< ନିହିମୀୟା 3 >

1 ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।
Kisha Eliashibu, kuhani mkuu, akasimama pamoja na ndugu zake makuhani, wakajenga lango la kondoo. Walitakasa na kuweka milango yake. Waliweka wakfu hadi mnara wa Hamea na hadi mnara wa Hananeli.
2 ତାହାଙ୍କ ନିକଟରେ ଯିରୀହୋର ଲୋକମାନେ ଗଢ଼ିଲେ, ଓ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକ୍କୁର ଗଢ଼ିଲା।
Baada yao watu wa Yeriko walijenga, na baada yao Zakuri mwana wa Imri alijenga.
3 ଆଉ, ହସନାୟାର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ କିଳିଣୀ ଓ ଅର୍ଗଳସବୁ ଲଗାଇଲେ।
Wana wa Senaa wakajenga lango la samaki. Wanaweka mihimili yake na kuweka milango yake na vyuma vyake na makomeo yake.
4 ପୁଣି, ସେମାନଙ୍କ ନିକଟରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ମଶେଷବେଲ୍‍ର ପୌତ୍ର ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ମରାମତି କଲା।
Meremoth aliandaa sehemu inayofuata. Yeye ni mwana wa Uria mwana wa Hakosi. Na baada yao Meshulamu akatengeneza. Yeye ni mwana wa Berekia mwana wa Meshezabeli. Karibu nao Sadoki akatengeneza. Yeye ni mwana wa Baana.
5 ପୁଣି, ସେମାନଙ୍କ ନିକଟରେ ତକୋୟ ନଗରର ଲୋକମାନେ ମରାମତି କଲେ; ମାତ୍ର ସେମାନଙ୍କର ଦଳପତିମାନେ ଆପଣାମାନଙ୍କ ନେତାଙ୍କ କର୍ମ କରିବାକୁ ରାଜି ହେଲେ ନାହିଁ।
Baada yao Watekoi wakatengeneza, lakini viongozi wao walikataa kufanya kazi iliyoagizwa na wakuu wao.
6 ଆଉ, ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ୍‍ ପୁରାତନ ଦ୍ୱାରର ମରାମତି କଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ, ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।
Yoyada mwana wa Pasea, na Meshulamu mwana wa Besodeya, walitengeneza lango la Kale. Wanaweka mihimili, na kuweka milango yake na vyuma vyake na makomeo yake.
7 ପୁଣି, ସେମାନଙ୍କ ନିକଟରେ ଗିବୀୟୋନୀୟ ମଲାଟୀୟ ଓ ମେରୋଣୋଥୀୟ ଯାଦୋନ ଲୋକମାନେ ମରାମତି କଲେ, ସେମାନେ ଗିବୀୟୋନ୍‍ ଓ ମିସ୍ପା ନଗରର ମୁଖ୍ୟ ଥିଲେ, ନଦୀ ସେପାରିସ୍ଥ ମିସ୍ପା ଦେଶାଧ୍ୟକ୍ଷର ସ୍ଥାନ ଥିଲା।
Nao, Melatia Mgibeoni, na Yadoni Meronothi, watu wa Gibeoni na Mispa, walifanyia matengenezo juu ya sehemu ambapo mkuu wa mkoa wa ng'ambo ya Mto aliishi.
8 ତାହା ନିକଟରେ ସ୍ୱର୍ଣ୍ଣକାରମାନେ, ହର୍ହୟର ପୁତ୍ର ଉଷୀୟେଲ ମରାମତି କଲେ। ଆଉ, ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ମରାମତି କଲା, ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୂଶାଲମ ଦୃଢ଼ କଲେ।
Na baada yake Uzieli mwana wa Harhaya, mmoja wa wafua dhahabu, akatengeneza; na baada yake Hanania, mtengenezaji wa manukato. Wakajenga tena Yerusalemu mpaka Ukuta mpana.
9 ସେମାନଙ୍କ ନିକଟରେ ଯିରୂଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ମରାମତି କଲା।
Na baada yao Refaya mwana wa Huri akajenga. Alikuwa mtawala wa nusu ya wilaya ya Yerusalemu.
10 ଆଉ, ସେମାନଙ୍କ ନିକଟରେ ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ମରାମତି କଲା। ତାହା ନିକଟରେ ହଶ୍‍ବନୀୟର ପୁତ୍ର ହଟୂଶ୍‍ ମରାମତି କଲା।
Na baada yao Yedaya mwana wa Harumafu akajenga karibu na nyumba yake. Na baada yake Hatushi mwana wa Hashabneya akajenga.
11 ହାରୀମ୍‍‍ର ପୁତ୍ର ମଲ୍‍କୀୟ ଓ ପହତ୍‍-ମୋୟାବର ପୁତ୍ର ହଶୂବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗର ମରାମତି କଲେ।
Malkiya mwana wa Harimu na Hashubu mwana wa Pahat Moabu, wajenga sehemu nyingine pamoja na mnara wa tanuu.
12 ତାହା ନିକଟରେ ଯିରୂଶାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେଶର ପୁତ୍ର ଶଲ୍ଲୁମ୍‍ ଓ ତାହାର କନ୍ୟାମାନେ ମରାମତି କଲେ।
Baada yao Shalumu mwana wa Haloheshi, mkuu wa nusu ya wilaya ya Yerusalemu, akajenga, pamoja na binti zake.
13 ହାନୂନ୍‍ ଓ ସାନୋହ ନିବାସୀମାନେ ଉପତ୍ୟକା ଦ୍ୱାରର ମରାମତି କଲେ; ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲେ, ଆଉ ଖତ-ଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର ଏକ ହଜାର ହାତ ଦୃଢ଼ କଲେ।
Hanuni na wenyeji wa Zanoa walijenga lango la bondeni. Walijenga tena na kuweka milango yake, na vyuma vyake na makomeo yake. Walijenga dhiraa elfu hadi lango la jaa.
14 ପୁଣି, ବେଥ୍-ହକ୍କେରମ୍‍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍‍କୀୟ ଖତ ଦ୍ୱାରର ମରାମତି କଲା; ସେ ତାହା ଗଢ଼ିଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା।
Malkiya, mwana wa Rekabu, mkuu wa wilaya ya Beth-Hakeremu, akajenga lango la jaa. Alijenga na kuweka milango yake, na vyuma vyake na makomeo yake.
15 ପୁଣି, ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲ୍‍ହୋଷିର ପୁତ୍ର ଶଲ୍ଲୁନ୍‍ ନିର୍ଝର ଦ୍ୱାରର ମରାମତି କଲା; ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା, ପୁଣି ଦାଉଦ-ନଗରରୁ ତଳକୁ ଯିବା ପାହାଚ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଶେଲା ପୁଷ୍କରିଣୀ-ପ୍ରାଚୀର (ମରାମତି କଲା)।
Shalumu mwana wa Kolhoze, mkuu wa wilaya ya Mispa, akajenga lango la Chemchemi. Alijenga, na kuweka kifuniko juu yake na kuweka milango yake na vyuma vyake na makomeo yake. Alijenga upya ukuta wa Pwani wa Silowamu kwa bustani ya mfalme, hadi ngazi ya kuongoza kutoka mji wa Daudi.
16 ତାହା ନିକଟରେ ବେଥ୍-ସୁର ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍‍ବୂକର ପୁତ୍ର ନିହିମୀୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲା।
Nehemia mwana wa Azbuki, mtawala wa nusu ya wilaya ya Beth-suri, akajenga mahali hapo, toka maburini ya Daudi, mpaka birika lililojengwa na watu, na nyumba ya watu wenye nguvu.
17 ତାହା ନିକଟରେ ଲେବୀୟମାନେ, ଅର୍ଥାତ୍‍, ବାନିର ପୁତ୍ର ରହୂମ୍‍ ମରାମତି କଲା। ତାହା ନିକଟରେ କିୟୀଲା ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଶବୀୟ ଆପଣା ପ୍ରଦେଶ ପକ୍ଷରେ ମରାମତି କଲା।
Baada yake, Walawi walijenga, pamoja na Rehumi mwana wa Bani na baada yake, Hashabia, mtawala wa nusu ya wilaya ya Keila, kwa wilaya yake.
18 ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ, ଅର୍ଥାତ୍‍, କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହେନାଦଦର ପୁତ୍ର ବବୟ ମରାମତି କଲା।
Baada yake watu wa nchi zao walijenga, ikiwa ni pamoja na Binui mwana wa Henadadi, mkuu wa nusu ya wilaya ya Keila.
19 ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍‍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ମରାମତି କଲା।
Baada yake alijenga Ezeri, mwana wa Yeshua, mtawala wa Mispa, alijenga sehemu nyingine kuelekea ghala ya silaha, kwenye kona ya ukuta.
20 ତାହା ନିକଟରେ ସବ୍ବୟର ପୁତ୍ର ବାରୂକ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲୀୟାଶୀବ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
Baada yake Baruki, mwana wa Zakai, akajenga kwa hiari sehemu nyingine, toka kona ya ukuta mpaka mlango wa nyumba ya Eliashibu, kuhani mkuu.
21 ତତ୍ପରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ଇଲିୟାଶୀବ୍‍ର ଗୃହ ଦ୍ୱାରଠାରୁ ଇଲୀୟାଶୀବର ଗୃହପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
Baada yake Meremothi, mwana wa Uria, mwana wa Hakosi, akajenga sehemu nyingine, toka mlango wa nyumba ya Eliashibu mpaka mwisho wa nyumba ya Eliashibu.
22 ପୁଣି, ପ୍ରାନ୍ତରବାସୀ ଯାଜକମାନେ ମରାମତି କଲେ।
Kisha baada yake makuhani, watu wa eneo hilo karibu na Yerusalemu, walijenga.
23 ସେମାନଙ୍କ ଉତ୍ତାରେ ବିନ୍ୟାମୀନ୍ ଓ ହଶୂବ ଆପଣାମାନଙ୍କ ଗୃହ ସମ୍ମୁଖରେ ମରାମତି କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୌତ୍ର ମାସେୟର ପୁତ୍ର ଅସରୀୟ ଆପଣା ଗୃହ ନିକଟରେ ମରାମତି କଲା।
Baada yao Benyamini na Hashubu walijenga kuielekea nyumba yao. Baada yao Azaria mwana wa Maaseya, mwana wa Anania, alijenga karibu na nyumba yake.
24 ହେନାଦଦ୍‍ର ପୁତ୍ର ବିନ୍ନୁୟି ଅସରୀୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
Baada yake Binui mwana wa Henadadi akajenga sehemu nyingine, kutoka nyumba ya Azaria hadi kona ya ukuta.
25 ଉଷୟର ପୁତ୍ର ପାଲାଲ୍‍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ମରାମତି କଲା। ତାହାଙ୍କ ପରେ ପରିୟୋଶର ପୁତ୍ର ପଦାୟ ମରାମତି କଲା।
Palali, mwana wa Uzai, akajenga juu ya kona ya ukuta na mnara unaoenea juu kutoka nyumba ya juu ya mfalme katika uwanda wa walinzi. Baada yake Pedaya mwana wa Paroshi akajenga.
26 ଏହି ସମୟରେ ଓଫଲରେ ବାସ କରୁଥିବା ନଥୀନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ମରାମତି କଲେ।
Sasa watumishi wa hekalu waliokaa Ofeli walijenga mpaka upande wa Hifadhi ya Maji upande wa mashariki wa mnara unaojitokeza.
27 ତାହା ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲେ।
Baada yake, Watekoi walijenga sehemu nyingine, kuelekea mnara mkubwa ulio nje, mpaka ukuta wa Ofeli.
28 ଯାଜକମାନେ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପର ଭାଗର ମରାମତି କଲେ।
Makuhani wakajenga juu ya lango la farasi, kila mmoja kuelekea nyumba yake.
29 ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।
Baada yao Sadoki, mwana wa Imeri, alijenga sehemu hiyo kuelekea nyumba yake. Na baada yake Shemaya mwana wa Shekania, mlinzi wa lango la mashariki, akajenga.
30 ତାହା ପରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍‍ ଅନ୍ୟ ଏକ ଅଂଶର ମରାମତି କଲେ। ତାହା ପରେ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ଆପଣା କୋଠରି ସମ୍ମୁଖରେ ମରାମତି କଲା।
Baada yake Hanania, mwana wa Shelemia, na Hanuni, mwana wa sita wa Salafu, wakajenga sehemu nyingine. Meshulamu mwana wa Berekia akajenga kuelekea kwenye vyumba vyake.
31 ତାହା ପରେ ମଲ୍‍କୀୟ ନାମକ ଜଣେ ସ୍ୱର୍ଣ୍ଣକାର ହମିପ୍କଦ୍‍ ଦ୍ୱାରର ସମ୍ମୁଖସ୍ଥ ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ମରାମତି କଲା।
Baada yake Malkiya, mmoja wa wafua dhahabu, akajenga mpaka nyumba ya watumishi wa hekalu na wafanyabiashara waliokuwa wakielekea lango la gereza na mpaka chumba cha juu cha pembeni.
32 ପୁଣି, କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ମରାମତି କଲେ।
Wafanyabiashara wa dhahabu na wafanyabiashara walijenga kati ya chumba cha juu cha kona na Lango la Kondoo.

< ନିହିମୀୟା 3 >