< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 17 >
1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sì sọ fún Mose pé,
2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କଥା କୁହ, ସେମାନଙ୍କ ପିତୃଗୃହର ଅଧ୍ୟକ୍ଷମାନଙ୍କଠାରୁ ପ୍ରତ୍ୟେକ ପିତୃଗୃହ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ଗ୍ରହଣ କର; ତୁମ୍ଭେ ପ୍ରତ୍ୟେକର ଯଷ୍ଟିରେ ପ୍ରତ୍ୟେକ ଲୋକର ନାମ ଲେଖ।
“Sọ fún àwọn ọmọ Israẹli kí o sì gba ọ̀pá méjìlá lọ́wọ́ wọn, ọ̀kọ̀ọ̀kan lọ́wọ́ olórí ìdílé ẹ̀yà ìran wọn, kọ orúkọ ènìyàn kọ̀ọ̀kan sí ara ọ̀pá rẹ̀.
3 ପୁଣି, ତୁମ୍ଭେ ଲେବୀର ଯଷ୍ଟିରେ ହାରୋଣର ନାମ ଲେଖିବ; କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି ହେବ।
Lórí ọ̀pá Lefi kọ orúkọ Aaroni, nítorí ọ̀pá kọ̀ọ̀kan gbọdọ̀ wà fún olórí ìdílé kọ̀ọ̀kan tí yóò jẹ́ orí fún ẹ̀yà ìran kọ̀ọ̀kan.
4 ଆଉ ସମାଗମ-ତମ୍ବୁର ଯେଉଁ ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁ, ସେହି ସ୍ଥାନରେ ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ତୁମ୍ଭେ ସେହି ସବୁ ରଖିବ।
Kó wọn sí àgọ́ ìpàdé níwájú ẹ̀rí níbi tí èmi ti ń pàdé yín.
5 ଏହା କଲା ଉତ୍ତାରେ, ଆମ୍ଭେ ଯେଉଁ ବ୍ୟକ୍ତିକୁ ମନୋନୀତ କରିବା, ତାହାର ଯଷ୍ଟି ପୁଷ୍ପିତ ହେବ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା।”
Ọ̀pá tí ó bá yí jẹ́ ti ẹni tí èmi bá yàn yóò rúwé, èmi yóò sì dá kíkùn gbogbo ìgbà àwọn ọmọ Israẹli sí yín dúró.”
6 ଏଥିରେ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ସେମାନଙ୍କର ଅଧ୍ୟକ୍ଷ ସମସ୍ତେ ଆପଣା ଆପଣା ପିତୃଗୃହ ଅନୁସାରେ ପ୍ରତ୍ୟେକ ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଟି, ଏହିରୂପେ ବାର ଯଷ୍ଟି ତାଙ୍କୁ ଦେଲେ; ପୁଣି, ହାରୋଣଙ୍କର ଯଷ୍ଟି ସେମାନଙ୍କ ଯଷ୍ଟିସକଳର ମଧ୍ୟରେ ଥିଲା।
Nígbà náà Mose bá àwọn ọmọ Israẹli sọ̀rọ̀, àwọn olórí wọn sì fún un ní ọ̀pá méjìlá, ọ̀pá kan fún olórí kọ̀ọ̀kan ẹ̀yà ìran wọn, ọ̀pá Aaroni sì wà lára àwọn ọ̀pá náà.
7 ତହୁଁ ମୋଶା ସାକ୍ଷ୍ୟ-ତମ୍ବୁରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମସ୍ତ ଯଷ୍ଟି ରଖିଲେ।
Mose sì fi ọ̀pá wọ̀nyí lélẹ̀ níwájú Olúwa nínú àgọ́ ẹ̀rí.
8 ଏଥିଉତ୍ତାରେ ଆରଦିନ ମୋଶା ସାକ୍ଷ୍ୟ-ତମ୍ବୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି, ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ୱ ବାଦାମ ଫଳିଲା।
Ó sì ṣe ní ọjọ́ kejì Mose wọ inú àgọ́ ẹ̀rí lọ, ó sì rí ọ̀pá Aaroni, tí ó dúró fún ẹ̀yà Lefi, kì í ṣe wí pé ó hù nìkan, ṣùgbọ́n ó rúwé, ó yọ ìtànná, ó sì so èso almondi.
9 ତେବେ ମୋଶା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଟି ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ; ପୁଣି, ସେମାନେ ତାହା ଦେଖି ପ୍ରତ୍ୟେକେ ଆପଣା ଆପଣା ଯଷ୍ଟି ନେଲେ।
Nígbà náà ni Mose kó gbogbo àwọn ọ̀pá jáde láti iwájú Olúwa wá fún àwọn ọmọ Israẹli. Wọ́n wò wọ́n, ẹnìkọ̀ọ̀kan sì mú ọ̀pá tirẹ̀.
10 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ୍ତ ହୁଏ ଓ ସେମାନଙ୍କର ମୃତ୍ୟୁୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରୋଣଙ୍କ ଯଷ୍ଟି ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ରଖ।”
Olúwa sọ fún Mose pé, “Mú ọ̀pá Aaroni padà wá síwájú ẹ̀rí, láti fi pamọ́ gẹ́gẹ́ bí àmì fún àwọn ọlọ̀tẹ̀. Èyí ó sì mú òpin bá kíkùn sínú wọn sí mi, kí wọn kí ó má ba à kú.”
11 ମୋଶା ସେରୂପ କଲେ; ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ, ସେ ସେହିପରି କଲେ।
Mose sì ṣe gẹ́gẹ́ bí Olúwa ti páláṣẹ fún un.
12 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭମାନଙ୍କର ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ।
Àwọn ọmọ Israẹli sọ fún Mose pé, “Àwa yóò kú! A ti sọnù, gbogbo wa ti sọnù!
13 ଯେକେହି ନିକଟକୁ ଆସୁଅଛି, ଅର୍ଥାତ୍, ସଦାପ୍ରଭୁଙ୍କ ଆବାସ ନିକଟକୁ ଆସୁଅଛି, ସେ ମରୁଅଛି; ଆମ୍ଭେ ସମସ୍ତେ କି ପ୍ରାଣ ଛାଡ଼ି ଉଚ୍ଛିନ୍ନ ହେବା?”
Ẹnikẹ́ni tí ó bá súnmọ́ tabanaku Olúwa yóò kú. Ṣé gbogbo wa ni yóò kú?”