< ନାହୂମ 3 >

1 ସେହି ରକ୍ତପାତୀ ନଗର ସନ୍ତାପର ପାତ୍ର! ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ, ସେ ଲୁଣ୍ଠନ କରିବା ଛାଡେ ନାହିଁ।
Ègbé ni fún ìlú ẹ̀jẹ̀ nì, gbogbo rẹ̀ kún fún èké, ó kún fún olè, ìjẹ kò kúrò!
2 କୋରଡ଼ାର ଶବ୍ଦ, ଚକ୍ରସମୂହର ଘର ଘର ଶବ୍ଦ; ନାଚିବା ଅଶ୍ୱଗଣ ଓ କୁଦିବା ରଥ;
Ariwo pàṣán àti ariwo kíkùn kẹ̀kẹ́ ogun àti jíjó ẹṣin àti gbígbọn kẹ̀kẹ́ ogun jìgìjìgì!
3 ଅଶ୍ୱାରୋହୀ ଆରୋହଣ କରିବାର, ଆଉ ଚକ୍‍ଚକ୍ ଖଡ୍ଗ ଓ ଝଲମଲ ବର୍ଚ୍ଛା; ପୁଣି, ଅପାର ହତ ଲୋକ ଓ ଶବର ଏକ ମହାଢିପି; ଆଉ, ଶବ ସଂଖ୍ୟାର ସୀମା ନାହିଁ; ସେମାନଙ୍କ ଶବ ଉପରେ ଲୋକେ ଝୁଣ୍ଟି ପଡ଼ନ୍ତି;
Ológun orí ẹṣin ń fi ìgbónára ju idà wọn mọ̀nàmọ́ná ọ̀kọ̀ rẹ̀ ti ń dán yanran sí òkè! Ọ̀pọ̀lọpọ̀ si ní àwọn ẹni tí a pa, àti ọ̀pọ̀lọpọ̀ òkú; òkú kò sì ni òpin; àwọn ènìyàn sì ń kọsẹ̀ lára àwọn òkú.
4 ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ୱାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ।
Nítorí ọ̀pọ̀lọpọ̀ panṣágà àgbèrè tí ó rójú rere gbà, ìyá àjẹ́ tí ó ṣọ́ àwọn Orílẹ̀-èdè di ẹrú nípa àgbèrè rẹ̀ àti àwọn ìdílé nípa ìṣe àjẹ́ rẹ̀.
5 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା, ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲଙ୍ଗତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା।
“Èmi dojúkọ ọ́,” ni Olúwa àwọn ọmọ-ogun wí. “Èmi ó si ká aṣọ àwọ̀tẹ́lẹ̀ rẹ ní ojú rẹ. Èmi yóò sì fi ìhòhò rẹ̀ han àwọn orílẹ̀-èdè àti ìtìjú rẹ̀ han àwọn ilẹ̀ ọba.
6 ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ ଉପହାସର ବିଷୟ କରିବା।
Èmi yóò da ẹ̀gbin tí ó ni ìríra sí ọ ní ara, èmi yóò sì sọ ọ́ di aláìmọ́, èmi yóò sì sọ ọ́ di ẹlẹ́yà.
7 ପୁଣି, ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ, ସେମାନେ ସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନୀନିବୀ ଧ୍ୱଂସ ହୋଇଅଛି; ତାହା ବିଷୟରେ କିଏ ବିଳାପ କରିବ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ୱନାକାରୀଗଣ କେଉଁଠାରେ ଖୋଜିବା?
Gbogbo àwọn tí ó ba sì wò ọ́ yóò sì káàánú fún ọ, wọn yóò sì wí pé, ‘Ninefe ṣòfò, ta ni yóò kẹ́dùn rẹ?’ Níbo ni èmi o ti wá olùtùnú fún ọ?”
8 ଯେଉଁ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା; ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା, ଏପରି ନୋ-ଆମୋନଠାରୁ ତୁମ୍ଭେ କି ଶ୍ରେଷ୍ଠ?
Ǹjẹ́ ìwọ ha sàn ju Tebesi lọ, èyí tí ó wà ní ibi odò Naili, tí omi sì yí káàkiri? Odò náà sì jẹ́ ààbò rẹ̀, omi si jẹ́ odi rẹ̀.
9 କୂଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟ୍‍ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।
Etiopia àti Ejibiti ni agbára rẹ, kò sí ní òpin; Puti àti Libia ni àwọn olùgbèjà rẹ̀.
10 ତଥାପି ସେ ନିର୍ବାସିତା ହେଲା, ସେ ବନ୍ଦୀତ୍ୱ ସ୍ଥାନକୁ ଗଲା; ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥ ମୁଣ୍ଡରେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେଲେ; ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ଆଉ ତାହାର ବଡ଼ ଲୋକ ସମସ୍ତେ ଶିକୁଳିରେ ବନ୍ଧା ହେଲେ।
Síbẹ̀síbẹ̀ a kó o ní ìgbèkùn o sì lọ sí oko ẹrú. Àwọn ọmọ wẹ́wẹ́ rẹ̀ ni a ó fọ́ mọ́lẹ̀ ní orí ìta gbogbo ìgboro. Wọ́n sì di ìbò nítorí àwọn ọlọ́lá rẹ̀ ọkùnrin, gbogbo àwọn ọlọ́lá rẹ ni a sì fi ẹ̀wọ̀n dè.
11 ତୁମ୍ଭେ ମଧ୍ୟ ମତ୍ତ ହେବ, ତୁମ୍ଭେ ଲୁଚାଯିବ; ଆହୁରି ତୁମ୍ଭେ ଶତ୍ରୁ ସକାଶୁ ଦୃଢ଼ ଗଡ଼ ଅନ୍ୱେଷଣ କରିବ।
Ìwọ pẹ̀lú yóò sì mu àmupara; a ó sì fi ọ́ pamọ́ ìwọ pẹ̀lú yóò máa ṣe àfẹ́rí ààbò nítorí ti ọ̀tá náà.
12 ତୁମ୍ଭର ଦୁର୍ଗସବୁ ଆଦ୍ୟପକ୍ୱ ଫଳବିଶିଷ୍ଟ ଡିମ୍ବିରି ବୃକ୍ଷମାନର ତୁଲ୍ୟ ହେବେ; ସେହି ସବୁ ହଲା ଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ।
Gbogbo ilé ìṣọ́ agbára rẹ yóò dàbí igi ọ̀pọ̀tọ́ pẹ̀lú àkọ́pọ́n èso wọn; nígbà tí wọ́n bá ń gbọ̀n wọ́n, ọ̀pọ̀tọ́ yóò sì bọ́ sí ẹnu àwọn ọ̀jẹun.
13 ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ପରି ଅଟନ୍ତି; ତୁମ୍ଭ ଦେଶର ନଗରଦ୍ୱାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖାଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି।
Kíyèsi gbogbo àwọn jagunjagun! Obìnrin ni gbogbo wọn. Ojú ibodè rẹ ní a ó ṣí sílẹ̀ gbagada, fún àwọn ọ̀tá rẹ; iná yóò jó ọ̀pá ìdábùú ìlẹ̀kùn ibodè rẹ.
14 ଅବରୋଧର ସମୟ ନିମନ୍ତେ ଜଳ କାଢ଼ି ଆଣ, ତୁମ୍ଭର ଦୁର୍ଗସବୁ ଦୃଢ଼ କର; କାଦୁଅକୁ ଯାଇ ମାଟି ଚକଟ, ଇଟା ଭାଟି ଦୃଢ଼ କର।
Pọn omi nítorí ìhámọ́, mú ilé ìṣọ́ rẹ lágbára sí i wọ inú amọ̀ kí o sì tẹ erùpẹ̀, kí ó sì tún ibi tí a ti ń sun bíríkì-amọ̀ ṣe kí ó le.
15 ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ; ଖଡ୍ଗ ତୁମ୍ଭକୁ ଛେଦନ କରିବ, ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ; ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁସଂଖ୍ୟକ କର, ପଙ୍ଗପାଳ ପରି ଆପଣାକୁ ବହୁସଂଖ୍ୟକ କର।
Níbẹ̀ ni iná yóò ti jó ọ́ run; idà yóò sì ké ọ kúrò, yóò sì jẹ ọ́ bí i kòkòrò, yóò sì sọ ara rẹ̀ di púpọ̀ bí i tata, àní, di púpọ̀ bí eṣú!
16 ତୁମ୍ଭେ ଆକାଶର ତାରାଗଣ ଅପେକ୍ଷା ଆପଣା ବଣିକଗଣର ସଂଖ୍ୟା ବୃଦ୍ଧି କରିଅଛ; ପତଙ୍ଗ ନଷ୍ଟ କରି ଉଡ଼ିଯାଏ।
Ìwọ ti sọ àwọn oníṣòwò rẹ di púpọ̀ títí wọn yóò fi pọ̀ ju ìràwọ̀ ojú ọ̀run lọ, ṣùgbọ́n bi eṣú ni wọn yóò sọ ilẹ̀ náà di ahoro, wọn yóò sì fò lọ.
17 ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଦଳ ପରି, ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି, ମାତ୍ର ସୂର୍ଯ୍ୟ ଉଦୟ ହେଲେ ଉଡ଼ି ପଳାନ୍ତି, ଆଉ ସେମାନେ କେଉଁଠାରେ ଥାʼନ୍ତି, ତାହା ଜଣାଯାଏ ନାହିଁ।
Àwọn aládé rẹ̀ dàbí eṣú, àwọn ọ̀gágun rẹ dàbí ẹlẹ́ǹgà ńlá, èyí tí ń dó sínú ọgbà ni ọjọ́ òtútù, ṣùgbọ́n nígbà tí oòrùn jáde, wọ́n sálọ, ẹnìkan kò sì mọ ibi tí wọ́n gbé wà.
18 ହେ ଅଶୂରର ରାଜା, ତୁମ୍ଭର ପଲରକ୍ଷକମାନେ ଘୁମାଉଅଛନ୍ତି; ତୁମ୍ଭର ପ୍ରତାପାନ୍ୱିତ ଲୋକମାନେ ବିଶ୍ରାମ କରୁଅଛନ୍ତି; ତୁମ୍ଭର ଲୋକମାନେ ପର୍ବତଗଣ ଉପରେ ଛିନ୍ନଭିନ୍ନ ହୋଇଅଛନ୍ତି। ଆଉ, ସେମାନଙ୍କୁ ସଂଗ୍ରହ କରିବାକୁ କେହି ନାହିଁ।
Ìwọ ọba Asiria, àwọn olùṣọ́-àgùntàn rẹ̀ ń tòògbé; àwọn ọlọ́lá rẹ dùbúlẹ̀ láti sinmi. Àwọn ènìyàn rẹ fọ́nká lórí àwọn òkè ńlá, tí ẹnikẹ́ni kò sì kó wọn jọ.
19 ତୁମ୍ଭ ଆଘାତର ଉପଶମ ନାହିଁ; ତୁମ୍ଭର କ୍ଷତ ବ୍ୟଥାଜନକ; ଯେଉଁମାନେ ତୁମ୍ଭ ବିଷୟକ ସମ୍ବାଦ ଶୁଣନ୍ତି, ସେମାନେ ସମସ୍ତେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ?
Kò sì sí ohun tí ó lè wo ọgbẹ́ ẹ̀ rẹ sàn; ọgbẹ́ rẹ kún fún ìrora, Gbogbo ẹni tí ó bá sì gbọ́ ìròyìn rẹ yóò pàtẹ́wọ́ lé ọ lórí, nítorí ta ni kò ní pín nínú ìwà búburú rẹ ti kò ti lópin.

< ନାହୂମ 3 >