< ନିହିମୀୟା 11 >
1 ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ।
The leaders of the people were already living in Jerusalem. The rest of the people cast lots to bring one out of ten to come and live in Jerusalem, the holy city, while the other nine would stay in their own cities.
2 ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
Everyone praised those who were willing to move to Jerusalem.
3 ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।
This is a list of the leaders of the province who came to live in Jerusalem. (Most of the Israelites lived on their own property in the towns of Judah. This included the priests, the Levites, the Temple servants, and the descendants of Solomon's servants who lived in their home towns.
4 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନ୍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;
However, some of the people of Judah and Benjamin moved to Jerusalem.) From the tribe of Judah: Athaiah the son of Uzziah, son of Zechariah, son of Amariah, son of Shephatiah, son of Mahalalel, of the sons of Perez;
5 ଆଉ, ବାରୂକର ପୁତ୍ର ମାସେୟ, ସେହି ବାରୂକ କଲ୍ହୋଷିର ପୁତ୍ର, କଲ୍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍ର ପୁତ୍ର, ଯୋୟାରୀବ୍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର।
and Maaseiah, son of Baruch, son of Col-hozeh, son of Hazaiah, son of Adaiah, son of Joiarib, son of Zechariah, a descendant of Shelah.
6 ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀରପୁରୁଷ ଯିରୂଶାଲମରେ ବାସ କଲେ।
The total of the sons of Perez who lived in Jerusalem was 468 men of ability.
7 ବିନ୍ୟାମୀନ୍ର ସନ୍ତାନଗଣ, ଯଥା, ମଶୁଲ୍ଲମ୍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍ ଯୋୟେଦ୍ର ପୁତ୍ର, ଯୋୟେଦ୍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର।
From the tribe of Benjamin: Sallu, son of Meshullam, son of Joed, son of Pedaiah, son of Kolaiah, son of Maaseiah, son of Ithiel, son of Jeshaiah,
8 ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ।
and after him Gabbai and Sallai, a total of 928.
9 ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୁୟେର ପୁତ୍ର ଯିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା।
Joel son of Zichri was the officer in charge of them, and Judah son of Hassenuah was in second-in-command of the city.
10 ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବ୍ର ପୁତ୍ର ଯିଦୟୀୟ, ଯାଖୀନ୍,
From the priests: Jedaiah, son of Joiarib, Jachin;
11 ହିଲ୍କୀୟର ପୁତ୍ର ସରାୟ, ସେହି ହିଲ୍କୀୟ ମଶୁଲ୍ଲମ୍ର ପୁତ୍ର, ମଶୁଲ୍ଲମ୍ ସାଦୋକର ପୁତ୍ର, ସାଦୋକ ମରାୟୋତ୍ର ପୁତ୍ର, ମରାୟୋତ୍ ଅହୀଟୂବ୍ର ପୁତ୍ର, ଅହୀଟୂବ୍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା।
Seraiah, son of Hilkiah, son of Meshullam, son of Zadok, son of Meraioth, son of Ahitub, chief administrator of the Temple of God,
12 ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମର ପୁତ୍ର ଅଦାୟା, ସେହି ଯିରୋହମ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍ହୂରର ପୁତ୍ର, ପଶ୍ହୂର ମଲ୍କୀୟର ପୁତ୍ର,
and their fellow priests who served at the Temple, a total of 822; Adaiah son of Jeroham, son of Pelaliah, son of Amzi, son of Zechariah, son of Pashhur, son of Malchijah,
13 ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍ର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍ର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର,
and those who worked with him, family leaders, a total of 242; and Amashsai, son of Azarel, son of Ahzai, son of Meshillemoth, son of Immer,
14 ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମ୍ର ପୁତ୍ର ସବ୍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା।
and those who worked with him, a total of 128 strong warriors. Zabdiel, son of Haggedolim, was in charge of them.
15 ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍ର ପୁତ୍ର ଶମୟୀୟ, ସେହି ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;
From the Levites: Shemaiah, son of Hasshub, son of Azrikam, son of Hashabiah, son of Bunni;
16 ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;
and Shabbethai and Jozabad, Levite leaders who were in charge of the outside work of God's Temple;
17 ଆଉ, ଆସଫର ବଂଶଜାତ ସବ୍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ବୁକୀୟ ଦ୍ୱିତୀୟ ଥିଲା; ପୁଣି, ଯିଦୂଥୂନ୍-ବଂଶଜାତ ଗାଲଲ୍ର ପୌତ୍ର ଶମ୍ମୂୟର ପୁତ୍ର ଅବ୍ଦ।
Mattaniah, son of Mica, son of Zabdi, son of Asaph, who led out in giving thanks and praise; and Bakbukiah, who was second; and Abda, son of Shammua, son of Galal, son of Jeduthun.
18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।
The total number of priests in the holy city was 284.
19 ଆହୁରି, ଦ୍ୱାରପାଳ ଅକ୍କୂବ, ଟଲ୍ମୋନ ଓ ନଗର-ଦ୍ୱାର ସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ।
The gatekeepers: Akkub, Talmon, and their fellow workers, who guarded the gates: a total of 172.
20 ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ।
The other Israelites, with rest of the priests and Levites, lived in their home towns in Judah, each on their own property.
21 ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ।
The Temple servants lived on the hill of Ophel. Ziha and Gishpa were in charge of them.
22 ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ କଲା।
The one in charge of the Levites in Jerusalem was Uzzi, son of Bani, son of Hashabiah, son of Mattaniah, son of Mica, one of Asaph's descendants, the singers who led the service in God's Temple.
23 କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତିଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା।
They had specific orders from the king who had instructed them to perform a daily service.
24 ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲ୍ର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।
Pethahiah, son of Meshezabel, a descendant of Zerah, son of Judah, was the king's advisor on all things relating to the Israelites.
25 ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍, କିରୀୟଥ୍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ;
Regarding the villages with their nearby fields: some of the people of Judah lived in Kiriath-arba, Dibon, and Jekabzeel, and their smaller settlements;
26 ଆଉ ଯେଶୂୟରେ, ମୋଲାଦାରେ ଓ ବେଥ୍-ପେଲଟରେ;
in Jeshua, Moladah, and Beth-pelet;
27 ଆଉ ହତ୍ସର-ଶୁୟାଲ୍ରେ, ବେର୍ଶେବା ଓ ତହିଁର ଉପନଗରରେ;
in Hazar-shual, in Beersheba with its settlements,
28 ଆଉ ସିକ୍ଲଗ୍ରେ, ମକୋନା ଓ ତହିଁର ଉପନଗରରେ;
in Ziklag, in Mekonah and its settlements,
29 ଆଉ ଐନ୍-ରିମ୍ମୋଣରେ, ସରାୟରେ ଓ ଯର୍ମୂତରେ;
in En-rimmon, in Zorah, in Jarmuth,
30 ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହିରୂପେ ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
Zanoah, Adullam, and their villages, Lachish and its fields, and Azekah and its settlements. They lived all the way from Beersheba to the Valley of Hinnom.
31 ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବେଥେଲ୍ ଓ ତହିଁର ଉପନଗରରେ;
The people of Benjamin from Geba lived in Michmash, Aija, and Bethel and its settlements,
32 ଅନାଥୋତ୍, ନୋବ ଓ ଅନନୀୟାରେ;
in Anathoth, Nob, Ananiah,
33 ହାସୋର, ରାମା, ଗିତ୍ତୟିମରେ;
Hazor, Ramah, Gittaim,
34 ହାଦୀଦ୍, ସବୋୟିମ, ନବଲ୍ଲାଟରେ;
Hadid, Zeboim, Neballat,
35 ଲୋଦ୍ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।
Lod, Ono, and in the Valley of Craftsmen.
36 ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ୍ ସହିତ ସଂଯୁକ୍ତ ହେଲେ।
Some divisions of the Levites of Judah also settled in Benjamin.