< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24 >

1 ଏଥିଉତ୍ତାରେ ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ, ଏହା ଦେଖି ବିଲୀୟମ୍‍ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା।
Nísinsin yìí nígbà tí Balaamu rí i wí pé ó tẹ́ Olúwa lọ́rùn láti bùkún àwọn Israẹli, kò lo ọ̀nà ìṣoṣó gẹ́gẹ́ bí ti ìgbà ìṣáájú, ṣùgbọ́n ó yí ojú rẹ̀ sí apá aginjù.
2 ତହିଁରେ ବିଲୀୟମ୍‍ ଅନାଇ ଇସ୍ରାଏଲକୁ ଆପଣା ବଂଶାନୁସାରେ ବାସ କରିବାର ଦେଖିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ।
Nígbà tí Balaamu wo ìta ó sì rí Israẹli tí wọ́n pàgọ́ gẹ́gẹ́ bí ẹ̀yà wọn, Ẹ̀mí Ọlọ́run sì bà sórí rẹ̀
3 ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,
ó sì sọ àsọtẹ́lẹ̀ rẹ̀, “Àsọtẹ́lẹ̀ tí Balaamu ọmọ Beori, àsọtẹ́lẹ̀ ẹni tí ojú rẹ̀ ríran kedere,
4 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି।
àsọtẹ́lẹ̀ ẹni tí ó gbọ́ ọ̀rọ̀ Ọlọ́run, ẹni tí ó ríran láti ọ̀dọ̀ Olódùmarè, ẹni tí ó dojúbolẹ̀, tí ojú rẹ̀ là kedere.
5 ହେ ଯାକୁବ, ତୁମ୍ଭର ତମ୍ବୁସବୁ, ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କିପରି ମନୋହର!
“Àgọ́ rẹ ti dára tó, ìwọ Jakọbu, àti ibùgbé rẹ, ìwọ Israẹli!
6 ତାହାସବୁ ଉପତ୍ୟକା ତୁଲ୍ୟ ବିସ୍ତାରିତ, ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ, ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟେ।
“Gẹ́gẹ́ bí àfonífojì tí ó tàn jáde, gẹ́gẹ́ bí ọgbà tí ó wà ní ẹ̀bá odò ńlá, gẹ́gẹ́ bí igi aloe tí Olúwa gbìn, gẹ́gẹ́ bí igi kedari tí ó wà lẹ́bàá odò.
7 ତାହାର କଳସରୁ ଜଳ ଉଚ୍ଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି, ତାହାର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ।
Omi yóò sàn láti inú garawa: èso wọn yóò ní ọ̀pọ̀lọpọ̀ omi. “Ọba wọn yóò ga ju Agagi lọ; ìjọba wọn yóò di gbígbéga.
8 ପରମେଶ୍ୱର ତାହାକୁ ମିସରରୁ ବାହାର କରି ଆଣୁଅଛନ୍ତି; ତାହାର ବଳ ଅରଣାର ଷଣ୍ଢ ତୁଲ୍ୟ; ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କରିବ ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ।
“Ọlọ́run mú wọn jáde láti Ejibiti wá; wọ́n ní agbára gẹ́gẹ́ bí i ti àgbáǹréré. Wọ́n jẹ orílẹ̀-èdè tí ń ṣe ọ̀tá rẹ̀ run, wọ́n sì fọ́ egungun wọn sí túútúú; wọ́n ó sì fi ọfà wọn ta wọ́n ní àtapòyọ.
9 ସେ ନଇଁ ପଡ଼ିଲା, ସେ ସିଂହ ତୁଲ୍ୟ ଓ ସିଂହୀ ତୁଲ୍ୟ ଶୟନ କଲା; କିଏ ତାହାକୁ ଉଠାଇବ? ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ପ୍ରତ୍ୟେକେ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମ୍ଭକୁ ଅଭିଶାପ ଦିଅନ୍ତି, ସେମାନେ ପ୍ରତ୍ୟେକେ ଅଭିଶପ୍ତ ହେଉନ୍ତୁ।”
Ó tẹríba ó sì dùbúlẹ̀ bí kìnnìún, bí abo kìnnìún: ta ni ó gbọdọ̀ jí wọn? “Ìbùkún ni fún ẹni tí ó bùkún fún ọ, kí ìfibú jẹ́ ti ẹni tí ó fi ọ́ bú!”
10 ଏଥିରେ ବିଲୀୟମ୍‍ ବିରୁଦ୍ଧରେ ବାଲାକଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହୁଁ ସେ ଆପଣା ହାତରେ ହାତ ମାରିଲେ; ପୁଣି, ବାଲାକ ବିଲୀୟମ୍‍କୁ କହିଲେ, “ଆମ୍ଭେ ଆପଣା ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନି ଥର ସେମାନଙ୍କୁ ସର୍ବୋତଭାବେ ଆଶୀର୍ବାଦ କଲ।
Nígbà náà ni ìbínú Balaki sì dé sí Balaamu. Ó sì fi ọwọ́ lu ọwọ́ ó wí pé, “Mo pè ọ́ láti bú àwọn ọ̀tá mi ṣùgbọ́n o tún bùkún fún wọn nígbà mẹ́ta yìí.
11 ଏନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ; ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା; ମାତ୍ର ଦେଖ, ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି।”
Nísinsin yìí sálọ sí ibùjókòó rẹ! Èmi ti rò láti sọ ọ́ di ẹni ńlá, ṣùgbọ́n Olúwa tí fà ọ́ sẹ́yìn láti gba èrè yìí.”
12 ତହିଁରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ମୋʼ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ, ସେମାନଙ୍କୁ ମୁଁ କʼଣ କହି ନାହିଁ?
Balaamu dá Balaki lóhùn, “Ǹjẹ́ èmi kò sọ fún àwọn ìránṣẹ́ tí o rán sí mi wí pé,
13 ‘ଯଦିଓ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ; ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।’
‘Kódà bí Balaki bá fún mi ní ààfin rẹ̀ tí ó kún fún fàdákà àti wúrà, èmi kò le ṣe ohunkóhun lọ́wọ́ ara mi, yálà búburú tàbí rere, láti kọjá òfin Olúwa: ohun tí Olúwa bá wí ni èmi ó sọ’?
14 ଏବେ ଦେଖ, ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି; ଆସ, ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା କରିବେ, ତାହା ମୁଁ ତୁମ୍ଭକୁ ଜ୍ଞାତ କରାଇବି।”
Nísinsin yìí mò ń padà lọ sí ọ̀dọ̀ àwọn ènìyàn mi, ṣùgbọ́n jẹ́ kí èmi kí ó kìlọ̀ fún ọ nítorí nǹkan tí àwọn ènìyàn wọ̀nyí yóò ṣe sí àwọn ènìyàn rẹ ní ọjọ́ iwájú.”
15 ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି;
Nígbà náà ni ó bẹ̀rẹ̀ òwe: “Òwe Balaamu ọmọ Beori, òwe ẹni tí ojú rẹ̀ ríran kedere,
16 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବୋପରିସ୍ଥଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି;
ẹni tó gbọ́ ọ̀rọ̀ Ọlọ́run ń wí, tí ó sì mọ ìmọ̀ Ọ̀gá-ògo, tí ó ríran láti ọ̀dọ̀ Olódùmarè, ẹni tí ó dọ̀bálẹ̀, tí ojú rẹ̀ sì ṣí:
17 ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି; ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି; ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୋୟାବର ପାର୍ଶ୍ୱ ଭେଦ କରିବ ଓ ଶେଥର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ।
“Mo rí i, ṣùgbọ́n kì í ṣe ìsinsin yìí. Mo kíyèsi, ṣùgbọ́n kò súnmọ́. Ìràwọ̀ kan yóò jáde láti ọ̀dọ̀ Jakọbu; yóò yọ jáde láti Israẹli. Yóò tẹ̀ fọ́ orí Moabu, yóò sì fọ́ agbárí gbogbo ọmọ Seti.
18 ପୁଣି, ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ, ଏପରି ସେୟୀର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ।
Wọn yóò borí Edomu; yóò ṣẹ́gun Seiri ọ̀tá rẹ̀, ṣùgbọ́n Israẹli yóò dàgbà nínú agbára.
19 ପୁଣି, ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।”
Olórí yóò jáde láti Jakọbu yóò sì pa àwọn tó ṣẹ́kù nínú ìlú náà run.”
20 ଏଉତ୍ତାରେ ସେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା; ମାତ୍ର ତାହାର ଶେଷାବସ୍ଥା ବିନାଶରେ ଉପସ୍ଥିତ ହେବ।”
Nígbà náà ni Balaamu rí Amaleki ó sì bẹ̀rẹ̀ òwe: “Amaleki ni àkọ́kọ́ nínú àwọn orílẹ̀-èdè, ṣùgbọ́n yóò dahoro níkẹyìn.”
21 ତହୁଁ ସେ କେନୀୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ।
Nígbà náà ní ó rí ará Keni ó sì bẹ̀rẹ̀ òwe: “Ibùgbé rẹ ní ààbò, ìtẹ́ rẹ ni a tò sínú àpáta;
22 ତଥାପି କେନୀୟ କ୍ଷୟପ୍ରାପ୍ତ ହେବ, ଶେଷରେ ଅଶୂର ତୁମ୍ଭକୁ ବନ୍ଦୀ କରି ନେଇଯିବ।”
síbẹ̀ ẹ̀yin ará Keni ni yóò di píparun nígbà tí Asiria bá mú yín ní ìgbèkùn.”
23 ଏଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ, ସେତେବେଳେ କିଏ ବଞ୍ଚିବ?
Nígbà náà ni ó bẹ̀rẹ̀ òwe rẹ̀: “Háà, ta ni ó lè yè nígbà tí Ọlọ́run bá ṣe èyí?
24 ମାତ୍ର କିତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଦୁଃଖ ଦେବେ, ଆଉ ଏବରକୁ ଦୁଃଖ ଦେବେ, ପୁଣି, ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ।”
Ọkọ̀ yóò wá láti ibùdókọ̀ Kittimu; wọn yóò ṣẹ́gun Asiria àti Eberi, ṣùgbọ́n àwọn náà yóò di píparun.”
25 ଏଉତ୍ତାରେ ବିଲୀୟମ୍‍ ଉଠି ସ୍ୱ ସ୍ଥାନକୁ ପ୍ରସ୍ଥାନ କଲା ଓ ବାଲାକ ମଧ୍ୟ ଆପଣା ପଥରେ ଚାଲିଗଲେ।
Nígbà náà ni Balaamu dìde ó sì padà sí ilé rẹ̀, Balaki sì lọ ní ọ̀nà tirẹ̀.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24 >