< ନିହିମୀୟା 11 >

1 ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ।
Nísinsin yìí àwọn olórí àwọn ènìyàn tẹ̀dó sí Jerusalẹmu, àwọn ènìyàn tókù sì dìbò láti mú ẹnìkọ̀ọ̀kan jáde nínú àwọn mẹ́wàá mẹ́wàá láti máa gbé ní Jerusalẹmu, ìlú mímọ́, nígbà tí àwọn mẹ́sàn-án tókù yóò dúró sí àwọn ìlú u wọn.
2 ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
Àwọn ènìyàn súre fún gbogbo àwọn ọkùnrin tí wọ́n jọ̀wọ́ ara wọn láti gbé ní Jerusalẹmu.
3 ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍‍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।
Wọ̀nyí ni àwọn olórí agbègbè ìjọba tí wọ́n tẹ̀dó sí Jerusalẹmu (díẹ̀ nínú àwọn ọmọ Israẹli àwọn àlùfáà, àwọn ọmọ Lefi, àwọn ìránṣẹ́ tẹmpili àti àwọn ìran àwọn ìránṣẹ́ Solomoni ń gbé àwọn ìlú Juda, olúkúlùkù ń gbé lórí ilẹ̀ ìní rẹ̀ ní àwọn ìlú náà.
4 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନ୍‍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;
Nígbà tí àwọn ènìyàn tókù nínú àwọn Juda àti Benjamini ń gbé ní Jerusalẹmu). Nínú àwọn ọmọ Juda: Ataiah ọmọ Ussiah ọmọ Sekariah, ọmọ Amariah, ọmọ Ṣefatia, ọmọ Mahalaleli, ìran Peresi;
5 ଆଉ, ବାରୂକର ପୁତ୍ର ମାସେୟ, ସେହି ବାରୂକ କଲ୍‍ହୋଷିର ପୁତ୍ର, କଲ୍‍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍‍ର ପୁତ୍ର, ଯୋୟାରୀବ୍‍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର।
àti Maaseiah ọmọ Baruku, ọmọ Koli-Hose, ọmọ Hasaiah, ọmọ Adaiah, ọmọ Joiaribu, ọmọ Sekariah, ọmọ Ṣilo.
6 ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀରପୁରୁଷ ଯିରୂଶାଲମରେ ବାସ କଲେ।
Àwọn ìran Peresi tó gbé ní Jerusalẹmu jẹ́ àádọ́rinlénírinwó ó dín méjì alágbára ọkùnrin.
7 ବିନ୍ୟାମୀନ୍‍ର ସନ୍ତାନଗଣ, ଯଥା, ମଶୁଲ୍ଲମ୍‍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍‍ ଯୋୟେଦ୍‍ର ପୁତ୍ର, ଯୋୟେଦ୍‍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର।
Nínú àwọn ìran Benjamini: Sallu ọmọ Meṣullamu, ọmọ Joẹdi, ọmọ Pedaiah, ọmọ Kolaiah, ọmọ Maaseiah, ọmọ Itieli, ọmọ Jeṣaiah,
8 ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ।
àti àwọn ọmọ-ẹ̀yìn rẹ̀, Gabbai àti Sallai jẹ́ ọ̀rìndínlẹ́gbẹ̀rún ó lé mẹ́jọ ọkùnrin.
9 ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୁୟେର ପୁତ୍ର ଯିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା।
Joẹli ọmọ Sikri ni olórí òṣìṣẹ́ wọn, Juda ọmọ Hasenuah sì ni olórí agbègbè kejì ní ìlú náà.
10 ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବ୍‍ର ପୁତ୍ର ଯିଦୟୀୟ, ଯାଖୀନ୍‍,
Nínú àwọn àlùfáà: Jedaiah; ọmọ Joiaribu; Jakini;
11 ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କୀୟ ମଶୁଲ୍ଲମ୍‍ର ପୁତ୍ର, ମଶୁଲ୍ଲମ୍‍ ସାଦୋକର ପୁତ୍ର, ସାଦୋକ ମରାୟୋତ୍‍ର ପୁତ୍ର, ମରାୟୋତ୍‍ ଅହୀଟୂବ୍‍ର ପୁତ୍ର, ଅହୀଟୂବ୍‍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା।
Seraiah ọmọ Hilkiah, ọmọ Meṣullamu, ọmọ Sadoku, ọmọ Meraioti, ọmọ Ahitubu, àwọn ni olórí tó ń bojútó ilé Ọlọ́run,
12 ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମର ପୁତ୍ର ଅଦାୟା, ସେହି ଯିରୋହମ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍‍ହୂରର ପୁତ୍ର, ପଶ୍‍ହୂର ମଲ୍‍କୀୟର ପୁତ୍ର,
àti àwọn ẹlẹgbẹ́ wọn, ẹni tí ó ń ṣe iṣẹ́ ní tẹmpili jẹ́ ẹgbẹ̀rin ó lé mẹ́rìnlélógún ọkùnrin: Adaiah ọmọ Jerohamu, ọmọ Pelaiah, ọmọ Amisi, ọmọ Sekariah, ọmọ Paṣuri, ọmọ Malkiah,
13 ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍‍ର ପୁତ୍ର ଅମଶୟ, ସେହି ଅସରେଲ୍‍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍‍ର ପୁତ୍ର, ମଶିଲ୍ଲେମୋତ୍‍ ଇମ୍ମେରର ପୁତ୍ର,
àti àwọn ẹlẹgbẹ́ ẹ rẹ̀ tí wọ́n jẹ́ olórí ìdílé jẹ́ òjìlúgba ó lé méjì ọkùnrin: Amaṣai ọmọ Asareeli, ọmọ Ahsai, ọmọ Meṣilemoti, ọmọ Immeri,
14 ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍‍ଦୋଲୀମ୍‌ର ପୁତ୍ର ସବ୍‍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା।
àti àwọn ẹlẹgbẹ́ ẹ rẹ̀ tí wọ́n jẹ́ alágbára ọkùnrin jẹ́ méjìdínláàádóje. Olórí òṣìṣẹ́ ẹ wọn ni Sabdieli ọmọ Hagedolimu.
15 ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍‍ର ପୁତ୍ର ଶମୟୀୟ, ସେହି ହଶୂବ୍‍ ଅସ୍ରୀକାମର ପୁତ୍ର, ଅସ୍ରୀକାମ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;
Láti inú àwọn ọmọ Lefi: Ṣemaiah ọmọ Haṣubu, ọmọ Asrikamu, ọmọ Haṣabiah ọmọ Bunni;
16 ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍‍ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;
Ṣabbetai àti Josabadi, olórí méjì nínú àwọn ọmọ Lefi, àwọn tí ó jẹ́ alábojútó iṣẹ́ tí ó wà ní ẹ̀yìn àgbàlá ilé Ọlọ́run;
17 ଆଉ, ଆସଫର ବଂଶଜାତ ସବ୍‍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍‍ବୁକୀୟ ଦ୍ୱିତୀୟ ଥିଲା; ପୁଣି, ଯିଦୂଥୂନ୍-ବଂଶଜାତ ଗାଲଲ୍‍ର ପୌତ୍ର ଶମ୍ମୂୟର ପୁତ୍ର ଅବ୍‍ଦ।
Mattaniah ọmọ Mika, ọmọ Sabdi, ọmọ Asafu, adarí tí ó ń ṣáájú ìdúpẹ́ àti àdúrà; Bakbukiah ẹnìkejì láàrín àwọn ẹlẹgbẹ́ ẹ rẹ̀; àti Abida ọmọ Ṣammua, ọmọ Galali, ọmọ Jedutuni.
18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।
Àwọn ọmọ Lefi nínú ìlú mímọ́ jẹ́ ọ̀rìnlélúgba ó lé mẹ́rin.
19 ଆହୁରି, ଦ୍ୱାରପାଳ ଅକ୍କୂବ, ଟଲ୍‍ମୋନ ଓ ନଗର-ଦ୍ୱାର ସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ।
Àwọn aṣọ́nà: Akkubu, Talmoni, àti àwọn ẹlẹgbẹ́ ẹ wọn, tí wọ́n máa ń ṣọ́nà jẹ́ méjìléláàádọ́sàn-án ọkùnrin.
20 ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ।
Àwọn tókù nínú àwọn ọmọ Israẹli, pẹ̀lú àwọn àlùfáà àti àwọn ọmọ Lefi, wà ní gbogbo ìlú u Juda, olúkúlùkù lórí ilẹ̀ ìní tirẹ̀.
21 ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ।
Àwọn ìránṣẹ́ tẹmpili ń gbé lórí òkè Ofeli, Siha àti Giṣpa sì ni alábojútó wọn.
22 ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ କଲା।
Olórí òṣìṣẹ́ àwọn ọmọ Lefi ní Jerusalẹmu ní Ussi ọmọ Bani, ọmọ Haṣabiah, ọmọ Mattaniah ọmọ Mika. Ussi jẹ́ ọ̀kan nínú àwọn ìran Asafu tí wọ́n jẹ́ akọrin ojúṣe nínú ìjọ́sìn ní ilé Ọlọ́run.
23 କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା।
Àwọn akọrin wà ní abẹ́ àṣẹ ọba, èyí tí ó n díwọ̀n iṣẹ́ ojoojúmọ́ wọn.
24 ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲ୍‍ର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।
Petahiah ọmọ Meṣesabeli, ọ̀kan nínú àwọn Sera ọmọ Juda ní aṣojú ọba nínú ohun gbogbo tí ó jẹ mọ́ ti àwọn ènìyàn náà.
25 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍‍, କିରୀୟଥ୍‍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍‍ସେଲ ଓ ତହିଁର ଗ୍ରାମରେ;
Fún ìletò pẹ̀lú oko wọn, díẹ̀ nínú àwọn ènìyàn Juda tí ń gbé Kiriati-Arba, àti àwọn ìletò agbègbè e rẹ̀, ní Diboni àti ìletò rẹ̀, ní Jekabseeli.
26 ଆଉ ଯେଶୂୟରେ, ମୋଲାଦାରେ ଓ ବେଥ୍-ପେଲଟରେ;
Ní Jeṣua, ní Molada, ní Beti-Peleti
27 ଆଉ ହତ୍‍ସର-ଶୁୟାଲ୍‍ରେ, ବେର୍‍ଶେବା ଓ ତହିଁର ଉପନଗରରେ;
ní Hasari-Ṣuali, ní Beerṣeba àti àwọn agbègbè rẹ̀.
28 ଆଉ ସିକ୍ଲଗ୍‍ରେ, ମକୋନା ଓ ତହିଁର ଉପନଗରରେ;
Ní Siklagi, ní Mekona àti àwọn ìletò rẹ̀,
29 ଆଉ ଐନ୍‍-ରିମ୍ମୋଣରେ, ସରାୟରେ ଓ ଯର୍ମୂତରେ;
ní Ẹni-Rimoni, ní Sora, ní Jarmatu,
30 ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍‍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହିରୂପେ ସେମାନେ ବେର୍‍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
Sanoa, Adullamu àti àwọn ìletò o wọn, ní Lakiṣi àti àwọn oko rẹ̀, àti ní Aseka àti àwọn ìletò rẹ̀. Bẹ́ẹ̀ ni wọ́n ń gbé láti Beerṣeba títí dé àfonífojì Hinnomu.
31 ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍‍ମସ୍‍ ଓ ଅୟାରେ, ବେଥେଲ୍‍ ଓ ତହିଁର ଉପନଗରରେ;
Àwọn ọmọ Benjamini láti Geba ń gbé ní Mikmasi, Aija, Beteli àti àwọn ìletò rẹ̀.
32 ଅନାଥୋତ୍‍, ନୋବ ଓ ଅନନୀୟାରେ;
Ní Anatoti, Nobu àti Ananiah,
33 ହାସୋର, ରାମା, ଗିତ୍ତୟିମରେ;
ní Hasori Rama àti Gittaimu,
34 ହାଦୀଦ୍‍, ସବୋୟିମ, ନବଲ୍ଲାଟରେ;
ní Hadidi, Seboimu àti Neballati,
35 ଲୋଦ୍‍ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।
ní Lodi àti Ono, àti ní àfonífojì àwọn gbẹ́nàgbẹ́nà.
36 ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ୍ ସହିତ ସଂଯୁକ୍ତ ହେଲେ।
Nínú ìpín àwọn ọmọ Lefi ni Juda tẹ̀dó sí Benjamini.

< ନିହିମୀୟା 11 >