< ମାଥିଉ 9 >

1 ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ।
ୟୀଶୁ ଲାଉକାରେ ଦେଏଃୟାନ୍ତେ ଦରେୟା ପାରମ୍‌କେଦ୍‌ତେ ଆୟାଃ ସାହାର୍‌ତେ ହିଜୁଃରୁହାଡ଼୍‌ୟାନାଏ ।
2 ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।”
ନେଲେପେ, ମିଆଁଦ୍‌ ବାତ୍‌କାନ୍‌ ହଡ଼କେ ପାର୍‌କମ୍‌ରେ ବାଟିୟାକାନ୍‌ଗି ୟୀଶୁତାଃ ଗଅଃ ଆଉକିୟାକ । ୟୀଶୁ ଇନ୍‌କୁଆଃ ବିଶ୍ୱାସ୍‌ ନେଲ୍‌କେଦ୍‌ତେ ଏନ୍‌ ବାତ୍‌କାନ୍‌ନିଃକେ କାଜିକିୟା, “ଏ ହନ୍‌ ଆଲମ୍‌ ବରଏୟା! ଆମାଃ ପାପ୍‌କ ଛାମାୟାନା ।”
3 ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ବର ନିନ୍ଦା କରୁଅଛି।
ଏନ୍ତେ ଆଇନ୍‌ ଇତୁକଏତେ ଚିମିନ୍‌କ ଆକ ଆକରେକ କାଜିକେଦା, “ନେ ହଡ଼ ପାର୍‌ମେଶ୍ୱାର୍‌କେ ନିନ୍ଦାଇତାନା ।”
4 ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ?
ୟୀଶୁ ଇନ୍‌କୁଆଃ ମନ୍‌ରେୟାଃ ଉଡ଼ୁଃ ଆଟ୍‌କାର୍‌କେଦ୍‌ତେ ମେତାଦ୍‌କଆ, “ଆପେ ଚିକାନାଙ୍ଗ୍‌ ଆପେୟାଃ ମନ୍‌ରେ ଏତ୍‌କାନାଃପେ ଉଡ଼ୁଃତାନା?
5 କାରଣ କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା’ ବୋଲି କହିବା, ବା, ‘ଉଠ, ଚାଲ’ ବୋଲି କହିବା?
ଅକ୍‌ନାଃ ରାୱାଲାଃ? ‘ପାପ୍‌ ତାମାଃକ ଛାମାୟାନା’ ମେନ୍ତେ କାଜିତେୟାଃ ରାୱାଲାଃ ଚି ‘ବିରିଦ୍‌ମେ ଆଡଃ ସେନେମେ’ ମେନ୍ତେ କାଜିତେୟାଃ?
6 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ।”
ମେନ୍‌ଦ ନେ ଅତେରେ ପାପ୍‌ ଛାମାରେୟାଃ ଆକ୍‌ତେୟାର୍‌ ମାନୱାହନ୍‌ଆଃ ମେନାଃ,” ଏନା ଆପେ ସାରିଦାଡ଼ିପେ ମେନ୍ତେ ଇନିଃ ଏନ୍‌ ବାତ୍‌କାନ୍‌ନିଃକେ କାଜିକିୟା, “ମାର୍‌ ବିରିଦ୍‌ମେ ଆଡଃ ପାର୍‌କମ୍‌ତାମାଃ ଗଅଃକେଦ୍‌ତେ ଆମାଃ ଅଡ଼ାଃତେ ସେନଃମେ ।”
7 ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା।
ଇନିଃ ବିରିଦ୍‌ୟାନ୍ତେ ଅଡ଼ାଃତେ ସେନଃୟାନା ।
8 ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ବର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ।
ନେଆଁଁ ନେଲ୍‌କେଦ୍‌ତେ ପୁରାଃ ହଡ଼କ ବରକେଦାକ ଆଡଃ ପାର୍‌ମେଶ୍ୱାର୍‌, ହଡ଼କକେ ନେ ଲେକାନ୍‌ ଆକ୍‌ତେୟାର୍‌ ଏମାକାଦ୍‌କ ନାଗେନ୍ତେ ପାର୍‌ମେଶ୍ୱାର୍‌କେ ମାରାଙ୍ଗ୍‌କିୟାକ ।
9 ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
ୟୀଶୁ ଏନ୍ତାଃ ବାଗିକେଦ୍‌ତେ ସେନଃତାନ୍‌ ଇମ୍‌ତା ମାଥିଉ ନୁତୁମ୍‌ ମିଆଁଦ୍‌ ହଡ଼କେ ମାଲ୍‌ହାରମ୍‌ ଠାୟାଦ୍‌ରେ ଦୁବାକାନ୍‌ ନେଲ୍‌କେଦ୍‌ତେ ଇନିଃକେ କାଜିକିୟା, “ଦେଲା ଅତଙ୍ଗ୍‌ଇଙ୍ଗ୍‌ମେ ।” ଏନ୍ତେ ମାଥିଉ ବିରିଦ୍‌କେଦ୍‌ତେ ଇନିଃକେ ଅତଙ୍ଗ୍‌କିୟା ।
10 ଆଉ ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ।
୧୦ୟୀଶୁ, ମାଥିଉଆଃ ଅଡ଼ାଃରେ ଜମ୍‌ ଦୁବାକାନ୍‌ ତାଇକେନ୍‌ ଇମ୍‌ତା, ପୁରାଃ ମାଲ୍‌ହାରମ୍‌କ ଆଡଃ ପାପିକ ହିଜୁଃକେଦ୍‌ତେ, ୟୀଶୁଲଃ ଆଡଃ ଆୟାଃ ଚେଲାକଲଃକ ଦୁବ୍‍ ମେସାୟାନା ।
11 ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି?”
୧୧ଫାରୁଶୀକ ନେଆଁଁ ନେଲ୍‌କେଦ୍‌ତେ ଇନିୟାଃ ଚେଲାକକେ କୁଲିକେଦ୍‌କଆକ, “ଆପେୟାଃ ଗୁରୁ ଚିକାନାଙ୍ଗ୍‌ ମାଲ୍‌ହାରମ୍‌କଲଃ ଆଡଃ ପାପିକଲଃ ଜମ୍‌ତାନାଏ?”
12 କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି।
୧୨ୟୀଶୁ ନେଆଁଁ ଆୟୁମ୍‌କେଦ୍‌ତେ କାଜିରୁହାଡ଼୍‌କେଦ୍‌କଆ, “ବୁଗିନ୍‌ ହଡ଼କ ନାଗେନ୍ତେ ମେନ୍ତେଦ କାହା ମେନ୍‌ଦ ହାସୁତାନ୍‌କ ନାଗେନ୍ତେ ବାଇଦ୍‌ ଲାଗାତିଙ୍ଗ୍‌ୟାଁଃ ।
13 କିନ୍ତୁ ‘ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ,’ ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
୧୩ମେନ୍‌ଦ ଆପେ ସେନଃପେ ଆଡଃ ‘ଆଇଙ୍ଗ୍‌ ଦାଣେଁରାକାବ୍‌ କାହାଗି ମେନ୍‌ଦ ଲିବୁଇଙ୍ଗ୍‌ ସୁକୁତାନା’ ନେ କାଜିରେୟାଃ ମୁଣ୍ଡି ଇତୁନ୍‌ପେ, ଚିୟାଃଚି ଆଇଙ୍ଗ୍‌ ଧାର୍‌ମାନ୍‌ ହଡ଼କକେ କେଡ଼ା ନାଗେନ୍ତେଦ କା ମେନ୍‌ଦ ପାପିକକେ କେଡ଼ା ନାଗେନ୍ତେଇଙ୍ଗ୍‌ ହିଜୁଆକାନା ।”
14 ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
୧୪ଏନ୍ତେ ବାପ୍ତିସ୍ମା ଏମଃନିଃ ଯୋହାନ୍‌ଆଃ ଚେଲାକ ୟୀଶୁତାଃତେ ହିଜୁଃକେଦ୍‌ତେ କୁଲିକିୟାକ, “ଆଲେ ଆଡଃ ଫାରୁଶୀକ କାଟାବ୍‌ ରିକାଃଲେ, ମେନ୍‌ଦ ଆମାଃ ଚେଲାକ ଚିନାଃମେନ୍ତେ କାକ କାଟାବାଃ?”
15 ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରିପାରନ୍ତି? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ।
୧୫ୟୀଶୁ ଇନ୍‌କୁକେ ମେତାଦ୍‌କଆ, “ଆଣ୍‌ଦିଅଡ଼ାଃରେ ବାଲାକଲଃ ଦୁହ୍ଲାକଡ଼ା ତାଇନଃ ଜାକେଦ୍‌ ଚିୟାଃ ଇନ୍‌କୁ ରେଙ୍ଗେଃ କାଟାବ୍‌ଗି ତାଇନାଃକ? କାହାଗି, ଏନ୍‌କାଦ କା ହବାଅଆଃ । ମେନ୍‌ଦ ନେଡା ତେବାଗାଃ, ଦୁହ୍ଲାକଡ଼ାକେ ଇନ୍‌କୁତାଃଏତେ ଇଦିୟଃଆ, ଏନ୍‌ ଦିପିଲିରେ ଇନ୍‌କୁ କାଟାବେୟାକ ।
16 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ।
୧୬“ଜେତାଏ ନାୱା ଲିଜାଃରାଃ କେଚାଃ ମାରି ଲିଜାଃରେ ଜଡ଼ାଇକେଦ୍‌ତେ କାକ ତୁନାୟା, ଚିୟାଃଚି ନାୱା ଲିଜାଃରାଃ କେଚାଃ ମାରି ଲିଜାଃଏତେ ଆଡଃଗି ଚେଚାଃ ଇଦିୟାଏ, ଆଡଃ ଏନ୍‌ ଚେଚାଃ ସିଦାଏତେ ଆଡଃଗି ମାରାଙ୍ଗ୍‌ ଇଦିୟଃଆ ।
17 ଆଉ ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି, ଉଭୟ ରକ୍ଷା ପାଏ।”
୧୭ଆଡଃ ହଡ଼କ ନାୱା ଦାଖ୍‌ରାସିକେ ମାରି ଉହୁର୍‌ତୁମ୍ବାରେ ଜେତାଏ କାକ ଦୁଲ୍‌ପେରେଜେୟା, ଚିୟାଃଚି ଦାଖ୍‌ରାସି ଉହୁର୍‌ତୁମ୍ବାକେ ଅଡ଼େଃତାଃଏ ଆଡଃ ଦାଖ୍‌ରାସି ଲିଙ୍ଗି ଏଣ୍ଡାଗଃଆ, ଏନାମେନ୍ତେ ହଡ଼କ ନାୱା ଦାଖ୍‌ରାସିକେଦ ନାୱା ଉହୁର୍‌ତୁମ୍ବାରେ ପେରେଜାଃକ, ଆଡଃ ବାରାନାଃ ଦହ ଜାତାନଃଆ ।”
18 ଯୀଶୁ ସେମାନଙ୍କୁ ଏହିସବୁ କଥା କହିବା ସମୟରେ, ଦେଖ, ଜଣେ ଅଧ୍ୟକ୍ଷ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲେ, ମୋହର ଝିଅଟି ଏହିକ୍ଷଣି ମରିଗଲା, କିନ୍ତୁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ, ଆଉ ସେ ବଞ୍ଚିବ।
୧୮ୟୀଶୁ ଇନ୍‌କୁକେ ନେଆଁଁ କାଜିୟାକ ତାଇକେନ୍‌ ଇମ୍‌ତା, ଯିହୁଦୀକଆଃ ମିଆଁଦ୍‌ ଆଗୁଆଇ ଇନିଃତାଃ ହିଜୁଃକେଦ୍‌ତେ ଆୟାଃ ଆୟାର୍‌ରେ ଇକ୍‌ଡ଼ୁମ୍‌ୟାନା ଆଡଃ କାଜିକିୟାଏ, “ହନିଙ୍ଗ୍‌କୁଡ଼ି ନାହାଁଃଗି ଟୁଣ୍ଡୁକେଦା । ଇନିଃ ଚିଲ୍‌କା ବାଞ୍ଚାଅଃଆଏ, ଏନାମେନ୍ତେ ହିଜୁଃମେ, ଆଡଃ ଇନିୟାଃ ଚେତାନ୍‌ରେ ତିଃଇ ଦହେମେ ।”
19 ସେଥିରେ ଯୀଶୁ ଉଠି ଆପଣା ଶିଷ୍ୟମାନଙ୍କ ସହିତ ତାହାଙ୍କ ପଛରେ ଗଲେ।
୧୯ଏନ୍ତେ ୟୀଶୁ ବିରିଦ୍‌କେଦ୍‌ତେ ଆୟାଃ ଚେଲାକଲଃ ଏନ୍‌ ହାକିମ୍‌କେ ଅତଙ୍ଗ୍‌କିୟାକ ।
20 ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା,
୨୦ଆଡଃ ବାରା ବାରାଷ୍‌ଏତେ ମାୟୋମ୍‌ଲିଙ୍ଗି ଦୁକୁରେ ଦୁକୁତାନ୍‌ ମିଆଁଦ୍‌ କୁଡ଼ି ଦୟାହରା ହିଜୁଃକେଦ୍‌ତେ ୟୀଶୁଆଃ ଲିଜାଃରାଃ ଆଚ୍‌ରା ଜୁଟିଦ୍‌କେଦାଏ ।
21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
୨୧ଚିୟାଃଚି ଇନିଃ ଆୟାଃ ମନ୍‌ରେ “ଇନିୟାଃ ଲିଜାଃ ଏସ୍‌କାର୍‌ ଜୁଟିଦ୍‌ତାରେଦ ଆଇଙ୍ଗ୍‌ ବୁଗିକଆଇଙ୍ଗ୍‌” ମେନ୍ତେ ଉଡ଼ୁଃତାନ୍‌ ତାଇକେନାଏ ।
22 କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, “ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି।” ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।
୨୨ମେନ୍‌ଦ ୟୀଶୁ ହେତାରୁହାଡ଼୍‌କେଦ୍‌ତେ ଇନିଃକେ ନେଲ୍‌କିଃତେ କାଜିକିୟା, “ଏ ମାଈ, ଆଲମ୍‌ ବରଏୟା, ବିଶ୍ୱାସ୍‌ ତାମାଃ ବୁଗିୟାକାଦ୍‌ମେଁୟାଏ ।” ଏନ୍‌ ନେଡାରେଗି ଏନ୍‌ କୁଡ଼ି ବୁଗିୟାନା ।
23 ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, “ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି”
୨୩ଏନ୍ତେ ୟୀଶୁ ଏନ୍‌ ଆଗୁଆଇରାଃ ଅଡ଼ାଃତେ ହିଜୁଃକେଦ୍‌ତେ ଗନଏଃରାଃ ମୁର୍‌ଲିସାଡ଼ି ହଡ଼କକେ ଆଡଃ ହାଲାଗୁଲାତାନ୍‌ ହଡ଼କକେ ନେଲ୍‌କେଦ୍‌ତେ,
24 ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
୨୪ଇନିଃ ମେତାଦ୍‌କଆଏ, “ବାହାରି ଅଡଙ୍ଗ୍‌ଅଃପେ କୁଡ଼ିହନ୍‌ଦ କାଏ ଗଏଃକାନା, ମେନ୍‌ଦ ଦୁଡ଼ୁମ୍‌ତାନାଏ ।” ଏନ୍ତେ ଇନ୍‌କୁ ଇନିଃକେ ଲାନ୍ଦାକିୟାକ ।
25 କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା।
୨୫ମେନ୍‌ଦ ପୁରାଃ ହଡ଼କକେ ଅଡଙ୍ଗ୍‌କେଦ୍‌ତେ, ଇନିଃ ଭିତାର୍‌ତେ ବଲୟାନା ଏନ୍ତେ କୁଡ଼ି ହନ୍‌ରାଃ ତିଃଇ ସାବ୍‌କେଦାଏ, ଆଡଃ କୁଡ଼ି ହନ୍‌ ବିରିଦ୍‌ୟାନାଏ ।
26 ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା।
୨୬ଆଡଃ ନେ କାଜି ଏନ୍‌ ଗଟା ଦିଶୁମ୍‌ ଆୟୁମ୍‌ୟାନା ।
27 ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
୨୭ୟୀଶୁ ଏନ୍ତାଃଏତେ ସେନଃତାନ୍‌ ତାଇକେନ୍‌ ଇମ୍‌ତା ବାର୍‌ହଡ଼୍‌ କା ନେଲ୍‌ଦାଡ଼ିକିନ୍‌ ଇନିୟାଃ ଦୟାଦୟାତେ ଅତଙ୍ଗ୍‌କିଃତେ କାଉରିକେଦାକିନ୍‌, “ହେ ଦାଉଦ୍‌ଆଃ ହନ୍‌, ଆଲିଙ୍ଗ୍‌କେ ଦାୟାଲିଙ୍ଗ୍‌ମେ ।”
28 ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେ ଏହା କରିପାରେ, ତାହା କି ବିଶ୍ୱାସ କରୁଅଛ?” ସେମାନେ କହିଲେ ହଁ, ପ୍ରଭୁ।
୨୮ୟୀଶୁ ଅଡ଼ାଃତେ ବଲୟାନ୍‌ଚି, ଏନ୍‌ କା ନେଲ୍‌ଦାଡ଼ିକିନ୍‌ ଇନିଃତାଃତେ ହିଜୁଃୟାନାକିନ୍‌ ଆଡଃ ୟୀଶୁ ଇନ୍‌କିନ୍‌କେ କୁଲିକେଦ୍‌କିନା, “ଆଇଙ୍ଗ୍‌ ଆବେନ୍‌କେ ବୁଗି ଦାଡ଼ିୟାଇଙ୍ଗ୍‌ ମେନ୍ତେ ଚିନାଃ ଆବେନ୍‌ ବିଶ୍ୱାସ୍‌ତାନାବେନ୍‌?” ଇନ୍‌କିନ୍‌ କାଜିରୁହାଡ଼୍‌କିୟା, “ହେଗି, ପ୍ରାଭୁ ।”
29 ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ।”
୨୯ଏନ୍ତେ ୟୀଶୁ ଇନ୍‌କିନାଃ ମେଦ୍‌କେ ଜୁଟିଦ୍‌କେଦ୍‌ତେ ମେତାଦ୍‌କିନା, “ଆବେନାଃ ବିଶ୍ୱାସ୍‌ ଲେକା ହବାଅଃକା ।”
30 ତହିଁରେ ସେମାନଙ୍କର ଆଖି ଫିଟିଗଲା। ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, “ଦେଖ, ଏ ବିଷୟ ଯେପରି କେହି ନ ଜାଣେ।”
୩୦ଆଡଃ ଇନ୍‌କିନ୍‌ ନେଲ୍‌ ଦାଡ଼ିକେଦାକିନ୍‌ । ଏନ୍ତେ ୟୀଶୁ ଚେତାୱାନ୍‌ଗି ଇନ୍‌କିନ୍‌କେ ମେତାଦ୍‌କିନା, “ନେଲେବେନ୍‌, ନେଆଁଁ ଜେତାଏକକେ ଆଲ୍‌ବେନ୍‌ କାଜିକ ।”
31 ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ।
୩୧ମେନ୍‌ଦ ଇନ୍‌କିନ୍‌ ଅଡଙ୍ଗ୍‌କେଦ୍‌ତେ, ୟୀଶୁଆଃ ବିଷାଏରେ ଏନ୍‌ ଦିଶୁମ୍‌ରାଃ ସବେନ୍‌ତାଃକିନ୍‌ ଉଦୁବ୍‌କେଦା ।
32 ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ।
୩୨ହଡ଼କ ଅଡଙ୍ଗ୍‌ଅଃତାନ୍‌ ତାଇକେନ୍‌ ଇମ୍‌ତା, ଚିମିନ୍‌ ହଡ଼କ ମିଆଁଦ୍‌ କା ବାଖାଁଣ୍‌ ଦାଡ଼ିତାନ୍‌ ହଡ଼କେ ୟୀଶୁତାଃତେକ ଆଉକିୟା । ଇନିଃ ବଙ୍ଗା ଏସେର୍‌କାନ୍‌ ତାଇକେନାଏ ।
33 ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା। ସେଥିରେ ଲୋକ ସମୂହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ।
୩୩ଆଡଃ ବଙ୍ଗା ଅଡଙ୍ଗ୍‌ୟାନ୍‌ ଇମ୍‌ତାଗି ଇନିଃ ଜାଗାର୍‌ ଏଟେଦ୍‌କେଦାଏ । ସବେନ୍‌ ହଡ଼କ ଆକ୍‌ଦାନ୍ଦାଅୟାନାକ ଆଡଃ କାଜିକେଦାଃକ, “ଆଲେ ନେ ଲେକାନ୍‌ କାମି ଚିଉଲାହ ଇସ୍ରାଏଲ୍‌ରେ କାଲେ ନେଲାକାଦା ।”
34 କିନ୍ତୁ ଫାରୂଶୀମାନେ କହିଲେ, ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି।
୩୪ମେନ୍‌ଦ ଫାରୁଶୀକ ମେନ୍‌କେଦା, “ବଙ୍ଗାକଆଃ ଗମ୍‌କେରାଃ ଦେଙ୍ଗାତେ ୟୀଶୁ ବଙ୍ଗାକକେ ହାର୍‌ ଅଡଙ୍ଗ୍‌କତାନା ।”
35 ଏହାପରେ ଯୀଶୁ ସେମାନଙ୍କ ସମାଜଗୃହ-ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ।
୩୫ୟୀଶୁ ସବେନ୍‌ ସାହାର୍‌ ଆଡଃ ହାତୁ ହାତୁ ହନର୍‌ତାନ୍‌ ତାଇକେନାଏ । ଇନିଃ ଇନ୍‌କୁଆଃ ସାମାଜ୍‌ ଅଡ଼ାଃକରେ ଇତୁକତାନ୍‌ଲଃ ରାଇଜ୍‌ରେୟାଃ ସୁକୁକାଜି ଉଦୁବ୍‍କେଦାଏ ଆଡଃ ହଡ଼କଆଃ ସବେନ୍‌ ଦୁକୁ ଆଡଃ ସବେନ୍‌ ହାସୁକଏତେ ବୁଗିକତାନ୍‌ ତାଇକେନାଏ ।
36 ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ।
୩୬ଇନିଃ ଗାଦେଲ୍‌ ହଡ଼କକେ ନେଲ୍‌କେଦ୍‌ତେ ଆୟାଃ ମନ୍‌ରେ ବିଲ୍‌କାଅୟାନାଏ, ଚିୟାଃଚି ଇନ୍‌କୁଦ ଗୁପିନିଃ ବାଙ୍ଗାଇ ମିଣ୍ଡିକ ଲେକା ଜୀଉ ଦୁକୁଆକାନ୍‌ ଆଡଃ ଛିତିବିତିକାନାକ ।
37 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ,
୩୭ଏନ୍ତେ ଇନିଃ ଆୟାଃ ଚେଲାକକେ କାଜିକେଦ୍‌କଆ, “ଇରୋଃ ପୁରାଃଗିୟାଃ ମେନ୍‌ଦ କାମିନାଲାକ ହୁଡିଙ୍ଗ୍‌ଆଁକ ।
38 ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର।”
୩୮ଆମ୍‌ ଆମାଃ ଇରୋଃତେ କାମି ନାଲାକ କୁଲ୍‌କମ୍ ମେନ୍ତେ ଇରୋଃ ଗମ୍‌କେତାଃରେ ବିନ୍ତିମେ ।”

< ମାଥିଉ 9 >