< ମାଥିଉ 8 >
1 ଯୀଶୁ ପାହାଡ ଉପରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ।
୧ଜୀସୁ ହ଼ରୁ ଲାକଟି ରେ଼ଚା ୱା଼ତି ଡା଼ୟୁ ମାନ୍ଦା ଲ଼କୁ ତାନି ଜେ଼ଚ ହାଚେରି ।
2 ଆଉ ଦେଖ, ଜଣେ କୁଷ୍ଠରୋଗୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
୨ଏଚିବେ଼ଲା ର଼ କାଜା ର଼ଗ ଗାଟାସି ତାନି ନ଼କିତା ୱା଼ହାଁ ମେଣ୍ତାକୁତାନା ଜହରା କିହାଁ ଏଲେଇଚେସି, “ପ୍ରବୁ ନୀନୁ ମ଼ନ କିତିହିଁ ନାଙ୍ଗେ ନେହିଁ କିହାଲି ଆ଼ଡାଦି ।”
3 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।” ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା।
୩ଏଚେଟିଏ ଜୀସୁ କେୟୁ ଦା଼ସାହାଁ ତାଙ୍ଗ ଡୀଗାନା ଏଲେଇଚେସି, “ନା଼ନୁ ମ଼ନ କିହିମାଇଁ ନୀନୁ ନେହିଁଆ଼ମୁ ।” ଏ଼ ଦେବୁଣିଏ କାଜା ର଼ଗ ଗାଟାସି ନେହିଁଆ଼ତେସି ।
4 ଆଉ ଯୀଶୁ ତାହାକୁ କହିଲେ, “ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ନିଜକୁ ଯାଜକଙ୍କୁ ଦେଖାଅ, ପୁଣି, ମୋଶା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ପାଖରେ ସାକ୍ଷ୍ୟ ଦେବା ପାଇଁ ଉତ୍ସର୍ଗ କର।”
୪ଏଚେଟିଏ ଜୀସୁ ଏ଼ୱାଣାଇଁ ଏଲେଇଚେସି, “ଜାଗ୍ରାତା ଆମ୍ବାଆରାଇଁ ୱେହ୍ଆନି, ସାମା ନୀନୁ କାଜା ପୂଜେରା ତା଼ଣା ହାଜାନା ନିଙ୍ଗ ତ଼ସାକଡାମୁ, ଅ଼ଡ଼େ ମ଼ସା ଆମିନି ମେ଼ରା ହୀହାମାନେସି ଏ଼ଦାଆଁ ଲ଼କୁ ନ଼କିତା ସା଼କି ହୀନିଲେହେଁ ହେର୍ପାମୁ ।”
5 ଯୀଶୁ କଫର୍ନାହୂମ ନଗରରେ ପ୍ରବେଶ କରନ୍ତେ ଜଣେ ଶତ-ସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ,
୫ଜୀସୁ କପର୍ନାହୁମ ଗା଼ଡ଼ାତା ହାଜାଲିଏ ର଼ ରମିୟ ପା଼ସାକ଼ଡ଼ି କ଼ସ୍କା ମୁହେଁ କାଜାସି ଏ଼ୱାଣି ତା଼ଣା ୱା଼ହାନା ବାତିମା଼ଲିହିଁ ଏଲେଇଚେସି,
6 ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି।
୬“ଏ଼ ପ୍ରବୁ, ନା଼ ହ଼ଲେଏସି ଟଟୱା଼ୟାନା ହା଼ରେକା କସ୍ତ ଆ଼ହିଁ ଇଜ କାଟେଲିତା ଡୂରାମାନେସି ।”
7 ସେ ତାହାକୁ କହିଲେ, “ମୁଁ ଯାଇ ତାହାକୁ ସୁସ୍ଥ କରିବି।”
୭ଜୀସୁ ଏ଼ୱାଣାଇଁ ଏଲେଇଚେସି, “ନା଼ନୁ ୱା଼ହାନା ଏ଼ୱାଣାଇଁ ନେହିଁ କିଇଁ ।”
8 କିନ୍ତୁ ଶତ-ସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋʼ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
୮ସାମା ପା଼ସାକ଼ଡ଼ି କ଼ସ୍କା ମୁହେଁ କାଜାସି ଏଲେଇଚେସି, “ଆ଼ଏ, ପ୍ରବୁ ନୀନୁ ନା଼ ଇଜ ପା଼ୱୁଲି ଇଟିଦି, ଏଲେତି ଜ଼ଗେ ଆ଼ଏ; ସାମା ନୀନୁ ର଼ ପଦୁ ୱେସା ପାଣ୍ତାମୁ, ନା଼ ହ଼ଲେଏସି ନେହିଁ ଆ଼ନେସି ।
9 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ।
୯ଇଚିହିଁ ନା଼ନୁ ରଅଣି ତା଼ଣା କାମା କିନି ମାଣ୍ସି ଆ଼ତିହିଁ ଜିକେଏ ନା଼ ଅଦିକାରାତା ଅ଼ଡ଼େ କ଼ସ୍କା ମାନେରି; ନା଼ନୁ ରଅଣାଇଁ ହାଲାମୁ ଇଚିହିଁ ଏ଼ୱାସି ହାନେସି; ଅ଼ଡ଼େ ରଅଣାଇଁ ୱା଼ମୁ ଇଚିହିଁ ୱା଼ନେସି; ଅ଼ଡ଼େ ନା଼ ହ଼ଲେଏଣାଇଁ ଈଦାଆଁ କିମୁ ଇଚିହିଁ ଏ଼ଦାଆଁ କିନେସି ।”
10 ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।
୧୦ଜୀସୁ ଈ ବାରେ କାତା ୱେଞ୍ଜାନା କାବା ଆ଼ତେସି, ଅ଼ଡ଼େ ତାନି ଜେ଼ଚ ୱା଼ହିମାଚି ଲ଼କୁଣି ଏଲେଇଚେସି, ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଇସ୍ରାୟେଲ ବିତ୍ରା ଆମ୍ବାଆରି ତା଼ଣା ଇଚେକା କାଜା ନାମୁ ମେସାହିଲଅଁ ।
11 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ,
୧୧ସାମା ନା଼ନୁ ମିଙ୍ଗ ୱେସିମାଞ୍ଜାଇଁ, ହା଼ରେକା ଲ଼କୁ ୱେ଼ଡ଼ା ହ଼ପୁ ୱାକିଟି ଅ଼ଡ଼େ ୱେ଼ଡ଼ା କୂଡ଼୍ନି ୱାକିଟି ୱା଼ହାନା ଅବ୍ରାହାମ, ଇସାହାକ ଅ଼ଡ଼େ ଜାକୁବ ତଲେ ଲାକପୂରୁ ରା଼ଜିତା ତିଞ୍ଜାଲି କୁଗିନେରି ।
12 ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”
୧୨ସାମା ରା଼ଜିତି ମୀର୍କାଣି ପାଙ୍ଗାତି ଆନ୍ଦେରିତା ମେତ୍ପି ଆ଼ନେ ଏମ୍ବାଆଁ ଏ଼ୱାରି ପାଲ୍କା ଟୀଟି କିହିଁ ଡ଼ୀନେରି ।
13 ଆଉ ଯୀଶୁ ଶତ-ସେନାପତିଙ୍କୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ସେହିକ୍ଷଣି ଦାସଟି ସୁସ୍ଥ ହେଲା।
୧୩ଅ଼ଡ଼େ ଜୀସୁ ଏ଼ କାଜାଣାଇଁ ଏଲେଇଚେସି, ଇଜ ହାଲାମୁ, ଏ଼ନିକିହିଁ ନାମାମାଞ୍ଜି ନିଙ୍ଗେତାକି ଏଲେକିହିଁ ଆ଼ପେ । ଏ଼ ଦେବୁଣିଏ ଏ଼ ହ଼ଲେଏସି ନେହିଁଆ଼ତେସି ।
14 ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;
୧୪ଡା଼ୟୁ ଜୀସୁ ପିତର ଇଜ ୱା଼ହାନା ପିତରତି ପ଼ୟା ନ଼ମେରି ତାକି କାଟେଲିତା ଡୂରାମାନାଣି ମେସ୍ତେସି ।
15 ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ।
୧୫ଏଚେଟିଏ ଜୀସୁ ତାନି କେୟୁ ଡୀଗାଲିଏ ନ଼ମେରି ପିସ୍ତେ, ଅ଼ଡ଼େ ନିଙ୍ଗାନା ଏ଼ୱାଣି ସେ଼ବା କିହାଲି ମା଼ଟ୍ହେ ।
16 ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ,
୧୬ମିଡ଼୍ଅଲା ଆ଼ହାଲିଏ ଲ଼କୁ ହା଼ରେକା ବୂତୁ ଆଲ୍ଗାମାଚି ଲ଼କୁଣି ଜୀସୁ ତା଼ଣା ତାତେରି, ଏଚେଟିଏ ଜୀସୁତି ର଼ ବ଼ଲୁ ତାକି ବୂତୁୟାଁ ଏ଼ୱାରି ତା଼ଣାଟି ହ଼ଚାହାଚୁ, ଅ଼ଡ଼େ ହା଼ରେକା ନ଼ମେରି ଗାଟାରାଇଁ ନେହିଁ କିତେସି ।
17 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “‘ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ।’”
୧୭ଏ଼ନିକିହିଁ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନି ଜିସାୟତି କାତା ସାତା ଆ଼ନେ, “ଏ଼ୱାସି ତା଼ନୁଏ ମା଼ ନ଼ମେରି ଦୁକା ଅ଼ତେସି ଅ଼ଡ଼େ ମା଼ ର଼ଗତି ଡେ଼କିତେସି ।”
18 ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକୁ ଯିବା ପାଇଁ ଆଜ୍ଞା ଦେଲେ।
୧୮ଜୀସୁ ତାନି ସା଼ରିୱାକି ଲ଼କୁଣି ମେସାନା, ସୀସୁୟାଁଇଁ ସାମ୍ଦୁରି ଆତାଲା ହାଜାଲି ହୁକୁମି ହୀତେସି ।
19 ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
୧୯ର଼ ମେ଼ରା ଜା଼ପ୍ନାସି ୱା଼ହାନା ଜୀସୁଇଁ ଏଲେଇଚେସି, “ଗୂରୁ, ନୀନୁ ଆମ୍ବିୟା ହାଜି, ନା଼ନୁ ଜିକେଏ ନୀ ତଲେ ୱା଼ଇଁ ।”
20 ସେଥିରେ ଯୀଶୁ ତାହାକୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
୨୦ଏଚେଟିଏ ଜୀସୁ ଏ଼ୱାଣାଇଁ ଏଲେଇଚେସି, “ନାକାୟାଁକି ଡ଼ୟିନି ପା଼ୱୁୟାଁ ମାନୁ, ହା଼ଗୁ ଲାକ ଊମ୍ବିନି ପଟାୟାଁକି ବାସାଟା଼ୟୁ ମାନେ, ସାମା ମାଣ୍ସି ମୀର୍ଏଣାକି ତା଼ର୍ୟୁଁ ନେଟ୍ହାଲି ବାସାଟା଼ୟୁ ହିଲେଏ ।”
21 ପୁଣି, ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
୨୧ଇଞ୍ଜାଁ ସୀସୁୟାଁ ବିତ୍ରାଟି ଅ଼ଡ଼େ ରଅସି ଜୀସୁଇଁ ଏଲେଇଚେସି “ପ୍ରବୁ, ନ଼କେଏ ହାଜାନା ନା଼ ଆ଼ବାଇଁ ମାହ୍ଣିଣା ମୁସାଲି ହେଲ ହିୟାମୁ ।”
22 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ।”
୨୨ସାମା ଜୀସୁ ଏ଼ୱାଣାଇଁ ଏଲେଇଚେସି, “ନା଼ ଜେ଼ଚ ୱା଼ମୁ, ହା଼ତାରାଇଁ ତାମି ହା଼ତି ଲ଼କୁଣି ମୁସାଲି ପିହ୍ଦୁ ।”
23 ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ।
୨୩ଜୀସୁ ଡଂଗତା ହ଼ଚାଲିଏ ସୀସୁୟାଁ ତାନି ଜେ଼ଚ ହାଚେରି ।
24 ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ।
୨୪ଅ଼ଡ଼େ ମେହ୍ଦୁ ଦେବୁଣିଏ ସାମ୍ଦୁରିତା କାଜା ଗା଼ଲି ଆ଼ତେ, ଇଞ୍ଜାଁ ଡଂଗ ଏ଼ୟୁତା ମୁଞ୍ଜାଲି ମା଼ଟ୍ହେ, ସାମା ଜୀସୁ ଡଂଗତା ଡୂରାମାଚେସି ।
25 ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ।
୨୫ଏମ୍ବାଟିଏ ଏ଼ୱାରି ଡାଗେ ୱା଼ହାଁ ନିକ୍ହାନା ଏଲେଇଚେରି, “ପ୍ରବୁ, ମାଙ୍ଗ ଗେଲ୍ପାମୁ, ଆ଼ଆତିଁ ମା଼ମ୍ବୁ ହା଼ହିମାନମି ।”
26 ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା।
୨୬ଜୀସୁ ଏ଼ୱାରାଇଁ ଏଲେଇଚେସି, “ଏ଼ ଊଣା ନାମୁ ଗାଟାତେରି, ଏ଼ନାଆଁତାକି ଇଚେକା ଆଜିମାଞ୍ଜେରି?” ଏମ୍ବାଟିଏ ଜୀସୁ ନିଙ୍ଗାନା ଗା଼ଲି ଅ଼ଡ଼େ ୱୀଡିମାଚି ସାମ୍ଦୁରିତି ଦାକା ହୀତେସି, ଇଞ୍ଜାଁ ଦେବୁଣିଏ ସାପିଆ଼ତେ ।
27 ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି।
୨୭ଏମ୍ବାଟିଏ ଏ଼ୱାରି କାବା ଆ଼ହାଁ ଏଲେଇଚେରି, “ଈୱାସି ଏ଼ନିଲେହେଁତି ମାଣ୍ସି? ଗା଼ଲି ଅ଼ଡ଼େ ସାମ୍ଦୁରି ଜିକେଏ ଈୱାଣି ହା଼ଡା ମା଼ନୱି ଆ଼ହିମାନେ ।”
28 ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁ ନ ଥିଲେ।
୨୮ଡା଼ୟୁ ଜୀସୁ ସାମ୍ଦୁରି ଆତାଲାୱାକିତି ଗଦରିୟ ନା଼ସ୍କାଣାଁ ଏଗାହାଜାଲିଏ ରୀ ବୂତୁୟାଁ ଆଲ୍ଗା ମାଚାରି ମାଡ଼୍ହା ମୁହ୍ନି ଟା଼ୟୁଟି ୱା଼ହାନା ଜୀସୁ ବେଟାଆ଼ତେରି, ଏ଼ୱାରି ଇଲେତି ଆଜିହ଼ପେତି ଲ଼କୁ ମାଚେରି, ଏ଼ ଜିରୁଟି ଲ଼କୁ ରେ଼ଜାଲି ଆ଼ଡିହିଲାଆତେରି ।
29 ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କଅଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ?
୨୯ଇଞ୍ଜାଁ ମେହ୍ଦୁ ଏ଼ୱାରି କିର୍ଡ଼ିହିଁ ଏଲେଇଚେରି, “ଏ଼ ମାହାପୂରୁ ମୀର୍ଏଣାତି! ନୀ ତଲେ ନାଙ୍ଗେ ଏ଼ନାୟି ମାନେ? ମା଼ ବେ଼ଲା ୱା଼ଆନେଏ ମାଙ୍ଗେ କସ୍ତ ହିୟାଲି ଇମ୍ବାଆଁ ୱା଼ତିକି?”
30 ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା।
୩୦ଇଞ୍ଜାଁ ଏ଼ୱାରି ତା଼ଣାଟି ହେକ ର଼ ମାନ୍ଦା ପାଜିୟାଁ ମେୟିଁମାଚୁ ।
31 ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ।
୩୧ଏ଼ ଲ଼କୁ ବିତ୍ରାତି ବୂତୁୟାଁ ଜୀସୁଇଁ ବାତିମା଼ଲିହିଁ ଏଲେଇଚୁ, “ମାଙ୍ଗେ ପେ଼ର୍ହାଦି ଇଚିହିଁ, ଏ଼ ପାଜିୟାଁ ମାନ୍ଦା ବିତ୍ରା ପାଣ୍ତାମୁ ।”
32 ଯୀଶୁ ସେମାନଙ୍କୁ କହିଲେ, “ଯାଅ।” ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ଘୁଷୁରିପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ।
୩୨ଜୀସୁ ଏ଼ୱାସିକାଣି ଏଲେଇଚେସି, “ହାଜୁ ।” ବୂତୁୟାଁ ଏ଼ ଦେବୁଣିଏ ଲ଼କୁଇଁ ପିସାନା ପାଜିୟାଁ ମାନ୍ଦା ବିତ୍ରା ହ଼ଟୁ; ଏ଼ ପାଜିୟାଁ ହ଼ରୁ କାଡ଼୍ଦିଟି ଦାବ୍ଡ଼ି ହଟାନା ଦାରିତି ସାମ୍ଦୁରିତା ମେଦାନା ହା଼ହାହାଚୁ ।
33 ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ।
୩୩ପାଜିୟାଁ ମେଚିମାଚି ଗ଼ଡ଼୍କା ହଟିହିଁ ହାଜାନା ଗା଼ଡ଼ାତା ବାରେ କାବ୍ରୁ ଇଞ୍ଜାଁ ବୂତୁୟାଁ ଆଲ୍ଗା ମାଚାରି ଏ଼ନି ଆ଼ତେରି ଏ଼ ବାରେ ହା଼ଡା ୱେସ୍ତେରି ।
34 ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ।
୩୪ଅ଼ଡ଼େ ନା଼ସ୍କାତି ବାରେ ଲ଼କୁ ଜୀସୁଇଁ ମେସାଲି ୱା଼ତେରି, ଇଞ୍ଜାଁ ଜୀସୁଇଁ ମେସାନା ତାମି ହାନ୍ଦିଟି ହାଜାଲି ବାତିମା଼ଲିତେରି ।