< ମାଥିଉ 6 >
1 ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ।
“Ẹ kíyèsára kí ẹ má ṣe iṣẹ́ rere yín níwájú àwọn ènìyàn nítorí kí a le rí yín, Bí ẹ bá ṣe bẹ́ẹ̀, ẹ̀yin kò ni èrè kankan lọ́dọ̀ Baba yín ní ọ̀run.
2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“Nítorí náà, nígbà ti ẹ́ bá ti ń fún aláìní, ẹ má ṣe fi fèrè kéde rẹ̀, gẹ́gẹ́ bí àwọn àgàbàgebè ti í ṣe ní Sinagọgu àti ní ìta gbangba; kí àwọn ènìyàn le yìn wọ́n. Lóòótọ́ ni mo wí fún yín, wọ́n ti gba èrè tí wọn ní kíkún.
3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ,
Ṣùgbọ́n bí ìwọ bá ń fi fún aláìní, má ṣe jẹ́ kí ọwọ́ òsì rẹ mọ ohun tí ọwọ́ ọ̀tún rẹ ń ṣe,
4 ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
kí ìfúnni rẹ má ṣe jẹ́ mí mọ̀. Nígbà náà ni Baba rẹ̀, tí ó sì mọ ohun ìkọ̀kọ̀ gbogbo, yóò san án fún ọ.
5 ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“Nígbà tí ìwọ bá ń gbàdúrà, má ṣe ṣe bí àwọn àgàbàgebè, nítorí wọn fẹ́ràn láti máa dúró gbàdúrà ní Sinagọgu àti ní ẹ̀gbẹ́ ọ̀nà tí ènìyàn ti lè rí wọ́n. Lóòótọ́ ni mo wí fún yín, wọ́n ti gba èrè wọn ní kíkún.
6 କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର ଦ୍ୱାର ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
Ṣùgbọ́n nígbà tí ìwọ bá ń gbàdúrà, wọ inú iyàrá rẹ lọ, sé ìlẹ̀kùn mọ́ ara rẹ, gbàdúrà sí Baba rẹ ẹni tí ìwọ kò rí. Nígbà náà ni Baba rẹ tí ó mọ gbogbo ohun ìkọ̀kọ̀ rẹ, yóò san án fún ọ.
7 ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୁଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି।
Ṣùgbọ́n nígbà ti ẹ̀yin bá ń gbàdúrà, ẹ má ṣe àtúnwí asán bí àwọn aláìkọlà, nítorí wọn rò pé a ó tìtorí ọ̀pọ̀ ọ̀rọ̀ gbọ́ tiwọn.
8 ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ବର ତାହା ଜାଣନ୍ତି।
Ẹ má ṣe dàbí i wọn, nítorí Baba yín tí ń bẹ ní ọ̀run mọ ohun tí ẹ ṣe aláìní, kí ẹ tilẹ̀ tó béèrè lọ́wọ́ rẹ̀.
9 ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
“Nítorí náà, báyìí ni kí ẹ ṣe máa gbàdúrà: “‘Baba wa tí ń bẹ ní ọ̀run, ọ̀wọ̀ fún orúkọ yín,
10 ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ।
kí ìjọba yín dé, ìfẹ́ tiyín ni kí a ṣe ní ayé bí ti ọ̀run.
11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
Ẹ fún wa ní oúnjẹ òòjọ́ wa lónìí.
12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
Ẹ dárí gbèsè wa jì wá, Bí àwa ti ń dáríji àwọn ajigbèsè wa,
13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’
Ẹ má ṣe fà wá sínú ìdánwò, ṣùgbọ́n ẹ gbà wá lọ́wọ́ ibi. Nítorí ìjọba ni tiyín, àti agbára àti ògo, láéláé, Àmín.’
14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;
Nítorí náà, bí ẹ̀yin bá dárí jí àwọn tó ṣẹ̀ yín, baba yín ọ̀run náà yóò dáríjì yín.
15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
Ṣùgbọ́n bí ẹ̀yin bá kọ̀ láti dárí ẹ̀ṣẹ̀ àwọn ènìyàn jì wọ́n, baba yín kò ní í dárí ẹ̀ṣẹ̀ yín jì yín.
16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“Nígbà tí ẹ̀yin bá gbààwẹ̀, ẹ má ṣe fa ojú ro bí àwọn àgàbàgebè ṣe máa ń ṣe nítorí wọn máa ń fa ojú ro láti fihàn àwọn ènìyàn pé àwọn ń gbààwẹ̀. Lóòótọ́ ni mo wí fún yín wọn ti gba èrè wọn ní kíkún.
17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର,
Ṣùgbọ́n nígbà tí ìwọ bá gbààwẹ̀, bu òróró sí orí rẹ, kí ó sì tún ojú rẹ ṣe dáradára.
18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
Kí ó má ṣe hàn sí ènìyàn pé ìwọ ń gbààwẹ̀, bí kò ṣe sì í Baba rẹ, ẹni tí ìwọ kò rí, àti pé, Baba rẹ tí ó rí ohun tí o ṣe ni ìkọ̀kọ̀, yóò san án fún ọ.
19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ;
“Má ṣe to àwọn ìṣúra jọ fún ara rẹ ní ayé yìí, níbi tí kòkòrò ti le jẹ ẹ́, tí ó sì ti le bàjẹ́ àti ibi tí àwọn olè lè fọ́ tí wọ́n yóò sì jí i lọ.
20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
Dípò bẹ́ẹ̀ to ìṣúra rẹ jọ sí ọ̀run, níbi ti kòkòrò àti ìpáàrà kò ti lè bà á jẹ́, àti ní ibi tí àwọn olè kò le fọ́ wọlé láti jí í lọ.
21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
Nítorí ibi tí ìṣúra yín bá wà níbẹ̀ náà ni ọkàn yín yóò wà pẹ̀lú.
22 ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
“Ojú ni fìtílà ara. Bí ojú rẹ bá mọ́lẹ̀ kedere, gbogbo ara rẹ yóò jẹ́ kìkì ìmọ́lẹ̀.
23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର!
Ṣùgbọ́n bí ojú rẹ kò bá dára, gbogbo ara rẹ ni yóò kún fún òkùnkùn. Bí ìmọ́lẹ̀ ti ó wà nínú rẹ bá wá jẹ́ òkùnkùn, òkùnkùn náà yóò ti pọ̀ tó!
24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାର ନାହିଁ।
“Kò sì í ẹnìkan tí ó lè sin ọ̀gá méjì. Òun yóò yà kórìíra ọ̀kan tí yóò fẹ́ràn èkejì, tàbí kí ó fi ara mọ́ ọ̀kan kí ó sì yan èkejì ní ìpọ̀sí. Ẹ̀yin kò lè sin Ọlọ́run àti owó papọ̀.
25 ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
“Nítorí náà, mo wí fún yín, ẹ má ṣe ṣe àníyàn nípa ẹ̀mí yín, ohun tí ẹ ó jẹ àti èyí tí ẹ ó mu; tàbí nípa ara yín, ohun tí ẹ ó wọ̀. Ṣé ẹ̀mí kò ha ṣe pàtàkì ju oúnjẹ lọ tàbí ara ni kò ha ṣe pàtàkì ju aṣọ lọ?
26 ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
Ẹ wo àwọn ẹyẹ ojú ọrun; wọn kì í gbìn, bẹ́ẹ̀ ni wọn kì í kórè, bẹ́ẹ̀ ni wọn kì í kójọ sínú àká, síbẹ̀ Baba yín tí ń bẹ ní ọ̀run ń bọ́ wọn. Ẹ̀yin kò ha níye lórí jù wọ́n lọ bí?
27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ?
Ta ni nínú gbogbo yín nípa àníyàn ṣíṣe ti ó lè fi ìṣẹ́jú kan kún ọjọ́ ayé rẹ̀?
28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,
“Kí ni ìdí ti ẹ fi ń ṣe àníyàn ní ti aṣọ? Ẹ wo bí àwọn lílì tí ń bẹ ní igbó ti ń dàgbà. Wọn kì í ṣiṣẹ́ bẹ́ẹ̀ ni wọn kì í rànwú.
29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।
Bẹ́ẹ̀ ni mo wí fún yín pé, a kò ṣe Solomoni lọ́ṣọ̀ọ́ nínú gbogbo ògo rẹ̀ tó ọ̀kan nínú àwọn nǹkan wọ̀nyí.
30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ?
Ǹjẹ́ bí Ọlọ́run bá wọ koríko igbó ní aṣọ bẹ́ẹ̀, èyí tí ó wà níhìn-ín lónìí ti a sì gbà sínú iná lọ́la, kò ha ṣe ni ṣe yín lọ́ṣọ̀ọ́ tó bẹ́ẹ̀ àti jù bẹ́ẹ̀ lọ, ẹ̀yin tí ìgbàgbọ́ yín kéré?
31 ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।
Nítorí náà, ẹ má ṣe ṣe àníyàn kí ẹ sì máa wí pé, ‘Kí ni àwa yóò jẹ?’ tàbí ‘Kí ni àwa yóò mu?’ tàbí ‘Irú aṣọ wo ni àwa yóò wọ̀?’
32 କାରଣ ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି।
Nítorí àwọn kèfèrí ń fi ìwọra wá àwọn nǹkan wọ̀nyí bẹ́ẹ̀ ni Baba yín ní ọ̀run mọ̀ dájúdájú pé ẹ ní ìlò àwọn nǹkan wọ̀nyí.
33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
Ṣùgbọ́n, ẹ kọ́kọ́ wá ìjọba Ọlọ́run ná àti òdodo rẹ̀, yóò sì fi gbogbo àwọn nǹkan wọ̀nyí kún un fún yín pẹ̀lú.
34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।
Nítorí náà, ẹ má ṣe àníyàn ọ̀la, ọ̀la ni yóò ṣe àníyàn ara rẹ̀. Wàhálà ọjọ́ kọ̀ọ̀kan ti tó fún un.