< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
2 “ତୁମ୍ଭେ ରୂପାର ଦୁଇ ତୂରୀ ନିର୍ମାଣ କର; ତୁମ୍ଭେ ପିଟାକର୍ମରେ ତାହା ନିର୍ମାଣ କରିବ; ଆଉ ତୁମ୍ଭେ ମଣ୍ଡଳୀକୁ ଆହ୍ୱାନ କରିବା ସମୟରେ ଓ ଛାଉଣିସମୂହ ପ୍ରସ୍ଥାନ କରିବା ସମୟରେ ତାହା ବ୍ୟବହାର କରିବ।
“Ṣe fèrè fàdákà méjì pẹ̀lú fàdákà lílù, kí o máa lò ó láti máa fi pe ìjọ ènìyàn àti láti máa fi darí ìrìnàjò lọ sí ibùdó yín.
3 ପୁଣି, ସେମାନେ ସେହି ଦୁଇ ତୂରୀ ବଜାନ୍ତେ, ସମସ୍ତ ମଣ୍ଡଳୀ ସମାଗମ-ତମ୍ବୁ ଦ୍ୱାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ।
Nígbà tí o bá fọn méjèèjì gbogbo ìjọ ènìyàn yóò pé síwájú rẹ ní ẹnu-ọ̀nà àgọ́ ìpàdé.
4 ଆଉ ଯଦି ସେମାନେ ଏକ ତୂରୀ ବଜାଇବେ, ତେବେ ଅଧିପତିମାନେ, ଅର୍ଥାତ୍‍, ଇସ୍ରାଏଲର ସହସ୍ରପତିମାନେ, ତୁମ୍ଭ ନିକଟରେ ଏକତ୍ରିତ ହେବେ।
Bí ó bá jẹ́ ọ̀kan ni o fọn, nígbà náà ni àwọn olórí ẹ̀yà Israẹli yóò péjọ síwájú rẹ.
5 ପୁଣି, ତୁମ୍ଭେମାନେ ରଣତୂରୀ ବଜାନ୍ତେ, ପୂର୍ବଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ।
Nígbà tí o bá fun ìpè ìdágìrì, àwọn ẹ̀yà tó pa ibùdó sí ìhà ìlà-oòrùn ni yóò gbéra.
6 ପୁଣି, ତୁମ୍ଭେମାନେ ଦ୍ୱିତୀୟ ଥର ରଣତୂରୀ ବଜାନ୍ତେ, ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ; ଏହି କ୍ରମରେ ସେମାନେ ଆପଣାମାନଙ୍କ ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ।
Nígbà tí o bá fun ìpè ìdágìrì kejì, ibùdó tó wà ní ìhà gúúsù ni yóò gbéra. Ìpè ìdágìrì yìí ni yóò jẹ́ àmì fún gbígbéra.
7 ସମାଜକୁ ଏକତ୍ର କରିବା ସମୟରେ ତୁମ୍ଭେମାନେ ତୂରୀ ବଜାଇବ, ମାତ୍ର ରଣତୂରୀ ବଜାଇବ ନାହିଁ।
Nígbà tí o bá fẹ́ pe ìjọ ènìyàn jọ, fun fèrè nìkan, má ṣe fun ti ìdágìrì pẹ̀lú rẹ̀.
8 ଆଉ ହାରୋଣର ପୁତ୍ର ଯାଜକମାନେ ସେହି ଦୁଇ ତୂରୀ ବଜାଇବେ; ପୁଣି, ତାହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।
“Àwọn ọmọ Aaroni tí í ṣe àlùfáà ni kí ó máa fun fèrè. Èyí yóò jẹ́ ìlànà láéláé fún yín àti fún ìran tó ń bọ̀.
9 ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ କ୍ଳେଶଦାୟୀ ବିପକ୍ଷଗଣର ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମ୍ଭେମାନେ ଏହି ତୂରୀରେ ରଣବାଦ୍ୟ ବଜାଇବ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭେମାନେ ସ୍ମରଣ କରାଯିବ ଓ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ରକ୍ଷା ପାଇବ।
Nígbà tí ẹ bá lọ jagun pẹ̀lú àwọn ọ̀tá tó ń ni yín lára ní ilẹ̀ yín, ẹ fun ìpè ìdágìrì pẹ̀lú fèrè. A ó sì rántí yín níwájú Olúwa, Ọlọ́run yín yóò sì gbà yín lọ́wọ́ àwọn ọ̀tá yín.
10 ଆହୁରି ତୁମ୍ଭମାନଙ୍କ ଆନନ୍ଦ ଦିନରେ, ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ; ତହିଁରେ ତାହା ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ସ୍ମରଣାର୍ଥେ ହେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
Bẹ́ẹ̀ náà ni ní ọjọ́ ayọ̀ yín, ní gbogbo àjọ̀dún tí a yàn àti ní ìbẹ̀rẹ̀ oṣù yín, ni kí ẹ máa fun fèrè lórí ẹbọ sísun àti ọrẹ àlàáfíà yín, wọn yóò sì jẹ́ ìrántí fún yín níwájú Ọlọ́run. Èmi ni Olúwa Ọlọ́run yín.”
11 ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର କୋଡ଼ିଏ ଦିନରେ ସେହି ମେଘ ସାକ୍ଷ୍ୟରୂପ ଆବାସ ଉପରୁ ନିଆଗଲା।
Ní ogúnjọ́ oṣù kejì, ní ọdún kejì ni ìkùùkuu kúrò lórí tabanaku ẹ̀rí.
12 ତହିଁରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି, ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।
Àwọn ọmọ Israẹli sì gbéra kúrò ní aginjù Sinai wọ́n sì rin ìrìnàjò wọn káàkiri títí tí ìkùùkuu fi dúró sí aginjù Parani.
13 ଆଉ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
Wọ́n gbéra nígbà àkọ́kọ́ yìí nípa àṣẹ Olúwa láti ẹnu Mose.
14 ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।
Àwọn ìpín ti ibùdó Juda ló kọ́kọ́ gbéra tẹ̀lé wọn lábẹ́ ogun wọn Nahiṣoni ọmọ Amminadabu ni ọ̀gágun wọn.
15 ଆଉ ସୂୟାରର ପୁତ୍ର ନଥନେଲ, ଇଷାଖର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
Netaneli ọmọ Suari ni ọ̀gágun ti ẹ̀yà Isakari;
16 ଆଉ ହେଲୋନର ପୁତ୍ର ଇଲୀୟାବ୍‍, ସବୂଲୂନ-ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
Eliabu ọmọ Heloni ni ọ̀gágun ni ìpín ti ẹ̀yà Sebuluni.
17 ଏଉତ୍ତାରେ ଆବାସ ଭଙ୍ଗାଯାʼନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବୋହି ଅଗ୍ରସର ହେଲେ।
Nígbà náà ni wọ́n sọ tabanaku kalẹ̀ àwọn ọmọ Gerṣoni àti Merari tó gbé àgọ́ sì gbéra.
18 ତହୁଁ ରୁବେନ୍‍-ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କ ସୈନ୍ୟ ଉପରେ ଥିଲା।
Àwọn ìpín ti ibùdó ti Reubeni ló gbéra tẹ̀lé wọn, lábẹ́ ọ̀págun wọn. Elisuri ọmọ Ṣedeuri ni ọ̀gágun wọn.
19 ଆଉ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
Ṣelumieli ọmọ Suriṣaddai ni ọ̀gágun ti ẹ̀yà Simeoni.
20 ଆଉ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍-ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
Eliasafu ọmọ Deueli ni ọ̀gágun ìpín ti ẹ̀yà Gadi.
21 ତହିଁ ଉତ୍ତାରେ କହାତୀୟମାନେ ପବିତ୍ର ସ୍ଥାନର ଭାର ବୋହି ଅଗ୍ରସର ହେଲେ; ପୁଣି, ସେମାନେ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ।
Nígbà náà ni àwọn ọmọ Kohati tí ń ru ohun mímọ́ náà gbéra. Àwọn ti àkọ́kọ́ yóò sì ti gbé tabanaku dúró kí wọn tó dé.
22 ଆଉ ଇଫ୍ରୟିମ-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟ ଉପରେ ଥିଲା।
Àwọn ìpín tó wà ní ibùdó Efraimu ló tún kàn lábẹ́ ọ̀págun wọn. Eliṣama ọmọ Ammihudu ni ọ̀gágun wọn.
23 ଆଉ ପଦାହସୂରର ପୁତ୍ର ଗମଲୀୟେଲ ମନଃଶି ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
Gamalieli ọmọ Pedasuri ni ọ̀gágun ìpín ti ẹ̀yà Manase.
24 ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
Abidani ọmọ Gideoni ni ọ̀gágun ìpín ti ẹ̀yà Benjamini.
25 ତହୁଁ ସମସ୍ତ ଛାଉଣିର ପଶ୍ଚାତ୍‍ ଦାନ୍-ସନ୍ତାନଗଣଙ୍କର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ସେମାନଙ୍କ ସୈନ୍ୟ ଉପରେ ଥିଲା।
Lákòótan, àwọn ọmọ-ogun tó ń mójútó ẹ̀yìn ló tún kàn, àwọn ni ìpín ti ibùdó Dani lábẹ́ ọ̀págun wọn. Ahieseri ọmọ Ammiṣaddai ni ọ̀gágun wọn.
26 ଆଉ ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
Pagieli ọmọ Okanri ni ìpín ti ẹ̀yà Aṣeri,
27 ପୁଣି, ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
Ahira ọmọ Enani ni ọ̀gágun ti ẹ̀yà Naftali.
28 ଏହିରୂପେ ଇସ୍ରାଏଲ-ସନ୍ତାନଗଣଙ୍କର ଯାତ୍ରା ସେମାନଙ୍କ ସୈନ୍ୟାନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ।
Báyìí ni àwọn ọmọ Israẹli ṣe tò jáde gẹ́gẹ́ bí ogun nígbà tí wọ́n bẹ̀rẹ̀ ìrìnàjò wọn.
29 ଏଥିଉତ୍ତାରେ ମୋଶା ଆପଣା ଶ୍ୱଶୁର ମିଦୀୟନୀୟ ରୁୟେଲର ପୁତ୍ର ହୋବବ୍‍କୁ କହିଲେ, “ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ କହିଅଛନ୍ତି, ‘ଆମ୍ଭେ ତାହା ତୁମ୍ଭମାନଙ୍କୁ ଦେବା,’ ସେହି ସ୍ଥାନକୁ ଆମ୍ଭେମାନେ ଯାତ୍ରା କରୁଅଛୁ; ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆସ, ତହିଁରେ ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା; କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ କଥା କହିଅଛନ୍ତି।”
Mose sì sọ fún Hobabu ọmọ Reueli ará Midiani tí í ṣe àna rẹ̀ pé, “A ń gbéra láti lọ sí ibi tí Olúwa sọ pé, ‘Èmi ó fi fún un yín.’ Bá wa lọ, àwa ó ṣe ọ́ dáradára nítorí pé Olúwa ti ṣèlérí ohun rere fún Israẹli.”
30 ତହୁଁ ସେ କହିଲା, “ମୁଁ ଯିବି ନାହିଁ; ମାତ୍ର ମୁଁ ଆପଣା ନିଜ ଦେଶକୁ ଓ ଆପଣା ଜ୍ଞାତିମାନଙ୍କ ନିକଟକୁ ପ୍ରସ୍ଥାନ କରିବି।”
Ó sì dáhùn pé, “Rárá, èmi kò ní bá yín lọ, mò ń padà lọ sí ilẹ̀ mi àti sí ọ̀dọ̀ àwọn ènìyàn mi.”
31 ତେବେ ମୋଶା କହିଲେ, “ବିନୟ କରୁଅଛି, ତୁମ୍ଭେ, ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ; କାରଣ ପ୍ରାନ୍ତର ମଧ୍ୟରେ କିପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ, ତାହା ତୁମ୍ଭେ ଜାଣ, ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ।
Mose sì sọ pé, “Jọ̀wọ́ ma fi wá sílẹ̀, ìwọ mọ ibi tí a lè pa ibùdó sí nínú aginjù, ìwọ yóò sì jẹ́ ojú fún wa.
32 ଆଉ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ ଗଲେ ଏହା ହେବ, ନିଶ୍ଚୟ ଏହା ହେବ ଯେ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ମଙ୍ଗଳ କରିବେ, ତାହା ଆମ୍ଭେମାନେ ତୁମ୍ଭ ପ୍ରତି କରିବୁ।”
Bí o bá bá wa lọ, a ó sì pín fún ọ nínú ohun rere yówù tí Olúwa bá fún wa.”
33 ଏଉତ୍ତାରେ ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଗଲେ, ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମ-ସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା।
Wọ́n sì gbéra láti orí òkè Olúwa ní ìrìn ọjọ́ mẹ́ta. Àpótí ẹ̀rí Olúwa ń lọ níwájú wọn fún gbogbo ọjọ́ mẹ́ta yìí láti wá ibi ìsinmi fún wọn.
34 ପୁଣି, ସେମାନେ ଛାଉଣିରୁ ଯାତ୍ରା କରିବା ସମୟରେ ସଦାପ୍ରଭୁଙ୍କ ମେଘ ଦିବସରେ ସେମାନଙ୍କ ଉପରେ ରହିଲା।
Ìkùùkuu Olúwa wà lórí wọn lọ́sàn nígbà tí wọ́n gbéra kúrò ní ibùdó.
35 ପୁଣି, ସିନ୍ଦୁକ ଅଗ୍ରସର ହେବା ସମୟରେ ମୋଶା କହନ୍ତି, “ସଦାପ୍ରଭୋ, ଉଠ, ପୁଣି, ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହେଉନ୍ତୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।”
Nígbàkígbà tí àpótí ẹ̀rí bá gbéra Mose yóò sì wí pé, “Dìde, Olúwa! Kí a tú àwọn ọ̀tá rẹ ká, kí àwọn tí ó kórìíra rẹ sì sálọ níwájú rẹ.”
36 ଆଉ ତାହା ବିଶ୍ରାମ କରିବା ସମୟରେ ସେ କହନ୍ତି, “ସଦାପ୍ରଭୋ, ତୁମ୍ଭେ ଇସ୍ରାଏଲର ଅୟୁତ ଅୟୁତ ସହସ୍ର ପ୍ରତି ଫେର।”
Nígbàkígbà tí àpótí ẹ̀rí bá sinmi yóò wí pé, “Padà, Olúwa, sọ́dọ̀ àwọn àìmoye ẹgbẹẹgbẹ̀rún Israẹli.”

< ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10 >