ, ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ;
Saboda haka ka faɗa masa cewa zan yi alkawarin salama da shi.
13 ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣଙ୍କ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ; କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜ୍ୱାଳା ପ୍ରକାଶ କଲା ଓ ଇସ୍ରାଏଲ-ସନ୍ତାନଗଣଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲା।”
Shi da zuriyarsa za su kasance da alkawari na zama firist har abada, saboda kishinsa domin ɗaukakar Allahnsa, ya kuma yi kafara domin Isra’ilawa.”
14 ଇସ୍ରାଏଲୀୟ ଯେଉଁ ହତ ପୁରୁଷ, ଯେ ସେହି ମିଦୀୟନୀୟା ସ୍ତ୍ରୀ ସହିତ ହତ ହୋଇଥିଲା, ତାହାର ନାମ ସିମ୍ରି, ସେ ଶିମୀୟୋନୀୟ ପିତୃଗୃହର ଅଧିପତି ସାଲୂର ପୁତ୍ର।
Sunan mutumin Isra’ilan da aka kashe tare da macen nan Bamidiyana kuwa Zimri ne, ɗan Salu, shugaban mutanen Simeyon.
15 ପୁଣି, ସେହି ହତ ମିଦୀୟନୀୟା ସ୍ତ୍ରୀର ନାମ କସ୍ୱୀ, ସେ ସୂରର କନ୍ୟା; ସେହି ସୂର୍ ମିଦୀୟନୀୟ ଏକ ପିତୃଗୃହର ଲୋକମାନଙ୍କ ମଧ୍ୟରେ ପ୍ରଧାନ ଥିଲା।
Sunan macen nan Bamidiyana da aka kashe kuwa Kozbi ne,’yar Zur, wani basaraken iyalin Midiyawa.
16 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya ce wa Musa,
17 “ମିଦୀୟନୀୟ ଲୋକମାନଙ୍କୁ କ୍ଳେଶ ଦିଅ ଓ ସେମାନଙ୍କୁ ବଧ କର;
“Ka ɗauki Midiyawa a matsayin abokan gāba, ka kuma kashe su,
18 କାରଣ ପିୟୋର (ଦେବତା) ବିଷୟକ ଛଳରେ ଓ ସେହି ପିୟୋର ଲାଗି ମାରୀ ଦିନରେ ହତ ହେଲା ଯେ ସେମାନଙ୍କ ଆତ୍ମୀୟା କସ୍ୱୀ ନାମ୍ନୀ ମିଦୀୟନୀୟ ରାଜକୁମାରୀ, ତାହାରି ବିଷୟକ ଛଳରେ ସେମାନେ ତୁମ୍ଭମାନଙ୍କୁ ଛଳ କରି କ୍ଳେଶ ଦେଲେ।”
gama sun ɗauke ku a matsayin abokan gāba, sa’ad da suka ruɗe ku a kan al’amuran Feyor da’yar’uwarsu Kozbi’yar shugaban Midiyawa, macen da aka kashe a annoba ta dalili Feyor.”