< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 2 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
Then spake Yahweh onto Moses and onto Aaron saying:
2 “ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।
Every man—near his standard with the ensigns belonging to their ancestral houses, shall the sons of Israel encamp, —at a distance round about the tent of meeting, shall they encamp.
3 ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ୱଜାର ପଶ୍ଚାଦ୍‍ଗାମୀ ଲୋକ; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;
And they who encamp eastwards towards sunrise, shall be the standard of the camp of Judah by their hosts, —even the prince of the sons of Judah, Nashon, son of Amminadab;
4 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ।
and his host, even they who are numbered of them, —seventy-four thousand and six hundred,
5 ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର-ସନ୍ତାନଗଣର ଅଧିପତି ହେବ;
Then they who encamp by him the tribe of Issachar, —even the prince of the sons of Issachar, Nethanel, son of Zuar;
6 ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉବନ ହଜାର ଚାରି ଶହ।
and his host even they who are numbered of them, —fifty-four thousand and four hundred.
7 ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍‍ ସବୂଲୂନ-ସନ୍ତାନଗଣର ଅଧିପତି ହେବ;
The tribe of Zebulun, even the prince of the sons of Zebulun, Eliab, son of Helon;
8 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ସତାବନ ହଜାର ଚାରି ଶହ।
and his host, even they who are numbered of him, fifty-seven thousand and four hundred.
9 ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ।
All they who are num-bered to the camp of Judah. a hundred and eighty-six thousand four hundred, by their hosts, shall first set forward.
10 ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ୍‍-ଛାଉଣିର ଧ୍ୱଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ୍‍-ସନ୍ତାନଗଣର ଅଧିପତି ହେବ;
The standard of the camp of Reuben southwards, by their hosts, —even the prince of the sons of Reuben, Elizur son of Shedeur;
11 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ।
and his host, even they who are numbered of him, —forty-six thousand, and five hundred.
12 ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;
Then they who encamp by him, the tribe of Simeon, —even the prince of the sons of Simeon, Shelumiel son of Zurishaddai;
13 ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ।
and his host, even they who are numbered of them, —fifty-nine thousand and three hundred.
14 ତହୁଁ ଗାଦ୍‍ର ବଂଶ; ରୁୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍-ସନ୍ତାନଗଣର ଅଧିପତି ହେବ;
Then the tribe of Gad, even the prince of the sons of Gad, Eliasaph son of Reuel;
15 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ।
and his host, even they who are numbered of them, —forty-five thousand, and six hundred and fifty.
16 ରୁବେନ୍‍-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।
All they who are num-bered to the camp of Reuben, —a hundred and fifty-one thousand and four hundred and fifty, by their hosts, and they in the second rank, shall set forward.
17 ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ।
Then shall set forward the tent of meeting—the camp of the Levites in the midst of the camps, —as they encamp, so, shall they set forward, every man at the side thereof by their standards.
18 ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
the standard of the camp of Ephraim, by their hosts westwards, —even the prince of the sons of Ephraim, Elishama son of Ammihud;
19 ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ।
and his host, even they who are numbered of them, —forty thousand, and five hundred.
20 ତାହା ପାଖରେ ମନଃଶି ବଂଶ ରହିବେ, ପୁଣି, ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
Then by him, the tribe of Manasseh, even the prince of the sons of Manasseh, Gamaliel, son of Pedahzur;
21 ତାହାର ଗଣିତ ସୈନ୍ୟ ସଂଖ୍ୟା ବତିଶ ହଜାର ଦୁଇ ଶହ।
and his host, even they who are numbered of them, —thirty-two thousand and two hundred.
22 ତହୁଁ ବିନ୍ୟାମୀନ୍ ବଂଶ; ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
Then the tribe of Benjamin, even the prince of the sons of Benjamin, Abidan, son of Gideoni;
23 ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ।
and his host, even they who are numbered of them, —thirty-five thousand and four hundred.
24 ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠ ହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ।
All they who are numbered to the camp of Ephraim a hundred and eight thousand and one hundred by their hosts, and they in the third rank, shall set forward.
25 ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ୍-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ୍-ସନ୍ତାନଗଣର ଅଧିପତି ହେବ;
the standard of the camp of Dan, north-wards by their hosts, even the prince of the sons of Dan, Ahiezer, son of Ammishaddai:
26 ତାହାର ଗଣିତ ସୈନ୍ୟ ସଂଖ୍ୟା ବାଷଠି ହଜାର ସାତ ଶହ।
and his host, even they who are numbered of them, —sixty-two thousand and seven hundred.
27 ତାହା ପାଖରେ ଆଶେର ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
Then they who encamp by him the tribe of Asher, —even the prince of the sons of Asher, Pagiel, son of Ochran;
28 ତାହାର ଗଣିତ ସୈନ୍ୟ ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ।
and his host, even they who are numbered of them, —forty-one thousand and five hundred.
29 ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;
Then the tribe of Naphtali, —even the prince of the sons of Naphtali, Ahira, son of Enan;
30 ତାହାର ଗଣିତ ସୈନ୍ୟ ସଂଖ୍ୟା ତେପନ ହଜାର ଚାରି ଶହ।
and his host, even they who are numbered of them, —fifty-three thousand and four hundred,
31 ଦାନ୍-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ।”
All they who are numbered to the camp of Dan, a hundred and fifty-seven thousand and six hundred, in the hindmost rank, shall they set forward, by their standards.
32 ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା।
These, are they who were numbered of the sons of Israel by their ancestral houses, —all they who were numbered of the camps by their hosts were six hundred and three thousand and five hundred and fifty.
33 ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
But the Levites, were not numbered in the midst of the sons of Israel, —As Yahweh commanded Moses.
34 ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।
Thus did the sons of Israel, —according to all that Yahweh commanded Moses, so, did they encamp by their standards, and so, did they set forward, every one by his families near his ancestral house.

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 2 >