< ମାଥିଉ 25 >

1 “ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ।
“ସେଡିକିବେଲେ ସରଗ୍‌ ରାଇଜେ କେଟ୍‌ବା ବାଟ୍‌ ଏନ୍ତି ଅଇସି । ଦସ୍‌ଟା ଦାଙ୍ଗ୍‌ଡିମନ୍‌ ସବୁ ଲକ୍‌ ଗଟେକ୍‌ ଗଟେକ୍‌ ବତି ଦାରି ବାଟେ, ବର୍‌ ଦାଙ୍ଗ୍‌ଡାକେ ଜାଗ୍‌ବାର୍‌ ଜାଇରଇଲାଇ ।
2 ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ।
ସେମନର୍‌ ବିତ୍‌ରେଅନି ପାଁଚ୍‌ଟା ଦାଙ୍ଗ୍‌ଡି ଚତୁର୍‌ ରଇଲାଇ, ଆରି ପାଁଚ୍‌ଟା ଦାଙ୍ଗ୍‌ଡି ବକୁଆ ରଇଲାଇ ।
3 ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ,
ବକୁଆ ରଇଲା ଦାଙ୍ଗ୍‌ଡିମନ୍‌ ଅଦିକ୍‌ ଚିକନ୍‌ ନେଇ ନ ରଇଲାଇ ।
4 ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ।
ମାତର୍‌ ଚତୁର୍‌ ରଇବା ଦାଙ୍ଗ୍‌ଡିମନ୍‌ ନିଜର୍‌ ନିଜର୍‌ ବତି ଟାନେ ରଇବାଟା ଚାଡି ଆରି କାଁଚେ ମିସା ଚିକନ୍‌ ବର୍‌ତି କରି ନେଇରଲାଇ ।
5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ।
ବର୍‌ ଦାଙ୍ଗ୍‌ଡା ଆଇବାଟା ଅଲ୍‌ସମ୍‌ ଅଇଲାକେ ଦାଙ୍ଗ୍‌ଡିମନ୍‌ ଜୁମ୍‌ରି ଜୁମ୍‌ରି କରି ସଇଦେଲାଇ ।”
6 କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ବାହାର’, ଏପରି କୋଳାହଳ ହେଲା।
ମଜା ରାତିବେଲାଇ ଆଉଲି ସୁନି ଅଇଲା, “ଏଦେ ଦେକା! ବର୍‌ ଦାଙ୍ଗ୍‌ଡା ଆଇଲାବେ! ଆସା ସେମନ୍‌କେ ଡାକିଆନୁ!”
7 ସେତେବେଳେ କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ।
ଦାଙ୍ଗ୍‌ଡିମନ୍‌ ଉଟିକରି ନିଜର୍‌ ନିଜର୍‌ ବତିମନ୍‌ ସାଜାଡ୍‌ଲାଇ ।
8 କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତୈଳରୁ ଆମକୁ ଅଳ୍ପ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି।
ସେଡ୍‌କି ବେଲେ ବକୁଆ ଦାଙ୍ଗ୍‌ଡିମନ୍‌ ଚତୁର୍‌ ରଇଲା ଦାଙ୍ଗ୍‌ଡିମନ୍‌କେ କଇଲାଇ “ଆମ୍‌କେ କଣ୍ଡେକ୍‌ ଚିକନ୍‌ ଦିଆ । ଆମର୍‌ ବତି ଲିବିଗାଲାନି ।”
9 ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ଯଦି ଆମେ ତୁମକୁ ଅଳ୍ପ ଦେବୁ, ତେବେ ତୁମଠାରେ ଓ ଆମଠାରେ ମଧ୍ୟ ଅଣ୍ଟିବ ନାହିଁ, ବରଂ ତୁମେ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ।
ଚତୁର୍‌ ଦାଙ୍ଗ୍‌ଡିମନ୍‌ କଇଲାଇ, “ତମ୍‌କେ ଦେଲେସରି ଆମର୍‌ ପାଇ ଚିକନ୍‌ ନ ଅଏ । ତମେ ଦୁକାନେ ଜାଇ ନିଜର୍‌ ନିଜର୍‌ ପାଇ ଚିକନ୍‌ ଗେନିଆନା ।”
10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା।
୧୦ସେଟାର୍‌ପାଇ ବୁଦି ନଇଲା ଦାଙ୍ଗ୍‌ଡିମନ୍‌ ଚିକନ୍‌ ଗେନ୍‌ବାକେ ବାରଇଲାଇ । ସେମନ୍‌ ଗାଲା, ପଚେ ବର୍‌ ଦାଙ୍ଗ୍‌ଡା ଆସି କେଟ୍‌ଲା । ଜାଗ୍‌ରତ୍‌ ଅଇରଇଲା ପାଁଚ୍‌ଟା ଚତୁର୍‌ ଦାଙ୍ଗ୍‌ଡିମନ୍‌ ତାକର୍‌ ସଙ୍ଗ୍‌ ବିବା ବଜିତେଇ ଗାଲା ପଚେ କାପାଟ୍‌ ଡାବିଅଇଗାଲା ।
11 ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇ ଦିଅନ୍ତୁ।
୧୧ସେ ବୁଦି ନ ରଇଲା ଦାଙ୍ଗ୍‌ଡିମନ୍‌ ପଚେ ସେ ଜାଗାଇ ଆଇଲାଇ, ଏ ମାପ୍‌ରୁ, ଏ ମାପ୍‌ରୁ କାପାଟ୍‌ ଉଗାଡା, ଆମେ ବିତ୍‌ରେ ଜିବୁ ବଲି ସେମନ୍‌ ଆଉଲି ଅଇଲାଇ ।
12 କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ।
୧୨ବର୍‌ଦାଙ୍ଗ୍‌ଡା କଇଲା, “ମୁଇ ସତ୍‌ କଇଲିନି, ତମେ କେ, ମୁଇ ନାଜାନି ।”
13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ।”
୧୩କାତା କଇବାଟା ସାରାଇ, କରି ଜିସୁ କଇଲା, “ଜାଗ୍‌ରତ୍‌ ଅଇ ରୁଆ । ସେ ଦିନ୍‌ କି ବେଲା କେ ମିସା ନାଜାନାସ୍‌ ।”
14 “ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ମଧ୍ୟ ସେହିପରି ଅଟେ।
୧୪“ସରଗ୍‌ ରାଇଜ୍‌ ଏନ୍ତାରି, ସେ ବିସଇର୍‍ ଆରି ଗଟେକ୍‌ କାତା ସୁନା । ତରେକ୍‌ ଗଟେକ୍‌ ଲକ୍‌ ତାର୍‌ ଚାକର୍‌ମନ୍‍କେ, ତାର୍‌ ସଁପତି ଚାଡିଦେଇ ବିଦେସେ ଉଟିଗାଲା ।
15 ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ।
୧୫ସେମନର୍‌ ପାର୍‌ବା ଇସାବେ ସେମନ୍‌କେ କେତେକ୍‌ କେତେକ୍‌ ଡାବୁ ଜିମା ଦେଲା । ଗଟେକ୍‌ ଲକ୍‌କେ ପାଁଚ୍‌ ଅଜାର୍‌ ରୁପା ଟାଙ୍ଗା ଦେଲା, ଗଟେକ୍‌ ଲକ୍‌କେ ଦୁଇ ଅଜାର୍‌, ଆରି ଗଟେକ୍‍ଲକ୍‌କେ ଅଜାର୍‌ ରୁପା ଟାଙ୍ଗା ଦେଲା । ଆରି ବିଦେସେ ଉଟିଗାଲା ।
16 ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା।
୧୬ପାଁଚ୍‌ ଅଜାର୍‌ ରୁପାଟାଙ୍ଗା ନେଇରଇଲା ଚାକର୍‌ ସେ ଡାବୁ ବେବାର୍‌ କରି ଆରି ପାଁଚ୍‌ ଅଜାର୍‌ ଲାବ୍‌କଲା ।
17 ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା।
୧୭ସେନ୍ତାରି ଦୁଇ ଅଜାର୍‌ଟା ନେଇରଇଲା ଚାକର୍‌ ମିସା ଆରି ଦୁଇ ଅଜାର୍‌ ଲାବ୍‌କଲା ।
18 ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା।
୧୮ମାତର୍‌ ଜନ୍‌ ଚାକର୍‌ ଅଜାର୍‌ଟା ପାଇରଇଲା, ସେ ଗଟେକ୍‌ କାଲ୍‌କୁନି ସାଉକାର୍‌ ଦେଇରଇବା ସେ ରୁପା ଟାଙ୍ଗା ଲୁଚାଇ ସଙ୍ଗଇଲା ।
19 ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ।
୧୯“ବେସିଦିନ୍‌ ଗାଲା ପଚେ ସାଉକାର୍‌ ବାଅଡ୍‌ଲା ଆରି ଚାକର୍‌ମନର୍‌ ସଙ୍ଗ୍‌ ଇସାବ୍‌କିତାବ୍‌ କଲା ।”
20 ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଅଛି।
୨୦ପାଁଚ୍‌ ଅଜାର୍‌ ରୁପାଟାଙ୍ଗା ନେଇରଇଲା ଚାକର୍‌ ଆସି ଆରି ପାଁଚ୍‌ ଅଜାର୍‌ ଦେଇ କଇଲା, “ସାଉକାର୍‌ ତମେ ମକେ ପାଁଚ୍‌ ଅଜାର୍‌ ଦେଇରଇଲାସ୍‌, ଏଦେ ଦେକା, ମୁଇ ଆରି ପାଁଚ୍‌ ଅଜାର୍‌ ଲାବ୍‌ କଲିଆଚି ।”
21 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
୨୧ସାଉକାର୍‌ ସାର୍‌ଦା ଅଇ ତାକେ କଇଲା, “ଟିକ୍‌ କରିଆଚୁସ୍‌, ତୁଇ ମର୍‌ କେଡେକ୍‌ ନିକ ଆରି ବିସ୍‌ବାସ୍‍ ରଇବା ଚାକର୍‌! ତମେ ବିସ୍‌ବାସ୍‌ ସଙ୍ଗ୍‍ ଉନା ଦନ୍‌ କାର୍‌ବାର୍‌ କରି ରଇଲାର୍‍ ପାଇ ତମ୍‍କେ ବେସି ଦନ୍‌ ଚାଡିଦେବି । ଆଉ ମର୍‌ ସଙ୍ଗ୍‌ ସାର୍‌ଦା କର୍‌ ।”
22 ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଅଛି।
୨୨“ଦୁଇ ଅଜାର୍‌ ରୁପାଟାଙ୍ଗା ନେଇ ରଇଲା ଚାକର୍‌ ଆସି କଇଲା, ସାଉକାର୍‌ ତମେ ମକେ ଦୁଇ ଅଜାର୍‌ ଦେଇ ରଇଲାସ୍‌, ମୁଇ ଆରି ଦୁଇ ଅଜାର୍‌ ଲାବ୍‌ କଲିଆଚି ।”
23 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
୨୩ସାଉକାର୍‌ କଇଲା, କେଡେକ୍‌ ନିକ! ତୁଇ ମିସା ମର୍‌ ବଡିଆ ଚାକର୍‌ । ଉନା ଡାବୁ ମିସା ନିକକରି କାମେ ଲାଗାଇଲୁସ୍‌ । ଏବେ ତର୍‌ ଜିମାରେ ମୁଇ ବୁତେକ୍‌ ଦନ୍‌ ଦେବି । ଆଉ ମର୍‌ ସଙ୍ଗ୍‌ ସାର୍‌ଦା କର୍‌ ।
24 ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି।
୨୪ସାରାସାରି ଅଜାର୍‌ ରୁପାଟାଙ୍ଗା ପାଇରଇଲା ଚାକର୍‌ ଆସି କଇଲା, “ଏ ସାଉକାର୍‌ ମୁଇ ଜାନି, ତମେ ଗଟେକ୍‌ ବେସି ରିସା ଅଇବା ଲକ୍‌ । ବୁନି ନ ରଇବା ପଦାଇ କାଟ୍‌ସା ଆରି ବିଅନ୍‌ ନ ବୁନିକରି ତାସ୍‌ ବାରା ବାନ୍ଦ୍‌ସା ।
25 ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ।
୨୫ସେଟାର୍‌ ପାଇ ମୁଇ ଡରିକରି ତମର୍‌ ଦନ୍‌ ମାଟିତେଇ କାଲ୍‌କୁନି ତପି ରଇଲି । ଏଦେ ଦେକା! ତମର୍‌ ସେ ଟାଙ୍ଗା!”
26 କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କଅଣ ଜାଣିଥିଲୁ?
୨୬ସାଉକାର୍‌ କଇଲା, “ଅଇରେ କାମ୍‌କେ ନଇଲା ବାଡୁ! ତୁଇତା ଜାନିରଇଲୁସ୍‌, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍‌ ଟୁଲିଆଇବି ।
27 ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ୍ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାଆନ୍ତି।
୨୭ତେବେ ମର୍‌ ଟାଙ୍ଗାନେଇ ବିନ୍‌ ଲକ୍‌ମନ୍‌କେ କଲନ୍ତର୍‌ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍‌ ମିଲ୍‌ତା ।”
28 ‘ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ।
୨୮ଏନ୍ତାରି କଇ ସାଉକାର୍‌ ଆଦେସ୍‌ ଦେଲା, ଏ ଚାକରର୍‌ଟାନେ ଅନି ସବୁ ଟାଙ୍ଗା ନେଇ, ଜାର୍‌ ଆତେ ଦସ୍‌ଅଜାର୍‌ ଆଚେ, ତାକେ ଦେଇଦିଆସ୍‌ ।
29 କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
୨୯କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍‌ ଦିଆଅଇସି । ଆରି ସେ ଅଦିକ୍‌ ଅଦିକ୍‌ ଲାବ୍‌ କର୍‌ସି । ମାତର୍‌ ଜାକେ ନାଇ ତାର୍‌ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି ।
30 ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।’”
୩୦ଏ କାମ୍‌କେ ନଇଲା ଚାକର୍‌କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍‌ । ତେଇ ସେ କିଲିବିଲିଅଇ ଦାତ୍‌ କାତ୍‌ରି ମାରି ଚପି ଅଇ କାନ୍ଦ୍‌ସି ।
31 “ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ,
୩୧ଜେଡେବେଲା ନର୍‌ପିଲା ମୁଇ ରାଜାଅଇ ମର୍‌ ସରଗର୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆଇବି, ଆରି ମର୍‌ ଡାକ୍‌ପୁଟା ବସ୍‍ବା ଜାଗାଇ ବସ୍‌ବି,
32 ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି,
୩୨ସବୁ ଜାତିର୍‌ ଲକ୍‌ ମର୍‌ ମୁଆଟେ ଟୁଲ୍‌ ଅଇବାଇ । ସେଡ୍‌କି ବେଲା ଗଉଡ୍‌ ଜେନ୍ତି ମେଣ୍ଡା ଆରି ଚେଲିମନ୍‌କେ ବେଗ୍‍ଲାଇସି, ସେନ୍ତି ନର୍‌ପିଲା ମୁଇ ଲକ୍‌ମନ୍‌କେ ଦୁଇ ଦଲ୍‌ କରି ବାଗ୍‌ କର୍‌ବି ।
33 ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ।
୩୩ଦରମ୍‌ ଲକ୍‌ମନ୍‌କେ ଉଜା ବାଟେ ଆରି ବିନ୍‌ ଲକ୍‌ମନ୍‌କେ ମର୍‌ ଡେବ୍‌ରି ବାଟେ ସଙ୍ଗଇବି ।
34 ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ;
୩୪ତାର୍‌ ପଚେ ମର୍‌ ଉଜାବାଟେ ରଇଲା ଲକ୍‌ମନ୍‌କେ ମୁଇ କଇବି, “ଆସା, ତମ୍‌କେ ମର୍‌ ବାବା ଆସିର୍‌ବାଦ୍‌ କଲାଆଚେ । ଦୁନିଆ ତିଆର୍‌ଅଇଲା ବେଲେଅନି ଜନ୍‌ ରାଇଜ୍‌ ତମର୍‌ ପାଇ ତିଆର୍‌ ଅଇଲା ଆଚେ, ଆସା, ତେଇ ଜାଇ ପୁରା ।
35 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ;
୩୫ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍‌ । ମକେ ସସ୍‍ କଲା, ତମେ ମକେ କାଇବାକେ ଦେଲାସ୍‌ । ମୁଇ ଚିନାର୍‌ ଜାନାର୍‌ ନ ରଇଲି, ମକେ ତମର୍‌ ଗରେ ଗତିଆ କରି ଡାକ୍‌ଲାସ୍‌ ।
36 ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ।
୩୬ମୁଇ ଡୁମ୍‌ଣ୍ଡା ରଇଲି, ମକେ ବସ୍‌ତର୍‌ ପିନ୍ଦାଇଲାସ୍‌ । ମୁଇ ଜର୍‌ଦାରାଇ ଅଇରଇଲି, ମକେ ଜତନ୍‌ କଲାସ୍‌ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍‌ବାର୍‌ ଆସିରଇଲାସ୍‌ ।”
37 ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ?
୩୭ଦରମ୍‌ ଲକ୍‌ମନ୍‌ କଇବାଇ, “ମାପ୍‌ରୁ! କେବେ ତମେ ବୁକେ ରଇଲାଟା ଦେକି ତମ୍‌କେ କାଇବାକେ ଦେଇରଇଲୁ? କେବେ ତମ୍‍କେ ସସ୍‍ କଲାଜେ ପାନି କାଇବାକେ ଦେଇ ରଇଲୁ?
38 ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଗ୍ନ ଦେଖି ବସ୍ତ୍ର ପରିଧାନ କରାଇଲୁ?
୩୮କେବେ ତମେ ଚିନାର୍‌ ଜାନାର୍‌ ନ ଅଇରଇଲାସ୍‌ ଜେ ଆମେ ତମ୍‌କେ ଗତିଆ କରି ଗରେ ଡାକି ରଇଲୁ? ଆରି କେବେ ଡୁମ୍‌ଣ୍ଡା ରଇଲାସ୍‌ ଜେ ପିନ୍ଦ୍‌ବାକେ ବସ୍‌ତର୍‌ ଦେଇ ରଇଲୁ?
39 ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ?
୩୯କେବେ ତମେ ଜର୍‌ ଦାରାଇ ଅଇରଇଲାସ୍‌ଜେ ଆମେ ତମ୍‌କେ ଜତନ୍‌ କଲୁ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍‌ଜେ ଆମେ ଦେକ୍‌ବାର୍‌ ଆସିରଇଲୁ?”
40 ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ।
୪୦ପଚେ, ମୁଇ ସେମନ୍‌କେ କଇବି, ମୁଇ ତମ୍‌କେ ସତ୍‌କଇଲିନି, ଏ ମର୍‌ ବାଇମନର୍‌ ବିତ୍‌ରେ ସବୁର୍‌ଟାନେଅନି ଗଟେକ୍‌ ସାନ୍‌ ଲକର୍‌ ପାଇ, ଜାଇଟା ସବୁ କରିଆଚାସ୍‌, ସେଟା ମର୍‌ ପାଇ କରିଆଚାସ୍‌ ।
41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ, (aiōnios g166)
୪୧ତାର୍‌ପଚେ ଡେବ୍‌ରିବାଟେ ବସି ରଇବା ଲକ୍‌ମନ୍‌କେ ମୁଇ କଇବି “ଏଇ ସାଇପ୍‌ ପାଇରଇବା ଦଲର୍‌ ଲକ୍‌ମନ୍‌! ମର୍‌ ମୁଆଟେ ରୁଆନାଇ । ସଇତାନ୍‌ ଆରି ତାର୍‌ ସଙ୍ଗ୍‍ ରଇଲା ଦୁତ୍‌ମନର୍‌ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍‌ ଅଇଲାଆଚେ । ତେଇ ଜାଆ! (aiōnios g166)
42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ;
୪୨ମୁଇ ବୁକେ ରଇଲି, ତମେ ମକେ କାଇବାକେ ଦିଆସ୍‌ ନାଇ, ମକେ ସସ୍‍ କଲାଜେ ପାନି ଗୁଡିକ୍‌ ଦିଆସ୍‌ ନାଇ ।
43 ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ।
୪୩ମୁଇ ଅଚିନାର୍‌ ଅଇ ରଇଲା ବେଲେ ମକେ ଡାକାସ୍‌ ନାଇ । ମୁଇ ଡୁମ୍‍ଣ୍ଡା ରଇଲା ବେଲେ ମକେ ବସ୍‌ତର୍‌ ପିନ୍ଦାଆସ୍‌ ନାଇ । ଜର୍‌ ଦାରାଅଇ ଆରି ବନ୍ଦି ଅଇ ରଇଲା ବେଲେ, ମକେ ଜତନ୍‌ କରାସ୍‌ନାଇ ।”
44 ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଗ୍ନ, ପୀଡ଼ିତ କି କାରାଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ?
୪୪ସେମନ୍‌ ସେଡ୍‌କିବେଲେ ମକେ କଇବାଇ, “ମାପ୍‌ରୁ, ତମ୍‌କେ ଆମେ କେବେ ବୁକେ ରଇଲା ବେଲେ, ସସେ ରଇଲା ବେଲେ, ଅଚିନାର୍‌ ରଇଲା ବେଲେ, ଡୁମ୍‍ଣ୍ଡା ରଇଲା ବେଲେ ଆରି ଜର୍‌ ଦାରାଇଅଇ ବନ୍ଦି ରଇବାଟା ଦେକି ତମ୍‌କେ ସାଇଜ କରୁ ନାଇ?”
45 ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ।
୪୫ସତଇସେ ମୁଇ କଇବି, “ଏ ସାନ୍‌ ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌କେ ସାଇଜ କର୍‌ବାକେ ମନାକର୍‌ବା ବେଲେ, ତମେ ମକେ ସାଇଜ କରାସ୍‌ ନାଇ ।
46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।” (aiōnios g166)
୪୬ଏନ୍ତାରି ଲକ୍‌ମନ୍‌କେ ସବୁ ଦିନର୍‌ ପାଇ ଡଣ୍ଡ୍‌ ମିଲ୍‌ସି ଆରି ଦରମ୍‌ ଲକ୍‌ମନ୍‌ ନ ସାର୍‌ବା ଜିବନ୍‌ ପାଇବାଇ ।” (aiōnios g166)

< ମାଥିଉ 25 >