< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 23 >

1 ଏଥିଉତ୍ତାରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ଯଜ୍ଞବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ପାଇଁ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।”
Balaamu wí fún Balaki pé, “Kọ́ pẹpẹ méje fún mi níbí, kí o sì mú akọ màlúù méje àti àgbò méje wá fún mi.”
2 ତହିଁରେ ବାଲାକ ବିଲୀୟମ୍‍ର କଥାନୁସାରେ କଲେ; ପୁଣି, ବାଲାକ ଓ ବିଲୀୟମ୍‍ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
Balaki ṣe bí Balaamu ti sọ, àwọn méjèèjì fi akọ màlúù kọ̀ọ̀kan àti àgbò kọ̀ọ̀kan rú ẹbọ lórí pẹpẹ kọ̀ọ̀kan.
3 ତହୁଁ ବିଲୀୟମ୍‍ ବାଲାକଙ୍କୁ କହିଲା, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ, ମୁଁ ଯିବି କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ; ଆଉ ସେ ଯାହା ମୋତେ ଦେଖାଇବେ, ତାହା ମୁଁ ତୁମ୍ଭକୁ କହିବି।” ପୁଣି, ସେ ଏକ ଉଚ୍ଚସ୍ଥାନକୁ ଗଲା।
Nígbà náà Balaamu sọ fún Balaki pé, “Dúró ti ẹbọ sísun rẹ kí èmi sì lọ sí ẹ̀gbẹ́ kan. Bóyá Olúwa yóò farahàn mí. Ohunkóhun tí ó bá fihàn mí, èmi yóò wí fún ọ.” Nígbà náà ó sì lọ sí ibi gíga.
4 ସେତେବେଳେ ପରମେଶ୍ୱର ବିଲୀୟମ୍‍କୁ ସାକ୍ଷାତ କଲେ; ତହିଁରେ ସେ ତାହାଙ୍କୁ କହିଲା, “ମୁଁ ସାତ ଯଜ୍ଞବେଦି ପ୍ରସ୍ତୁତ କରିଅଛି ଓ ମୁଁ ପ୍ରତ୍ୟେକ ଯଜ୍ଞବେଦିରେ ଏକ ଗୋବତ୍ସ ଓ ଏକ ମେଷ ଉତ୍ସର୍ଗ କରିଅଛି।”
Ọlọ́run sì pàdé rẹ̀, Balaamu sì sọ pé, “Mo tí ṣe pẹpẹ méje, lórí pẹpẹ kọ̀ọ̀kan mo ti fi akọ màlúù àti àgbò kọ̀ọ̀kan rú ẹbọ.”
5 ସେତେବେଳେ ସଦାପ୍ରଭୁ ବିଲୀୟମ୍‍ର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରିଯାଅ, ପୁଣି, ତାହାକୁ ଏହିପରି କୁହ।”
Olúwa sì fi ọ̀rọ̀ sí ẹnu Balaamu ó wí pé, “Padà sí ọ̀dọ̀ Balaki kí o sì jẹ́ iṣẹ́ yìí fún un.”
6 ତହିଁରେ ସେ ତାଙ୍କ ନିକଟକୁ ଫେରିଗଲା, ସେହି ସମୟରେ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ସେ ଓ ମୋୟାବର ଅଧିପତି ସମସ୍ତେ (ଠିଆ ହୋଇଥିଲେ)।
Ó sì padà sí ọ̀dọ̀ rẹ̀ ó sì ba tí ó dúró ti ẹbọ sísun rẹ̀, pẹ̀lú gbogbo àwọn ìjòyè Moabu.
7 ତହୁଁ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବାଲାକ ଅରାମଠାରୁ, ମୋୟାବର ରାଜା ପୂର୍ବଦିଗସ୍ଥିତ ପର୍ବତଶ୍ରେଣୀରୁ ମୋତେ ଆଣିଅଛି; ‘ଆସ, ଆମ୍ଭ ନିମନ୍ତେ ଯାକୁବକୁ ଅଭିଶାପ ଦିଅ;’ ପୁଣି, ‘ଆସ, ଇସ୍ରାଏଲକୁ ଅଭିଶପ୍ତ କର।’
Nígbà náà ni Balaamu sọ ọ̀rọ̀-ìjìnlẹ̀ jáde wí pé, “Balaki mú mi láti Aramu wá, ọba Moabu láti òkè ìlà-oòrùn wá Ó wí pé, ‘Wá fi Jakọbu bú fún mi; wá, kí o sì jẹ́rìí sí Israẹli.’
8 ପରମେଶ୍ୱର ଯାହାକୁ ଅଭିଶାପ ଦେଇ ନାହାନ୍ତି, ମୁଁ କିପରି ତାହାକୁ ଅଭିଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରି ନାହାନ୍ତି, ମୁଁ କିପରି ତାହାକୁ ଅଭିଶପ୍ତ କରିବି?
Báwo ní èmi ó ṣe fi bú àwọn tí Ọlọ́run kò fi bú? Báwo ni èmi ó ṣe bá wọn wí àwọn tí Olúwa kò bá wí?
9 କାରଣ ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି ଓ ଗିରିଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି। ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ।
Láti ṣóńṣó ibi gíga orí àpáta ni mo ti rí wọn, láti orí ibi gíga ni mo ti ń wò wọ́n. Mo rí àwọn ènìyàn tí ń gbé lọ́tọ̀ wọn kò sì ka ará wọn kún ara àwọn orílẹ̀-èdè.
10 ଯାକୁବର ଧୂଳି କିଏ ଗଣିପାରେ ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ; ଧାର୍ମିକର ମରଣ ମୁଁ ମରେ, ମୋହର ଶେଷାବସ୍ଥା ତାହାର ତୁଲ୍ୟ ହେଉ।”
Ta ni ó lè ka eruku Jakọbu tàbí ka ìdámẹ́rin Israẹli? Jẹ́ kí èmi kú ikú olódodo, kí ìgbẹ̀yìn mi kí ó dà bí tirẹ̀!”
11 ଏଥିରେ ବାଲାକ ବିଲୀୟମ୍‍କୁ କହିଲେ, “ତୁମ୍ଭେ ଆମ୍ଭ ପ୍ରତି ଏ କି କଲ? ଆମ୍ଭର ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ଆମ୍ଭେ ତୁମ୍ଭକୁ ନେଇଗଲୁ, ଆଉ ଦେଖ, ତୁମ୍ଭେ ସେମାନଙ୍କୁ ସର୍ବୋତୋଭାବେ ଆଶୀର୍ବାଦ କଲ।”
Balaki sọ fún Balaamu pé, “Kí lo ṣe fún mi? Mo gbé ọ wá láti fi àwọn ọ̀tá mi bú, ṣùgbọ́n o kò ṣe nǹkan kan, ṣùgbọ́n o bùkún wọn!”
12 ତହିଁରେ ସେ ଉତ୍ତର ଦେଇ କହିଲା, “ସଦାପ୍ରଭୁ ମୋʼ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ ନୁହେଁ?”
Ó sì dáhùn wí pé, “Ṣé kí n má sọ nǹkan tí Olúwa fi sí mi lẹ́nu?”
13 ଏଉତ୍ତାରେ ବାଲାକ କହିଲେ, “ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।”
Nígbà náà Balaki sọ fún un pé, “Wá pẹ̀lú mi sí ibòmíràn tí o ti lè rí wọn; wà á rí díẹ̀, ṣùgbọ́n kì í ṣe gbogbo wọn. Láti ibẹ̀, wá fi wọ́n bú fún mi.”
14 ସେତେବେଳେ ବାଲାକ ତାହାକୁ ପିସ୍ଗାର ପୃଷ୍ଠସ୍ଥିତ ସୋଫୀମ୍‍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦି ନିର୍ମାଣ କଲେ, ପୁଣି, ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
Ó sì lọ sí pápá Sofimu ní orí òkè Pisga, ó sì kọ́ pẹpẹ méje síbẹ̀ ó sì fi akọ màlúù àti àgbò kọ̀ọ̀kan rú ẹbọ lórí pẹpẹ kọ̀ọ̀kan.
15 ତହୁଁ ସେ ବାଲାକଙ୍କୁ କହିଲା, “ମୁଁ ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେପର୍ଯ୍ୟନ୍ତ ତୁମ୍ଭେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ।”
Balaamu ṣo fún Balaki pé, “Dúró níbí ti ẹbọ sísun rẹ nígbà tí mo bá lọ pàdé rẹ̀ níbẹ̀.”
16 ଏଥିରେ ସଦାପ୍ରଭୁ ବିଲୀୟମ୍‍ ସହିତ ସାକ୍ଷାତ କଲେ, ପୁଣି, ତାହାର ମୁଖରେ ଗୋଟିଏ, ବାକ୍ୟ ଦେଇ ତାହାକୁ କହିଲେ, “ତୁମ୍ଭେ ବାଲାକ ନିକଟକୁ ଫେରିଯାଇ ତାହାକୁ ଏହି କଥା କହିବ।”
Olúwa pàdé Balaamu ó sì fi ọ̀rọ̀ sí ní ẹnu wí pé, “Padà lọ sí ọ̀dọ̀ Balaki kí o sì jíṣẹ́ fún un.”
17 ତହୁଁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ, ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୋୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, “ସଦାପ୍ରଭୁ କଅଣ କହିଅଛନ୍ତି?”
Nígbà náà ó lọ sí ọ̀dọ̀ rẹ̀ ó sì bá à tí ó dúró ti ẹbọ sísun rẹ̀ pẹ̀lú àwọn ìjòyè Moabu. Balaki sì béèrè lọ́wọ́ rẹ̀ pé, “Kí ni Olúwa wí?”
18 ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହେ ବାଲାକ, ଉଠ, ଶ୍ରବଣ କର; ହେ ସିପ୍ପୋରର ପୁତ୍ର, ମୋʼ କଥାରେ କର୍ଣ୍ଣପାତ କର।
Nígbà náà ó bẹ̀rẹ̀ ọ̀rọ̀ sísọ, “Dìde, Balaki; kí o sì gbọ́ mi ọmọ Sippori.
19 ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ, ସେ ମିଥ୍ୟା କହିବେ; କିଅବା ସେ ମନୁଷ୍ୟର ସନ୍ତାନ ନୁହନ୍ତି ଯେ, ସେ ଅନୁତାପ କରିବେ; ସେ କହିଅଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଅଛନ୍ତି, ଆଉ ତାହା କି ସେ ସିଦ୍ଧ କରିବେ ନାହିଁ?
Ọlọ́run kì í ṣe ènìyàn, tí yóò fi purọ́, tàbí ọmọ ènìyàn, tí ó lè yí ọkàn rẹ̀ padà. Ǹjẹ́ ó sọ̀rọ̀ kí ó má ṣe é? Ǹjẹ́ ó ti ṣèlérí kí ó má mu un ṣẹ?
20 ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି, ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ।
Èmi gba àṣẹ láti bùkún; Ó sì ti bùkún, èmi kò sì lè yípadà.
21 ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରି ନାହାନ୍ତି, କିଅବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖି ନାହାନ୍ତି; ସେମାନଙ୍କର ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି।
“Kò rí ẹ̀ṣẹ̀ kankan nínú Jakọbu, kò sì rí búburú kankan nínú Israẹli. Olúwa Ọlọ́run wọn sì wà pẹ̀lú wọn. Ìhó ọba sì wà pẹ̀lú wọn.
22 ପରମେଶ୍ୱର ସେମାନଙ୍କୁ ମିସରରୁ ବାହାର କରି ଆଣୁଅଛନ୍ତି; ଅରଣା ଷଣ୍ଢ ତୁଲ୍ୟ ସେମାନଙ୍କର ବଳ।
Ọlọ́run mú wọn jáde láti Ejibiti wá, wọ́n ní agbára màlúù ẹhànnà.
23 ନିତାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ, କିଅବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ; ଏହିକ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ, ‘ପରମେଶ୍ୱର କି କର୍ମ କରିଅଛନ୍ତି!’
Kò ní àfọ̀ṣẹ sí Jakọbu, tàbí àfọ̀ṣẹ sí àwọn Israẹli. Nísinsin yìí a ó sọ nípa ti Jakọbu àti Israẹli, ‘Wo ohun tí Ọlọ́run ti ṣe!’
24 ଦେଖ, ସେହି ଲୋକସମୂହ ସିଂହୀ ପରି ଉଠୁଅଛନ୍ତି; ପୁଣି, ସେ ସିଂହ ପରି ଆପଣାକୁ ଉଠାଉଅଛି; ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ ଓ ହତ ଲୋକମାନଙ୍କର ରକ୍ତ ପାନ ନ କରେ, ସେପର୍ଯ୍ୟନ୍ତ ଶୟନ କରିବ ନାହିଁ।”
Àwọn ènìyàn náà yóò dìde bí abo kìnnìún; wọ́n yóò sì gbé ara wọn sókè bí i kìnnìún òun kì yóò sì dùbúlẹ̀ títí yóò fi jẹ ohun ọdẹ títí yóò sì fi mu nínú ẹ̀jẹ̀ ohun pípa.”
25 ଏଥିଉତ୍ତାରେ ବାଲାକ ବିଲୀୟମ୍‍କୁ କହିଲେ, “ତୁମ୍ଭେ ସେମାନଙ୍କୁ କିଛି ଅଭିଶାପ ଦିଅ ନାହିଁ, କିଅବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ।”
Nígbà náà ni Balaki wí fún Balaamu pé, “O kò kúkú fi wọ́n bú, bẹ́ẹ̀ ni o kò súre fún wọn rárá!”
26 ତହିଁରେ ବିଲୀୟମ୍‍ ଉତ୍ତର ଦେଇ ବାଲାକଙ୍କୁ କହିଲା, “ସଦାପ୍ରଭୁ ମୋତେ ଯାହା କିଛି କହିବେ, ତାହା ହିଁ ମୁଁ କରିବି; ଏହା କି ମୁଁ ତୁମ୍ଭକୁ କହି ନାହିଁ?”
Balaamu dáhùn ó sì wí fún Balaki pé, “Ǹjẹ́ èmi kò ha ti wí fún ọ pé, gbogbo èyí tí Olúwa bá sọ, òun ni èmi yóò ṣe?”
27 ତହୁଁ ବାଲାକ ବିଲୀୟମ୍‍କୁ କହିଲେ, “ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇଯିବା; ହୋଇପାରେ, ସେହି ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦେବାର ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।”
Nígbà náà Balaki sọ fún Balaamu pé, “Wá jẹ́ kí èmi kí ó mú ọ lọ sí ibòmíràn bóyá yóò tẹ́ Ọlọ́run lọ́rùn kí ó fi wọ́n bú láti ibẹ̀ lọ.”
28 ଏଣୁ ବାଲାକ ବିଲୀୟମ୍‍କୁ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ।
Balaki gbé Balaamu wá sí orí òkè Peori, tí ó kọjú sí aginjù.
29 ତହିଁରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ଏହି ସ୍ଥାନରେ ମୋʼ ପାଇଁ ସାତଗୋଟି ବେଦି ନିର୍ମାଣ କର ଓ ଏହି ସ୍ଥାନରେ ମୋʼ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର।”
Balaamu sì wí fún Balaki pé, “Mọ pẹpẹ méje fún mi níbí kí o sì pèsè akọ màlúù àti àgbò fún mi.”
30 ତହୁଁ ବାଲାକ ବିଲୀୟମ୍‍ର କଥାନୁସାରେ କଲେ ଓ ପ୍ରତ୍ୟେକ ବେଦିରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।
Balaki sì ṣe bí Balaamu ti sọ fún un, ó sì gbé akọ màlúù kan àti àgbò lórí pẹpẹ kọ̀ọ̀kan.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 23 >