< ନିହିମୀୟା 7 >

1 ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ୱାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ।
石垣を築き扉を設け門を守る者謳歌者およびレビ人を立るにおよびて
2 ତହୁଁ ମୁଁ ଆପଣା ଭ୍ରାତା ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।
我わが兄弟ハナニおよび城の宰ハナニヤをしてヱルサレムを治めしむ彼は忠信なる人にして衆多の者に超りて神を畏るる者なり
3 ଆଉ, ମୁଁ ସେମାନଙ୍କୁ କହିଲି, “ସୂର୍ଯ୍ୟ ପ୍ରଚଣ୍ଡ ନୋହିବା ପର୍ଯ୍ୟନ୍ତ ଯିରୂଶାଲମର ଦ୍ୱାରସବୁ ଫିଟା ନ ଯାଉ; ଲୋକମାନେ ପ୍ରହରୀକର୍ମରେ ଠିଆ ହେବା ବେଳେ ଦ୍ୱାରସବୁ ବନ୍ଦ କରନ୍ତୁ, ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ; ପୁଣି, ତୁମ୍ଭେମାନେ ଯିରୂଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର, ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ।”
我かれらに言ふ日の熱くなるまではヱルサレムの門を啓くべからず人々の立て守りをる間に門を閉させて汝らこれを堅うせよ汝らヱルサレムの民を番兵に立て各々にその所を守らしめ各々にその家と相對ふ處を守らしめよと
4 ନଗର ପ୍ରଶସ୍ତ ଓ ବୃହତ ଥିଲା; ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା।
邑は廣くして大なりしかどもその内の民は寡くして家は未だ建ざりき
5 ଏଉତ୍ତାରେ ବଂଶାବଳୀ କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ୱର ମୋʼ ମନରେ ପ୍ରବୃତ୍ତି ଦେଲେ। ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା,
我神はわが心に貴き人々牧伯等および民を集めてその名簿をしらぶる思念を起さしめたまへり我最先に上り來りし者等の系圖の書を得て見にその中に書しるして曰く
6 ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ, ବାବିଲର ରାଜା ନବୂଖଦ୍‍ନିତ୍ସର ଏମାନଙ୍କୁ ନେଇଯାଇଥିଲା;
往昔バビロンの王ネブカデネザルに擄へられバビロンに遷されたる者のうち俘囚をゆるされてヱルサレムおよびユダに上りおのおの己の邑に歸りし此州の者は左の如し 是皆ゼルバベル、ヱシユア、ネヘミヤ、アザリヤ、ラアミヤ、ナハマニ、モルデカイ、ビルシヤン、ミスペレテ、ビグワイ、ネホム、バアナ等に隨ひ來れり
7 ଏମାନେ ଯିରୁବ୍ବାବିଲ୍‍, ଯେଶୂୟ, ନିହିମୀୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲ୍‍ଶନ୍‍, ମିସ୍ପର, ବିଗ୍‍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା,
そのイスラエルの民の人數は是のごとし
8 ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ।
パロシの子孫二千百七十二人
9 ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ।
シパテヤの子孫三百七十二人
10 ଆରହର ସନ୍ତାନ ଛଅ ଶହ ବାବନ ଜଣ।
アラの子孫六百五十二人
11 ଯେଶୂୟ ଓ ଯୋୟାବର ସନ୍ତାନଗଣ ମଧ୍ୟରୁ ପହତ୍‍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ଅଠର ଜଣ।
ヱシユアとヨアブの族たるパハテモアブの子孫二千八百十八人
12 ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
エラムの子孫千二百五十四人
13 ସତ୍ତୂର ସନ୍ତାନ ଆଠ ଶହ ପଞ୍ଚଚାଳିଶ ଜଣ।
ザツトの子孫八百四十五人
14 ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ।
ザツカイの子孫七百六十人
15 ବିନ୍ନୁୟିର ସନ୍ତାନ ଛଅ ଶହ ଅଠଚାଳିଶ ଜଣ।
ビンヌイの子孫六百四十八人
16 ବେବୟର ସନ୍ତାନ ଛଅ ଶହ ଅଠାଇଶ ଜଣ।
ベバイの子孫六百二十八人
17 ଅସ୍ଗଦର ସନ୍ତାନ ଦୁଇ ହଜାର ତିନି ଶହ ବାଇଶ ଜଣ।
アズガデの子孫二千三百二十二人
18 ଅଦୋନୀକାମର ସନ୍ତାନ ଛଅ ଶହ ସତଷଠି ଜଣ।
アドニカムの子孫六百六十七人
19 ବିଗ୍‍ବୟର ସନ୍ତାନ ଦୁଇ ହଜାର ସତଷଠି ଜଣ।
ビグワイの子孫二千六十七人
20 ଆଦୀନର ସନ୍ତାନ ଛଅ ଶହ ପଞ୍ଚାବନ ଜଣ।
アデンの子孫六百五十五人
21 ହିଜକୀୟର ବଂଶଜାତ ଆଟେରର ସନ୍ତାନ ଅଠାନବେ ଜଣ।
ヒゼキヤの家のアテルの子孫九十八人
22 ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ।
ハシユムの子孫三百二十八人
23 ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ।
ベザイの子孫三百二十四人
24 ହାରୀଫର ସନ୍ତାନ ଏକ ଶହ ବାର ଜଣ।
ハリフの子孫百十二人
25 ଗିବୀୟୋନ୍‍ର ସନ୍ତାନ ପଞ୍ଚାନବେ ଜଣ।
ギベオンの子孫九十五人
26 ବେଥଲିହିମ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ।
ベテレヘムおよびネトパの人百八十八人
27 ଅନାଥୋତ୍‍ର ଲୋକ ଏକ ଶହ ଅଠାଇଶ ଜଣ।
アナトテの人百二十八人
28 ବେଥ୍-ଅସ୍ମାବତର ଲୋକ ବୟାଳିଶ ଜଣ।
ベテアズマウテの人四十二人
29 କିରୀୟଥ୍‍-ଯିୟାରୀମ୍‍ର, କଫୀରାର ଓ ବେରୋତର ଲୋକ ସାତ ଶହ ତେୟାଳିଶ ଜଣ।
キリアテヤリム、ケピラおよびベエロテの人七百四十三人
30 ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ।
ラマおよびゲバの人六百二十一人
31 ମିକ୍‍ମସର ଲୋକ ଏକ ଶହ ବାଇଶ ଜଣ।
ミクマシの人百二十二人
32 ବେଥେଲ୍‍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।
ベテルおよびアイの人百二十三人
33 ଅନ୍ୟ ନବୋର ଲୋକ ବାବନ ଜଣ।
他のネボの人五十二人
34 ଅନ୍ୟ ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
他のエラムの民千二一百五十四人
35 ହାରୀମ୍‍‍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।
ハリムの民三百二十人
36 ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ।
ヱリコの民三百四十五人
37 ଲୋଦ୍‍, ହାଦୀଦ୍‍ ଓ ଓନୋର ସନ୍ତାନ ସାତ ଶହ ଏକୋଇଶ ଜଣ।
ロド、ハデデおよびオノの民七百二十一人
38 ସନାୟାର ସନ୍ତାନ ତିନି ହଜାର ନଅ ଶହ ତିରିଶ ଜଣ।
セナアの子孫三千九百三十人
39 ଯାଜକମାନଙ୍କର ସଂଖ୍ୟା; ଯେଶୂୟ ବଂଶୀୟ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ।
祭司はヱシユアの家のヱダヤの子孫九百七十三人
40 ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ।
インメルの子孫千五十二人
41 ପଶ୍‍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ।
パシユルの子孫一千二百四十七人
42 ହାରୀମ୍‍‍ର ସନ୍ତାନ ଏକ ହଜାର ସତର ଜଣ।
ハリムの子孫一千十七人
43 ଲେବୀୟମାନଙ୍କର ସଂଖ୍ୟା; ହେଦବାର ସନ୍ତାନ, ଯେଶୂୟର ସନ୍ତାନ, କଦ୍‍ମୀୟେଲର ସନ୍ତାନ ଚଉସ୍ତରି ଜଣ।
レビ人はホデワの子等ヱシユアとカデミエルの子孫七十四人
44 ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠଚାଳିଶ ଜଣ।
謳歌者はアサフの子孫百四十八人
45 ଦ୍ୱାରପାଳମାନଙ୍କ ସଂଖ୍ୟା; ଶଲ୍ଲୁମ୍‍ର ସନ୍ତାନ, ଆଟେରର ସନ୍ତାନ, ଟଲ୍‍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ ଏକ ଶହ ଅଠତିରିଶି ଜଣ।
門を守る者はシヤルムの子孫アテルの子孫タルモンの子孫アツクブの子孫ハテタの子孫シヨバイの子孫百三十八人
46 ନଥୀନୀୟମାନଙ୍କ ସଂଖ୍ୟା; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
ネテニ人はジハの子孫ハスパの子孫タバオテの子孫
47 କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
ケロスの子孫シアの子孫パドンの子孫
48 ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଶଲ୍‍ମୟର ସନ୍ତାନଗଣ;
レバナの子孫ハガバの子孫サルマイの子孫
49 ହାନନ୍‍ର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ;
ハナンの子孫ギデルの子孫ガハルの子孫
50 ରାୟାର ସନ୍ତାନଗଣ, ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ;
レアヤの子孫レヂンの子孫ネコダの子孫
51 ଗସମର ସନ୍ତାନଗଣ, ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ;
ガザムの子孫ウザの子孫パセアの子孫
52 ବେଷୟର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;
ベサイの子孫メウニムの子孫ネフセシムの子孫
53 ବକ୍‍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
バクブクの子孫ハクパの子孫ハルホルの子孫
54 ବସ୍‍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
バヅリテの子孫メヒダの子孫ハルシヤの子孫
55 ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
バルコスの子孫シセラの子孫テマの子孫
56 ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ।
ネヂアの子孫ハテパの子孫等なり
57 ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା; ସୋଟୟର ସନ୍ତାନଗଣ, ସୋଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ;
ソロモンの僕たりし者等の子孫は即ちソタイの子孫ソペレテの子孫ペリダの子孫
58 ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
ヤアラの子孫ダルコンの子孫ギデルの子孫
59 ଶଫଟୀୟର ସନ୍ତାନଗଣ, ହଟୀଲାର ସନ୍ତାନଗଣ, ପୋଖେରତ୍‍-ହତ୍‍ସବାୟିମର ସନ୍ତାନଗଣ, ଆମୋନ୍‍ର ସନ୍ତାନଗଣ।
シパテヤの子孫ハツテルの子孫ポケレテハツゼバイムの子孫アモンの子孫
60 ସମୁଦାୟ ନଥୀନୀୟ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ତିନି ଶହ ବୟାନବେ ଜଣ।
ネテニ人とソロモンの僕たりし者等の子孫とは合せて三百九十二人
61 ପୁଣି, ତେଲ୍‍-ମେଲହ, ତେଲ୍‍-ହର୍ଶା, କଋବ୍‍, ଅଦ୍ଦୋନ୍‍ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ; ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
またテルメラ、テルハレサ、ケルブ、アドンおよびインメルより上り來れる者ありしがその宗家とその血統とを示してイスラエルの者なるを明かにすることを得ざりき
62 ଦଲୟିୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବୟାଳିଶ ଜଣ।
是すなはちデラヤの子孫トビヤの子孫ネコダの子孫にして合せて六百四十二人
63 ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍‍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
祭司の中にホバヤの子孫ハツコヅの子孫バルジライの子孫ありバルジライはギレアデ人バルジライの女を妻に娶りてその名を名りしなり
64 ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ।
是等の者系圖に載る者等の中にその籍を尋ねたれども在ざりき是故に汚れたる者として祭司の中より除かれたり
65 ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର (ପବିତ୍ର) ଖାଦ୍ୟ ଖାଇବ ନାହିଁ।
テルシヤタ即ち之に告てウリムとトンミムを帶る祭司の興るまでは至聖物を食ふべからずと言り
66 ଆଉ, ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ।
會衆あはせて四萬二千三百六十人
67 ଏହାଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ; ଆହୁରି, ସେମାନଙ୍କର ଦୁଇ ଶହ ପଞ୍ଚଚାଳିଶ ଜଣ ଗାୟକ ଗାୟିକା ଥିଲେ।
この外にその僕婢七千三百三十七人謳歌男女二百四十五人あり
68 ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;
その馬七百三十六匹その騾二百四十五匹
69 ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗଧ ଥିଲେ।
駱駝四百三十五匹驢馬六千七百二十匹
70 ପୁଣି, ପିତୃବଂଶୀୟ ମୁଖ୍ୟମାନଙ୍କ ମଧ୍ୟରୁ କେହି କେହି ସେହି କାମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍‍ ନାମକ ଏକ ହଜାର ସ୍ୱର୍ଣ୍ଣମୁଦ୍ରା, ପଚାଶ କୁଣ୍ଡ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା।
宗家の長の中工事のために物を納めし人々ありテルシヤタは金一千ダリク鉢五十 祭司の衣服五百三十襲を施して庫に納む
71 ଆଉ, ପିତୃବଂଶୀୟ କେତେକ ମୁଖ୍ୟ ଲୋକ ନିଜ ଭଣ୍ଡାରରୁ ଡାରିକ୍‍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ଡ ରୂପା କାମ ପାଇଁ ଦେଲେ।
また宗家の長數人は金二萬ダリク銀二千二百斤を工事のために庫に納む
72 ଅନ୍ୟ ଲୋକ ସମସ୍ତେ ଡାରିକ୍‍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ପାଉଣ୍ଡ ରୂପା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ।
その餘の民の納めし者は金二萬ダリク銀二千斤祭司の衣服六十七襲なりき
73 ଏହାପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ ଓ ଗାୟକମାନେ, ଆଉ କେତେକ ଲୋକମାନେ ଓ ନଥୀନୀୟମାନେ (ମନ୍ଦିରର ସେବକମାନେ) ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। ଆଉ ସପ୍ତମ ମାସ ବେଳକୁ ଇସ୍ରାଏଲ-ସନ୍ତାନଗଣ ଆପଣା ନଗରରେ ଥିଲେ।
かくて祭司レビ人門を守る者謳歌者民等ネテニ人およびイスラエル人すべてその邑々に住り/イスラエルの子孫かくてその邑々に住みをりて七月にいたりぬ

< ନିହିମୀୟା 7 >