< ମାଥିଉ 6 >
1 ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ।
“ଗିୟ୍ଡମ୍ନାବା, ମନ୍ରାଞ୍ଜି ଆମଙ୍ ଅବ୍ତୁୟ୍ଡମ୍ନେନ୍ ଆସନ୍ ଆତେମଡଞ୍ଜି ଡରମ୍ମ କାବ୍ବାଡ଼ାନ୍ ଏଲୁମ୍ଡଙ୍, ଆମ୍ୱେଞ୍ଜି ଏତ୍ତେଲେ ଏଲୁମେନ୍ ଡେନ୍ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ଆମଙ୍ ସିଲଡ୍ ଆମ୍ୱେଞ୍ଜି ପୁରସ୍କାରନ୍ ଏଃଞାଙେ ।”
2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ତିଆସନ୍ ତନିୟ୍ତିୟନ୍ ଏତିୟେନ୍ ଆଡିଡ୍, ଇସ୍କତ୍ତାମରଞ୍ଜି ଅନ୍ତମ୍ ବର୍ରେଙ୍ଲେ ଏପାଙ୍ଡଙ୍, ଆନିଞ୍ଜି ମନ୍ରାଞ୍ଜି ଆମଙ୍ ସିଲଡ୍ ଗନୁଗୁ ପନେମେଙନ୍ ଆଞନାଙ୍ ଆସନ୍ ରନୁକ୍କୁସିଂଲୋଙନ୍ ଡ ଡାଣ୍ଡରେଙନ୍ ଏତ୍ତେତଞ୍ଜି । ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆନିଞ୍ଜି ରମ୍ମଙ୍ ରମ୍ମଙ୍ ଆ ବଡି ଞାଙାଜେଞ୍ଜି ।
3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ,
ବନ୍ଡ ଆମ୍ୱେଞ୍ଜି ତନିୟ୍ତିୟନ୍ ଏତିୟେନ୍ ଆଡିଡ୍ ଅର୍ଜଡ଼ୋମ୍ସିବେନ୍ ଇନି ଲୁମ୍ତେ, ତିଆତେ ଅର୍କାବଡ଼ିସିବେନ୍ ଜନାଡଙେ ତଡ୍,
4 ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ଏତ୍ତେଲ୍ଡେନ୍ ତନିୟ୍ତିୟ୍ବେନ୍ ଏରବ୍ଜନାନ୍ ଏତିୟେନ୍ ଜନଙ୍ଡେନ୍, ଆପେୟ୍ବେନ୍ ତିଆତେ ଅଜନା ଗିୟ୍ଲେ, ଆନିନ୍ ଆମ୍ୱେଞ୍ଜିଆଡଙ୍ ପୁରସ୍କାରନ୍ ତିୟ୍ତବେନ୍ ।”
5 ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ପାର୍ତନାନେନ୍ ଆଡିଡ୍ ଇସ୍କତ୍ତାମରଞ୍ଜି ଅନ୍ତମ୍ ଡେଡଙ୍ବେନ୍ ତଡ୍, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ମନ୍ରାଞ୍ଜି ଆମଙ୍ ଅବ୍ତୁୟ୍ଡମ୍ନେନ୍ ଆସନ୍ ରନୁକ୍କୁସିଂଲୋଙନ୍ ଡ ସାଇନ୍ ଆ କୁନେରେଙ୍ ତନଙ୍ଡାଲେ ପାର୍ତନାନେନ୍ ଆସନ୍ ଲଡୟ୍ତଜି; ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆନିଞ୍ଜି ରମ୍ମଙ୍ ରମ୍ମଙ୍ ଆ କାବ୍ବାଡ଼ା ଆ ବଡି ଞାଙାଜେଞ୍ଜି ।
6 କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର ଦ୍ୱାର ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ବନ୍ଡ ଆମ୍ୱେଞ୍ଜି ପାର୍ତନାନେନ୍ ଆସନ୍ ଆସସସିଂଲୋଙନ୍ ଗନ୍ନାବା, ଆରି ସନଙନ୍ ଇଙଡ୍ଲେ ଏର୍ନବ୍ଗିୟ୍ତାନେନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ଆମଙ୍ ପାର୍ତନାନାବା; ଆରି ଆପେୟ୍ବେନ୍ ଅଜନା ଗିୟ୍ଲେ, ଆନିନ୍ ଆମ୍ୱେଞ୍ଜିଆଡଙ୍ ପୁରସ୍କାରନ୍ ତିୟ୍ତବେନ୍ ।”
7 ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୁଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି।
“ଆରି, ପାର୍ତନାନେନ୍ ଆଡିଡ୍ ଏର୍ଡର୍ନେମରଞ୍ଜି ଅନ୍ତମ୍ ଏର୍ଗନଲ୍ଲୁଡନ୍ ଆ ବର୍ନେଜି ଏବର୍ଡଙ୍ନେ, ଇନିଆସନ୍ଗାମେଣ୍ଡେନ୍ ଗୋଗୋୟ୍ ପାର୍ତନାଲଞ୍ଜି ଡେନ୍ ଆ ଇସ୍ୱରଞ୍ଜି ଆ ପାର୍ତନାଞ୍ଜି ଅମ୍ଡଙ୍ତେ ଗାମ୍ଲେ ଆନିଞ୍ଜି ଅବ୍ଡିସୟ୍ତଜି ।
8 ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ବର ତାହା ଜାଣନ୍ତି।
ଆମ୍ୱେଞ୍ଜି ଆନିଞ୍ଜି ଅନ୍ତମ୍ ଡେଡଙ୍ବେନ୍ ତଡ୍, ଇନିଆସନ୍ଗାମେଣ୍ଡେନ୍ ଆମ୍ୱେଞ୍ଜି ଆସନ୍ ଇନି ସନାୟ୍ସାୟ୍, ଆମ୍ୱେଞ୍ଜି ଅଣ୍ଡ୍ରଙ୍ ଏବେଡେନ୍ ଆମ୍ମୁଙ୍ ଆପେୟ୍ବେନ୍ ତିଆତେ ଜନା ।
9 ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
ତିଆସନ୍, ଆମ୍ୱେଞ୍ଜି କେନ୍ ଅନ୍ତମ୍ ପାର୍ତନାନାବା, ‘ଏ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଲେନ୍, ଅଞୁମ୍ନମ୍ ମଡ଼ିର୍ ଗାମ୍ଲେ ମନାନ୍ନେନ୍ ଡେଏତୋ ।
10 ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ।
ରାଜ୍ୟନମ୍ ଜିରାୟ୍ତୋ । ଏଙ୍ଗାଲେ ରୁଆଙ୍ଲୋଙନ୍, ତିଅନ୍ତମ୍ ପୁର୍ତିଲୋଙନ୍ ଇସ୍ସୁମ୍ନମ୍ ଡେଏତୋ ।
11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
ଲଙେ ଇନ୍ଲେଞ୍ଜିଆଡଙ୍ ସନାୟ୍ସାୟ୍ ଜନୋମ୍ଜୋମ୍ଲେନ୍ ତିୟ୍ଲେନ୍ ।
12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
ଇନ୍ଲେଞ୍ଜି ଏଙ୍ଗାଲ୍ଡେନ୍ ରମ୍ମଙ୍ ରମ୍ମଙ୍ ଡୋସାମର୍ଲେଞ୍ଜିଆଡଙ୍ ଏକେମାତାଜି, ଏତ୍ତେଲେ ଆମନ୍ ଡୋସାଲେଞ୍ଜି ଅଡ଼୍କୋନ୍ କେମାଲେନ୍ ।
13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’
ମନାଲ୍ମାଲ୍ବାନ୍ ଇନ୍ଲେଞ୍ଜିଆଡଙ୍ ଓରୋଙ୍ଡଙ୍ଲେନ୍, ଆର୍ପାୟ୍ ଏର୍ମନଙନ୍ ସିଲଡ୍ ଡୋବ୍ଲେନ୍ । ଇନିଆସନ୍ଗାମେଣ୍ଡେନ୍ ରାଜ୍ୟନ୍, ବୋର୍ସାନ୍ ଡ ଗନୁଗୁ ପନେମେଙନ୍ ଆଏଡ଼ର୍ ଆମନ୍ଆତେ ଆମେନ୍ ।’”
14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;
“ଆମ୍ୱେଞ୍ଜି ମନ୍ରାଞ୍ଜି ଆ ଡୋସା ଏକେମାଏନ୍ ଡେନ୍, ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ନିୟ୍ ଆମ୍ୱେଞ୍ଜିଆଡଙ୍ କେମାତବେନ୍;
15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
ବନ୍ଡ ଆମ୍ୱେଞ୍ଜି ମନ୍ରାଞ୍ଜିଆଡଙ୍ ଏଃକ୍କେମାଲଜି ଡେନ୍, ଆପେୟ୍ବେନ୍ ନିୟ୍ ଡୋସାବେଞ୍ଜି ଅଃକ୍କେମାବେନ୍ ।”
16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ଏଆନମ୍ଲନ୍ ଆଡିଡ୍ ଇସ୍କତ୍ତାମରଞ୍ଜି ଅନ୍ତମ୍ ଅବ୍ସର୍ମୁକ୍କାଲନ୍ ଏଡକୋଡଙ୍ନେ, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଆନମ୍ତଞ୍ଜି ଗାମ୍ଲେ ମନ୍ରାଞ୍ଜି ଆମଙ୍ ଅବ୍ତୁୟ୍ଡମ୍ନେନ୍ ଆସନ୍ ଆ ମୁକ୍କାଞ୍ଜି ବପରାନ୍ସାତ୍ତିନ୍ ଏମ୍ମେତଞ୍ଜି; ବନ୍ଡ ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆନିଞ୍ଜି ରମ୍ମଙ୍ ରମ୍ମଙ୍ ଆ ବଡି ଞାଙାଜେଞ୍ଜି ।
17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର,
ବନ୍ଡ ଆମ୍ୱେଞ୍ଜି ଏଆନମ୍ଲନ୍ ଆଡିଡ୍ ଅବବ୍ଲୋଙ୍ବେନ୍ ମିଞଲନ୍ ଜଡ୍ନାବା, ଆରି ଆମଡ୍ନାବା,
18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ଏତ୍ତେଲ୍ଡେନ୍ ଆମ୍ୱେଞ୍ଜି ଏଆନମ୍ତନ୍ ଗାମ୍ଲେ ମନ୍ରାଞ୍ଜି ଅଃଜ୍ଜନାଏଜି ଆର୍ପାୟ୍ ଏର୍ନବ୍ଗିୟ୍ତାନେନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ତିଆତେ ଗିୟ୍ତବେନ୍; ଆରି ଆପେୟ୍ବେନ୍ ଅଜନା ଗିୟ୍ଲେ, ଆନିନ୍ ଆମ୍ୱେଞ୍ଜିଆଡଙ୍ ପୁରସ୍କାରନ୍ ତିୟ୍ତବେନ୍ ।”
19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ;
“ଆମ୍ୱେଞ୍ଜି ପୁର୍ତିଲୋଙନ୍ ରମ୍ମଙ୍ ରମ୍ମଙ୍ ଆସନ୍ ରନ୍ନାନ୍ ଏତର୍ତୁମ୍ଡଙ୍, ତେତ୍ତେ ତିଆତେ ବୋବ୍ବୋଡନ୍ ଜୋମ୍ତେ, ଜୋମ୍ତଡ୍ତେ, ଆରି ରାଉମରଞ୍ଜି ପିଡ଼ିନ୍ ପାଲ୍ଲେ ତିଆତେ ରାଉଲନ୍ ପାଙ୍ତଜି;
20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
ଆର୍ପାୟ୍ ରୁଆଙ୍ଲୋଙନ୍ ରମ୍ମଙ୍ ରମ୍ମଙ୍ ଆସନ୍ ରନ୍ନାନ୍ ତର୍ତୁମ୍ବା, ତେତ୍ତେ ତିଆତେ ବୋବ୍ବୋଡନ୍ ଅଃଜ୍ଜୋମେ କି ଅଃଜ୍ଜୋମ୍ତଡେ ଆରି ରାଉମରଞ୍ଜି ପିଡ଼ିନ୍ ପାଲ୍ଲେ ତିଆତେ ରାଉଲନ୍ ଅଃପ୍ପାଙେଜି ।
21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
ଇନିଆସନ୍ଗାମେଣ୍ଡେନ୍ ଅଙ୍ଗାଲୋଙ୍ ରନ୍ନାବେନ୍ ଡକୋତେ, ମନ୍ନବେନ୍ ନିୟ୍ ତେତ୍ତେ ଡକୋତେ ।”
22 ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
“ଅମଡନ୍ ଡଅଙନ୍ ଆ ପିଙ୍କ ଅନ୍ତମ୍ । ତିଆସନ୍ ଅମଡ୍ବେନ୍ ମନଙ୍ ଡକୋଏନ୍ ଡେନ୍, ଏତ୍ତେଲ୍ଡେନ୍ ସମ୍ପରା ଡଅଙ୍ବେନ୍ ସାଆର୍ତେ ।
23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର!
ବନ୍ଡ ଅମଡ୍ବେନ୍ ମନଙ୍ ତଡ୍ ଡେନ୍, ଏତ୍ତେଲ୍ଡେନ୍ ସମ୍ପରା ଡଅଙ୍ବେନ୍ ଲୋଙଡ୍ତେ । ତିଆସନ୍ ଅମ୍ମଲୋଙ୍ବେନ୍ ଆ ପିଙ୍କ ଲୋଙଡେନ୍ ଡେନ୍, ଏତ୍ତେଲ୍ଡେନ୍ ତି ଆ ଲୋଙଡ୍ ଡିଅଙ୍ଗା ଆ ବରନ୍ତଙ୍!”
24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାର ନାହିଁ।
“ଅନ୍ନିଙ୍ ଆ ମନ୍ରା ବାଗୁ ସାଉକାରନ୍ ଆ କମ୍ୱାରିମର୍ ଡେଲେ ଅଃର୍ରପ୍ତିଏ; ଇନିଆସନ୍ଗାମେଣ୍ଡେନ୍ ଆନିନ୍ ଅବୟ୍ନେଆଡଙ୍ ଏଡ଼ୁର୍ମଡ୍ତେ ଆରି ଅବୟ୍ନେଆଡଙ୍ ଡୁଙ୍ୟମ୍ତେ, ଇଜ୍ଜାନ୍ଡେନ୍ ଅବୟ୍ନେ ଆ ବର୍ନେ ମାନ୍ନେତେ ଆରି ଅବୟ୍ନେ ଆ ବର୍ନେ ଆଲ୍ଲେତେ । ଆମ୍ୱେଞ୍ଜି ଇସ୍ୱରନ୍ ଡ ତଙ୍କାନ୍ ବାଗୁଞ୍ଜି ଆ କମ୍ୱାରିମର୍ ଡେଲେ ଏଃର୍ରପ୍ତିଏ ।”
25 ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
“ତିଆସନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ଇନି ଏଜୋମାୟ୍ ଅଡ଼େ ଇନି ଏଗାଆୟ୍, ଏନ୍ନେଲେ ଇୟମ୍ଡାଲେ ଅନମେଙ୍ବେନ୍ ଆସନ୍, ଅଡ଼େ ଇନି ଏଜିିଜିନାୟ୍, ଏନ୍ନେଲେ ଇୟମ୍ଡାଲେ ଡଅଙ୍ବେନ୍ ଆସନ୍ ନିୟ୍ ଏଇଃୟମ୍ଡଙ୍ । ଜନୋମ୍ଜୋମନ୍ ସିଲଡ୍ ପରାନ୍ନାନ୍ ସୋଡ଼ା ତଡ୍ ପଙ୍? ଆରି ସିନ୍ରିନ୍ ସିଲଡ୍ ଡଅଙନ୍ ସୋଡ଼ା ତଡ୍ ପଙ୍?
26 ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
ରୁଆଙନ୍ ଆ ଅନ୍ତିଡ୍ଜି ଗିୟ୍ବା, ଆନିଞ୍ଜି ଅଃବ୍ବୁଡେଜି କି ଅଃଗଡେଜି, ମରଁୟ୍ଲୋଙନ୍ ତର୍ତୁମ୍ଲେ ଅଃଡ୍ଡକ୍କୋଏଜି, ବନ୍ଡ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ଆନିଞ୍ଜିଆଡଙ୍ ଜନୋମ୍ଜୋମନ୍ ତିୟ୍ତଜି । ତି ଆ ଅନ୍ତିଡ୍ଜି ସିଲଡ୍ ଆମ୍ୱେଞ୍ଜି ସୋଡ଼ା ତଡ୍ ପଙ୍?
27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ?
ଆରି, ଆମ୍ୱେଞ୍ଜିଲୋଙ୍ ସିଲଡ୍ ଆନା ଇୟମ୍ଡାଲନ୍ ଆନମେଙନ୍ ଅଜିଡ୍ ଓୟ୍ଲେ ଅବ୍ଗୋଗୋୟ୍ଲେ ରପ୍ତିଏ?”
28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,
“ଆରି, ସିନ୍ରିନ୍ ଆସନ୍ ଇନିବା ଏଇଃୟମ୍ତେ? ପଡ଼ିଆନ୍ ଆ ତାର୍ବାଜି ଗିୟ୍ଲେ ଞଙ୍ନାବା, ତିଆତେଜି ଏଙ୍ଗାଲେ ସୋଡ଼ାତଜି; ଆନିଞ୍ଜି ଅଃକ୍କାବାଡ଼ାନେଜି କି ତାଡ଼େରନ୍ ଅଃତ୍ତବେଜି,
29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।
ବନ୍ଡ ଞେନ୍ ଆମ୍ବେଞ୍ଜିଆଡଙ୍ ବର୍ତବେନ୍, ସୋଲମନ୍ ରାଜାନ୍ ଆମଙ୍ କେନ୍ ଅଡ଼୍କୋନ୍ ଅରିଃସୁମଞ୍ଜି ଡକୋଏନ୍ ଜନଙ୍ଡେନ୍, କେନ୍ ଅବୟ୍ ତାର୍ବାନ୍ ଅନ୍ତମ୍ ଆ ମନଙ୍ ଆ ସିନ୍ରି ଆଙ୍ଗିୟ୍ ଆନିନ୍ ଅଃର୍ରଲନେ ।
30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ?
ଲଙେ ପଡ଼ିଆଲୋଙନ୍ ଡକୋନ୍ ଆଜିଙ୍ ଅସମୟ୍ ବିଅଡ଼େଃ ତିଆତେ ଗଡ୍ଲେ କୋଡ଼ାତୁଡ୍ଲୋଙନ୍ ପନିଡନ୍ ଡେତେ, ଇସ୍ୱରନ୍ ତିଆତେଜି ଡିୟ୍ତେ ଆ ମନଙ୍ ତୁବେନ୍ ଡେନ୍, ଏତ୍ତେଲ୍ଡେନ୍ ଏ ଅସୋୟ୍ ଡର୍ନେମର୍ଜି ଇସ୍ୱରନ୍ ଆମ୍ୱେଞ୍ଜିଆଡଙ୍ ଡିଅଙ୍ଗା ଆ ଗୋଗୋୟ୍ ସିନ୍ରିନ୍ ଅରଃ ତିୟ୍ବେନ୍?”
31 ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।
“ଇନି ଏଜୋମାୟ୍? ଅଡ଼େ ଇନି ଏଗାଆୟ୍? ଅଡ଼େ ଇନି ଏଜିଜିନାୟ୍? ଏନ୍ନେଲେ ବର୍ରନ୍ ଏଇଃୟମ୍ଡଙ୍ ।
32 କାରଣ ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି।
ଇନିଆସନ୍ଗାମେଣ୍ଡେନ୍ ଏର୍ଡର୍ନେମରଞ୍ଜି କେନ୍ ଅଡ଼୍କୋନ୍ ସାୟ୍ଲେ ବୁଲ୍ଲେତଜି । ଆରି, କେନ୍ ଅଡ଼୍କୋନ୍ ଆମ୍ୱେଞ୍ଜି ଆସନ୍ ସନାୟ୍ସାୟ୍ ଗାମ୍ଲେ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ଜନା ।
33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
ବନ୍ଡ ଆମ୍ୱେଞ୍ଜି ପର୍ତମ୍ମୁ ଇସ୍ୱରନ୍ ଆ ରାଜ୍ୟ ଆରି ଆନିନ୍ ଅମଙ୍ବେନ୍ ସିଲଡ୍ ଇନି ଲଡୟ୍ତେ ତିଆତେ ସାୟ୍ବା, ଏତ୍ତେଲ୍ଡେନ୍ କେନ୍ ଅଡ଼୍କୋନ୍ ନିୟ୍ ଆମ୍ୱେଞ୍ଜିଆଡଙ୍ ତନିୟନ୍ ଡେତେ ।
34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।
ତିଆସନ୍, ବିଅଡ଼େଃ ଆସନ୍ ଏବାଉଲ୍ଲିଡଙ୍ନେ, ଇନିଆସନ୍ଗାମେଣ୍ଡେନ୍ ବିଅଡ଼େଃ, ଆମ୍ୱେନ୍ ଆସନ୍ ଆମ୍ୱେନ୍ଡମ୍ ଏବାଉଲ୍ଲିତନେ । ଲଙେ ଆ ଡଣ୍ଡ ଲଙେ ଆସନ୍ ସରି ।”