< ମାଥିଉ 3 >

1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦିୟା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,
ସଃଡେବଃଳ୍‌ ବାପ୍ତିସମ୍‌ ଦେତା ଜହନ୍‌ ଜିଉଦା ଦେସାର୍‌ ସୁକ୍‌ଲା ବଃଟାୟ୍‌ ଆସି ପର୍ଚାର୍‌ କଃରୁକେ ଆରୁମ୍‌ କଃଲା,
2 “ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।”
“ତୁମାର୍‌ ହାହ୍‌ଚାଡା, କାୟ୍‌ତାକ୍‌ବଃଲେକ୍‌ ସଃର୍ଗ୍‌ ରାଇଜ୍‌ ଚଃମେ ଅୟ୍‌ଲିନି ।”
3 ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ, “ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ‘ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।’”
ଜିସାୟ୍‌ ବାବ୍‌ବାଦି ଜାର୍‌ କଃତା କୟ୍‌ରିଲା, ଇରି ସେ ମାନାୟ୍‌, “ସୁକ୍‌ଲା ବଃଟାୟ୍‌ ଉଲ୍‌ଗାଟ୍‌ ଅୟ୍‌ କଃଉତିରିଲା ଗଟ୍‌ ଲକାର୍‌ ଟଣ୍ଡ୍, ‘ମାପ୍ରୁର୍‌ ଗିନେ ବାଟ୍‌ ତିଆର୍‌ କଃରା; ତାର୍‌ ବାଟ୍‌ ସଃଳ୍‌କ୍‌ କଃରା ।’”
4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।
ଜହନ୍‌ ଉଟ୍‌ ରମେ ବୁଣ୍‌ଲା ବଃସ୍ତର୍‌ ହିନ୍ଦ୍‌ତି ରିଲା ଆର୍‌ ତାର୍‌ ଅଃଟାୟ୍‌ ଚାମାର୍‌ ଅଃଟାବାନ୍ଦୁଣ୍‌ ବାନ୍ଦ୍‌ତି ରିଲା । ଆରେକ୍‌ ସେ ଜିଟ୍‌କା ଆର୍‌ ବଃନାର୍‌ ମଃଉଁ କାତିରିଲା ।
5 ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦିୟା ପ୍ରଦେଶ ପୁଣି, ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ,
ସଃଡେବଃଳ୍‌ ଜିରୁସାଲମ୍‌ ଗଃଳାର୍‌ ଆର୍‌ ଜିଉଦା ରାଜିର୍‌, ଆରେକ୍‌ ଜର୍ଦନ୍‌ ଗାଡ୍ ଚଃମେ ରିଲା ସଃବୁ ଲକ୍‌ମଃନ୍ ଜହନ୍‌ ଲଃଗେ ଆସୁକ୍‌ ଦଃର୍ଲାୟ୍‌ ।
6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
ଆର୍‌ ସେମଃନ୍‌ ନିଜେ ନିଜେ କଃରିରିଲା ହାହ୍‌ ଆର୍‌ ଦସ୍‌ ସଃବୁ ମାନ୍‌ଲାୟ୍‌, ଆର୍‌ ଜହନ୍‌ ତଃୟ୍‌ହୁଣି ଜର୍ଦନ୍ ଗାଡେ ବାପ୍ତିସମ୍‌ ନିଲାୟ୍‌ ।
7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
ମଃତର୍‌ ପାରୁସି ଆର୍‌ ସାଦୁକିମଃନାର୍‌ ବିତ୍ରେ ଗାଦେକ୍‌ ଲକ୍‌ ବାପ୍ତିସମ୍‌ ନେଉଁକେ ଆସ୍ତାର୍‌ ଦଃକି ଜହନ୍‌ ସେମଃନ୍‌କେ କୟ୍‌ଲା, “ଏ ନାଗ୍ ସାହ୍‌ ଆର୍‌ ତାର୍‌ ବଃଉଁସ୍‌ମଃନ୍, ଇସ୍ୱର୍‌ ତୁମିକେ ଜୁୟ୍‌ ଡଃଣ୍ଡ୍‌ ଦେଉଁକେ ଜଃଉଁଲା, ସେତିହୁଣି ବଚୁ ହାରାସ୍‌ ବଃଲି କେ ତୁମିକେ କୟ୍‌ଲା?
8 ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,
ଜଦି ତୁମିମଃନ୍ ସଃତ୍‌କଃରି ହାହେ ହୁଣି ମଃନ୍‌ ବାଦ୍‌ଲାୟ୍‌ ଆଚାସ୍‌, ତଃବେ ନିକ କାମ୍‌ କଃରି ଦଃକାଉଆ ।
9 ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
ମଃନେ ବାବା ନାୟ୍‌ ଜେ, ଅବ୍ରାହାମ୍‌ ତ ଅଃମାର୍‌ ଉବା ବଃଲି କୟ୍‌ଲେକ୍‌, ତୁମିମଃନ୍ ଡଃଣ୍ଡ୍‌ ତଃୟ୍‌ହୁଣି ମୁକ୍‌ଳୁ ହାରାସ୍‌ । ମୁଁୟ୍‌ ତୁମିମଃନ୍‌କେ କଃଉଁଲେ, ଇସ୍ୱର୍‌ ଇ ଟେଳାମଃନାର୍‌ ତଃୟ୍‌ହୁଣି ହେଁ ଅବ୍ରାହାମାର୍‌ ଗିନେ ହିଲାମଃନ୍‌ ଉବ୍‌ଜାଉଁ ହାରେ ।
10 ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
ଆର୍‌ ଅଃବେ ହେଁ ଗଃଚ୍‌ମଃନାର୍‌ ବୁନ୍ଦେ କୁରାଡି ଲାଗି ଆଚେ; ବଃଲେକ୍‌ ଜୁୟ୍‌ ଗଃଚେ ନିକ ହଃଳ୍‌ ନଃହେଳେ, ସେ ଗଃଚ୍‌କେ କାଟିକଃରି ଜୟେ ହଃକା ଅୟ୍‌ଦ୍‌ ।
11 ମୁଁ ସିନା ତୁମ୍ଭମାନଙ୍କୁ ମନ-ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
ମୁଁୟ୍‌ ସିନା ତୁମିକେ ହାହେ ହୁଣି ମଃନ୍‌ ବାଦ୍‌ଲାୟ୍‌ ଆଚାସ୍‌ ବଃଲି ହାଣାୟ୍‌ ବାପ୍ତିସମ୍‌ ଦେଉଁଲେ, ମଃତର୍‌ ମର୍‌ ହଃଚେ ଜେ ଆସୁଲା, ସେ ମର୍‌ ତଃୟ୍‌ହୁଣି ଅଃଦିକ୍‌ ବଃଡ୍‌, ତାର୍‌ ହାଦାର୍‌ ହାଣ୍ଡାୟ୍‌ ବଃଉଁକେ ମୁଁୟ୍‌ ଜୟ୍‌ଗ୍‌ ନାୟ୍‌; ସେ ତୁମିମଃନ୍‌କେ ପବିତ୍ର ଆତ୍ମା ଆର୍‌ ଜୟେ ବାପ୍ତିସମ୍‌ ଦଃୟ୍‌ଦ୍‌ ।
12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ପରିଷ୍କାର କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”
ଅଃହ୍‌ଣାର୍‌ କଟାର୍‌ ହଃର୍ଚାଳ୍‌ କଃରୁକେ ଆର୍‌ ସଃବୁ ନିକ ଗଅଁକେ ରୁଣ୍ଡାୟ୍‌ ଅଃହ୍‌ଣାର୍‌ ଗଃଦ୍ୟାୟ୍‌ ସଃଙ୍ଗାଉଁକ୍‌ ତାର୍‌ ଆତେ କୁଲା ଆଚେ, ମଃତର୍‌ ସଃବୁ ହଃଲମଃନ୍‌କେ ନଃଲିବ୍‌ତା ଜୟେ ହଡାୟ୍‌ ହଃକାୟ୍‌ଦ୍‌ ।”
13 ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନ ନଦୀକୁ ଆସିଲେ।
ସଃଡେବଃଳ୍‌ ଜିସୁ ଜହନ୍‌ ତଃୟ୍‌ହୁଣି ବାପ୍ତିସମ୍‌ ନେଉଁକେ ଗାଲିଲି ହୁଣି ଜର୍ଦନ୍ ଗାଡେ ଆୟ୍‌ଲା ।
14 କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, “ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି?”
ମଃତର୍‌ ଜହନ୍‌ ମଃନାକଃରି ଜିସୁକେ କୟ୍‌ଲା, “ମୁଁୟ୍‌ ସିନା ତର୍‌ ତଃୟ୍‌ହୁଣି ବାପ୍ତିସମ୍‌ ହାଉତା କଃତା, ଆର୍‌ ତୁୟ୍‌ ମର୍‌ ତଃୟ୍‌ ଆସି ଆଚ୍‌ସି ।”
15 ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ।
ମଃତର୍‌ ଜିସୁ ତାକ୍‌ କୟ୍‌ଲା, “ଅଃବେ ମର୍‌ କଃତାୟ୍‌ ରାଜି ଅଃଉ, କାୟ୍‌ତାକ୍‌ବଃଲେକ୍‌ ଅଃମି ଇବାନ୍ୟା ସଃବୁ ଦଃର୍ମ୍‌କାମ୍‌ କଃରି ଇସ୍ୱରାର୍‌ ଇଚା ହୁରୁଣ୍ କଃର୍ତାର୍‌ ଲଳାଆଚେ ।” ତଃବେ ଜହନ୍‌ ତାକ୍‌ ବାପ୍ତିସମ୍‌ ଦେଉଁକେ ରାଜି ଅୟ୍‌ଲା ।
16 ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ବରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ।
ଜିସୁ ବାପ୍ତିସମ୍‌ ନଃୟ୍‌ ହାଣାୟ୍‌ ହୁଣି ବାରାୟ୍‌ଲା, ଆର୍‌ ସଃର୍ଗ୍‌ ଉଗାଳି ଅୟ୍‌ଲି, ଆରେକ୍‌ ସେ ଇସ୍ୱରାର୍‌ ଆତ୍ମାକ୍‌ ହାଣ୍ଡ୍‌କା ହର୍‌ ଅୟ୍‌ ତାର୍‌ ଉହ୍ରେ ଉତ୍ରି ଆସ୍ତାର୍‌ ଦଃକ୍‌ଲା ।
17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।”
ଆର୍‌ ସଃଡେବଃଳ୍‌ ସଃର୍ଗେ ହୁଣି ଗଟେକ୍‌ କଃତା ସୁଣା ଅୟ୍‌ଲି, “ଏ ଅଃମାର୍‌ ଲାଡାର୍‌ ହଅ, ଆର୍‌ ତଃୟ୍‌ ଅଃମି ବଃଡେ ସଃନ୍‌ମତ୍‌ ।”

< ମାଥିଉ 3 >