< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 21 >
1 ଏଥିଉତ୍ତାରେ ଇସ୍ରାଏଲ ଅଥାରୀମର ପଥ ଦେଇ ଆସୁଅଛନ୍ତି, ଏହି କଥା ଶୁଣି ଦକ୍ଷିଣ ପ୍ରଦେଶ ନିବାସୀ କିଣାନ ବଂଶୀୟ ଅରାଦର ରାଜା ଇସ୍ରାଏଲର ପ୍ରତିକୂଳରେ ଯୁଦ୍ଧ କଲେ ଓ ସେମାନଙ୍କର କେତେକ ଲୋକଙ୍କୁ ଧରି ବନ୍ଦୀ କଲେ।
Sa’ad da sarkin Arad, mutumin Kan’ana, wanda yake zaune a Negeb, da ya ji cewa Isra’ila yana zuwa ta hanyar Atarim, sai ya fito, yă yaƙi Isra’ilawa, yă kuma kama waɗansunsu.
2 ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ଯଦି ଆମ୍ଭେ ସେମାନଙ୍କ ନଗରସବୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା।”
Sai Isra’ila suka yi alkawari wa Ubangiji suka ce, “In ka ba da waɗannan mutane a hannunmu, za mu hallaka dukan garuruwansu ƙaf.”
3 ଏଥିରେ ସଦାପ୍ରଭୁ ଇସ୍ରାଏଲର ରବରେ କର୍ଣ୍ଣପାତ କରି ସେହି କିଣାନୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ସେମାନଙ୍କୁ ଓ ସେମାନଙ୍କ ସମସ୍ତ ନଗର ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, ପୁଣି, ସେହି ସ୍ଥାନର ନାମ ହର୍ମା ହେଲା।
Ubangiji kuwa ya saurari kukan Isra’ila, ya kuma ba da Kan’aniyawa a gare su. Suka hallaka su da biranensu ƙaf; saboda haka aka sa wa wurin suna Horma.
4 ଏଥିଉତ୍ତାରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୂଫ ସାଗର ପଥ ଦେଇ ଯାତ୍ରା କଲେ; ପୁଣି, ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା।
Suka kama hanya daga Dutsen Hor ta hanya zuwa Jan Teku, don su kauce wa Edom. Amma mutane suka rasa haƙuri a hanya;
5 ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ।
suka yi wa Allah da Musa gunaguni, suka ce, “Me ya sa kuka fitar da mu daga Masar, kuka kawo mu mu mutu a wannan hamada? Babu abinci! Babu ruwa! Mu dai mun gaji da wannan abinci marar amfani!”
6 ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ବିଷାକ୍ତ ସର୍ପଗୁଡ଼ିକୁ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦଂଶନ କଲେ; ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ।
Sai Ubangiji ya aiko da macizai masu dafin a cikinsu, suka sassari mutane, Isra’ilawa masu yawa kuwa suka mutu.
7 ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
Mutanen suka zo wurin Musa, suka ce, “Mun yi zunubi, da muka yi wa Ubangiji da kai gunaguni. Ka yi addu’a don Ubangiji yă ɗauke mana macizan nan.” Saboda haka Musa ya yi addu’a domin mutane.
8 ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗୋଟିଏ ବିଷାକ୍ତ ସର୍ପର ନମୁନା ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖ; ତହିଁରେ ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ।”
Ubangiji ya ce wa Musa, “Ka ƙera siffar maciji ka rataye shi a bisa doguwar sanda; kowa da maciji ya sare shi, idan ya dubi macijin nan da ka rataye, zai rayu.”
9 ତହୁଁ ମୋଶା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖିଲେ; ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ, ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରନ୍ତେ, ବଞ୍ଚିଲା।
Saboda haka Musa ya ƙera macijin tagulla, ya kuma rataye shi bisa doguwar sanda. Sa’an nan duk wanda maciji ya sare shi, ya kuma dubi macijin tagullar, zai warke.
10 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
Isra’ilawa suka kama hanya, suka yi sansani a Obot.
11 ତହିଁ ଉତ୍ତାରେ ଓବୋତରୁ ଯାତ୍ରା କରି ସୂର୍ଯ୍ୟୋଦୟ ଦିଗରେ ମୋୟାବର ସମ୍ମୁଖସ୍ଥିତ ପ୍ରାନ୍ତରରେ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ।
Sai suka tashi daga Obot, suka yi sansani a Iye Abarim a hamadar da take fuskantar Mowab, wajen fitowar rana.
12 ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ।
Daga nan kuma suka ci gaba, suka yi sansani a Kwarin Zered.
13 ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କର ସୀମାରୁ ନିର୍ଗତ ଅର୍ଣ୍ଣୋନର ଅନ୍ୟ ପାରିସ୍ଥିତ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
Suka tashi daga nan, suka sauka kusa da Arnon wanda yake a hamadar da ta miƙe zuwa iyakar Amoriyawa. Arnon shi ne iyakar Mowab, wanda yake tsakanin Mowab da Amoriyawa.
14 ଏନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧର ନଳାକାର ପୁସ୍ତକରେ କଥିତ ଅଛି, ଯଥା “ସୁଫଃରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା,
Shi ya sa Littafin Yaƙoƙin Ubangiji ya ce, “Waheb ta cikin yankin Sufa, da kwaruruka na tuddan Arnon,
15 ପୁଣି, ଆରର ବାସସ୍ଥାନଗାମୀ ଓ ମୋୟାବ-ସୀମାର ପାର୍ଶ୍ଵସ୍ଥିତ ଗଡ଼ନ୍ତି ଉପତ୍ୟକାସକଳକୁ (ସେ ଜୟ କଲେ।”)
da gangaren kwaruruka, wanda ya nausa zuwa garin Ar, ya kuma dangana da kan iyakar Mowab.”
16 ସେଠାରୁ ସେମାନେ (ଯାତ୍ରା କରି) ବେର (କୂପ) ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର, ଆମ୍ଭେ ସେମାନଙ୍କୁ ଜଳ ଦେବା।”
Daga can, suka gangara zuwa Beyer, wato, rijiyar da Ubangiji ya ce wa Musa, “Ka tattara mutane duka, zan kuwa ba su ruwa.”
17 ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାନ କଲେ, “ହେ କୂପ, ଉଚ୍ଛୁଳି ଉଠ ତୁମ୍ଭେମାନେ ତହିଁ ଉଦ୍ଦେଶ୍ୟରେ ଗାନ କର;
Sai Isra’ilawa suka rera wannan waƙa, “Ki ɓuɓɓugo da ruwa, Ke rijiya! Rera waƙa game da ita,
18 ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କର କୁଳୀନମାନେ ରାଜଦଣ୍ଡ ଓ ଆପଣା ଆପଣା ଯଷ୍ଟି ଘେନି ତାହା ଖୋଳିଛନ୍ତି।”
game da rijiyar da’ya’yan sarki suka haƙa, rijiyar da manyan mutane masu sandunan sarauta suka nuna da sandunansu.” Sa’an nan suka tashi daga hamadar, suka tafi Mattana,
19 ଏଉତ୍ତାରେ ସେମାନେ ପ୍ରାନ୍ତରରୁ ମତ୍ତାନକୁ ଓ ମତ୍ତାନଠାରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ
daga Mattana, suka tafi Nahaliyel, daga Nahaliyel, suka tafi Bamot,
20 ଓ ବାମୋତଠାରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସ୍ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ, ତାହା ମରୁଭୂମି ଆଡ଼କୁ ଥିଲା।
daga Bamot kuma suka tafi kwarin da yake cikin Mowab inda ƙwanƙolin Fisga yake fuskantar hamada.
21 ଏଥିଉତ୍ତାରେ ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ ଏହା କହି ଦୂତ ପଠାଇଲେ;
Isra’ila suka aiki manzanni wurin Sihon sarkin Amoriyawa su ce,
22 “ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଆଡ଼େ ଫେରିବୁ ନାହିଁ; ଆମ୍ଭେମାନେ କୂପରୁ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ।”
“Ka bari mu ratsa ta ƙasarka. Ba za mu shiga wata gona ba, ba za mu kuma shiga gonar inabi, ko mu sha ruwa daga wata rijiya ba. Za mu bi ta babbar hanyar sarki, har mu fita ƙasarka.”
23 ଏଥିରେ ସୀହୋନ ଆପଣା ସୀମା ଦେଇ ଇସ୍ରାଏଲକୁ ଯିବା ପାଇଁ ଦେଲେ ନାହିଁ; ମାତ୍ର ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଇସ୍ରାଏଲର ପ୍ରତିକୂଳରେ ପ୍ରାନ୍ତରକୁ ବାହାର ହେଲେ, ପୁଣି, ଯହସରେ ଉପସ୍ଥିତ ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ।
Amma Sihon bai bar Isra’ila su ratsa ta yankinsa ba. Sai ya tara dukan sojojinsa, suka fita zuwa cikin hamada, su yaƙi Isra’ila. Da ya kai Yahaz, sai ya yaƙi Isra’ila.
24 ତହିଁରେ ଇସ୍ରାଏଲ ଖଡ୍ଗଧାରରେ ତାଙ୍କୁ ଆଘାତ କରି ଅର୍ଣ୍ଣୋନଠାରୁ ଯବ୍ବୋକ୍ ପର୍ଯ୍ୟନ୍ତ, ଅର୍ଥାତ୍, ଅମ୍ମୋନ-ସନ୍ତାନଗଣଙ୍କର ସୀମା ପର୍ଯ୍ୟନ୍ତ, ତାହାର ଦେଶ ଅଧିକାର କଲେ; କାରଣ ଅମ୍ମୋନ-ସନ୍ତାନଗଣଙ୍କର ସୀମା ଦୃଢ଼ ଥିଲା।
Isra’ila fa suka kashe shi da takobi, suka ƙwace ƙasarsa, tun daga kogin Arnon har zuwa kogin Yabbok, zuwa kan iyakar Ammonawa kawai, gama sun yi wa iyakansu katanga.
25 ଏହିରୂପେ ଇସ୍ରାଏଲ ସେହି ସମସ୍ତ ନଗର ହସ୍ତଗତ କଲେ ଓ ଇସ୍ରାଏଲ ଇମୋରୀୟମାନଙ୍କର ସମସ୍ତ ନଗରରେ, ଅର୍ଥାତ୍ ହିଷ୍ବୋନରେ ଓ ତହିଁର ସମସ୍ତ ନଗରରେ ବାସ କଲେ।
Isra’ila suka ci dukan biranen Amoriyawa, suka kuma zauna a cikinsu, haɗe da babban birnin Heshbon da dukan ƙauyukanta.
26 କାରଣ ହିଷ୍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ନଗର ଥିଲା, ସେ ମୋୟାବର ପୂର୍ବ ରାଜାର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତରୁ ଅର୍ଣ୍ଣୋନ ପର୍ଯ୍ୟନ୍ତ ତାହାର ସମସ୍ତ ଦେଶ ନେଇଥିଲେ।
Sihon sarkin Amoriyawa ya yi mulkin Heshbon, bayan ya ci sarkin Mowab na dā da yaƙi, ya kuma ƙwace dukan ƙasarsa har zuwa arewancin kogin Arnon.
27 ଏନିମନ୍ତେ କବିମାନେ କହନ୍ତି, “ତୁମ୍ଭେମାନେ ହିଷ୍ବୋନକୁ ଆସ, ସୀହୋନର ନଗର ନିର୍ମିତ ଓ ଦୃଢ଼ୀକୃତ ହେଉ;
Shi ya sa Amoriyawa suka rubuta wannan waƙa game da Heshbon suka ce, “Ku zo mu sāke gina Heshbon, birnin Sihon.
28 କାରଣ ହିଷ୍ବୋନଠାରୁ ଅଗ୍ନି, ସୀହୋନ ନଗରଠାରୁ ଅଗ୍ନିଶିଖା ନିର୍ଗତ ହୋଇଅଛି; ତାହା ମୋୟାବର ଆର ନଗରକୁ, ଅର୍ଣ୍ଣୋନସ୍ଥ ଉଚ୍ଚସ୍ଥଳୀର ଦେବଗଣକୁ ଗ୍ରାସ କରିଅଛି।
“Mayaƙansa sun fito kamar harshen wuta suka ƙone birnin Ar na Mowab suna hallaka’yan ƙasar tuddan Arnon.
29 ହେ ମୋୟାବ, ତୁମ୍ଭର ସନ୍ତାପ ହେଲା! ହେ କମୋଶର ଲୋକଗଣ, ତୁମ୍ଭେମାନେ ଉଚ୍ଛିନ୍ନ ହେଲ; ସେ ତାହାର ପୁତ୍ରଗଣକୁ ପଳାତକ ରୂପେ ଓ ତାହାର କନ୍ୟାଗଣକୁ ବନ୍ଦୀ ରୂପେ ଇମୋରୀୟ ରାଜା ସୀହୋନର ହସ୍ତରେ ସମର୍ପଣ କରିଅଛି;
Kaitonki, Mowab! Gunkinki Kemosh ya yashe mutanenki; aka kuma kama su, aka kai su bauta wajen Sihon sarkin Amoriyawa.
30 ଆମ୍ଭେମାନେ ସେମାନଙ୍କୁ ବାଣ ମାରିଅଛୁ; ହିଷ୍ବୋନ ଦୀବୋନ୍ ପର୍ଯ୍ୟନ୍ତ ବିନଷ୍ଟ ହେଲା, ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ତାହା ମେଦବା ପର୍ଯ୍ୟନ୍ତ ବ୍ୟାପଇ।”
“Amma mun tumɓuke su, mun hallaka garuruwan Heshbon har zuwa Dibon. Mun ragargaza su har zuwa Nofa wanda ya miƙe zuwa Medeba.”
31 ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।
Ta haka Isra’ila suka zauna a ƙasar Amoriyawa.
32 ଏଥିଉତ୍ତାରେ ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ଲୋକ ପଠାନ୍ତେ, ସେମାନେ ତହିଁର ସକଳ ନଗର ହସ୍ତଗତ କଲେ ଓ ସେଠାସ୍ଥିତ ଇମୋରୀୟମାନଙ୍କୁ ତଡ଼ିଦେଲେ।
Sai Musa ya aika’yan leƙen asiri zuwa Yazer. Daga baya, sai Isra’ilawa suka ci ƙauyukan da suke kewaye, suka kuma kori Amoriyawa da suke zaune a can.
33 ତହୁଁ ସେମାନେ ଫେରି ବାଶନର ପଥ ଦେଇ ଉଠିଗଲେ; ତହିଁରେ ବାଶନର ରାଜା ଓଗ୍, ସେ ଓ ତାହାର ସମସ୍ତ ଲୋକ ସେମାନଙ୍କ ପ୍ରତିକୂଳରେ ବାହାର ହୋଇ ଇଦ୍ରିୟୀରେ ଯୁଦ୍ଧ କଲେ।
Sai suka juya suka haura kan hanya ta zuwa Bashan, inda Og yake sarauta, ya kuwa fito tare da dukan sojojinsa suka yi yaƙi da Isra’ila a Edireyi.
34 ସେହି ସମୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ହିଷ୍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେରୂପ କଲ, ତାହା ପ୍ରତି ସେରୂପ କରିବ।”
Ubangiji ya ce wa Musa, “Kada ka ji tsoronsa, gama na ba da shi a gare ka, da dukan sojojinsa da kuma ƙasarsa. Ka yi da shi yadda ka yi da Sihon sarkin Amoriyawa, wanda ya yi mulki a Heshbon.”
35 ଏଣୁ ତାହାର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆଘାତ କଲେ, ପୁଣି, ସେମାନେ ତାହାର ଦେଶ ଅଧିକାର କଲେ।
Ta haka suka kashe shi, tare da’ya’yansa maza da kuma dukan sojojinsa, ba wanda ya ragu. Suka kuma mamaye ƙasarsa.