< ନିହିମୀୟା 13 >

1 ସେହି ଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ; ପୁଣି, ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ, ଅମ୍ମୋନୀୟ ଓ ମୋୟାବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ,
Naquele dia se leu no livro de Moisés perante os ouvidos do povo, e foi achado nele escrito que os amonitas e os moabitas eternamente não podiam entrar na congregação de Deus;
2 କାରଣ ସେମାନେ ଅନ୍ନ ଓ ଜଳ ନେଇ ଇସ୍ରାଏଲ-ସନ୍ତାନଗଣକୁ ସାକ୍ଷାତ କଲେ ନାହିଁ, ମାତ୍ର ସେମାନଙ୍କୁ ଅଭିଶାପ ଦେବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ବିଲୀୟମ୍‍କୁ ବେତନ ଦେଲେ; ତଥାପି ଆମ୍ଭମାନଙ୍କର ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
Porque não saíram ao encontro dos filhos de Israel com pão e água; em vez disso, contrataram a Balaão contra eles, para os amaldiçoar; ainda que nosso Deus tornou a maldição em bênção.
3 ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।
Sucedeu, pois, que, quando eles ouviram esta lei, separaram de Israel toda mistura.
4 ଏଥିପୂର୍ବେ ଇଲୀୟାଶୀବ ଯାଜକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରିସକଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଓ ସେ ଟୋବୀୟର କୁଟୁମ୍ବ ଥିଲା,
E antes disto, Eliasibe, o sacerdote, sendo superintendente da câmara da casa de nosso Deus, tinha se aparentado com Tobias,
5 ଇଲୀୟାଶୀବ ଟୋବୀୟ ନିମନ୍ତେ ଏକ ବୃହତ କୋଠରି ପ୍ରସ୍ତୁତ କରିଥିଲା, ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ; ଆଉ, ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ।
E tinha lhe preparado uma câmara grande, na qual antes se guardavam as ofertas de alimentos, o incenso, os vasos, os dízimos de grão, de vinho e de azeite, que estava ordenado [dar] aos levitas, aos cantores, e aos porteiros; como também a oferta alçada para os sacerdotes.
6 ମାତ୍ର ମୁଁ ଏସବୁ ସମୟରେ ଯିରୂଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର ବତିଶ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ଉତ୍ତାରେ ରାଜାଙ୍କୁ ବିଦାୟ ପାଇଁ ଅନୁମତି ମାଗିଲି;
Porém enquanto tudo isto [acontecia], eu não estava em Jerusalém; porque no ano trinta e dois de Artaxerxes rei da Babilônia, eu vim ao rei; mas ao fim de [alguns] dias obtive permissão para me ausentar do rei.
7 ଏଉତ୍ତାରେ ମୁଁ ଯିରୂଶାଲମକୁ ଆସି ଇଲୀୟାଶୀବ, ଟୋବୀୟ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରି ପ୍ରସ୍ତୁତ କରି ଯେଉଁ ଭୁଲ୍ କରିଥିଲା, ତାହା ବୁଝିଲି।
E vim a Jerusalém, e entendi o mal que Eliasibe tinha feito por Tobias, preparando-lhe uma câmara nos pátios da casa de Deus.
8 ଏଥିରେ ମୁଁ ଅତ୍ୟନ୍ତ କ୍ରୋଧିତ ହୋଇ ସେହି କୋଠରିରୁ ଟୋବୀୟର ସମସ୍ତ ଗୃହସାମଗ୍ରୀ ବାହାର କରି ଫୋପାଡ଼ି ଦେଲି।
E isso me desagradou muito; por isso lancei todas as coisas da casa de Tobias para fora da câmara;
9 ତହୁଁ ମୁଁ ଆଜ୍ଞା କରନ୍ତେ, ସେମାନେ କୋଠରିସବୁ ଶୁଚି କଲେ; ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି।
E mandei purificar as câmaras, e trouxe de volta os utensílios da casa de Deus, com as ofertas de alimento, e o incenso.
10 ଆହୁରି, ମୁଁ ଦେଖିଲି ଯେ, ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଇ ନ ଥିଲା; ତେଣୁ ପ୍ରତ୍ୟେକେ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ମନ୍ଦିର ଛାଡ଼ି ଆପଣା ଆପଣା ଭୂମିକୁ ଗଲେ।
Também entendi que as porções dos Levitas não estavam sendo dadas [a eles]; e que os levitas e cantores que faziam o serviço haviam fugido cada um para seu campo.
11 ତହିଁରେ “କାହିଁକି ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି?” ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି, ପୁଣି, ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି।
Então repreendi aos oficiais, e disse: Por que a casa de Deus está abandonada? Porém eu os juntei, e os restaurei em seu posto.
12 ତହୁଁ ସମଗ୍ର ଯିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ।
Então todo Judá trouxe o dízimo do grão, do suco de uva e do azeite, aos depósitos.
13 ତହିଁରେ ମୁଁ ଶେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାରସମୂହର ଅଧ୍ୟକ୍ଷ କଲି; ସେମାନଙ୍କ ତଳେ ମତ୍ତନୀୟର ପୌତ୍ର ସକ୍କୁରର ପୁତ୍ର ହାନନ୍‍ ରହିଲା; କାରଣ ସେମାନେ ବିଶ୍ୱସ୍ତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।
E pus por tesoureiros sobre os depósitos ao sacerdote Selemias e ao escriba Zadoque, e dos Levitas, a Pedaías; e próximo a eles Hanã filho de Zacur, filho de Matanias; pois eram considerados fiéis, e [assim] foram encarregados de distribuírem a seus irmãos.
14 ହେ ମୋହର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର, ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି, ମୋହର କୃତ ସେହି ସୁକର୍ମସବୁ ଲିଭାଇ ନ ଦିଅ।
Por isto, meu Deus, lembra-te de mim, ó Deus, e não risques minhas bondades que eu fiz na casa de meu Deus, e em seus serviços.
15 ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମବାରରେ ଦ୍ରାକ୍ଷା ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝାଇ କରିବାର, ମଧ୍ୟ ବିଶ୍ରାମବାରରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଓ ସର୍ବପ୍ରକାର ବୋଝ ଯିରୂଶାଲମକୁ ଆଣିବାର ଦେଖିଲି; ପୁଣି, ଯେଉଁ ଦିନ ସେମାନେ ଭକ୍ଷ୍ୟଦ୍ରବ୍ୟ ବିକ୍ରୟ କଲେ, ସେହି ଦିନ ମୁଁ ସେମାନଙ୍କ ଚେତାବନୀ ଦେଲି।
Naqueles dias vi em Judá [alguns] que pisavam nas presnas de uvas no sábado, e que traziam feixes, e carregavam asnos, como também vinho, uvas, figos, e todo tipo de carga, que traziam a Jerusalém no dia de sábado; e os adverti quanto ao dia em que vendiam alimentos.
16 ମଧ୍ୟ ନଗରରେ ସୋରୀୟ ଲୋକେ ବାସ କରୁଥିଲେ, ସେମାନେ ମତ୍ସ୍ୟ ଓ ସର୍ବପ୍ରକାର ବିକ୍ରେୟ ଦ୍ରବ୍ୟ ଆଣି ବିଶ୍ରାମବାରରେ ଯିହୁଦାର ସନ୍ତାନଗଣ ନିକଟରେ ଓ ଯିରୂଶାଲମରେ ବିକ୍ରି କଲେ।
Também tírios estavam nela que traziam peixe e toda mercadoria, e vendiam no sábado aos filhos de Judá, e em Jerusalém.
17 ତହିଁରେ ମୁଁ ଯିହୁଦାର ନେତାମାନଙ୍କ ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମବାର ଅପବିତ୍ର କରି ଏ କି କୁକର୍ମ କରୁଅଛ?
Assim repreendi aos nobres de Judá, e disse-lhes: Que mal é este que fazeis, profanando o dia de sábado?
18 ତୁମ୍ଭମାନଙ୍କ ପିତୃପୁରୁଷମାନେ କʼଣ ଏପରି କାର୍ଯ୍ୟ କଲେ ନାହିଁ? ଆଉ, ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମବାର ଅପବିତ୍ର କରି ଇସ୍ରାଏଲ ଉପରକୁ ଆହୁରି କୋପ ଆଣୁଅଛ।”
Por acaso não fizeram assim vossos pais, e nosso Deus trouxe todo este mal sobre nós e sobre esta cidade? Porém vós acrescentais ainda mais ira sobre Israel profanando o sábado.
19 ଏଉତ୍ତାରେ ବିଶ୍ରାମବାର ପୂର୍ବେ ଯିରୂଶାଲମର ଦ୍ୱାରସବୁ ଅନ୍ଧାର ହେବାକୁ ଲାଗିବା ବେଳେ ମୁଁ କବାଟସବୁ ବନ୍ଦ କରିବାକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଗତ ନୋହିବା ପର୍ଯ୍ୟନ୍ତ ମେଲା ନ କରିବାକୁ ଆଜ୍ଞା ଦେଲି; ପୁଣି, ବିଶ୍ରାମବାର କୌଣସି ବୋଝ ଭିତରକୁ ଅଣା ନ ଯିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରସମୂହରେ ନିଯୁକ୍ତ କଲି।
Sucedeu pois, que quando ia escurecendo às portas de Jerusalém antes do sábado, disse que eu mandei que se fechassem as portas, e mandei que não as abrissem até depois do sábado; e pus às portas alguns de meus servos, para que carga nenhuma entrasse no dia de sábado.
20 ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଏକ ଦୁଇ ଥର ଯିରୂଶାଲମ ବାହାରେ ରାତ୍ରି କ୍ଷେପଣ କଲେ।
Assim os comerciantes e vendedores de toda mercadoria passaram a noite fora de Jerusalém uma ou duas vezes.
21 ତହିଁରେ ମୁଁ ସେମାନଙ୍କୁ ଚେତାବନୀ ଦେଇ ସେମାନଙ୍କୁ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି କ୍ଷେପଣ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟଠାରୁ ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।
Por isso eu lhes adverti, dizendo: Por que vos passais a noite diante do muro? Se o fizerdes outra vez, agirei com violência contra vós. Desde então não vieram no sábado.
22 ଏଉତ୍ତାରେ ମୁଁ ଲେବୀୟମାନଙ୍କୁ ବିଶ୍ରାମବାର ପବିତ୍ର କରିବା ନିମନ୍ତେ ଆପଣା ଆପଣାକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ରକ୍ଷା କରିବାକୁ ଆଜ୍ଞା କଲି। ହେ ମୋହର ପରମେଶ୍ୱର, ମୋʼ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଦୟାର ମହତ୍ତ୍ୱାନୁସାରେ ମୋତେ ରକ୍ଷା କର।
Também disse aos levitas que se purificassem, e viessem a guardar as portas, para santificar o dia de sábado. Nisto também, meu Deus, lembra-te de mim, e perdoa-me segundo a grandeza de tua bondade.
23 ସେହି ସମୟରେ ମଧ୍ୟ ଯେଉଁ ଯିହୁଦୀୟମାନେ ଅସ୍ଦୋଦ, ଅମ୍ମୋନ ଓ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି;
Vi também naqueles dias judeus que tinham se casado com mulheres de asdoditas, amonitas, e moabitas,
24 ପୁଣି, ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ ଓ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ, ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ କଥା କହିଲେ।
E seus filhos a metade falavam asdodita, e não sabiam falar judaico, mas sim a língua de outros povos.
25 ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।
Por isso eu os repreendi, e os amaldiçoei, e espanquei [alguns] deles, e arranquei-lhes os cabelos, e os fiz jurar por Deus, dizendo: Não dareis vossas filhas a seus filhos, e não tomareis de suas filhas, nem para vossos filhos, nem para vós.
26 ଇସ୍ରାଏଲର ରାଜା ଶଲୋମନ କି ଏସବୁ କାର୍ଯ୍ୟ ଦ୍ୱାରା ପାପ କରି ନ ଥିଲେ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କର ପ୍ରିୟପାତ୍ର ଥିଲେ, ପୁଣି ପରମେଶ୍ୱର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ; ତଥାପି ବିଦେଶୀୟା ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ।
Por acaso não pecou nisto Salomão, rei de Israel? Ainda que entre muitas nações não houve rei semelhante a ele, que era amado pelo seu Deus, e Deus o tinha posto por rei sobre todo Israel, [contudo] as mulheres estrangeiras o fizeram pecar.
27 ତେବେ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିବା ଦ୍ୱାରା ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଏହିସବୁ ମହାପାପ କରିବାକୁ କି ଆମ୍ଭେମାନେ ତୁମ୍ଭମାନଙ୍କ କଥା ଶୁଣିବୁ?”
E aceitaríamos ouvir de vós, para fazerdes todo este mal tão grande de transgredir contra nosso Deus, casando-se com mulheres estrangeiras?
28 ତହୁଁ ଇଲୀୟାଶୀବ ମହାଯାଜକର ପୌତ୍ର ଯିହୋୟାଦାର ଏକ ପୁତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ର ଜୁଆଁଇ ଥିଲା; ତେଣୁ ମୁଁ ତାହାକୁ ଆପଣା ନିକଟରୁ ତଡ଼ିଦେଲି।
E um dos filhos de Joiada, filho de Eliasibe o sumo sacerdote era genro de Sambalate o horonita; por isso eu o afugentei de mim.
29 ହେ ମୋହର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ-ପଦକୁ, ଆଉ ଯାଜକ-ପଦର ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି।
Lembra-te deles, meu Deus, pois contaminam o sacerdócio, como também o pacto do sacerdócio e dos levitas.
30 ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିଷ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟାନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି;
Assim eu os limpei de todo estrangeiro, e ordenei as responsabilidades dos sacerdotes e dos levitas, cada um em sua obra;
31 ଆଉ, ନିରୂପିତ ସମୟରେ କାଷ୍ଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋହର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।
Como também para as ofertas de lenha em tempos determinados, e para as primícias. Lembra-te de mim, meu Deus, para o bem.

< ନିହିମୀୟା 13 >