< ନିହିମୀୟା 3 >

1 ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।
Then Eliashib the high priest rose up with his brothers the priests, and they built the sheep gate. They sanctified it, and set up its doors. They sanctified it even to the tower of Hammeah, to the tower of Hananel.
2 ତାହାଙ୍କ ନିକଟରେ ଯିରୀହୋର ଲୋକମାନେ ଗଢ଼ିଲେ, ଓ ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକ୍କୁର ଗଢ଼ିଲା।
Next to him the men of Jericho built. Next to them Zaccur the son of Imri built.
3 ଆଉ, ହସନାୟାର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ କିଳିଣୀ ଓ ଅର୍ଗଳସବୁ ଲଗାଇଲେ।
The sons of Hassenaah built the fish gate. They laid its beams, and set up its doors, its bolts, and its bars.
4 ପୁଣି, ସେମାନଙ୍କ ନିକଟରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ମଶେଷବେଲ୍‍ର ପୌତ୍ର ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ମରାମତି କଲା। ଆଉ, ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ ମରାମତି କଲା।
Next to them, Meremoth the son of Uriah, the son of Hakkoz made repairs. Next to them, Meshullam the son of Berechiah, the son of Meshezabel made repairs. Next to them, Zadok the son of Baana made repairs.
5 ପୁଣି, ସେମାନଙ୍କ ନିକଟରେ ତକୋୟ ନଗରର ଲୋକମାନେ ମରାମତି କଲେ; ମାତ୍ର ସେମାନଙ୍କର ଦଳପତିମାନେ ଆପଣାମାନଙ୍କ ନେତାଙ୍କ କର୍ମ କରିବାକୁ ରାଜି ହେଲେ ନାହିଁ।
Next to them, the Tekoites made repairs; but their nobles didn’t put their necks to the Lord’s work.
6 ଆଉ, ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ୍‍ ପୁରାତନ ଦ୍ୱାରର ମରାମତି କଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ, ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।
Joiada the son of Paseah and Meshullam the son of Besodeiah repaired the old gate. They laid its beams and set up its doors, its bolts, and its bars.
7 ପୁଣି, ସେମାନଙ୍କ ନିକଟରେ ଗିବୀୟୋନୀୟ ମଲାଟୀୟ ଓ ମେରୋଣୋଥୀୟ ଯାଦୋନ ଲୋକମାନେ ମରାମତି କଲେ, ସେମାନେ ଗିବୀୟୋନ୍‍ ଓ ମିସ୍ପା ନଗରର ମୁଖ୍ୟ ଥିଲେ, ନଦୀ ସେପାରିସ୍ଥ ମିସ୍ପା ଦେଶାଧ୍ୟକ୍ଷର ସ୍ଥାନ ଥିଲା।
Next to them, Melatiah the Gibeonite and Jadon the Meronothite, the men of Gibeon and of Mizpah, repaired the residence of the governor beyond the River.
8 ତାହା ନିକଟରେ ସ୍ୱର୍ଣ୍ଣକାରମାନେ, ହର୍ହୟର ପୁତ୍ର ଉଷୀୟେଲ ମରାମତି କଲେ। ଆଉ, ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ମରାମତି କଲା, ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୂଶାଲମ ଦୃଢ଼ କଲେ।
Next to him, Uzziel the son of Harhaiah, goldsmiths, made repairs. Next to him, Hananiah, one of the perfumers, made repairs, and they fortified Jerusalem even to the wide wall.
9 ସେମାନଙ୍କ ନିକଟରେ ଯିରୂଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ମରାମତି କଲା।
Next to them, Rephaiah the son of Hur, the ruler of half the district of Jerusalem, made repairs.
10 ଆଉ, ସେମାନଙ୍କ ନିକଟରେ ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ମରାମତି କଲା। ତାହା ନିକଟରେ ହଶ୍‍ବନୀୟର ପୁତ୍ର ହଟୂଶ୍‍ ମରାମତି କଲା।
Next to them, Jedaiah the son of Harumaph made repairs across from his house. Next to him, Hattush the son of Hashabneiah made repairs.
11 ହାରୀମ୍‍‍ର ପୁତ୍ର ମଲ୍‍କୀୟ ଓ ପହତ୍‍-ମୋୟାବର ପୁତ୍ର ହଶୂବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗର ମରାମତି କଲେ।
Malchijah the son of Harim and Hasshub the son of Pahathmoab repaired another portion and the tower of the furnaces.
12 ତାହା ନିକଟରେ ଯିରୂଶାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେଶର ପୁତ୍ର ଶଲ୍ଲୁମ୍‍ ଓ ତାହାର କନ୍ୟାମାନେ ମରାମତି କଲେ।
Next to him, Shallum the son of Hallohesh, the ruler of half the district of Jerusalem, he and his daughters made repairs.
13 ହାନୂନ୍‍ ଓ ସାନୋହ ନିବାସୀମାନେ ଉପତ୍ୟକା ଦ୍ୱାରର ମରାମତି କଲେ; ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲେ, ଆଉ ଖତ-ଦ୍ୱାର ପର୍ଯ୍ୟନ୍ତ ପ୍ରାଚୀରର ଏକ ହଜାର ହାତ ଦୃଢ଼ କଲେ।
Hanun and the inhabitants of Zanoah repaired the valley gate. They built it, and set up its doors, its bolts, and its bars, and one thousand cubits of the wall to the dung gate.
14 ପୁଣି, ବେଥ୍-ହକ୍କେରମ୍‍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍‍କୀୟ ଖତ ଦ୍ୱାରର ମରାମତି କଲା; ସେ ତାହା ଗଢ଼ିଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା।
Malchijah the son of Rechab, the ruler of the district of Beth Haccherem, repaired the dung gate. He built it, and set up its doors, its bolts, and its bars.
15 ପୁଣି, ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲ୍‍ହୋଷିର ପୁତ୍ର ଶଲ୍ଲୁନ୍‍ ନିର୍ଝର ଦ୍ୱାରର ମରାମତି କଲା; ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, କିଳିଣୀ ଓ ଅର୍ଗଳସବୁ ଲଗାଇଲା, ପୁଣି ଦାଉଦ-ନଗରରୁ ତଳକୁ ଯିବା ପାହାଚ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଶେଲା ପୁଷ୍କରିଣୀ-ପ୍ରାଚୀର (ମରାମତି କଲା)।
Shallun the son of Colhozeh, the ruler of the district of Mizpah, repaired the spring gate. He built it, covered it, and set up its doors, its bolts, and its bars; and he repaired the wall of the pool of Shelah by the king’s garden, even to the stairs that go down from David’s city.
16 ତାହା ନିକଟରେ ବେଥ୍-ସୁର ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍‍ବୂକର ପୁତ୍ର ନିହିମୀୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲା।
After him, Nehemiah the son of Azbuk, the ruler of half the district of Beth Zur, made repairs to the place opposite the tombs of David, and to the pool that was made, and to the house of the mighty men.
17 ତାହା ନିକଟରେ ଲେବୀୟମାନେ, ଅର୍ଥାତ୍‍, ବାନିର ପୁତ୍ର ରହୂମ୍‍ ମରାମତି କଲା। ତାହା ନିକଟରେ କିୟୀଲା ଜିଲ୍ଲାର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଶବୀୟ ଆପଣା ପ୍ରଦେଶ ପକ୍ଷରେ ମରାମତି କଲା।
After him, the Levites—Rehum the son of Bani made repairs. Next to him, Hashabiah, the ruler of half the district of Keilah, made repairs for his district.
18 ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ, ଅର୍ଥାତ୍‍, କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହେନାଦଦର ପୁତ୍ର ବବୟ ମରାମତି କଲା।
After him, their brothers, Bavvai the son of Henadad, the ruler of half the district of Keilah made repairs.
19 ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍‍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ମରାମତି କଲା।
Next to him, Ezer the son of Jeshua, the ruler of Mizpah, repaired another portion across from the ascent to the armory at the turning of the wall.
20 ତାହା ନିକଟରେ ସବ୍ବୟର ପୁତ୍ର ବାରୂକ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲୀୟାଶୀବ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
After him, Baruch the son of Zabbai earnestly repaired another portion, from the turning of the wall to the door of the house of Eliashib the high priest.
21 ତତ୍ପରେ ହକ୍କୋସ୍‍ର ପୌତ୍ର ଊରୀୟର ପୁତ୍ର ମରେମୋତ୍‍ ଇଲିୟାଶୀବ୍‍ର ଗୃହ ଦ୍ୱାରଠାରୁ ଇଲୀୟାଶୀବର ଗୃହପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
After him, Meremoth the son of Uriah the son of Hakkoz repaired another portion, from the door of the house of Eliashib even to the end of the house of Eliashib.
22 ପୁଣି, ପ୍ରାନ୍ତରବାସୀ ଯାଜକମାନେ ମରାମତି କଲେ।
After him, the priests, the men of the surrounding area made repairs.
23 ସେମାନଙ୍କ ଉତ୍ତାରେ ବିନ୍ୟାମୀନ୍ ଓ ହଶୂବ ଆପଣାମାନଙ୍କ ଗୃହ ସମ୍ମୁଖରେ ମରାମତି କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୌତ୍ର ମାସେୟର ପୁତ୍ର ଅସରୀୟ ଆପଣା ଗୃହ ନିକଟରେ ମରାମତି କଲା।
After them, Benjamin and Hasshub made repairs across from their house. After them, Azariah the son of Maaseiah the son of Ananiah made repairs beside his own house.
24 ହେନାଦଦ୍‍ର ପୁତ୍ର ବିନ୍ନୁୟି ଅସରୀୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲା।
After him, Binnui the son of Henadad repaired another portion, from the house of Azariah to the turning of the wall, and to the corner.
25 ଉଷୟର ପୁତ୍ର ପାଲାଲ୍‍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ମରାମତି କଲା। ତାହାଙ୍କ ପରେ ପରିୟୋଶର ପୁତ୍ର ପଦାୟ ମରାମତି କଲା।
Palal the son of Uzai made repairs opposite the turning of the wall, and the tower that stands out from the upper house of the king, which is by the court of the guard. After him Pedaiah the son of Parosh made repairs.
26 ଏହି ସମୟରେ ଓଫଲରେ ବାସ କରୁଥିବା ନଥୀନୀୟମାନେ ଜଳଦ୍ୱାରର ପୂର୍ବ ଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ମରାମତି କଲେ।
(Now the temple servants lived in Ophel, to the place opposite the water gate toward the east, and the tower that stands out.)
27 ତାହା ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ମରାମତି କଲେ।
After him the Tekoites repaired another portion, opposite the great tower that stands out, and to the wall of Ophel.
28 ଯାଜକମାନେ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପର ଭାଗର ମରାମତି କଲେ।
Above the horse gate, the priests made repairs, everyone across from his own house.
29 ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।
After them, Zadok the son of Immer made repairs across from his own house. After him, Shemaiah the son of Shecaniah, the keeper of the east gate, made repairs.
30 ତାହା ପରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍‍ ଅନ୍ୟ ଏକ ଅଂଶର ମରାମତି କଲେ। ତାହା ପରେ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ ଆପଣା କୋଠରି ସମ୍ମୁଖରେ ମରାମତି କଲା।
After him, Hananiah the son of Shelemiah, and Hanun, the sixth son of Zalaph, repaired another portion. After him, Meshullam the son of Berechiah made repairs across from his room.
31 ତାହା ପରେ ମଲ୍‍କୀୟ ନାମକ ଜଣେ ସ୍ୱର୍ଣ୍ଣକାର ହମିପ୍କଦ୍‍ ଦ୍ୱାରର ସମ୍ମୁଖସ୍ଥ ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ମରାମତି କଲା।
After him, Malchijah, one of the goldsmiths to the house of the temple servants, and of the merchants, made repairs opposite the gate of Hammiphkad and to the ascent of the corner.
32 ପୁଣି, କୋଣର ଉଠାଣି ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ମରାମତି କଲେ।
Between the ascent of the corner and the sheep gate, the goldsmiths and the merchants made repairs.

< ନିହିମୀୟା 3 >