< ମାଥିଉ 28 >
1 ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍ଦଲୀନୀ ମରୀୟମ ଓ ଅନ୍ୟ ମରୀୟମ ସମାଧି ଦେଖିବାକୁ ଆସିଲେ।
તતઃ પરં વિશ્રામવારસ્ય શેષે સપ્તાહપ્રથમદિનસ્ય પ્રભોતે જાતે મગ્દલીની મરિયમ્ અન્યમરિયમ્ ચ શ્મશાનં દ્રષ્ટુમાગતા|
2 ଆଉ ଦେଖ, ମହା ଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇଦେଇ ତାହା ଉପରେ ବସିଲେ।
તદા મહાન્ ભૂકમ્પોઽભવત્; પરમેશ્વરીયદૂતઃ સ્વર્ગાદવરુહ્ય શ્મશાનદ્વારાત્ પાષાણમપસાર્ય્ય તદુપર્ય્યુપવિવેશ|
3 ତାହାଙ୍କ ରୂପ ବିଜୁଳି ପରି ଓ ତାହାଙ୍କର ବସ୍ତ୍ର ହିମ ପରି ଧଳା ରଙ୍ଗ ଥିଲା,
તદ્વદનં વિદ્યુદ્વત્ તેજોમયં વસનં હિમશુભ્રઞ્ચ|
4 ପୁଣି, ତାହାଙ୍କ ଭୟରେ ପ୍ରହରୀମାନେ କମ୍ପମାନ ହୋଇ ମୃତବ୍ୟକ୍ତିମାନଙ୍କ ପରି ହେଲେ।
તદાનીં રક્ષિણસ્તદ્ભયાત્ કમ્પિતા મૃતવદ્ બભૂવઃ|
5 କିନ୍ତୁ ଦୂତ ସ୍ତ୍ରୀଲୋକମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଭୟ କର ନାହିଁ, କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ତାହା ମୁଁ ଜାଣେ।
સ દૂતો યોષિતો જગાદ, યૂયં મા ભૈષ્ટ, ક્રુશહતયીશું મૃગયધ્વે તદહં વેદ્મિ|
6 ସେ ଏଠାରେ ନାହାନ୍ତି, କାରଣ ସେ ଯେପରି କହିଥିଲେ, ସେହିପରି ଉଠିଅଛନ୍ତି। ଆସ, ସେ ଯେଉଁଠାରେ ଶୋଇଥିଲେ ସେହି ସ୍ଥାନ ଦେଖ।
સોઽત્ર નાસ્તિ, યથાવદત્ તથોત્થિતવાન્; એતત્ પ્રભોઃ શયનસ્થાનં પશ્યત|
7 ଆଉ, ତୁମ୍ଭେମାନେ ଶୀଘ୍ର ଯାଇ ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ପୁଣି, ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି, ସେଠାରେ ତୁମ୍ଭେମାନେ ତାହାଙ୍କର ଦର୍ଶନ ପାଇବ; ଦେଖ, ମୁଁ ତୁମ୍ଭମାନଙ୍କୁ କହିଲି।
તૂર્ણં ગત્વા તચ્છિષ્યાન્ ઇતિ વદત, સ શ્મશાનાદ્ ઉદતિષ્ઠત્, યુષ્માકમગ્રે ગાલીલં યાસ્યતિ યૂયં તત્ર તં વીક્ષિષ્યધ્વે, પશ્યતાહં વાર્ત્તામિમાં યુષ્માનવાદિષં|
8 ଏଥିରେ ସେମାନେ ଭୟ ଓ ମହାନନ୍ଦରେ ସମାଧି ନିକଟରୁ ଶୀଘ୍ର ଚାଲିଯାଇ ତାହାଙ୍କ ଶିଷ୍ୟମାନଙ୍କୁ ସମ୍ବାଦ ଦେବା ପାଇଁ ଦୌଡ଼ିଲେ।
તતસ્તા ભયાત્ મહાનન્દાઞ્ચ શ્મશાનાત્ તૂર્ણં બહિર્ભૂય તચ્છિષ્યાન્ વાર્ત્તાં વક્તું ધાવિતવત્યઃ| કિન્તુ શિષ્યાન્ વાર્ત્તાં વક્તું યાન્તિ, તદા યીશુ ર્દર્શનં દત્ત્વા તા જગાદ,
9 ଆଉ ଦେଖ, ଯୀଶୁ ସେମାନଙ୍କୁ ସାକ୍ଷାତ କରି କହିଲେ, “ତୁମ୍ଭମାନଙ୍କର ମଙ୍ଗଳ ହେଉ।” ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ।
યુષ્માકં કલ્યાણં ભૂયાત્, તતસ્તા આગત્ય તત્પાદયોઃ પતિત્વા પ્રણેમુઃ|
10 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ, ତୁମ୍ଭେମାନେ ଯାଇ ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକୁ ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ।”
યીશુસ્તા અવાદીત્, મા બિભીત, યૂયં ગત્વા મમ ભ્રાતૃન્ ગાલીલં યાતું વદત, તત્ર તે માં દ્રક્ષ્યન્તિ|
11 ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀ-ଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।
સ્ત્રિયો ગચ્છન્તિ, તદા રક્ષિણાં કેચિત્ પુરં ગત્વા યદ્યદ્ ઘટિતં તત્સર્વ્વં પ્રધાનયાજકાન્ જ્ઞાપિતવન્તઃ|
12 ସେମାନେ ପ୍ରାଚୀନବର୍ଗ ସହିତ ଏକତ୍ର ହୋଇ ମନ୍ତ୍ରଣା କଲା ପରେ ସେହି ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଇ କହିଲେ,
તે પ્રાચીનૈઃ સમં સંસદં કૃત્વા મન્ત્રયન્તો બહુમુદ્રાઃ સેનાભ્યો દત્ત્વાવદન્,
13 ତୁମ୍ଭେମାନେ କୁହ, ଆମ୍ଭେମାନେ ଶୋଇପଡ଼ିଥିବା ସମୟରେ ତାହାଙ୍କର ଶିଷ୍ୟମାନେ ରାତିରେ ଆସି ତାହାଙ୍କୁ ଚୋରି କରି ନେଇଗଲେ।
અસ્માસુ નિદ્રિતેષુ તચ્છિષ્યા યામિન્યામાગત્ય તં હૃત્વાનયન્, ઇતિ યૂયં પ્રચારયત|
14 ପୁଣି, ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା।
યદ્યેતદધિપતેઃ શ્રોત્રગોચરીભવેત્, તર્હિ તં બોધયિત્વા યુષ્માનવિષ્યામઃ|
15 ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ। ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି।
તતસ્તે મુદ્રા ગૃહીત્વા શિક્ષાનુરૂપં કર્મ્મ ચક્રુઃ, યિહૂદીયાનાં મધ્યે તસ્યાદ્યાપિ કિંવદન્તી વિદ્યતે|
16 କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ।
એકાદશ શિષ્યા યીશુનિરૂપિતાગાલીલસ્યાદ્રિં ગત્વા
17 ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ।
તત્ર તં સંવીક્ષ્ય પ્રણેમુઃ, કિન્તુ કેચિત્ સન્દિગ્ધવન્તઃ|
18 ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି।
યીશુસ્તેષાં સમીપમાગત્ય વ્યાહૃતવાન્, સ્વર્ગમેદિન્યોઃ સર્વ્વાધિપતિત્વભારો મય્યર્પિત આસ્તે|
19 ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,
અતો યૂયં પ્રયાય સર્વ્વદેશીયાન્ શિષ્યાન્ કૃત્વા પિતુઃ પુત્રસ્ય પવિત્રસ્યાત્મનશ્ચ નામ્ના તાનવગાહયત; અહં યુષ્માન્ યદ્યદાદિશં તદપિ પાલયિતું તાનુપાદિશત|
20 ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।” (aiōn )
પશ્યત, જગદન્તં યાવત્ સદાહં યુષ્માભિઃ સાકં તિષ્ઠામિ| ઇતિ| (aiōn )