< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Kisha BWANA akanena na Musa, akasema,
2 “ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ଆପଣାମାନଙ୍କ ସେହି ନିବାସ ଦେଶରେ ଯେତେବେଳେ ପ୍ରବେଶ କରିବ,
“Sema na wana wa Israeli uwaambie, 'Mtakapoingia katka nchi ambayo mtaishi, ambayo BWANA atawapa,
3 ପୁଣି, ତୁମ୍ଭମାନଙ୍କର ମାନତ ପୂର୍ଣ୍ଣ କରିବା ନିମନ୍ତେ, କିଅବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ, କିଅବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ବା ବଳି ଉତ୍ସର୍ଗ କରିବ;
mtatakiwa kuandaa sadaka kwa moto kwa BWANA, sadaka ya kuteketezwa au sadaka ya kukamilisha kiapo au sadaka ya hiari, au sadaka katika sikukuu zenu, ili kutoa harufu nzuri kwa BWANA ya ng'ombe au ya kondoo.
4 ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗକାରୀ ଲୋକ ହୋମାଦି ବଳିଦାନାର୍ଥକ ପ୍ରତ୍ୟେକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦାର ନୈବେଦ୍ୟ ଆଣିବ,
Utamtolea BWANA sadaka ya kuteketezwa pamoja na sehemu ya kumi ya efa ya sadaka ya unga mwembamba uliochanganywa na robo ya hini ya mafuta.
5 ପୁଣି, ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସର ପେୟ-ନୈବେଦ୍ୟ ପ୍ରସ୍ତୁତ କରିବ।
Na tena mtatoa pamoja na sadaka ya kuteketezwa, au kwa sadaka ya divai robo ya hini ya sadaka ya vinywaji kwa kila mwanakondoo.
6 ଅଥବା ଏକ ମେଷ ନିମନ୍ତେ, ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ,
Kama unatoa sadaka ya kondoo dume, utaandaa sadaka ya unga ya sehemu za kumi mbili za efa ya unga mwembamba uliochanganywa na sehemu ya tatu ya hini ya divai.
7 ପୁଣି, ତୁମ୍ଭେ ପେୟ-ନୈବେଦ୍ୟ ନିମନ୍ତେ ଏକ ହିନର ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ।
Kwa sadaka ya kinywaji, mtatoa sehemu ya tatu ya hini ya divai ambayo itatoa harufu nzuri kwa BWANA.
8 ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ, ଅବା ମାନତ-ପୂର୍ଣ୍ଣକରଣାର୍ଥକ ବଳି ନିମନ୍ତେ, କିଅବା ମଙ୍ଗଳାର୍ଥକ ଉପହାର ନିମନ୍ତେ, ଯଦି ଗୋବତ୍ସ ପ୍ରସ୍ତୁତ କରିବ,
Utakapoandaa fahari kwa ajiliy a sadaka ya kuteketezwa au sadaka ya kutimiza kiapo, au sadaka ya amani kwa BWANA,
9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ୍ ତୈଳ ମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣିବ।
Ndipo utakapotoa sadaka ya fahari pamoja na sadaka ya unga ya sehemu za kumi tatu za unga mwembamba uliochanganywa na nusu ya hini ya mafuta.
10 ପୁଣି, ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟ-ନୈବେଦ୍ୟ ନିମନ୍ତେ ଅର୍ଦ୍ଧହୀନ୍ ଦ୍ରାକ୍ଷାରସ ଆଣିବ।
Mtatoa sadaka ya kinywaji nusu ya hini ya divai, sadaka iloyotengenezwa kwa moto ili kufanya harufu nzuri kwa BWANA.
11 ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ ଓ ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ପ୍ରତି କରାଯିବ।
Itafanyika hivi kwa kila fahari, kwa kila kondoo dume, na kila mwanakondoo dume au mbuzi mchanga.
12 ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରମାଣେ ସେରୂପ କରିବ।
Kila sdaka utakayoindaa na kuitoa itafanyika kama ilivyoanishwa hapa.
13 ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ, ଏହି ବ୍ୟବସ୍ଥାନୁସାରେ ଏହିସବୁ କାର୍ଯ୍ୟ କରିବ।
Wazawa wote wa Israeli watafanya mambo haya kwa utaratibu huu, yeyote atakayeleta sadaka iliyotengenezwa kwa moto, ili kufanya harufu nzuri kwa BWANA.
14 ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଅବା ତୁମ୍ଭମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସକାରୀ କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭେମାନେ ଯେପ୍ରକାର କର, ସେ ସେହି ପ୍ରକାର କରିବ।
Na kama kuna mgeni anayeishi kati yenu, au yeyote atakayeishi na watu wa vizazi vyenu vyote, lazima atengeneze sadaka iliytoengenezwa kwa moto, ili kutoa harufu nzuri kwa BWANA. Atafanya kama mnavyofanya.
15 ସମାଜ ନିମନ୍ତେ, (ଅର୍ଥାତ୍‍) ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ, ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମ୍ଭେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ।
Kutakuwa na sheria hiyo hiyo kwa watu wote na kwa mgeni anayeishi kati yenu, sheria ya kudumu kwa watu wote wa uzao wako. Ninyi mlivyo, ndivyo atakavyokuwa mgeni aliyeishi kati yenu. Atafanya kama mnavyofanya mbele ya BWANA.
16 ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ।”
Sheria na amri hiyohiyo ndiyo itakayotumika kwa mgeni anayeishi kati yenu.”
17 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ,
Tena BWANA akanena na Musa, akasema,
18 ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇ ଯାଉଅଛୁ, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏରୂପ କରିବ,
“Nena wana wa Israeli uwaambie, 'mtakapofika katika nchi ninayowapeleka,
19 ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।
mtakapokula chakula kinachozalishwa katika nchi hiyo, mtatoa sadaka ya kunipendeza mimi.
20 ତୁମ୍ଭେମାନେ ଆପଣା ଆପଣା ପ୍ରଥମ ସୂଜିରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ; ଯେପରି ଶସ୍ୟମର୍ଦ୍ଦନ ସ୍ଥାନର ଉତ୍ତୋଳନୀୟ ଉପହାର, ସେପରି ତାହା ଉତ୍ତୋଳନ କରିବ।
Kutoka kwenye mikate yenu ya kwanza mtatoa mkate wa kuinuliwa kama sadaka iliyoinuliwa kutoka mahali pa kupuria nafaka. Mtaiinua kwa jinsi hii.
21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୂଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ।
Watu wa uzao wako wote wtanitolea sadaka ya kuinuliwa kutoka kwenye unga wenu wa kwanza.
22 ଆଉ ଯଦି ତୁମ୍ଭେମାନେ ଭ୍ରାନ୍ତିରେ ତ୍ରୁଟି କର ଓ ସଦାପ୍ରଭୁ ମୋଶାଙ୍କୁ ଯାହା କହିଅଛନ୍ତି, ସେହି ସବୁ ଆଜ୍ଞା,
Wakati mwingine mtafanya dhambi pasipo kukusudia, Kama hamtatii amri zote hizi ambazo nimemwambia Musa
23 ଅର୍ଥାତ୍‍, ସଦାପ୍ରଭୁ ଆଜ୍ଞା ଦେବା ଦିନାବଧି ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁସବୁ ଆଜ୍ଞା ଦେଇଅଛନ୍ତି, ତାହାସବୁ ଯଦି ପାଳନ ନ କର;
-kila kitu ambacho nimewaamuru kupitia Musa kuanzia siku ambayo nilianza kuwaamuru na kuendelea kwa watu wote wa uzao wako.
24 ଯଦି ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ।
Kwa swala la dhambi isiyokusudiwa ambayo watu wote hawaijui, basi watu wote watatoa fahari mchanga sadaka ya kuteketezwa ili kufanya harufu nzuri kwa BWANA. Pamoja na haya yote, lazima itengenezwe sadaka ya unga na sadaka ya kinywaji, kama ilivyoagaizwa katika amri, na beberu mmoja kuwa sadaka ya dhambi.
25 ଆଉ ଯାଜକ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଉପହାର, ଅର୍ଥାତ୍‍, ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣିଅଛନ୍ତି।
Kuhani atafanya sadaka upatanisho kwa watu wote wa Israeli. Watasemehewa kwa sababu dhambi haikukusudiwa. Wametoa sadaka yao, sadaka iliyotengenezwa kwa moto kwa ajili yangu. Wameleta sadaka yao kwangu iliyotengenezwa kwa moto. Wameleta sadaka yao ya uovu mbele yangu kwa ajili ya kosa lao.
26 ତହିଁରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକମାନେ କ୍ଷମା ପାଇବେ; କାରଣ ସମସ୍ତ ଲୋକଙ୍କ ସମ୍ବନ୍ଧରେ ଏହା ଭ୍ରାନ୍ତିରେ କରାଯାଇଥିଲା।
Ndipo watu wote wa Israeli watasamehewa, pia wageni wote wanaoishi kati yao, kwa sababu watu wote walitenda dhambi pasipo kukusudia.
27 ଆଉ ଯଦି ଏକ ପ୍ରାଣୀ ଭ୍ରାନ୍ତିରେ ପାପ କରେ, ତେବେ ସେ ପାପାର୍ଥକ ବଳି ରୂପେ ଏକ ବର୍ଷୀୟ ଏକ ଛାଗବତ୍ସା ଆଣିବ।
Kama mtu atatenda dhambi bila kukusudia, atatoa mbuzi jike wa umri wa mwaka mmoja kuwa sadaka ya dhambi.
28 ପୁଣି, ଯେଉଁ ଲୋକ ଭ୍ରାନ୍ତିରେ ପାପ କରେ, ଯାଜକ ତାହା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରଣାର୍ଥେ ସେହି ଭ୍ରାନ୍ତ ପ୍ରାଣୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।
Naye kuhani atafanya upatanisho kwa BWANA kwa ajili ya mtu yule aliyefanya dhambi pasipo kukusudia. Yule mtu atasamehewa baada ya upatanisho kufanyika.
29 ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୃହଜାତ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକମାନଙ୍କ ନିମନ୍ତେ ଭ୍ରାନ୍ତିରେ କୌଣସି କର୍ମକାରୀର ଏକ ବ୍ୟବସ୍ଥା ହେବ।
Mtakuwa na sheria hiyohiyo kwa mtu yeyote anayefanya dhambi hiyo pasipo kukusudia, sheria hiyohiyo hata kwa mzawa wa Isreli na kwa wageni wanaoishi kati yao.
30 ମାତ୍ର ଯେଉଁ ପ୍ରାଣୀ ଊର୍ଦ୍ଧ୍ୱ ହସ୍ତରେ କୌଣସି (ପାପ) କର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କର ନିନ୍ଦା କରେ; ଏଣୁ ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
Lakini mtu afanyaye chochote kwa KUkusudia, awe mzawa au mgeni, ananikufuru mimi. Huyo mtu ataondolewa kati ya watu wake.
31 କାରଣ ସେ ସଦାପ୍ରଭୁଙ୍କ ବାକ୍ୟ ଅବଜ୍ଞା କଲା ଓ ତାହାଙ୍କର ଆଜ୍ଞାଲଙ୍ଘନ କଲା; ସେହି ପ୍ରାଣୀ ନିତାନ୍ତ ଉଚ୍ଛିନ୍ନ ହେବ, ତାହାର ଅପରାଧ ତାହା ଉପରେ ବର୍ତ୍ତିବ।”
Kwa sababu atakuwa amedharau neno langu na amevunja neno amri yangu, mtu huyo ataondolewa kabisa. Dhambi yake itakuwa juu yake.'”
32 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପ୍ରାନ୍ତରରେ ଥିବା ସମୟରେ ଏକ ମନୁଷ୍ୟକୁ ବିଶ୍ରାମବାରରେ କାଠ ସାଉଣ୍ଟିବାର ଦେଖିଲେ।
Wakati wana wa Israeli walipokuwa katika jangwa, wakamuona mwanamume akikusanya kuni sikiu ya Sabato.
33 ପୁଣି, ଯେଉଁମାନେ ତାକୁ କାଠ ସାଉଣ୍ଟିବାର ଦେଖିଲେ, ସେମାନେ ମୋଶା, ହାରୋଣ ଓ ସମସ୍ତ ମଣ୍ଡଳୀ ସାକ୍ଷାତକୁ ତାହାକୁ ଆଣିଲେ।
Wale waliomwona wakamleta kwa Musa, Haruni na kwa watu wote.
34 ଆଉ ସେମାନେ ତାହାକୁ ରୁଦ୍ଧ କରି ରଖିଲେ, କାରଣ ତାହା ପ୍ରତି କି କର୍ତ୍ତବ୍ୟ, ତାହା ପ୍ରକାଶ ହୋଇ ନ ଥିଲା।
Wakamweka kifungoni kwa sababu ilikuwa haijaamuliwa atakachotendewa.
35 ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟ ଅବଶ୍ୟ ହତ ହେବ; ସମଗ୍ର ମଣ୍ଡଳୀ ତାହାକୁ ଛାଉଣିର ବାହାରେ ପଥର ପକାଇ ବଧ କରିବେ।”
Kisha BWANA akanena na Musa, “Yule mwanamume lazima auawe. Watu wote lazima wampige kwa mawe nje ya kambi.”
36 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ଡଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ପକାଇଲେ, ତହୁଁ ସେ ମଲା।
Kwa hiyo watu wote wakamtoa nje ya kambi nao wakampiga kwa mawe mpaka akafa kama vile BWANA alivyokuwa amemwamuru Musa.
37 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
BWANA akanena na Musa tena, akasema,
38 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ ଓ ସେମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ପୁରୁଷାନୁକ୍ରମେ ଆପଣା ଆପଣା ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ କରନ୍ତୁ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ;
“Waambie wana wa Israeli na uwaamuru wajifanyie vishada wavining'inize katika mapindo ya mavazi yao, wavining'ineze katika ncha zote kwa nyuzi za rangi ya samawi. Watu wote watafanya hivi kwa watu wote wa kizazi chote.
39 ତୁମ୍ଭେମାନେ ଯେପରି ସେହି ଝାଲର ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ତୁମ୍ଭେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ,
Huu utakuwa ukumbusho maalumu kwenu, kila mtakapovitazama, mtakumbuka amri zangu, na kuzishika ili kwamba msije mkatangatanga katika mioyo na macho yenu na kuwa waasherati wa hayo.
40 ଆମ୍ଭର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ ଓ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ, ଏଥିପାଇଁ ସେହି ଝାଲର ହେବ।
Fanyeni hivi ili kwamba mweze kukumbuka na kutii amri zangu zote, na ili kwamba mpate kuwa watakatifu, waliotunzwa kwa ajili yangu, Mungu wenu.
41 ତୁମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁ, ଆମ୍ଭେ, ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଅଛୁ; ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ ଅଟୁ।”
Mimi ndimi BWANA Mungu wenu niliyekutoa toka nchi ya Misri, ili niwe Mungu wenu. Mimi ndimi BWANA Mungu wenu.”

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 15 >