< ମୀଖା 6 >
1 ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ; ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ।
Ẹ fi etí sí ohun tí Olúwa wí: “Dìde dúró, bẹ ẹ̀bẹ̀ fún ẹjọ́ rẹ níwájú òkè ńlá; sì jẹ́ kí àwọn òkè kéékèèké gbọ́ ohun tí ó fẹ́ wí.
2 ହେ ପର୍ବତଗଣ, ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ।
“Gbọ́, ìwọ òkè ńlá, ẹ̀sùn Olúwa; gbọ́, ìwọ ìpìlẹ̀ ilé ayérayé. Nítorí Olúwa ń bá àwọn ènìyàn rẹ̀ wíjọ́; òun yóò sì bá Israẹli rojọ́.
3 “ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ? ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ? ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ।
“Ẹ̀yin ènìyàn mi, kí ni mo ṣe fún yín? Àti nínú kí ni mo ti dá yin lágara? Dá mi lóhùn.
4 ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ।
Nítorí èmi mú un yín gòkè láti ilẹ̀ Ejibiti wá, mo sì rà yín padà láti ilẹ̀ ẹrú wá. Mo rán Mose láti darí yín, bákan náà mo rán Aaroni àti Miriamu síwájú rẹ̀.
5 ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ କି ମନ୍ତ୍ରଣା କରିଥିଲା ଓ ବିୟୋରର ପୁତ୍ର ବିଲୀୟମ୍ ତାହାକୁ କି ଉତ୍ତର ଦେଇଥିଲା, ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍ଗଲ୍ ପର୍ଯ୍ୟନ୍ତ ସ୍ମରଣ କର, ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।”
Ìwọ ènìyàn mi, rántí ohun tí Balaki ọba Moabu gbèrò àti ohun tí Balaamu ọmọ Beori dáhùn. Rántí ìrìnàjò rẹ̀ láti Ṣittimu dé Gilgali, kí ìwọ ba le mọ òdodo Olúwa.”
6 “ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା ଓ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବା? ଆମ୍ଭେ କି ହୋମବଳି ରୂପେ ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା?
Kí ni èmi yóò ha mú wá síwájú Olúwa tí èmi ó fi tẹ ara mi ba níwájú Ọlọ́run gíga? Kí èmi ha wá sí iwájú rẹ̀ pẹ̀lú ọrẹ ẹbọ sísun, pẹ̀lú ọmọ màlúù ọlọ́dún kan?
7 ସହସ୍ର ସହସ୍ର ମେଷରେ ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ? ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?”
Ǹjẹ́ Olúwa yóò ní inú dídùn sí ẹgbẹgbàarùn-ún àgbò, tàbí sí ẹgbẹ̀rún mẹ́wàá ìṣàn òróró? Èmi yóò ha fi àkọ́bí mi sílẹ̀ fún ìré-òfin-kọjá mi, èso inú ara mi fún ẹ̀ṣẹ̀ ọkàn mi?
8 ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
Ó ti fihàn ọ́, ìwọ ènìyàn, ohun tí ó dára, àti ohun tí Olúwa ń béèrè lọ́wọ́ rẹ? Bí kò ṣe láti ṣe òtítọ́, kí o sì fẹ́ràn àánú, àti kí o rìn ní ìrẹ̀lẹ̀ pẹ̀lú Ọlọ́run rẹ̀.
9 ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ। ତୁମ୍ଭେମାନେ ଦଣ୍ଡ ଓ ତନ୍ନିରୂପଣକାରୀଙ୍କୁ ମାନ।
Gbọ́! Ohùn Olúwa kígbe sí ìlú ńlá náà, láti jẹ ọlọ́gbọ́n ni láti bẹ̀rù orúkọ rẹ. “Ẹ kíyèsi ọ̀pá rẹ̀ gbọ́ ọ̀pá àti Ẹni náà tí ó yàn án.
10 ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର ଓ ଘୃଣାଯୋଗ୍ୟ ସାନ ଐଫା ଅଛି?
Ǹjẹ́ ìṣúra ìwà búburú ha wà ní ilé ènìyàn búburú síbẹ̀, àti òsùwọ̀n àìkún tí ó jẹ́ ohun ìbínú?
11 ଆମ୍ଭେ କି ଦୁଷ୍ଟତାର ନିକ୍ତିରେ ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା।
Ǹjẹ́ èmi ha lè kà wọ́n sí mímọ́ pẹ̀lú òsùwọ̀n búburú, pẹ̀lú àpò òsùwọ̀n ẹ̀tàn?
12 ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ।
Àwọn ọlọ́rọ̀ inú rẹ̀ kún fún ìwà ipá; àwọn tí ń gbé inú rẹ̀ ti ọ̀rọ̀ èké àti ahọ́n wọn ń sọ ẹ̀tàn?
13 ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ; ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ।
Nítorí náà ni èmi yóò ṣe mú ọ ṣàìsàn ní lílù ọ́, láti sọ ọ́ dahoro nítorí ẹ̀ṣẹ̀ rẹ.
14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା।
Ìwọ yóò jẹun ṣùgbọ́n kì yóò yó; ìyàn yóò wà láàrín rẹ. Ìwọ yóò kó pamọ́, ṣùgbọ́n ìwọ kì yóò lò láìléwu, nítorí ohun tí ìwọ kò pamọ́ ni èmi yóò fi fún idà.
15 ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; ତୁମ୍ଭେ ଜୀତଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ।
Ìwọ yóò gbìn ṣùgbọ́n ìwọ kì yóò kórè ìwọ yóò tẹ olifi, ṣùgbọ́n ìwọ kì yóò fi òróró rẹ̀ kún ara rẹ; ìwọ yóò tẹ èso àjàrà, ṣùgbọ́n ìwọ kì yóò mu wáìnì.
16 କାରଣ ଅମ୍ରିଙ୍କର ବିଧି ଓ ଆହାବ-ବଂଶର କ୍ରିୟାସକଳ ପାଳନ କରାଯାଉଅଛି ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା ଓ ତହିଁର ନିବାସୀମାନଙ୍କୁ ଶୀସ୍ ଶବ୍ଦର ବିଷୟ କରିବା; ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ।
Nítorí tí ìwọ ti pa òfin Omri mọ́, àti gbogbo iṣẹ́ ilé Ahabu, tí ó sì ti tẹ̀lé ìmọ̀ràn wọn, nítorí náà ni èmi yóò ṣe mú ọ fún ìparun àti àwọn ènìyàn rẹ fún ìfiṣe ẹlẹ́yà; ìwọ yóò sì ru ẹ̀gàn àwọn ènìyàn mi.”